Tuesday, March 22, 2016

ପୃଥିବୀ ନିକଟତର ହେବେ ଦୁଇଗୋଟି ଧୂମକେତୁ

ଆଗାମୀ ସପ୍ତାହରେ ଦୁଇଗୋଟି ଧୂମକେତୁ ପୃଥିବୀର ନିକଟକୁ ଆସୁଥିବାର ସଂଭାବନା ଅଛି ବୋଲି ବୈଜ୍ଞାନିକ ମାନେ ଜଣାଇଛନ୍ତି ।

ଏକ ପ୍ରକାର ର ଦେଖାଯାଉଥିବା ଏଇ ଧୂମକେତୁ ଦ୍ଵୟ ସୋମବାର ଏବଂ ମଙ୍ଗଳବାର ଦିନ ପୃଥିବୀ ନିକଟ ଦେଇ ଆଗକୁ ବଢ଼ିଯିବେ ।

ମୈସାଚୁସେଟ୍ସ ଇଷ୍ଟୀଟ୍ୟୁଟ ର ଗବେଷକ ମାନଙ୍କ ମତରେପ୍ରଥମ ଧୂମକେତୁଟିକୁ 7 ଏପ୍ରିଲ 2000 କୁ ମହାକାଶରେ ଚିହ୍ନଟ କରାଯାଇଥିଲା ।

ସୋମବାର ଦିନ ଏହାର ପୃଥିବୀ ଠାରୁ ସର୍ବନୀମ୍ନ ଦୂରତା 3.3 ମିଲିଅନ ରହିବାର ଅନୁମାନ କରାଯାଉଅଛି ।

ତେବେ ଦ୍ଵିତୀୟ ଧୂମକେତୂ ଟି ୟୁନିବର୍ସିଟୀ ଅଫ୍ ହଵାଈ ର ଗବେଷକ ମାନଙ୍କ ଦ୍ଵାରା 22 ଜାନୁଆରୀ 2016 ରେ ଖୋଜା ଯାଇଥିଲା ।

ପୁଣି ଏହି ଧୂମକେତୁଟିର ପୃଥିବୀ ଠାରୁ ସର୍ବନିମ୍ନ ଦୂରତା 2.2 ରହିବାର ସମ୍ଭାବନା ଅଛି ।

ବୈଜ୍ଞାନିକ ମାନଙ୍କ ମତରେ ଏଭଳି ଘଟଣା ଆଗାମୀ 150 ବର୍ଷମଧ୍ୟରେ ଘଟିତ ହେବାର ନାହିଁ କି ଏକ ସଙ୍ଗେ ଦୁଇଟି ଧୂମକେତୁ ପୃଥିବୀ ର ନିକଟତର ହେବେ ।

Saturday, March 19, 2016

ଆମେରିକାନ୍ ଏଲିଆନ୍

14 ମାର୍ଚ୍ଚ କୁ ଅମରିକନ୍ ସ୍ପେଶ୍ ଏଜେଁସୀ 'ନାସା' ର ଏକ ଉପଗ୍ରହ ସୂର୍ଯ୍ୟପୃଷ୍ଠ ର ଚିତ୍ର ଉଠାଇଥିଲା ।
ଏହି ଚିତ୍ର ଟିରେ ସୂର୍ଯ୍ୟ ପୃଷ୍ଠରେ ଥିବା ଏକ ଫାଟ ଦେଖାଯାଉଅଛି ।
ଦୁନିଆ ର ଅଧିକାଂଶ ବୈଜ୍ଞାନିକ ଙ୍କ ମତରେ ସୂର୍ଯ୍ୟ ହାଇଡ୍ରୋଜେନ ମୈଗ୍ନେସିଅମ ଏବଂ ଅନ୍ୟ ତତ୍ଵ ରେ ତିଆରି ତେବେ ଏ ଚିତ୍ର ଟି ମିଳିଲା ପରେ ପରେ ଆମେରିକନ ମିଡିୟା ରେ ଏହା ଚର୍ଚା ର ବିଷୟ ରହିଥିଲା ।
ବୈଜ୍ଞାନିକ ସ୍କ୉ଟ ବୈରିଁଗ ଏଇ ଚିତ୍ର ମିଳିଲା ପରେ
ମତ ଦେଇଛନ୍ତି
ଯଥା ସମ୍ଭବ ଏହି ଫାଟ ଟି ଏଲିଅନ ମାନଙ୍କ UFO ଯା ଆସ କରିବା ହେତୁ ଏକ କବାଟ ସଦୃଶ କାମକରେ ।
କିନ୍ତୁ ଅନ୍ୟ ବୈଜ୍ଞାନିକ ବୈଁରିଁଗ ଙ୍କ ସହ ଏକମତ ନୁଁହନ୍ତି ।
ଅଧିକାଂଶ ଅମରିକାନ ବୈଜ୍ଞାନିକ ଙ୍କ ମତରେ
କାଳେ କବାଟ ଭଳି ଦେଖାଯାଉଥିବା ଏହି ଜିନିଷ ଟି ଏଲିଅନମାନଙ୍କ ଦ୍ଵାରା ତିଆରି କରାଯାଇଥିବା କୌଣସି ମେଗାସ୍ଟ୍ରକ୍ଚର ହୋଇପାରେ
ଧ୍ୟାନ ଥାଉ କି
ଏହି ଆମେରିକନ୍ ବୈଜ୍ଞାନିକ ମାନେ ପ୍ରାଚୀନ ବିଶ୍ଵ ର ଅନେକାନେକ ପୁରାତନ ମାନବ ନିର୍ମିତ କଳାକୃତି କୁ ମଧ୍ୟ ଏଲିଅନ ଦ୍ଵାରା ତିଆରୀ ହୋଇଥିବା କହିବୁଲୁଛନ୍ତି ।
ଉଦାହରଣ ସ୍ଵରୁପ ଚୀନ୍ ର ପ୍ରାଚୀର,ମିଶର ର ପିରାମିଡ ଏମିତି କି କୋଣାର୍କ ମନ୍ଦିର ଆମ ଦେବାଦେବୀ ଆଦି ମଧ୍ୟଁତାଙ୍କ ହିସାବରେଏଲିଅନ ଦା ଏଲିଅନକୃତ କାରୁକାର୍ଯ୍ୟ ...

ତେବେ ବୈଁରିଗଂ ଙ୍କ କଥାକୁ ବାଳୁତ କାଳୁ ଏଲିଅନ ବିଷୟାଧାର ର ଫିଲ୍ମ ,ବହି , ଉପନ୍ୟାସ ଏବଂ ଶୁଣାକଥା ସବୁକୁ ଦେଖି ପଢ଼ି ଶୁଣି ବଡ଼ ହୋଇଥିବା ଅମରିକନ୍ ଅତ୍ୟାଧୁନିକ ମାନବ ମାନେ ନିଶ୍ଚିତ ଭାବେ ମାନିବାକୁ ବାଧ୍ୟ ହେବେ ।

ମଜାକଥା ହେଲା,
ଆମେରିକା ର ସଂସ୍କୃତିରେ ଏଲିଅନ ଗୋଟାଏ ଅଭିନ୍ନ ଅଙ୍ଗ ହୋଇଗଲାଣି ।
ଯଦି ଜଣେ ଆମେରିକୀ ଅଧିବାସୀ ର ବାଡ଼ୀ ବଗିଚା ରୁ କିଛି ଭାରୀ ଜିନିଷ କେହୀ ନେଇଯାଏ ...

ଅମେରିକାନ ବ୍ୟକ୍ତି ଜଣକ ପଡ଼ୋଶୀ କୁ ଦୋଷ ଦେବା ପରିବର୍ତ୍ତେ ଏଲିଅନ ମାନଙ୍କୁ ବହେ ଗାଳି କରି ପକାଏ

ଏଲିଅନ ଥାଅନ୍ତୁ ଅଥବା ନ ଥାଅନ୍ତୁ UFO ର ଭିତିରି କଥା କିନ୍ତୁ ସେତିକି ହାସ୍ୟସ୍ପଦ....

ଦ୍ଵିତୀୟ ବିଶ୍ଵଯୁଦ୍ଧ ପରେ ପରେ ଆମେରିକା - ରୁସ ମଧ୍ୟରେ ଦିର୍ଘଦିନ ଧରି ଏକ ରକମର ଶୀତଳଯୁଦ୍ଧ ଆରମ୍ଭ ହୋଇଯାଇଥିଲା

ପରସ୍ପର ଉପରେ ନଜର ରଖିବା ପାଇଁ ଛାଡ଼ିଥିବା କୃତ୍ରିମ ଉପଗ୍ରହ ସବୁରୁ ଏ ଏଲିଅନ UFO ଆଦି ମନଗଢ଼ା ମିଥକ ଗୁଡ଼ିକର ଜନ୍ମ ହୋଇଥିବା
ଅନେକ ବୁଦ୍ଧିଜୀବୀ ମତ ଦିଅନ୍ତି ।

🚩🚩🚩🚩 ଦେଶ 🚩🚩🚩🚩

ଗାଁ, ନଗର ଅବା କିଛି ଲୋକଙ୍କ
କର୍ମଫଳ ନୁହେଁ ଦେଶ
ସଂସଦ, ସଡ଼କପଥ, କିମ୍ବା
ଆୟୋଗ ଗୁଡ଼ିକର ନାମ ନୁହେଁ ଦେଶ

ଦେଶ ନୁହେଁ କେବଳ
ସୀମା ଦ୍ଵାରା ଆବଦ୍ଧ କିଛି ଘର
କି
ତହିଁ ରହୁଥିବା ଜନ

ଦେଶ ନୁହେଁ ସାଜସଜ୍ଜା ରେ ସୁଦୃଶ୍ୟ
କୌଣସି ଭବ୍ୟ ଉଚ୍ଚ ଦୋକାନ

ଦେଶ ନୁହେଁ କ୍ଲବ ଯେଉଁଠି
ବସିରହି କରୁଥିବା ସଦା ମଉଜ

ଦେଶ ନୁହେଁ ଶସ୍ତ୍ରାଗାର
ନା କେବଳ ଫଉଜ

ଯେଉଁଠି ମୈତ୍ରୀ ସଦଭାବ ଏକତା ର ଦୀପ
ଜଳୁଥାଏ ସଦା
ତାକୁ କୁହାଯିବ ଦେଶ

ଯେଉଁଠି ବଦଳେ ନା ଲକ୍ଷ କିମ୍ବା ଲକ୍ଷପଥ
ସର୍ବେ ଚଳନ୍ତି ହୋଇ ଏକାକାର
ତାକୁ କୁହାଯିବ ଦେଶ

ଯେଉଁଠି ସଜ୍ଜନ ଚାଲେ ଛାତି କରି ଚଉଡା ନିର୍ଭୟେ ନିର୍ବିକାରେ
ତାକୁ କୁହାଯିବ ଦେଶ

ଯେଉଁଠି ପୂର୍ଣ ହେଉଥାଏ
ପ୍ରତ୍ୟେକ ଟି ହୃଦୟର ସଦ୍ଇଚ୍ଛା
ହଁ !
ତାକୁ କହାଯିବ ଦେଶ

ଦେଶ କୁହାଯାଏ ତାକୁ ହିଁ
ଯେ ଠାରେ ସର୍ବେ ଚାଲନ୍ତି ସାଥୀ ହୋଇ

ଧର୍ମ, ଜାତି, ଭାଷା ଉଚ୍ଚ କରେ ଦେଶ ର ଧ୍ଵଜ
ହଁ ପ୍ରକୃତ ପକ୍ଷେ
ଏକତା ହିଁ ଦେଶ ର ଆତ୍ମା

ଯେଉଁଠି ଥିବ ଏକତା ତାକୁ ହିଁ କୁହାଯିବ ଦେଶ

-ମୂଳରଚନା - ଶେରଜଙ୍ଗ୍ ଗର୍ଗ-

"ହାସ୍ୟକଵି ହାଥିରସୀ କାକା ଙ୍କ କିଛି ଦୋହା "

ଇଂଗ୍ରେଜୀ ପାଇଁ ଉଛୁଳେ ପିରତୀ,
ଓଡ଼ିଆ ହିନ୍ଦୀ ପାଣିଚିଆ ,
କହି ବୁଲନ୍ତି ଇଂଡିଅନ ସେ
ହୃଦୟ ଟା କିନ୍ତୁ ଇଂରେଜୀଆ

#
ଭୀତର କଳା ହୃଦୟ ଯେ,
ଊପର ଊପର ଗୌର ମୁଖ,
ଏମିତି ଲୋକଙ୍କୁ ହିଁ ମିଳେ,
ପରନିନ୍ଦାରେ ବଡ଼ ସୁଖ

#

ବୁଦ୍ଧିମାନଙ୍କୁ କହୁଛନ୍ତି,
ମିସ୍ଟର ମୂର୍ଖାନନ୍ଦ,
ଦେଶ-ଧର୍ମ ର କଣ ଟା ଅଛି,
ଧନ ରେ ପରମାନନ୍ଦ

#

ଅନ୍ଧ ପ୍ରେମୀ ର ଅକଲ ଟା,
କାମ ଦିଏନି ଯମା
ପ୍ରେମ-ନିଶାରେ ଗଧୀ ଟେ ମଧ୍ୟ,
ଦିଶଇ ରୁପତ୍ତମା

#

ଏକ ପୁଷ୍ପକୁ ଅନେକ କଣ୍ଟା
ଗଢ଼ି ନ ଥିଲେ ସ୍ରଷ୍ଟା
ଜୀବ ଯେ ଛନ୍ତି କୌତୁକପ୍ରିୟ
କରନ୍ତେ ହଟହଟା

#

ନିର୍ବାଚନ ବେଳ ପ୍ରତିଶୁତି କୁ
ପୂର୍ଣ କରନ୍ତା ଯଦି ସରକାର
ପ୍ରତୀକ୍ଷା ଯେତେ ମିଳୁଛି ସବୁ
ଯାଅନ୍ତା ବେକାର

#

ମୋର ଭାବ ବାଧା ହର,
ପୂଜ୍ୟ ବିହାରୀଲାଲ
ପଦ ରୁପେ ସମ୍ମୁଖେ
ଦର୍ଶନ ଦିଅ ତତ୍କାଲ

Friday, March 18, 2016

🌹🌸🍀🍁🍁ହୋଲି🌺🍃🌼🌻☀🌿

ରଂଗ ର ଚମକ ଭରୁ ହୋଲି
ସର୍ଵଜନ ମନେ ସୁଖ ଦେଉ ହୋଲି
ଦ୍ଵେଷ ଘୃଣା ହେଉ ହୃଦୟରୁ ବିସ୍ମୃତ
ଏମିତି ପରସ୍ପରେ ସ୍ନେହ ଦେଉ ହୋଲି

---

ଘୃଣାର ପ୍ରାଚୀର ଭାଙ୍ଗି ଦିଅ ହୋଲିରେ
ବହାଅ ପ୍ରୀତିର ରସଧାର ହୋଲିରେ
ଝଙ୍କୃତ କରଦିଏ ଯାହା ସଭି ଙ୍କ ତନ ମନ କୁ
ସରଗମ୍ ର ତାର ଏମିତି ବଜାଅ ହୋଲି ରେ

---

ମନ ରେ ଭରିଅଛ ଦୂର୍ଭାବନା ଯେ ଯେତେ
ଏଥର ସେ ସବୁ ଜଳାଅ ହୋଲି ରେ
ରଙ୍ଗ ଛିଟା ରେ ଭିଜାଅ ଦେହ
ମନ ରେ ବି ଲାଗଯାଉ ରଙ୍ଗ ଛିଟା ହୋଲି ରେ

---

ପିଆଲାରେ ପିଏଇଛ ଏଯାଏଁ
ନଯନୁଁ ପିଏଇ
ଯାଅ ଥରୁ ଟେ ହୋଲୀ ରେ

---

ଶାନ୍ତି ସୌହାର୍ଦ୍ୟ ଏକତା ରହୁ
ସଭିଙ୍କ ହୃଦୟେ
ଏମିତି ଏ ସଂସାର ହୁଆନ୍ତା କି ହୋଲିରେ

---

ଯେତେ ଯେତେ ତିଆରିଛି
ନିଜେ ନିଜେ ପାଇଁ ମନୁଷ୍ୟ
ଅଛି ଯେତେ ପ୍ରାଚୀର
ସବୁ ଭାଙ୍ଗିଦିଅ ହୋଲି ରେ

ମୂଳ ରଚନା- ଗୋଵିଂଦ କୁମାର [ହିନ୍ଦୀ]

ବସନ୍ତ ଆସିଛି

ସଖି ଲୋ , ଵସନ୍ତ ଆସିଛି ।
ପୃଥିବୀପୃଷ୍ଠରେ ହର୍ଷିତ ବନ ର ମନ,ପୁଣି
ନଵୋତ୍କର୍ଷ ର ଛାୟା ।

କିସଳୟ-ବସନା
ନବ-ବୟ-ଲତିକା
ମିଶି ମଧୁର ପ୍ରିୟ-ଉର
ତରୁ-ପତିକା,

ମଧୁପ-ବୃନ୍ଦ
ବନ୍ଦୀ-ପିକ-ସ୍ଵର
ନଭ ପାଏ ମନୋହର ଶୋଭା ।

ଲତା-ମୁକୁଳ-ହାର-ଗନ୍ଧ-ଭାର
ଭର ବହି ପଵନ ବନ୍ଦ ମନ୍ଦ ମନ୍ଦତର,
ଜାଗି ନୟନରେ ବନ-ଯୌଵନ ର ମାୟା ।

ଆବୃତ ସରସୀ-ଉର-ସରସିଜ ଉଠେ,
କେଶର ର କେଶ କଳିକା ର ଅର୍ଧମୁଦିତ ପାଖୁଡ଼ା,
ସ୍ଵର୍ଣ-ଶସ୍ୟ-ଅଞ୍ଚଳ
ପୃଥ୍ଵୀ ର ଏ କି ସବୁଜ ରଙ୍ଗ ର କାୟା ।

///ମୂଳରଚନା ସୂର୍ଯ୍ୟକାନ୍ତ ତ୍ରିପାଠୀ ନିରାଲା///

Thursday, March 17, 2016

ଜ୍ଞାନ ପ୍ରଦାତା ରାଷ୍ଟ୍ରଵିଧାତା ଗୁରୁ

ଅଜ୍ଞାନତା ର ତମ
ଆଜି ଯାହାଙ୍କ ହେତୁ
ଜ୍ଞାନାଲୋକେ ଆଲୋକିତ,

ଏ ଅଙ୍ଗୁଷ୍ଟି ଗୁଡ଼ିକୁ ଯେ ଦିନେ
ତା'ର ଅଧିକାର ର
କଲମ ଧରାଇଥିଲେ

ଆଜ ସେହି ଗୁରୁଦେବଙ୍କୁ
କରି ଯେ ସ୍ମରଣ
ତାଙ୍କ ପାଦ ପଦ୍ମେ
ଆମ ଶତଶତ ନମନ !

ଜ୍ଞାନ ପ୍ରଦାତା ରାଷ୍ଟ୍ରଵିଧାତା ଗୁରୁ
ତାଙ୍କ ଯୋଗୁଁ ଦେଶ ସମାଜ ର
ବଢ଼ିଅଛି ଧନ ମାନ ସମ୍ମାନ

ଈଶ୍ଵର ଙ୍କ ଅଵତାର ଶିକ୍ଷକ,
ଯେ ମୂକ ର କଣ୍ଠ କୁ
ଦେଇଥିଲେ ଶବ୍ଦର ସମ୍ଭାର

ସବୁଠୁଁ ବଡ଼ ଜ୍ଞାନ ଧନ ଦେଇ,
ନିର୍ଧନ କୁ ମଧ୍ୟ ଯେ କରିଛନ୍ତି ଧନୀ
ମାନବ କରି ଗଢ଼ିତୋଳି ଯେ ଥିଲେ
ପାଦେ ପାଦେ ପଥପଦର୍ଶକ

ଭୂଲଚୁକ କ୍ଷମା କରି ଯେ
କରିଥିଲେ ଆହ୍ଵାନ
ଯାଅ ପୁନଃ ଚୈଷ୍ଟା କର

ଯାହାଙ୍କ ଆଶିର୍ଵାଦ ରେ ରହିଥାଏ
ସର୍ଵ ଦେଵତା ଙ୍କ ଶକ୍ତି

ଜ୍ଞାନ ପ୍ରଦାତା ରାଷ୍ଟ୍ର ଵିଧାତା
ସେହି ଗୁରୁ ଙ୍କ ପୟରେ
ପୁଣ ଶହସ୍ର ପ୍ରଣାମ !!

ଯେ ସିଖାଇଛନ୍ତି
ଲେଖିବା ପଢ଼ିବା
ସତ ମାର୍ଗ ପରେ ଚାଲିବା

ସିଖାଇଛନ୍ତି ଜୀଵନ ର,
ଦୁଃସ୍ତ କ୍ଷଣରେ ମଧ୍ୟ ହସିବା
ଯା ଙ୍କ ଯୋଗୁଁ
ତାଙ୍କ ଶିଷ୍ୟ ଆଜ ସଫଳ

ଜ୍ଞାନ ପ୍ରଦାତା ରାଷ୍ଟ୍ର ଵିଧାତା
ସେହି ଆଚାର୍ଯ୍ୟ ଙ୍କ ହେଉଥାଉ
ଚର୍ତୁଦିଗେ ବନ୍ଦନ....--

ମୂଳରଚନା : ଶ୍ରୀକାନ୍ତ ମିଶ୍ରା 'ଅଂଜାନ [ହିନ୍ଦୀ]

Friday, March 11, 2016

---- ମରୁଅଛି ହୋଲି ର ଆତ୍ମା ----

ରଙ୍ଗ ର ପର୍ବ ହୋଲିରେ
କାହିଁ ଦେଖୁନାହିଁ
ପୂର୍ବାପୁରୁଷୁଁ ଚାଲି ଆସିଥିବା
ରୀତିନୀତି


ଯୁଗ ବଦଳିଛି,
ଯୁଗ ସହ ତାଳ ଦେଇ
ବଦଳିଲାଣି ଅତୀତ ର
ଯେତେ ଯେତେ ପ୍ରଥା ।

ହୋଲିକା ର ଦହନ,
କୃଷ୍ଣ ରାଧା ମିଳନ
ଲୁଚିଅଛି କେତେ କେତେ
ହିତାବହ କଥା ।

ଭୂଲିଛନ୍ତି ଛାଡ଼ିଛନ୍ତି
ଅତୀତର ଆଦର୍ଶ
ଆଧୁନିକତାର ନିଶାରେ
ଯୋଡ଼ିଲେଣୀ କେତେ ନୂଆ ପ୍ରଥା ।

ମଦ ପିଇ ଭାଂଗ ଦଳି
କରିଲେଣି ହୋଲିରେ ତାଣ୍ଡବ
ଈଶ୍ଵର ଙ୍କ ନାମ ନେଇ
ମାତିଛନ୍ତି ପାସାଣ୍ଡ ।

ଦ୍ଵାପର ଯୁଗର ହୋଲି
ଆଜି ହୋଇଅଛି ବିଷାକ୍ତ
ଦ୍ଵୀଅର୍ଥୀ ସଙ୍ଗିତ
ଅର୍ଧନଗ୍ନ ନୃତ୍ୟ
ଏ ହେଉଛି ଆଧୁନିକ ହୋଲି !

ପ୍ରତିବର୍ଷ
କ୍ଷଣେ କ୍ଷଣେ
ମରୁଅଛି ହୋଲିର ଯେ ଆତ୍ମା
ମାତିଛନ୍ତି ଦେଶ ଯାକ
ଧର୍ମ ନାମେ
ଏ ଆଡକୁ କା'ର ଯେ
ନିଘା ନାହିଁ ଜମା

ବସନ୍ତ ର ଗୀତ

ପାଦପ ମାନବ
ସର୍ବ ଜୀବ ଜନ୍ତୁ
ଗାଉଛନ୍ତି ଆଜ
ବସନ୍ତର ମିଠାଗୀତ

ଋତୁରାଜ ଆଙ୍କେ
ଧରଣୀ ବକ୍ଷରେ
ତୂଳୀ ଧରି
ନୀତୀ ଚିତ୍ର

ଜଗତ ର ଶୋଭା
ଦ୍ଵିଗୁଣିତ ହେଲା
ଚାଲି ଗଲା ପରେ
ଶୋଷକ ଭୀଷଣ ଶୀତ

ପୃଥ୍ଵୀ କୁ ପୁନଃ
ପ୍ରାପ୍ତ ହୋଇଛି
ନାନା ନାନା
ରଙ୍ଗର ପୁଷ୍ପ

ଶୀତ ର ମସ୍ତକେ
ଫଗୁଣ ଢ଼ାଳେ ଧୂଳି
ଦେଖାଇ ଅଯଥା ଦର୍ପ

ଚଢ଼େଇ ଙ୍କର କାକଳି
କୃଷ୍ଣଚୁଡ଼ା ର ଦୋ ଗୋଟି ଫୂଲ
କେଉଁଠି ଲୁଚାଇ ରଖିବି ଯେମିତି
ଧୂଳି ଲାଗି ନ ହେବ ଭେଲ

ଜଗତ ପାଉଛି ସ୍ଵର୍ଗ ସମ ଶୋଭା
ଲାଗିଛି ଜୀବ ଙ୍କ କୌତୁକ ଖେଳ
ଅମାନିଆ ବାଆ ମଝିରେ ମଝିରେ
ବୃକ୍ଷ ପତ୍ରାଦି ସଙ୍ଗେ
ହୋଇଯାଉ ଥାଏ ଗେଲ

ମାଦ୍ୟପ ଭ୍ରମର
ଗୁଣୁ ଗୁଣୁ ହୋଇ
ଗାଉଛନ୍ତି କେତେ ଗୀତ
କୁଞ୍ଜର ମନରେ ପାଳିଛି ଭ୍ରମ ଟି
ତାଙ୍କ ଗୀତ ଶୁଣି
ଭୀତ ହେଲା କାଳେ ଶୀତ

ଆମ୍ବ ବଉଳରେ ବାସିଲାଣି ତୋଟା
ଶାଳବନେ କଁଅଳିଛି ପୁଣ
ନୂଆ ପତ୍ର କେତେ ଗୋଟା
ଯେତେ ଋତୁ ଛନ୍ତି ସର୍ବଦୌ ଶ୍ରେଷ୍ଟ
ନୂତନ ସୃଷ୍ଟି କୁ ହୀତ
ଗାଇଲେ କେ ଶେଷ ହୋଇବ
ବନ୍ଧୁ ହେ !
ବସନ୍ତ ର ଏଇ ଗୀତ

ପ୍ରତି ବରଶ ଆସଇ ହୋଲି

ପ୍ରତି ବରଶ ଆସଇ ହୋଲି
ରଙ୍ଗ ର ପର୍ବ ଚୋଖ୍ଖା

ଚୁନରୀ ଏଠି, ସେଠି ପିଚକାରୀ,
ଗାଲ ଭାଲରେ କୁମକୁମ ଛିଟା

ଲାଲ-ଲାଲ ଯେତେ ହୁଅନ୍ତି କଳା
ଗୋରା ବଦନ ହଳଦି ନେଳି,

ମୋ ଦେଶ ଟା ବଡ଼ ଗର୍ଵୀଲା,
ରୀତି-ରସମ-ଋତୁ ରଙ୍ଗ-ରଙ୍ଗିଲା,

ନୀଳ ନଭ ରେ ବାଦଲ କଳା,
ସବୁଜ ଖେତେ ପିତ୍ତ ରଙ୍ଗର ଛଟା !

ମୂଳ ରଚନା - ଗୋପାଲ ସିଂହ ନେପାଲୀ [ହିନ୍ଦୀ]

ଯେଉଁମାନେ ଗଢ଼ିବେ ପୋଲ

ଯେଉଁମାନେ ଗଢ଼ିବେ
ପୋଲ ସେ
ଅନିବାର୍ୟତ:
ରହିଯିବେ ପଛେ

ସେନା ହୋଇ ଯିବ ପାର
ମରି ଯିବେ ରାଵଣ
ଜୟୀ ହେବେ ରାମ ,

ଯିଏ ନିର୍ମାତା ହେଲେ
ଇତିହାସ ରେ ଜାଣ
ମର୍କଟ ବୋଲାଇବେ ଶେଷେ

ମୂଳରଚନା - ଅଜ୍ଞେୟ [ହିନ୍ଦୀ]

Wednesday, March 9, 2016

@@@@କେ ଜାଣେ@@@@



ଟୋପାଏ ଲୋତକ ମଧ୍ୟ କର ନାହିଁ ବେକାର-
କେ ଜାଣେ କେବେ ଯଦି ସମୁଦ୍ର ର ଲୋଡ଼ା ହୁଏ !

ନିକଟକୁ ତୂଷାର୍ତ୍ତ ର ଆସେନା କୂପ
ଏହା ଲୋକକଥା ଅମରବାଣୀ ନୁହେଁ !
ଏବଂ ନ ଥିବ ତା ପାସେ ଦେବାକୁ କିଛି
ଏଠି ଏମିତି କେହୀ ବି ପ୍ରାଣୀ ନାହିଁ
କର ସ୍ଵୟଂ ପ୍ରତ୍ୟେକ ଗୀତ ର ଶ୍ରୃଙ୍ଗାର
କେଜାଣେ ଦେଵତାଙ୍କୁ କେଉଁ ଟା ପସନ୍ଦ ହେବ ।

ଆଘାତ ପାଇ ଭାଙ୍ଗିଥାଏ କେବଳ ଦର୍ପଣ
କିନ୍ତୁ ଆକୃତି ଭାଙ୍ଗେ ନାହିଁ ପୂର୍ବବତ୍ ରହିଥାଏ ।
ଵ୍ୟକ୍ତି ଠାରୁ ଦୂରେଇ ଯାଏ ସମୟ ସହ ସବୁ କିଛି
କିନ୍ତୁ ସମସ୍ୟା ଗୁଡ଼ିକ ମିତ୍ର ପରି ରହିଥାନ୍ତି ମଲାଯାଏଁ

ପ୍ରତ୍ୟେକ ଛଳଛଳ ଅଶ୍ରୁ କୁ କର ପ୍ରେମମୟ
କେଜାଣେ ଆତ୍ମା କୁ କେଉଁଟା ବୁଡ଼ାଇ ଯିବ
ବ୍ୟର୍ଥ ଅଟେ କରିବା ଖୁଶାମଦ୍ ରାସ୍ତା ର,
ପାଦ ହିଁ କାମରେ ଆସେ ଯାତ୍ରାରେ,

ଈଶ୍ଵର ଙ୍କ ଉଠାରେ ମଧ୍ୟ ତା'ର ଉଠିବାର ନାହିଁ
ଯେହେତୁ ସେ ନୀଚ ଆଜି ନିଜ ଆଗେ ନିଜେ
ପ୍ରତ୍ୟେକ ଲହରୀ ର ତୁମେ କରିନିଅ ପ୍ରଳୟ ସ୍ଵୀକାର
କେ ଜାଣେ କେଉଁ ତଟରେ ନେଇ ପହଚାଁଇ ଦେବ ।

_///ମୂଳ ରଚନା- ରାମାଵତାର ତ୍ୟାଗୀ\\\_

ଗୁଜରାଟ ବିକାଶରେ ଶ୍ରମିକ ମାନଙ୍କର ଯୋଗଦାନ

ଇତିମଧ୍ୟରେ ମୋର ସୁରତ ସହରରେ ରହଣୀ ଆଠ ବର୍ଷ ହୋଇଗଲାଣି
ଏଠାକାର ଜଳବାୟୁ ଏବଂ ମାନବ ଜୀବନଯାପନ ପାଇଁ ସାମାଜିକ ପରିବେଶ ଅତ୍ୟନ୍ତ ଉତ୍ତମ !!

ଗୁଜରାଟୀ ଲୋକେ ମେଳାପି,
ସେମାନଙ୍କର କର୍ମ ପ୍ରତି ନିଷ୍ଠା ଏବଂ ପରିଶ୍ରମ ଯୋଗୁଁ ହିଁ ଆଜି ଗୁଜରାଟ ଏତେଟା ଆଗେଇ ପାରିଛି !
ତେବେ ଏଠାକାର ଶ୍ରମିକ ମାନେ
ବିନା ଗୋଠ ଗାଈ ଭଳି
ସଙ୍ଗଠନ ହୀନ ବଳଦ ସଦୃଶ କେବଳ ଖଟୁଛନ୍ତି ....

ସାରା ଦେଶରେ ସରକାରୀ ବେସରକାରୀ ସଂସ୍ଥାନ ମାନଙ୍କରେ 8 ଘଣ୍ଟା Working hour ନିୟମ ଥିଲା ବେଳେ ଏଠାକାର ଶ୍ରମିକ ମାନଙ୍କୁ 12 ଘଣ୍ଟା ଖଟିବାକୁ ହୋଇଥାଏ ।

ତା ଛଡ଼ା ଏଠାର ଅଧିକାଂଶ ବେସରକାରୀ ସଂସ୍ଥାନ ଗୁଡ଼ିକରେ ରବିବାର ଦିନ ମଧ୍ୟ ଛୁଟ୍ଟି ମିଳେନି...
ଭାରତର ଅନ୍ୟ ସହରାପେକ୍ଷା ସୁରତ ଏବଂ ଗୁଜରାଟ ର ସହର ଗୁଡ଼ିକରେ ଶ୍ରମିକ ସଂଗଠନ ଗୁଡ଼ିକର ନିଶ୍କ୍ରିୟତା ତଥା ଅପାରଗତା ଯୋଗୁଁ ଏଠାର ଗରୀବ ଶ୍ରମିକ ଉପଯୁକ୍ତ ପ୍ରାପ୍ୟ ରୁ ବଞ୍ଚିତ ହେଉଛନ୍ତି ।

ଅନ୍ୟ ରାଜ୍ୟରୁ ଗୁଜରାଟ କୁ କର୍ମଭୂମିରୁପେ ବାଛିଥିବା ଲୋକମାନେ ହିଁ ଗୁଜରାଟ ର ପ୍ରକୃତ ଶ୍ରମିକ ଶକ୍ତି...

ଓଡ଼ିଶା ,ବିହାର, ମହାରାଷ୍ଟ୍ର ,ଉତ୍ତରପ୍ରଦେଶ ଏମିତି କି ନେପାଳୀ ଲୋକ ମଧ୍ୟ ଗୁଜରାଟର ଏମ୍ରୋଡରୀ ,ଡାଇଗଂ ପ୍ରିଟଂଗ୍ ଇଂଡସ୍ଟ୍ରୀ ,ଲୁମ୍ସ୍ ଇଂଡଷ୍ଟ୍ରୀ ଏବଂ ଡାଏମଣ୍ଡ ଇଂଡଷ୍ଟ୍ରୀ ମାନଙ୍କରେ କାର୍ଯ୍ୟ କରୁଅଛନ୍ତି ।

ଏଠାକର ଅଧିକାଂଶ ଶ୍ରମିକ ଭିନ୍ନ ଭିନ୍ନ ରାଜ୍ୟରୁ ଆସିଥିବାରୁ ସେମାନଙ୍କ ମଧ୍ୟରେ ଏକତାର ସର୍ବଦୌ ଅଭାବ ପରିଲକ୍ଷିତ ହେବା ଟା ନିତ୍ୟାନ୍ତ ସ୍ବାଭାବିକ

ତେବେ ଗୁଜରାଟ ର ଅଧିକାଂଶ ଉଦ୍ୟୋଗ ମାଲିକ ଶ୍ରମିକ ମାନଙ୍କୁ ଠିକ ସମୟେ ଏବଂ ପ୍ରତିମାସ ରେ ପାରିଶ୍ରମିକ ଦେଇ ଦେଉଥିବାରୁ ଶ୍ରମିକ ବର୍ଗ ମଧ୍ୟେ ସେତେଟା ଅସନ୍ତୋଷ ଦେଖାଯାଏ ନାହିଁ....

ଆଜକୁ ପ୍ରାୟ 200 ବର୍ଷ ତଳେ ଓଡ଼ିଆ ଲୋକ ବଙ୍ଗଳା ଏବଂ ବ୍ରହ୍ମଦେଶକୁ କର୍ମ ସନ୍ଧାନ ରେ ଯାଉଥିଲେ....

170 ବର୍ଷ ପୂର୍ବେ ଯେତେବେଳେ ମଧୁସୁଦନ ଦାସ ଗ୍ରାଜୁଏସନ୍ କରିବା ହେତୁ କଲିକତା ଯାଇଥିଲେ

ଓଡ଼ିଆ ଲୋକଙ୍କୁ
ଗଡ଼ଗଡ଼ିଆ ଘାଟରେ
ପାଲିଙ୍କି ବୁହାଳି ହୋଇ ବଙ୍ଗଳାରେ ସଲାମୀ ଦେଉଥିବାର ଦେଖି ତାଙ୍କୁ ବଡ଼ ଲଜ୍ୟା ବୋଧ ହୋଇଥିଲା !

ପରେ ମଧୁବାବୁ ତାଙ୍କ ଦୀର୍ଘ 16 ବର୍ଷ କାଳ କଲିକତା ରହଣୀ ମଧ୍ୟେ ଏହି ନିରକ୍ଷର ଓଡ଼ିଆ ମାନଙ୍କୁ ଶିକ୍ଷିତ କରିବା ଉଦ୍ଦେଶ୍ୟରେ ନୈଶ୍ୟ ପାଠଶାଳା ଆରମ୍ଭ କରିଥିଲେ ।

ଆଜି ଆଉ ସେ ଯୁଗ ଅଛି ନା ଦେଶରେ ଇଂଗ୍ରେଜୀ ଶାସନ ଚଳୁଛି
କିନ୍ତୁ ନିକଟ ଅତୀତରେ ଓଡ଼ିଶାର କିଛି ସ୍ଵାର୍ଥୀ ରାଜନେତା ଙ୍କ ପାଇଁ
ଓଡ଼ିଶା କିଛିକାଳ ଯେଉଁ ଅନଗ୍ରସର ହୋଇଥିଲା ଓଡ଼ିଶାର ଅଧିକାଂଶ ପରିଶ୍ରମୀ ଶ୍ରମିକ ଖାସ କରି
ଗଞ୍ଜାମ ,ଭଦ୍ରକ ,ବାଲେଶ୍ଵର ,କଟକ ,ଅନଗୁଳର ଲୋକଅନ୍ୟ ରାଜ୍ୟ କୁ ପଳାୟନ କରିଗଲେ
ଏବଂ
ବର୍ତ୍ତମାନ ଏହି ଓଡ଼ିଆ ଶ୍ରମିକ ମାନଙ୍କ ପରିଶ୍ରମ ବଳରେ ଗୁଜରାଟ ରାଜ୍ୟ ର ଏତାଦୃଶ ଉନ୍ନତି ସାଧିତ ହୋଇପାରିଅଛି !

କିଛି ବର୍ଷ ପୂର୍ବ ରୁ ସୋସିଆଲ ସାଇଟ ଗୁଡ଼ିକରେ ଗୁଜରାଟ ମୋଡ଼େଲ କୁ ନେଇ ବହେ ପ୍ରଚାର ହୋଇଥିଲା ।
ତତ୍କାଳୀନ ଗୁଜରାଟ ମୁଖ୍ୟମନ୍ତ୍ରୀ ତଥା ଭାଜପା ସରକାରଙ୍କର ଅତିଶୟ ପ୍ରଶଂସା ହେଲା ବେଳେ
ଶ୍ରମିକ ଏବଂ ବେପାରୀ ମାନଙ୍କ ଅକ୍ଳାନ୍ତ ପରିଶ୍ରମ କଥା ସବୁ ରହିଯାଇଥିଲା ପାଠକଙ୍କ ଦୃଷ୍ଟି ଆଢ଼ୁଆଳରେ ......

ସତରେ....
ଏ ଦେଶେ ଯୁଗେ ଯୁଗେ ଶ୍ରମିକ କୌଣାର୍କ ଗଢ଼ିଛି
ଏବଂ
ରାଜା ର ହୋଇ ଅଛି ସୁନାମ

ସେଇଥିପାଇଁ କଥା ରେ ଅଛି

"କୁକୁଡ଼ା କରେ ପରିଶ୍ରମ - ଫକୀର ଖାଏ ଅଣ୍ଡା"

ଏକ ମୌଳିକ ଓ ପ୍ରାଚୀନ ଓଡ଼ିଆ ଶବ୍ଦ: ଆଈଆଈ

ଜାପାନରେ କୋଡ଼ିଏ ହଜାର ପାଖାପାଖି Ainu ଜନଜାତିର ଲୋକେ ଥିଲେ ବି ସେମାନଙ୍କର ମୂଳ Ainu ଭାଷାରେ ମାତ୍ର ପାଞ୍ଚ ଦଶଜଣ ଲୋକ କଥାଭାଷା ହୋଇପାରୁଛନ୍ତି । ମରିଵାକୁ ବସିଥିଵା...