Monday, February 18, 2019

ପଞ୍ଜୁରି


ଅନୁଗୋଳରେ ପଞ୍ଜୁରୀ ବା ପିଞ୍ଜରା କୁ #ଖାଞ୍ଚା କୁହନ୍ତି । ଝୁଡ଼ି,ପାଛିଆ ଆଦି ବାଉଁଶରେ ତିଆରି ପାତ୍ରକୁ ଖାଞ୍ଚି କୁହନ୍ତି ! ଚାଲୁଣୀ ବି ବାଉଁଶରେ ତିଆରି ହୁଏ ଯାହାକୁ ଖଇଁଞ୍ଚି ,ବାଉଁଶ ତିଆରି ମାଛଧରା ଯନ୍ତ୍ରକୁ ବି ଖଇଞ୍ଚା କୁହନ୍ତି ! ବାଉଁଶ ପାତିରେ ଛକି ବାଡ଼କୁ କ ଇଁଚି କୁହନ୍ତି ! ପ୍ରୋକ୍ତ ସମସ୍ତ ଶବ୍ଦ ଓ ଖାଞ୍ଚା ଶବ୍ଦ ସଂସ୍କୃତ ଓ ଓଡ଼ିଆର କଞ୍ଚି ଶବ୍ଦ ସହିତ ସମଧୃତ ଅଟେ ! ପ୍ରାକୃତ ଓଡ଼ିଆରୁ ଏ ଶବ୍ଦ ଲୋକପ୍ରିୟ ହୋଇ ହିନ୍ଦି ଓ ବଙ୍ଗଳାରେ ଜଳୁଛି ! କଞ୍ଚିର ଅର୍ଥ ବାଉଁଶ କଣି !
ଓଡ଼ିଆଭାଷାରେ ପକ୍ଷୀ ରଖା ଖାଞ୍ଚାକୁ ପଞ୍ଜୁରି ବା ଘାରା ଏବଂ ମୂଷା,ଠେକୁଆ,ବାଘ ଆଦି ପଶୁ ରଖାଯିବା ଖାଞ୍ଚାକୁ ଜନ୍ତା କୁହାଯାଏ । ପଶୁ ଧରିବା ଯନ୍ତ୍ରକୁ ବି ଯନ୍ତା କୁହନ୍ତି । କେହି କେହି ଏ ଉଭୟ ଶବ୍ଦକୁ ଗୋଟିଏ ଭାବୁଥିଲା ବେଳେ ଆଉ କିଛି ଲୋକ ଭିନେ ଭାବନ୍ତି । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଭୟ ଶବ୍ଦକୁ ଯନ୍ତ୍ର ଶବ୍ଦ ସହ ସମ୍ବନ୍ଧିତ ଥିବା ଦର୍ଶାଯାଇଛି । ଅନ୍ଯ ଏକ ମତବାଦ ଅନୁସାରେ ସମ୍ଭବତଃ ଯନ୍ତ୍ର ଶବ୍ଦ ସହ ଯନ୍ତା(trappen) ସମଧୃତ ହୋଇଥିବା ବେଳେ ଜନ୍ତୁ ରଖାଯିବା ପିଞ୍ଜରାକୁ ଜନ୍ତା କୁହାଗଲା । ଇଂରାଜୀ,ଫ୍ରେଞ୍ଚ ଓ ଆଇରିସ୍ ଆଦି ଭାଷାରେ ପଞ୍ଜୁରୀ ଓ ଜନ୍ତାକୁ ସାଧାରଣତଃ cage କୁହାଯାଏ। ପର୍ତ୍ତୁଗାଲୀ ଭାଷାରେ ପଞ୍ଜୁରୀ ପାଇଁ cela ଶବ୍ଦ ଚଳେ ଯାହା ସମ୍ଭବତଃ ଇଂରାଜୀ cell(କୋଠରୀ) ସହ ସମ୍ବନ୍ଧିତ ହୋଇଥାଇପାରେ । ସ୍ପାନିଶ୍ ରେ ପିଞ୍ଜରାକୁ jaula କୁହାଯାଏ ଏବଂ ବୋଧହୁଏ ଏହା ଇଂରାଜୀ jail(କାରାଗାର,ଅଠରଖାଡ଼ିଆ) ସହ ସମଧୃତ ହୋଇପାରେ । ପଞ୍ଜୁରୀ ବା cage ପାଇଁ ଡଚ୍ ରେ kooi,ଜର୍ମାନରେ kafig,ଲିଥୁଆନିରେ narvas,ରୁଷୀ ଭାଷାରେ kletka ଓ ଚୀନୀଭାଷାରେ l`ong ଆଦି ଶବ୍ଦ ଚଳୁଅଛି । ଆପଣଙ୍କ ଅଞ୍ଚଳରେ ପଞ୍ଜୁରୀ,ଜନ୍ତା ଓ ଯନ୍ତା ପାଇଁ ଆଉ କିଛି ନିଆରା ଶବ୍ଦ ଚଳୁଅଛି କି ? ©କନ୍ତିଓକଥା

ଭାଷା logos language

ଭାଷା ଆମକୁ ପରସ୍ପର ସହିତ ଯୋଡ଼ି ରଖିଛି । ଭାଷାର ବହୁବିଧ ଶକ୍ତିକୁ ଉପଲବ୍ଧି କରି ହିଁ ବେଦରେ ଏହାକୁ ଈଶ୍ବରଦତ୍ତ କୁହାଯାଇଛି ! ଭାଷା ଶବ୍ଦର ନିରୁକ୍ତି=>ଭାଷ୍ ଧାତୁ+ଆ ପ୍ରତ୍ଯୟ ---ବ୍ଯକ୍ତବାଣୀ ! ଭାଷ୍ଯତେ ବ୍ଯକ୍ତ ବାଗ୍ ରୂପେଣ ଅଭିବ୍ଯଜ୍ଯତେ ଇତି ଭାଷା ଅର୍ଥାତ୍ ବ୍ଯକ୍ତବାଗ୍ ରୂପରେ ଯାହାର ଅଭିବ୍ଯକ୍ତି କରାଯାଏ ତାହା ଭାଷା । 
କପିଳମୁନିଙ୍କ ମତରେ
 "ସ୍ଫୁଟବାକ୍କରଣୋପାତ୍ତୋ ଭାବାଭିବ୍ଯକ୍ତିସାଧକଃ | 
ସଂକେତିତୋ ଧ୍ବନିବ୍ରାତଃ ଭାଶେତ୍ଯୁଚ୍ଯତେ ବୁଧୈଃ ||" 

ଏହି ପରିଭାଷାରେ ଭାଷାର ଚାରୋଟି ଲକ୍ଷଣ ସ୍ପଷ୍ଟ କରିଦିଆଯାଇଛି ଯଥା:- 
ବାକ୍(ବାଣୀ)କୁ ସ୍ଫୁଟ କରିବାର ଶକ୍ତି,ଭାବକୁ ବ୍ଯକ୍ତ କରିବାର ସାମର୍ଥ୍ଯ,ବାଗ୍ ଯନ୍ତ୍ରରୁ ଉଚ୍ଚାରିତ ଧ୍ବନିସମୂହ ଓ ଏଗୁଡ଼ିକର ସାଂକେତିକତା ! 

ଭାଷାର ଗ୍ରୀକ ପ୍ରତିଶବ୍ଦ ହେଉଛି lo'gos ଏବଂ ଏହାର ଅର୍ଥ ଚିନ୍ତାଶକ୍ତି ଓ ଜ୍ଞାନ । ଭାଷା ଦ୍ବାରା ହିଁ ଜଣେ ନିଜର ବିଚାର ଓ ଜଣାକଥା ବାଣ୍ଟେ ।

 ଇଂରାଜୀର language ଶବ୍ଦର ମୂଳ ହେଉଛି ଲାଟିନ୍ ଶବ୍ଦ lingua ଯାହାର ଆକ୍ଷରିକ ଅର୍ଥ ହେଲା ଜିହ୍ବା !

 ଜିହ୍ବା ହେଉଛି ଧ୍ବନି ଊତ୍ପାଦନକ୍ଷମ ମନୁଷ୍ଯର ବାଗ୍ ଯନ୍ତ୍ର ର ଶ୍ରେଷ୍ଠ ଅଂଶ ! ତେଣୁ LANGUAGE ଶବ୍ଦ ସୂଚିତ କରିଥାଏ ଯେ ଭାଷା ସୃଷ୍ଟିର ମୂଳରେ ମନୁଷ୍ଯର ବାଗ୍ ଯନ୍ତ୍ରର ଭୂମିକା ରହିଛି। ©ଶବ୍ଦଭେଦ

ବିଭିନ୍ନ ବାରର ଭିନ୍ନ ଭାନ୍ନ ନାମ

ସପ୍ତାହକ ସାତଦିନ ପୁଣି ସେଇ ସାତଦିନର ଅନେକ ନାମ ରହିଛି
। ନିମ୍ନରେ ପ୍ରତ୍ଯେକ ବାରର ବିଭିନ୍ନ ନାମ ଦିଆଗଲା
(କ)ରବିବାର---ଅର୍କବାର,ଆଦିତ୍ଯବାର,ସୂର୍ଯ୍ଯବାର,ସୂର୍ଯ୍ଯାୟଣବାର,ଭାନୁବାର,ଗଭାସ୍ତିବାର,ଭଟ୍ଟାରକବାର,(କୁଈ-ଆଦିବାରା) 

(ଖ)ସୋମବାର---ଚନ୍ଦ୍ରବାର,ଚନ୍ଦ୍ରାୟଣବାର,ଶଶିବାର(କୁଈ-ସମବାରା) 

(ଗ)ମଙ୍ଗଳବାର---ଅଙ୍କାରକବାର,କୁଜବାର,କୁଳବାର,ଭୌମବାର(କୁଈ-ମଙ୍ଗଡ଼ା(ବା)ରା)

 (ଘ)ବୁଧବାର---ପଣ୍ଡିତବାର,ସୌମ୍ଯବାର(କୁଈ-ପୁଦାରା)

 (ଙ)ଗୁରୁବାର---ବୃହସ୍ପତିବାର,ଲକ୍ଷ୍ମୀବାର,ମାଣବସାବାର,ଅଙ୍ଗାରବାର,ବାକ୍ପତିବାର(କୁଈ-ଲୋଚିବାରା) 

(ଚ)ଶୁକ୍ରବାର---ଅନୁକୁଳବାର,ଭୃଗୁବାର(କୁଈ-ଶୁକ୍ରବାରା) (ଛ)ଶନିବାର---କୃତାନ୍ତବାର,ଶୌରିବାର,ସୂର୍ଯ୍ଯସୂତବାର,ଶନୈଶ୍ଚରବାର,ପଙ୍ଗୁବାର(କୁଈ-ଶନିବାରା). . . . . . . . . . . . . . . . . . . . . . . . . . . . . . . . . . . ପୁରୁଷ,ସ୍ତ୍ରୀ ଓ କୁଳବାର. . . . . . . . . ରବି,ମଙ୍ଗଳ,ବୃହସ୍ପତି ଓ ଶନି ପୁରୁଷଗୁଣଯୁକ୍ତ ବାର,ସୋମ,ବୁଧ ଓ ଶୁକ୍ର ସ୍ତ୍ରୀଗୁଣପ୍ରଧାନ ବାର ଏବଂ ମଙ୍ଗଳ ଓ ଶୁକ୍ର କୁ କୁଳବାର ବୋଲି ବିଭିନ୍ନ ଜ୍ଯୋତିଷଶାସ୍ତ୍ରରେ ଉଲ୍ଲେଖ କରାଯାଇଛି . . . . . . . . . . . . . . . . . . . . . . . . . . . .

ଜିଓ ନାମ ର ସତ୍ୟତା

ଆଜି ଅଧିକାଂଶ ଭାରତୀୟ jio ନେଟୱର୍କ ବ୍ଯବହାର କରନ୍ତି ! ପ୍ରାୟ ଲୋକଙ୍କ ମନରେ ପ୍ରଶ୍ନ ଆସୁଥିବ ଏ jio ନାମଟା କୋଉଠୁ ଆସିଲା !
=>କିଛି ଭାରତୀୟ କୁହନ୍ତି ହିନ୍ଦୀର जिओ ରୁ ଏଭଳି ନାମକରଣ ହୋଇଥାଇପାରେ ।


 =>ବାହାଘର ସମୟର କଉଡ଼ିଖେଳକୁ ଉତ୍ତର ଓଡ଼ିଶାରେ ଜିଓ କୁହନ୍ତି !

 =>ଚୀନୀ ମାଣ୍ଡାରିନ୍ ରେ ଜିଓ ଶବ୍ଦଟି jiao(foot-ପାଦ) ର ଆଞ୍ଚଳିକ,କଥିତରୂପ ଏବଂ ଏହା ଚୀନର ସାମାଜିକ ଗଣମାଧ୍ଯମରେ ଏକ ଗାଳି ଭାବରେ ବ୍ଯବହୃତ ହୋଇଥାଏ !

 =>ମାଲାଗାସୀ ଭାଷାରେ ଜିଓର ଅର୍ଥ fragment,shard(ଅଂଶ ବା ଖଣ୍ଡ) ଅଟେ !

 =>ନିଗର-କଙ୍ଗୋ ଭାଷାପରିବାରର mandinka ଭାଷାରେ ଜିଓର ଅର୍ଥ ଜଳ ଅଟେ । 

ପୃଥିବୀରେ ଉଣ୍ଡିଲେ ଜିଓ ର ଏମିତି ଅନେକ ଅର୍ଥ ମିଳିଯିବ କିନ୍ତୁ ପ୍ରକୃତରେ ଜିଓ ନାମ ଉପରୋକ୍ତ କୌଣସି ଭାଷାର ଶବ୍ଦ ସହିତ ସମ୍ବନ୍ଧିତ ନୁହେଁ । jio ହେଉଛି ରିଲାଏନ୍ସ କମ୍ପାନୀର ଏକ ଉପସଂସ୍ଥା ଏବଂ ରିଲାଏନ୍ସ ମୁଖ୍ଯତ ଏକ oil କମ୍ପାନୀ ! ଏହି ରିଲାଏନ୍ସ ଅଏଲ୍ କର୍ପୋରେସନର ପୁରୁଣା ଲୋଗୋରୁ ପ୍ରେରିତ ହୋଇ ଜିଓ ଲୋଗେ ତିଆରି କରାଯାଇଛି ! ଜିଓ କିନ୍ତୁ ଏବେ ଅନେକଙ୍କ ଜୀବନର ଅଂଶ ବା ଅଙ୍ଗ ପାଲଟିଯାଇଛି,ଜିଓ ନୂଆ ନୂଆ ଅଫର ଦେଇ ଅନ୍ଯ ନେଟୱର୍କ ଅପରେଟରଙ୍କ ସହିତ ସତେ ଯେମିତି ଦ୍ଯୁତ ଖେଳୁଛି,ଜିଓର ଲୋକପ୍ରିୟତା ଆଗରେ ବାକି ନେଟୱର୍କ ତାହାର ପଦାନତ ହୋଇ ତାକୁ ହିଁ ଅନୁସରଣ କରୁଛନ୍ତି ! ଜିଓ ଏବେ ତା ଗ୍ରାହକଙ୍କ ପାଇଁ ଜଳ ହେଇଯାଇଛି ଇତ୍ଯାଦି ଇତ୍ଯାଦି...

ଭାରତ ବିଷୟରେ କେତେକ ବଶିଷ୍ଟ ମତ

ଭାରତ ଧନଧାନ୍ୟରେ ପୂର୍ଣ୍ଣ ଥିଲାବେଳେ
ଆମ୍ଭ ପୂର୍ଵଜ ଗ୍ରନ୍ଥାଦିରେ ଗାଇଥିଲେ―
“ଗାୟନ୍ତି ଦେଵାଃ କିଳ ଗୀତକାନି ଧାନ୍ଯାସ୍ତୁ ଯେ
ଭାରତଭୂମିଭାଗେ ।
ସ୍ଵର୍ଗାପଵର୍ଗାସ୍ପଦହେତୁଭୂତେ ଭଵନ୍ତି ଭୂୟଃ ପୁରୁଷାଃ ସୁରତ୍ଵାତ୍ ।।”
(ଵିଷ୍ଣୁ ପୁରାଣ(୨।୩।୨୪))
“ଦେଵତା ଗୀତ ଗାୟନ ପୂର୍ଵକ କହୁଛନ୍ତି
ଯେ-ସ୍ଵର୍ଗ ଓ ଉପଵର୍ଗର ମାର୍ଗଭୂତ ଭାରତଭୂମିରେ ଜନ୍ମିତ ଲୋକେ ଆମ୍ଭ ମାନଙ୍କ ଠାରୁ(ଦେଵତା ମାନଙ୍କ)ଅପେକ୍ଷା ଅଧିକ ଧନ୍ୟ ଵା ଭାଗ୍ୟଵାନ ଅଟନ୍ତି । ଅର୍ଥାତ୍ ସ୍ଵର୍ଗ ଓ ଉପଵର୍ଗ(ମୋକ୍ଷ-କୈଵଲ୍ୟ)ର ମାର୍ଗ ସ୍ଵରୂପ ଭାରତଭୂମିକୁ ଧନ୍ୟ ଧନ୍ୟ କହିବା ସହ ଦେଵଗଣ ଏହାର ଶୌର୍ଯ୍ୟ ଗାନ କରୁଅଛନ୍ତି । ଏଠାରେ ମନୁଷ୍ୟ ଜନ୍ମ ପାଇବା ଦେଵତ୍ଵ ପଦ ପ୍ରାପ୍ତ କରିବା ଠାରୁ ବି ବଡ଼ କଥା ଅଟଇ ।”
ସେତେବେଳେ ଭାରତ ଯଥାର୍ଥରେ ଵିଶ୍ଵଗୁରୁ ଥିଲା ତେଣୁ ଶାସ୍ତ୍ରରେ ଆଉ ପଦେ
ଯୋଡା଼ଯାଇଛି―
ଏତ ଦେଶ ପ୍ରସୂତସ୍ଯ  ସକାଶାଦଗ୍ର ଜନ୍ମନଃ । ସ୍ଵଂ ସ୍ଵଂ ଚରିତ୍ର ଶିକ୍ଷେରନ୍  ପୃଥିଵ୍ଯାଂ ସର୍ଵ ମାନଵାଃ ।।”
ଏ ଦେଶରେ ଉତ୍ପନ୍ନ ହୋଇଥିବା ଅଗ୍ରଜନ୍ମା ମହାପୁରୁଷଙ୍କ ପାଖରେ ବସି ସଂସାର ଯାକର ମାନଵ ଶିକ୍ଷାଗ୍ରହଣ କରନ୍ତୁ । କାରଣ ଏ ଦେଶ ଵିଶ୍ଵଗୁରୁ ଅଟେ । 
ଏ କଥା ଅନେକ ଵର୍ଷ ପରେ ଵିଦେଶୀ ଵିଦ୍ଵାନ ମଧ୍ଯ ମାନିଛନ୍ତି ଏଵଂ ଭାରତୀୟଙ୍କୁ ଏଥିପାଇଁ ଧନ୍ୟଵାଦ ବି ଦେଇଛନ୍ତି ।
ପ୍ରଶିଦ୍ଧ ଜର୍ମାନ- ଆମେରିକୀୟ ଵୈଜ୍ଞାନିକ Albert Einstein କହିଥିଲେ―
“We owe a lot to the Indians, who taught us how to count, without which no worthwhile scientific discovery could have been made.”-
(ଆମେ ସମସ୍ତ ଭାରତୀୟଙ୍କୁ ଅଭିଵାଦନ କରୁଛୁ,ଯେଉଁ ମାନେ ଆମ୍ଭମାନଙ୍କୁ ଗଣନା କରିବା ଶିଖେଇଛନ୍ତି କାରଣ ଏହା ବିନା ଵିଜ୍ଞାନ ର କୌଣସି ବି ଏଷଣା ସମ୍ଭଵପର ହୋଇପାରି ନଥାନ୍ତା)
ଆମେରକୀୟ ଦାର୍ଶନିକ ଓ ଐତିହାସିକ Will Durantଏ କଥାକୁ ଆହୁରି ସ୍ପଷ୍ଟ କରି କହିଛନ୍ତି । ତାଙ୍କ ଭାଷାରେ–
It is true that even across the Himalayan barrier India has sent to the west, such gifts as grammar and logic, philosophy and fables, hypnotism and chess, and above all numerals and the decimal system.
“ଏହା ସତ୍ୟ ଅଟେ ଯେ ହିମାଳୟର ଵାଧା ପରେ ବି ଭାରତଵର୍ଷ ଏହି ପଶ୍ଚିମ ଵିଶ୍ଵରେ ଵ୍ୟାକରଣ,ତର୍କ,ଦର୍ଶନ,ନୀତିକଥା,ସମ୍ମୋହନ,ଦ୍ୟୁତ,ଗଣନ ପଦ୍ଧତି ଏଵଂ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଦଶମିକ ପ୍ରଣାଳୀର ଜ୍ଞାନ ପଠେଇ ପାରିଥିଲା ।”

ସୁସାର

ଦକ୍ଷିଣାଞ୍ଚଳରେ ଏକ ଶବ୍ଦ ସୁସଂସ୍କାରୀ ବା ସାଧୁ ଅର୍ଥରେ ବ୍ଯବହାର ହୁଏ-ସୁସାର (ଯେ ସୁସାର ସେ ସୁସାରିଆ) !

 ବହୁତ ସମ୍ଭବ ସୁସାର ଶବ୍ଦଟି ସୁସଂସ୍କାର ଶବ୍ଦ ସହିତ ସମଧୃତ ହୋଇଥାଇପାରେ ! ଅନୁମାନ କରାଯାଏ ଯେ

ସୁସଂସ୍କାର ଶବ୍ଦର ପରିବୃତ୍ତିଗତ ସରଳିକରଣରୁ ଏ ଶବ୍ଦ ଚଳୁଅଛି ! ସୁସଂସ୍କାର ଶବ୍ଦରେ ସଂ ଲୋପ ହୋଇ

 ସୁ(ସଂ)ସା(କ)ର ଶବ୍ଦ ହୋଇଥିବା ଅନୁମାନ କରାଯାଏ ! ଆଉ କେତେକଙ୍କ ଅନୁସାରେ ସୁଧାର ଶବ୍ଦର ଭିନ୍ନ ରୂପ

 ସୁସାର ହୋଇପାରେ ଯଦି ଧା ଓ ସା ମଧ୍ଯରେ ବର୍ଣ୍ଣ ପରିବୃତ୍ତି ସମ୍ଭବପର ତେବେ ! ଓଡ଼ିଆରେ ସୁଧାର ଶବ୍ଦର ଦକ୍ଷିଣାଞ୍ଚଳର

 ସୁସାର ଭଳି ବ୍ଯବହାର ଦେଖାଯାଏ ଯଥା-ସୁଧାର ଗାଈ,ସୁଧାର ଲୋକ ଇତ୍ଯାଦି ! କେଉଁଠି କେଉଁଠି ସୁଧାର,ସୁସାର ଅର୍ଥେ

 ସଜରି(ଆ) ଶବ୍ଦର ମଧ୍ଯ (ସଜରି(ଆ) ଗାଈ) ବ୍ଯବହାର ହେଉଥିବା ଦେଖାଯାଏ !

ଦେଶିଆ ଓଡ଼ିଆ ଶୈଳୀ ଓ କିଛି ନିଆରା ଶବ୍ଦ

ଦେଶିଆ ଓଡ଼ିଆ ଶୈଳୀ ଦକ୍ଷିଣ ଓ ଦକ୍ଷିଣ ପଶ୍ଚିମ ଓଡ଼ିଶାର କଥିତ ଓଡ଼ିଆଭାଷା ଅଟେ । ବିଭିନ୍ନ ଜନଜାତୀୟ ଲୋକଙ୍କର ଏହା ଅବିଭକ୍ତ କୋରାପୁଟ ତଥା ଦକ୍ଷିଣ ଓଡ଼ିଶାରେ(ପ୍ରାଚୀନ କଳିଙ୍ଗର) ଏକପ୍ରକାରର ଜନସଂପର୍କର ଭାଷାଶୈଳୀ ଅଟେ । ଏହି ଦେଶିଆ ଓଡ଼ିଆ ଶୈଳୀ ଦ୍ବାରା ଆମ ସମ୍ବଲପୁରୀ ଶୈଳୀ ବହୁମାତ୍ରାରେ ପ୍ରଭାବିତ ! ନିମ୍ନରେ ଦେଶିଆ ଓଡ଼ିଆ ଶୈଳୀର କିଛି ନିଆରା ଶବ୍ଦ ଉଲ୍ଲେଖ କରାଗଲା -
 (କ)ଅଖ-ଇରୁଷୁ
 (ଖ)ଅଟ୍ଟାଳିକା-ମେଡ଼ଘର
 (ଗ)ଅନାଥ-ଟୁରା
 (ଘ)ଆଖୁ-ଡାଣ୍ଡା
 (ଙ)ଉଇ-ଉଲମା 
(ଚ)ଉର୍ବର-ଉଶାସ୍
 (ଛ)ଓଠ-ଚଣ୍ଡି,ଥମ୍ନି(ଥୋମଣୀ)
 (ଜ)ଓଧ-ବାୟଁକା
 (ଝ)କଜଳପାତି-ଘଲିଆ
 (ଞ)କଢ଼-ତୁଣ୍ଡି
 (ଟ)କପୋତ-ପାଣ୍ଡକା
 (ଠ)କମ୍ବଳ-ରାଗୁ
 (ଡ)କାଣ୍ଡ-ଖେନ୍ଦା(କେଣ୍ଡା)
 (ଢ)କୋଇଲି-କୁମାଟି 
(ଣ)କୋକିଶିଆଳ-କେଣ୍ଡରା,କୁଲିଆ(କୁଲ୍ହିଆ)
 (ତ)ଖୁଡ଼ି-ନିନିମା 
(ଥ)ଖୁସି-ସାର୍'ଦା 
(ଦ)ଗାଡ଼ିଆ-ଡବରା 
(ଧ)ଗୁଳଗୁଳି-ଘୁମାଘୁମା 
(ନ)ଗେଣ୍ଡା-ଗୁଲି 
(ପ)ଗୋଧି-ଗିରନା
 (ଫ)ଘଟ-ପାତଲି(ଜଗନ୍ନାଥଙ୍କ ପାତଳି ? )
 (ବ-B)ଘାଇଲା-କାବରା(ଖାବରା)
(ଭ)ଚାକର-କାବାଡ଼ି 
 (ମ)ଚାଖଣ୍ଡ-ବିତା
 (ଯ)ଠେକୁଆ-ଖାରା[ଡ଼ା]
(ୟ)ଥଳି-ମୁନା(ମୁଣା)
 (ର)ଦାଆ-ଇଲା 
(ଲ)ନିମନ୍ତ୍ରଣ-ନିଉତା
 (ଳ)ସୈନିକ-ପାଇକ୍
 (ବ-V)ପ୍ରହରି-ପାଉରା
 (ୱ)ପଥର-ପଗଡ଼ି(ପ=ବ/ବଡ଼ ଓ ଗଡ଼ି=ଗୋଡ଼ି ?)
 (ଶ)ପାହାଡ଼-ପାବ୍'ଲି 
(ଷ)ପଦ୍ମ-ପୁରନି,ପଦୁଅ 
(ହ)ବଧିର-ବଇରା ... (କ୍ରମଶଃ)

Sunday, February 17, 2019

ପ୍ରେମ ଓ ମୃତ୍ଯୁ

ଶୁଣିବ ଯେବେ ପ୍ରିୟା ଗୋ ମୋର ପ୍ରଣୟୀ ତବ ଜଗତେ ନାହିଁ,
ଆସିବ ମୋର ଭସ୍ମ ପାଶେ ଦେବ ହେ ତାରେ ଦେହର ଛାଇ ||
 ପାରିବ ଯଦି ଭସ୍ମ ପରେ ପଦ୍ମପାଦ ଚାଲିବ ଧୀରେ,
ଜୀବନ ପୁଣି ଲଭିବି ସଖି,ନିଶ୍ଚୟ ମୁଁ ମରଣ-ତୀରେ ||
 (ପ୍ରଣୟୀ କବି ମାୟାଧର ମାନସିଂହ)
कैप्शन जोड़ें

ଭାରତୀୟ ସଂସ୍କୃତି ବିଷୟରେ ୟୁରୋପୀୟଙ୍କ ଆଦିମ ଚିନ୍ତାଧାରା

ୟୁରୋପୀୟ ମାନେ ଯେତେବେଳେ ପ୍ରଥମେ ଶ୍ରୀଜଗନ୍ନାଥ ଓ ରଥଯାତ୍ରା ଆଦି ଭିନ୍ନ ପ୍ରକାରର ଈଶ୍ବର ତଥା ଧର୍ମାନୁଷ୍ଠାନ ଦେଖିଲେ ସେମାନଙ୍କ ଭୋଗବାଦ ପୃଷ୍ଟ କ୍ଷୁଦ୍ରମତିରୁ ଅନେକ ପ୍ରତିକ୍ରିୟା ଜାତ ହୋଇଥିଲା ! 1633 ମସିହାରେ ଏକ ଆଠଜଣିଆ ଇଂରେଜ ବଣିକ ଦଳ ବ୍ଯବସାୟ ପାଇଁ ଓଡ଼ିଶା ମାଟିରେ ପାଦ ଦେଲେ । ସେ ଦଳର ଜଣେ ସଦସ୍ଯ ଉଇଲିୟମ ବ୍ରୁଟନ୍ ୟୁରୋପୀୟ ବଜାରରେ ପୁରୀ ବସ୍ତ୍ରର ବ୍ଯାପକ ଚାହିଦା ଥିବାରୁ ନିଜେ ଏହାର ସଂଗ୍ରହ ପାଇଁ ବାରମ୍ବାର ପୁରୀ ଯାଉଥିଲେ। ତେଣୁ ପୁରୀ ରହଣିକାଳରେ ଜଗନ୍ନାଥଙ୍କ ରଥଯାତ୍ରା ଦେଖି ନିଜ ଭିତରେ ଯେଉଁ ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା
,ତାହା ସେ ଏଇଭଳି ଉଲ୍ଲେଖ କରିଛନ୍ତି-
"I went to view the city in same part,but especially that mightly pagoda or paged,the mirror of all wickedness and lidolatry. Unto this pagoda or house of satan(as it may rightly called)belong nine thousand brahmins or priests,which daily offer sacrifices into their great god jaggarnat,from which large numbers of people visit and to which some present munificent offerings" ... When it going along the city there are many that will offer themselves as a sacrifice to this idol and desperately lie down on the ground,that the chariot wheels may run over them whereby they are killed outright,some get broken arms,some broken legs so that many of them are so destroyed and by this means may think to merit heaven".

 1630ରୁ 1860ଯାଏଁ ବ୍ରୁଟନଙ୍କଠାରୁ 1860ରେ ସୋର୍ ଙ୍କ ପର୍ଯ୍ଯନ୍ତ ବହୁ ଇଂରେଜ ଅଧିକାରୀ ଓଡ଼ିଆଙ୍କ ଜଗନ୍ନାଥ ପ୍ରୀତିକୁ ଦେଖି ବିସ୍ମୟାଭିଭୂତ ହେବା ସହ "ଆଇଲେ ବାରିଆଡ଼ୁ ବୁଝିଲେ ଚାରିଆଡ଼ୁ" ନ୍ଯାୟରେ ଅନେକ ହାସ୍ଯାସ୍ପଦ ବିବରଣୀ ଲେଖିଯାଇଛନ୍ତି ! ଏଇସବୁ ଲେଖାପଢ଼ି ଇଉରୋପୀୟମାନେ ଏତେ ମାତ୍ରାରେ ପ୍ରଭାବିତ ହୋଇଥିଲେ ଯେ ଜଗନ୍ନାଥ ଶବ୍ଦକୁ ଜଗରନଟ୍ କରି ଏବଂ ଜଗନ୍ନାଥଙ୍କୁ ବିଶାଳ ଦାନବ ଆକଳନ କରିଦେଇଥିଲେ ! ଆଜି ମାର୍ବେଲ୍ କମିକ୍ସର ଜଗରନଟ୍ ଚରିତ୍ର ଇରୋପୀୟଜାତିଙ୍କ ପ୍ରାଚୀନ ଭ୍ରାନ୍ତିର ଆଧୁନିକ ରୂପାନ୍ତର ମାତ୍ର !!! (ତଥ୍ଯ-ଓଡ଼ିଆ ଭାଷାସାହିତ୍ଯ ପରିଚୟ,ଡ଼ଃ ସୁବ୍ରତ କୁମାର ପୃଷ୍ଟି)

ଏକ ମୌଳିକ ଓ ପ୍ରାଚୀନ ଓଡ଼ିଆ ଶବ୍ଦ: ଆଈଆଈ

ଜାପାନରେ କୋଡ଼ିଏ ହଜାର ପାଖାପାଖି Ainu ଜନଜାତିର ଲୋକେ ଥିଲେ ବି ସେମାନଙ୍କର ମୂଳ Ainu ଭାଷାରେ ମାତ୍ର ପାଞ୍ଚ ଦଶଜଣ ଲୋକ କଥାଭାଷା ହୋଇପାରୁଛନ୍ତି । ମରିଵାକୁ ବସିଥିଵା...