Monday, February 18, 2019

ଭାଷା logos language

ଭାଷା ଆମକୁ ପରସ୍ପର ସହିତ ଯୋଡ଼ି ରଖିଛି । ଭାଷାର ବହୁବିଧ ଶକ୍ତିକୁ ଉପଲବ୍ଧି କରି ହିଁ ବେଦରେ ଏହାକୁ ଈଶ୍ବରଦତ୍ତ କୁହାଯାଇଛି ! ଭାଷା ଶବ୍ଦର ନିରୁକ୍ତି=>ଭାଷ୍ ଧାତୁ+ଆ ପ୍ରତ୍ଯୟ ---ବ୍ଯକ୍ତବାଣୀ ! ଭାଷ୍ଯତେ ବ୍ଯକ୍ତ ବାଗ୍ ରୂପେଣ ଅଭିବ୍ଯଜ୍ଯତେ ଇତି ଭାଷା ଅର୍ଥାତ୍ ବ୍ଯକ୍ତବାଗ୍ ରୂପରେ ଯାହାର ଅଭିବ୍ଯକ୍ତି କରାଯାଏ ତାହା ଭାଷା । 
କପିଳମୁନିଙ୍କ ମତରେ
 "ସ୍ଫୁଟବାକ୍କରଣୋପାତ୍ତୋ ଭାବାଭିବ୍ଯକ୍ତିସାଧକଃ | 
ସଂକେତିତୋ ଧ୍ବନିବ୍ରାତଃ ଭାଶେତ୍ଯୁଚ୍ଯତେ ବୁଧୈଃ ||" 

ଏହି ପରିଭାଷାରେ ଭାଷାର ଚାରୋଟି ଲକ୍ଷଣ ସ୍ପଷ୍ଟ କରିଦିଆଯାଇଛି ଯଥା:- 
ବାକ୍(ବାଣୀ)କୁ ସ୍ଫୁଟ କରିବାର ଶକ୍ତି,ଭାବକୁ ବ୍ଯକ୍ତ କରିବାର ସାମର୍ଥ୍ଯ,ବାଗ୍ ଯନ୍ତ୍ରରୁ ଉଚ୍ଚାରିତ ଧ୍ବନିସମୂହ ଓ ଏଗୁଡ଼ିକର ସାଂକେତିକତା ! 

ଭାଷାର ଗ୍ରୀକ ପ୍ରତିଶବ୍ଦ ହେଉଛି lo'gos ଏବଂ ଏହାର ଅର୍ଥ ଚିନ୍ତାଶକ୍ତି ଓ ଜ୍ଞାନ । ଭାଷା ଦ୍ବାରା ହିଁ ଜଣେ ନିଜର ବିଚାର ଓ ଜଣାକଥା ବାଣ୍ଟେ ।

 ଇଂରାଜୀର language ଶବ୍ଦର ମୂଳ ହେଉଛି ଲାଟିନ୍ ଶବ୍ଦ lingua ଯାହାର ଆକ୍ଷରିକ ଅର୍ଥ ହେଲା ଜିହ୍ବା !

 ଜିହ୍ବା ହେଉଛି ଧ୍ବନି ଊତ୍ପାଦନକ୍ଷମ ମନୁଷ୍ଯର ବାଗ୍ ଯନ୍ତ୍ର ର ଶ୍ରେଷ୍ଠ ଅଂଶ ! ତେଣୁ LANGUAGE ଶବ୍ଦ ସୂଚିତ କରିଥାଏ ଯେ ଭାଷା ସୃଷ୍ଟିର ମୂଳରେ ମନୁଷ୍ଯର ବାଗ୍ ଯନ୍ତ୍ରର ଭୂମିକା ରହିଛି। ©ଶବ୍ଦଭେଦ

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...