Monday, August 7, 2017

:::::::: ମଧୁମୟ---ଗଙ୍ଗାଧର ମେହେର::::::

ବିଶ୍ବ ଦେଖ ମଧୁମୟରେ ଜୀବନ
ବିଶ୍ବ ଦେଖ ମଧୁମୟ
ମଧୁର ଝରଣ କରିବ ହରଣ
ତୋ ପାପ ମରଣ ଭୟରେ ଜୀବନ (ଘୋଷା)
ଜନନୀର ସ୍ନେହ ଜାୟାର ପ୍ରଣୟ
ବୁଧ ବନ୍ଧୁ ସଦାଳାପ,
ଜନକ ଆଦର ଏକ ଏକ ଝର
ତଡ଼ି ଦେଉଛନ୍ତି ତାପ ରେ ଜୀବନ ।
ନବ ନବ କର୍ମ ନବ ନବ ମର୍ମ
ନବ ନବ ଜ୍ଞାନ ପଥ,
ନବୀନ ଆଲୋକେ ଦେଖାନ୍ତି ଏ ଲୋକେ
ମଧୁ ଝର ଶତ ଶତ ରେ ଜୀବନ ।
ମଧୁମୟ ବନେ ମଧୁମୟ ସ୍ବନେ
ଗାଇ ମଧୁମୟ ଗୀତି,
ବିହଙ୍ଗମଗଣ ପୂରାନ୍ତି ଶ୍ରବଣ
ମଧ ଢାଳି ନିତି ନିତି ରେ ଜୀବନ ।
ଦିନେ ଦିନପତି ରାତ୍ରେ ଋଷତତି
ସହିତ କୁମୁଦ ବନ୍ଧୁ,
ବିଚରି ଗଗନେ ଅଖିଳ ଭୂବନେ
ବିତରନ୍ତି ଜ୍ୟୋତି ମଧୁ ରେ ଜୀବନ ।
ମହୀ ମହୀଧରେ ସରିତ ସାଗରେ
ସରେ ବନେ ଉପବନେ,
ଦେଖ ଫୁଲକୁଳ ପଲ୍ଲବ କଲ୍ଲୋଳ
ମଧୁ ମାଖିଛନ୍ତି ଘନ ରେ ଜୀବନ ।
ବିଶ୍ଵନାଥଙ୍କର କରୁଣାକନ୍ଦର
ମଧୁ ଝର ଜନ୍ମସ୍ଥଳ,
ଚାହିଁ ଝର ପ୍ରତି ଉଚ୍ଚେ କଲେ ଗତି
ପାଇବୁ କରୁଣା ବଳ ରେ ଜୀବନ  ।
ହେଲେହେ ତୁ ସାନ କରୁଣା ନିଧାନ
ରାଜ୍ୟରେ କରିଛୁ ବାସ,
ବଢାଇଲେ କର ତାଙ୍କ ଶ୍ରୀପୟର
ଲଭେ ନ ହେବୁ ନିରାଶ ରେ ଜୀବନ ।
ସର୍ପଦଷ୍ଟ ଜନ ମୁଖରେ ଲବଣ
ଦେଲେ ବୋଲି ଥାଏ ମାଟି,
ଜ୍ଞାନଭ୍ରଷ୍ଟେ ମଧୁ ନ ଲାଗିଲେ ସ୍ବାଦୁ
ଜ୍ଞାନଗଦ ପିଅ ବାଟି ରେ ଜୀବନ ।।।।।

@ସ୍ବଭାବ   କବି ଗଙ୍ଗାଧର ମେହେର

No comments:

Post a Comment

•Project Karachi: ଭାରତ ପାକିସ୍ତାନର ଏକ ଅର୍ଥନୈତିକ ଯୁଦ୍ଧ•

ପାକିସ୍ତାନ , ଆମ ଦେଶକୁ ସାମରିକ ଯୁଦ୍ଧରେ ପରାସ୍ତ କରିଵାରେ ଵିଫଳ ହେଵା ପରେ ଏକ ଅଦୃଶ୍ୟ ଯୁଦ୍ଧ ଆରମ୍ଭ କରିଦେଇଥିଲା। ଏହି ଯୁଦ୍ଧର ନାମ ଥିଲା Project Karachi। ଏହା ...