Thursday, August 17, 2017

••ଆମ ଓଡ଼ିଆଭାଷାରେ ମଣିଷ ପଶୁ ବିଚାର ଅଛି •••

ଓଡ଼ିଆରେ ମନୁଷ୍ୟ ଦ୍ବାରା ପଦାଘାତକୁ 'ଗୋଇଠା' ମାରିବା କୁହାଯାଏ ।

କିନ୍ତୁ
ପଶୁ ଯଦି ପଦାଘାତ/ପଦପ୍ରହାର କରେ ତାହା
'ନାତ' ମାରିବା କୁହାଯାଏ ।
କଟକ ଅଞ୍ଚଳରେ 'ନାତ' ଶବ୍ଦରେ "ନ" ଟା "ଲ" ହୋଇ 'ଲାତ' ହୁଏ ।

ଓଡ଼ିଆ 'ନାତ' ଶବ୍ଦ ସହ ସଂସ୍କୃତର 'ଲତ୍ତା' ଶବ୍ଦର ସାମଞ୍ଜସ୍ୟ ରହିଛି ।
ଏହି 'ଲତ୍ତା' ରୁ "ଭୋଜପୁରୀଭାଷା" ରେ
'ଲତ୍ତାଡନା' ଭଳି ଶବ୍ଦ ସୃଷ୍ଟି ହୋଇଛି ।
ସଂସ୍କୃତ 'ଲତ୍ତା' ଶବ୍ଦର ମୂଳ 'ଲତ ଧାତୁ' ଏବଂ ଏହା ଆଘାତ କରିବା ଅର୍ଥରେ ବ୍ୟବହୃତ ହୋଇଥାଏ ।
ହିନ୍ଦୀରେ ମନୁଷ୍ୟ ଦ୍ବାରା ଗୋଇଠା ମରାକୁ "ଲାତ୍"  କୁହାଯାଉଥିଲା ବେଳେ
ପଶୁ ଦ୍ବାରା ନାତ ମରା କୁ "ଲଥାର୍" କୁହାଯାଏ । ଏହି ଲଥାର୍ ପୁଣି କେଉଁଠି କେଉଁଠି 'ଲତାର୍' ହୁଏ ତ କେଉଁଠି 'ଲତାଡ୍' ହୋଇଛି !!!!
ସେହିଭଳି ବଙ୍ଗାଳୀ ରେ ମନୁଷ୍ୟର ଗୋଇଠାକୁ ଲାଥି ବା ଲାଥୀ କୁହାଯାଏ​ ଏବଂ ପଶୁଙ୍କ ନାତମରା କୁ "ଲାଥ୍" କୁହାଯାଇଥାଏ । ଏ ସବୁ ଶବ୍ଦ ମୂଳତଃ ଗୋଟିଏ ଶବ୍ଦ ରୁ ହିଁ ସୃଷ୍ଟି ହୋଇଛନ୍ତି ।

ଓଡ଼ିଆରେ ମଣିଷ ପଶୁ  ବାଛ ବିଚାର ଥିବାରୁ ଆମଭାଷାରେ "ଗୋଇଠା" ଭଳି ଏକ ସ୍ଵତନ୍ତ୍ର ଶବ୍ଦ ସୃଷ୍ଟି କରାଯାଇଛି ।
କିନ୍ତୁ ହିନ୍ଦୀ ଭାଷାଭାଷୀ ଏବଂ ବଙ୍ଗଳାରେ ମଣିଷ କୁ ମଧ୍ଯ ପଶୁ ବିଚାର କରି ଗୋଟିଏ ଶବ୍ଦକୁ ସାମାନ୍ୟ ବଦଳେଇ ବ୍ୟବହାର କରାଯାଏ । ବୋଧହୁଏ ସେମାନେ ଏଥିପାଇଁ ନୂଆ ଶବ୍ଦଟିଏ ଦରକାର କରିନଥିଲେ ।
ହିନ୍ଦୀରେ ଆଜିକାଲି 'ଲାତ୍' ଏବଂ 'ଲଥାର୍'    ର ସାମାନ୍ୟ ଭେଦ ମଧ୍ଯ ଅନେକାଂଶରେ ହଟିଗଲାଣି ତେଣୁ ସେମାନେ ଏବେ 'ଲତ୍ତାଡନା' ଶବ୍ଦଟିର ବହୁଳ ବ୍ୟବହାର କରିଥାନ୍ତି । ଫେସବୁକ୍ ରେ କାହାକୁ ଅନଫ୍ରେଣ୍ଡ କଲେ କୁହନ୍ତି -"ମୈଁ ଉସୁକୋ ଲତ୍ତାଡକର୍ ଅପନେ ଵାଲ୍ ସେ ବାହର୍ କିୟା ହୁଁ ଆଜ୍" କିମ୍ବା " ଆଜ ଉସନେ ଉସକୋ ଲତ୍ତିୟା ଦିଆ"
"ସଂକ୍ଷେପରେ ସେମାନେ ନିଜ ବ୍ଯତିରେକ ଅନ୍ୟ ମାନବଙ୍କୁ ମଧ୍ଯ ପଶୁ ଜ୍ଞାନ କରିଥାଆନ୍ତି ।"

((ପଶ୍ଚିମ ଓଡ଼ିଶାରେ ମନୁଷ୍ୟର ଗୋଇଠାକୁ ଲାତ୍ କୁହାଯାଏ । ବୋଧହୁଏ ହୁଏ ଏହା ହିନ୍ଦୀ ପ୍ରଭାବରେ ପ୍ରଚଳିତ । ଉଦାହରଣ ସ୍ୱରୂପ ସମ୍ବଲପୁରୀ​ ଢଗ ଅଛି " ପଡ଼ିଲା ଉତ୍ତାରୁ ଯେ ମାର୍'ସୀ ଲାତ୍ । ପୁଡି଼ଯାଉ ସେ ଗୁଡ୍ ହାତ୍" ))

*ଗୋଇଠା*
ଗୋଇଠା ଶବ୍ଦଟି ବୋଧହୁଏ ଗୋଇଠି ଶବ୍ଦର ବଦଳରୁ
ସୃଷ୍ଟି ହୋଇଛି ।
ପାଦ ତଳରେ ଯେଉଁ ଅଂଶ ଠିକ୍ ପାଦଗଣ୍ଠିର ତଳେ
ଥାଏ ତାକୁ ଗୋଇଠି କୁହାଯାଏ ।

*******ଗୋଇଠିର କିଛି ପ୍ରତିଶବ୍ଦ******
୧.ପାଦମୂଳ
୨.ଗୁଳ୍'ଫ୍
୩.ରେଡି

ହିନ୍ଦୀରେ---एडी
ବଙ୍ଗଳାରେ-গোড়ালি

ହିନ୍ଦୀରେ ବ୍ୟବହୃତ ଏଡି ଶବ୍ଦଟି ବୈଦେଶିକ ଶବ୍ଦ
ଏହା ମୂଳ ପାର୍ସି ଭାଷାର ଏଁଡୀ ଶବ୍ଦରୁ ଆସିଅଛି ।
ଓଡ଼ିଆରେ "ରେଡି଼ ମାରିବା" (ଗୋଇଠା ମାରିବା ଅର୍ଥରେ)
ର ବ୍ୟବହାର ଅଛି । ହିନ୍ଦୀରେ ଏଡୀ ମାରନା୍ ଥାଇପାରେ  ।
ଏହି ରେଡି ରୁ ପୁଣି ରେଡି଼ବା କ୍ରିୟା ଶବ୍ଦ ପ୍ରଚଳିତ ହୋଇଅଛି ।
ଅସମ୍ମାନ କରିବା,
ସ୍ବାମୀର କଥାକୁ ଲଙ୍ଘନ କରିବା ଅର୍ଥରେ ।
ଏଁଡୀ ଶବ୍ଦରୁ ଓଡ଼ିଆ ରେ ଏଡିବା ଶବ୍ଦର ପ୍ରଚଳନ ହୋଇଛି କି ?
ଆମେ ଘରର କବାଟବନ୍ଧ/ଦୁଆରବନ୍ଧ/ଦୋହଳୀ/ଏରୁଣ୍ଡୀବନ୍ଧ/ଇରୁଣ୍ଡୀବନ୍ଧ
ଲଙ୍ଘିଲାବେଳେ
ଯେହେତୁ ଏଡୀ ଉପରକୁ କରି ଲଙ୍ଘିଥାନ୍ତି ତେଣୁ
ଏଭଳି ଏକ ଶବ୍ଦ ସୃଷ୍ଟି ହୋଇଥାଇପାରେ ?

ତେବେ ସେ ଯା ହେଉ

ଏଡି଼ ମାରିବା ଶବ୍ଦ ଗୋଇଠା ମରା ଅର୍ଥରେ ଓଡ଼ିଆ ରେ ମଧ୍ଯ ଅଛି

ଆମ ପାଖରେ ମଣିଷକୁ ପଦାଘାତ କରିବା ଅର୍ଥରେ
ଗୁଡାଏ ଶବ୍ଦ ଥିଲା ବେଳେ ହିନ୍ଦୀ ପାଖରେ ନାହିଁ
ଯଦିବା ହିନ୍ଦୀରେ ଏଡୀ ମାରନା ଅଛି କିନ୍ତୁ ତାହା ବୈଦେଶିକ
ଏବଂ ବର୍ତ୍ତମାନ ଯୁଗରେ ବ୍ଯବହାର କମ୍ ହୋଇଛି ।
କିନ୍ତୁ ଓଡ଼ିଆ ରେ
ବୈଦେଶିକ ଏଡୀ ମାରନା ଅଛି
ଦେଶଜ ରେଡି଼ ବା ରେଢି଼ ମାରନା ବି ଅଛି
ଏବଂ ମୌଳିକ ଗୋଇଠା ମାରିବା ମଧ୍ଯ ଅଛି ।

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...