Saturday, August 19, 2017

    /////////रुपयाVsଟଙ୍କା/////////////

ହିନ୍ଦୀର रुपया ଶବ୍ଦଟି ଏକ ପାର୍ସି ଶବ୍ଦ ଏବଂ ଏହାର ବହୁଳ ପ୍ରୟୋଗ ଆମେ ଉତ୍ତର ଭାରତରେ ଦେଖିବାକୁ ପାଇଥାନ୍ତି ।
ରୂପା ମୁଦ୍ରା ସଂସ୍କୃତ ଶବ୍ଦର ଏହା ପାର୍ସୀରୂପ !!!
ମୋଗଲ ଶାସନ କାଳରେ ୧୬ ତୋଳା ରୂପା ମୁଦ୍ରା କୁ ୧ ରୂପୟା କହୁଯାଉଥିଲା ।
କିନ୍ତୁ ପ୍ରାଚୀନ କାଳରେ ୧ ତୋଳା ବିଶିଷ୍ଟ ରୂପା ମୁଦ୍ରାକୁ "ଟଙ୍କା" କୁହାଯାଉଥିଲା ଯାହା ଆଜି ବି ଓଡ଼ିଶାରେ ସୁପ୍ରଚଳିତ !
ସଂସ୍କୃତରୁ ବଙ୍ଗଳାରେ ମଧ୍ଯ ଏହି ଶବ୍ଦଟି ଗୃହୀତ ହୋଇଅଛି ତେବେ ତାଙ୍କ ଭାଷାରେ ଏ ଶବ୍ଦ ବିକୃତି ସହ ଟାଁକା ହୋଇଅଛି  ।
ହିନ୍ଦୀରେ ଟଙ୍କା ଶବ୍ଦ ଆଜି ଅପ୍ରଚଳିତ କିନ୍ତୁ ଏ ଶବ୍ଦର ବିକୃତ ଶବ୍ଦରୂପକୁ ସେମାନେ ପ୍ରତିଶତ% ବଦଳରେ ବ୍ୟବହାର କରିଥାନ୍ତି ।
(ଯଥା ୧୦୦ ଟକା ବାତ୍ )
ଯେହେତୁ ୧ ତୋଳା ଓଜନ ବିଶିଷ୍ଟ ରୂପା ମୁଦ୍ରାକୁ ଟଙ୍କା କୁହାଯାଉଥିଲା ତେଣୁ ୧୦୦ ଟଙ୍କା=୧୦୦%=100टका ହୋଇଅଛି  ।
ତେବେ ବିଶ୍ବର ଏହି ଦୁଇ ମହାନ ଭାଷା ସଂସ୍କୃତଶବ୍ଦର ମୌଳିକ ରୂପକୁ ଅକ୍ଷୁର୍ଣ୍ଣ ରଖିବାରେ ବିଫଳ ହୋଇଥିଲେ ହେଁ ଓଡ଼ିଆ ଭାଷା ସଫଳ ହୋଇଛି ।.....

ExtraShot:-
ଟଙ୍କା ଶବ୍ଦର କ୍ଷୁଦ୍ରତମ ବୈଜ୍ଞାନିକ ସଂସ୍କୃତ ଧାତୁ ରୂପ ହେଉଛି "ଟଙ୍କ ଧାତୁ"
ଏହା ବାନ୍ଧିବା,ଆବଦ୍ଧ କରିବା ତଥା ଟଙ୍ଗ୍ ଟଙ୍ଗ୍ ଶବ୍ଦ କରିବା ଅର୍ଥରେ ବ୍ୟବହୃତ ହୋଇଥାଏ ।
ଟଙ୍କ ଧାତୁ ଶବ୍ଦରୁ ଗୋଟିଏ ପଟେ ଦେଶଜ ଟାଙ୍ଗିବା କ୍ରିୟା ଶବ୍ଦ ହୋଇଥିଲା ବେଳେ
ଇଂରାଜୀର ଟାଙ୍କି ଏବଂ tank ସହ ମଧ୍ଯ ଏହାର ସଂପର୍କ ଅଛି ।
ଟାଙ୍ଗିଆ,ଟଙ୍ଗାରୀ ,ଟାଙ୍ଗର,  ମଧ୍ଯ ଟଙ୍କ ଧାତୁ ଶବ୍ଦ ସହ ସମ୍ବନ୍ଧିତ !

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...