Friday, August 18, 2017

ଓଡ଼ିଆ ର ସ୍ଵୀକାର ସୂଚକ ଶବ୍ଦ

ଓଡ଼ିଆରେ ସର୍ବାଧିକ ପ୍ରଚଳିତ ପ୍ରଶିଦ୍ଧ  ସ୍ବୀକାରସୂଚକ ବା Agreeing ଶବ୍ଦ ହେଉଛି ଆଜ୍ଞା ! କୌଣସି ବୟସ୍କ ବ୍ୟକ୍ତି ବିଶେଷଙ୍କ ଦ୍ବାରା ଡକାଗଲେ ଆମ୍ଭେ ମାନେ ଅତି ସମ୍ଭ୍ରମ ବିନୟ ତଥା ଆଦରରେ ଆଜ୍ଞା କହିଥାନ୍ତି !!!
ଆଜ୍ଞା ଶବ୍ଦ ଟି ଆଦେଶ, ନିଯୋଗ,ହୁକୁମ୍ ଅର୍ଥରେ ସଂସ୍କୃତରେ ବ୍ୟବହୃତ ହୋଇଥାଏ କିନ୍ତୁ ଓଡ଼ିଆଭାଷାରେ ଏହାର ସ୍ଵୀକାର ସୂଚକ ଅବ୍ଯୟ ଭାବେ ମଧ୍ଯ ବ୍ୟବହାର ଅଛି ।
ଆଜ୍ଞା ଶବ୍ଦଟି
ଆ+ଜ୍ଞା ଧାତୁ(ଆଦେଶ କରିବା)+ଅ+ସ୍ତ୍ରୀ. ଆ=>ଆଜ୍ଞା ହୋଇଛି ...

ସେଇଭଳି
ହିନ୍ଦୀରେ ଶିଷ୍ଟାଚାର ପ୍ରଦର୍ଶନ ହେତୁ "जी" ଶବ୍ଦ ଟି ବ୍ୟବହୃତ ହୁଏ କିନ୍ତୁ ଏହାର ସାଧାରଣ ଅର୍ଥ ହିନ୍ଦୀରେ ମନ,ଜୀବ .....
ଓଡ଼ିଆରେ ଆଜ୍ଞା ବ୍ୟତିରେକ
ଓ,ଆଁ,ଏଁ,ଉଁ ଭଳି ସ୍ଵୀକାର ସୂଚକ ଶବ୍ଦ ବା ଅବ୍ୟୟ ପ୍ରଚଳିତ.....

ଇଂରାଜୀରେ Agreeing word  "yes" ସର୍ବ ପ୍ରଚଳିତ ତଥା aye,yea ମଧ୍ଯ ଅଛି ।

ପୃଥିବୀର ଭିନ୍ନ ଭିନ୍ନ ଭାଷାରେ ଏଇଭଳି ଶତାଧିକ ସ୍ଵୀକାର ସୂଚକ ଶବ୍ଦ ଥିବା ଦେଖାଯାଇଛି ।
ପୃଥିବୀର ସର୍ବାଧିକ ପ୍ରଚଳିତ ସ୍ଵୀକାର ସୂଚକ ଶବ୍ଦ ବୋଧହୁଏ "ହଁ" ଶବ୍ଦ ଟି ହୋଇଥିବ କାରଣ ଏହା ପ୍ରାୟ ସମସ୍ତ ଭାରୋପିୟ ଭାଷା ଗୁଡିକରେ ମିଳିଯାଏ ।
ଏଇ ହଁ ଶବ୍ଦଟି କେଉଁଠି କେଉଁଠି ହାଁ ହେଇଛି ତ କେଉଁଠି ହୋ ତ ପୁଣି ଅନ୍ୟଠେଁଇ ହାହା କିମ୍ବା ହାନ୍ ଆଦି .....
ସେଇଭଳି "ja" ଭଳି ସ୍ଵୀକାର ସୂଚକ ଶବ୍ଦ ମଧ୍ଯ କେତେକ ଭାଷାରେ ଚଳୁଥିବା ଦେଖାଯାଏ ।

ଓଡ଼ିଆ ଭାଷାର "ଓ" ଏବଂ "ଆଜ୍ଞା" ସ୍ଵୀକାର ସୂଚକ ଶବ୍ଦ ସହ ସାମାଜସ୍ଯ ଥିବା Agreeing Word ପୂର୍ବଭାରତୀୟ ଦ୍ବୀପପୁଞ୍ଜ ଗୁଡିକରେ ମଧ୍ଯ ପ୍ରଚଳିତ !!!!

ଇଣ୍ଡୋନେସିଆର Javanese  ଭାଷାରେ       Jo,Iya ସହ  Inggih ବୋଲି ଏକ ସ୍ଵୀକାର ସୂଚକ ଶବ୍ଦ ପ୍ରଚଳିତ ।
ଓଡ଼ିଆ ଆଜ୍ଞା ଶବ୍ଦ ସହ ଏହାର ସାମଜସ୍ଯ ଥାଇପାରେ ।

ସେଇଭଳି ଅନ୍ୟ ପୂର୍ବଭାରତୀୟ ଦ୍ବୀପପୁଞ୍ଜର ଭାଷାଗୁଡ଼ିକରେ "ଓ" ସହ ସାମାଜସ୍ୟ ଥିବା ସ୍ୱୀକାର ସୂଚକ ବା Agreeing Word ପ୍ରଚଳିତ ହୋଇଅଛି ।
ଫିଲିପାଇନ୍ସ :-
Cebuano ଅଞ୍ଚଳର
Visayan  ଭାଷାରେ   "Oo",
Batanesର
Ivasayen ଭାଷାରେ "Oon"
ଫିଲିପାଇନ୍ସ ର
Tagalog ଭାଷାରେ  "Óo" ପ୍ରଚଳିତ ଏବଂ ଏହା ଏହି ଭାଷାଭାଷୀଲୋକେ ସମବୟସ୍କଙ୍କୁ ଉତ୍ତର ଦେବା ହେତୁ ବ୍ୟବହାର କରିଥାନ୍ତି ।

ଇଣ୍ଡୋନେସିଆର
Tukang Besi ଭାଷାରେ  "Oho"
Indonesia. Sumatra, Philippines ରେ ବୋଲାଯାଉଥିବା Batak ଭାଷାରେ  "Olo"
ବୋଲି ଏକ ସ୍ଵୀକାର ସୂଚକ ଶବ୍ଦ ପ୍ରଚଳିତ ଅଛି । ଓଡ଼ିଆରେ ମଧ୍ଯ ଆଦରରେ "ଓ ଲୋ"
କୁହାଯାଏ​ ।

ତେବେ ମାଲେସିଆର ଅଧିକାଂଶ ଭାଷାରେ
"ଓ" ସ୍ଵୀକାର ସୂଚକ ଶବ୍ଦ ସହ ସାମଜସ୍ଯ ଥିବା Agreeing Word ପ୍ରଚଳିତ ଥିବା ଦେଖାଯାଇଛି ।

Dusun ଭାଷାରେ  "O'oh"
Stieng ଭାଷାରେ  "Öh"
Kaseng ଭାଷାରେ  "Ö"
Semang ଭାଷାରେ "Ou"
Kadazan ଭାଷାରେ "O'oh"
Alak ଭାଷାରେ  "Ö"
Niahom ଭାଷାରେ  "Ö"
Lave      ଭାଷାରେ  "Ö"

ଏତଦବ୍ୟତୀତ Polynesiaର
Polynesian ଭାଷାରେ ମଧ୍ଯ "O"
ପ୍ରଚଳିତ !
Papua New Guinea ଦ୍ବୀପଟି ଇଣ୍ଡୋନେସିଆର ପୂର୍ବରେ ଅବସ୍ଥିତ ।
ଏଠାକାର  Káte  ଭାଷାରେ "O" ଭଳି ଏକ ସ୍ଵୀକାର ସୂଚକ ଶବ୍ଦ ଅଛି ।
Mali ନାମକ ଦେଶ ର ଦୁଇଟି ଭାଷା
Boboda  ରେ "O-on" ତଥା
Bambara     ଭାଷାରେ   "Owo" ପରି ସ୍ଵୀକାର ସୂଚକ ପ୍ରତ୍ଯୟ ପ୍ରଚଳିତ ଅଛି ।
ଶ୍ରୀଲଙ୍କା ର ସିଂହଳୀ ଭାଷାରେ ମଧ୍ଯ "Ouv" ଭଳି ଏକ ସ୍ଵୀକାର ସୂଚକ ପ୍ରତ୍ଯୟ ଅଛି !!!!!

ଅତୀତରେ କଳିଙ୍ଗୀଙ୍କ ଦ୍ବାରା ପ୍ରଭାବିତ​ ଥିବା ପୂର୍ବଭାରତୀୟ ଦ୍ବୀପପୁଞ୍ଜ ଗୁଡିକର ଅଧିକାଂଶ ଭାଷାରେ "ଓ" ତଥା "ଆଜ୍ଞା" ଭଳି ସ୍ଵୀକାର ସୂଚକ ଶବ୍ଦ ପ୍ରଚଳିତ ଥିବା କଣ୍ ପ୍ରମାଣ କରେ ?

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...