Saturday, September 30, 2017

ଢେଙ୍କାନାଳରେ ଚଷାଜାତି

ଢେଙ୍କାନାଳରେ ଚଷା ଚାରିଜାତି ବୋଲି ସାଧାରଣରେ କୁହାଯାଏ... .

1.ଖଣ୍ଡାୟତ-କଟାଳି
2.ଠୁରିଆ-ମସଲାଦ୍ରବ୍ୟ (?)
3.କଳତୁଆ-ମେଣ୍ଢା
4.ପନ୍ଦରସରିଆ-ମଈ ଲଙ୍ଗଳ

ଢେଙ୍କାନାଳରେ ବଡ଼ ଚଷା ହେଉଛନ୍ତି
ଖଣ୍ଡାୟତ ....
ତହୁଁ ତଳକୁ ଠୁରିଆ ତହିଁ ପରେ କଳତୁଆ
ଏବଂ ସର୍ବ ଶେଷରେ ପନ୍ଦରସରିଆ ଚଷାଙ୍କୁ
ଜାତିଗତ ଉଚ୍ଚନିଚ୍ଚ ଭେଦରେ ଗଣାଯାଏ ...

1.ଢେଙ୍କାନାଳର ଅଧିକାଂଶ ଖଣ୍ଡାୟତଙ୍କର ପୂର୍ବ ପୁରୁଷ ଯାଜପୁର ରୁ ଆସିଥିବାରୁ
ସେମାନେ ଆଜି ବି  ଈଷାଣ ପୂଜା ସମୟରେ
ଯାଜପୁର ଆଡକୁ ନମସ୍କାର କରିଥାନ୍ତି...
ଢେଙ୍କାନାଳର କେତେକ ଖଣ୍ଡାୟତଙ୍କ ସନ୍ତକ କଟାଳି....

2 ଠୁରିଆ ଚଷା ମାନେ ଢେଙ୍କାନାଳରେ ଏକପ୍ରକାର ର ଚଷାଜାତି
ଏମାନେ ଆଗେ ପଟେ ବଳଦକୁ ଧରି ତା ପିଠିରେ ବିଭିନ୍ନ ପ୍ରକାର ର ମସଲାଦ୍ରବ୍ୟ ଲଦି ଗାଆଁକୁ ଗାଆଁ ବିକ୍ରି କରୁଥିଲେ । ସେମାନଙ୍କ ସନ୍ତକ ପଘା କିମ୍ବା ମସଲାଦ୍ରବ୍ୟ ହୋଇପାରେ !

3.ଢେଙ୍କାନାଳରେ ଅଧିକାଂଶ ଚଷା
   କଳତୁଆ ବା କଲତୁଆ .....
    ଏମାନଙ୍କ ମଧ୍ୟରେ ଅନ୍ୟ ଚଷାଙ୍କ ଭଳି ଏକାପ୍ରକାରର ଉପନାମ ଦେଖାଯାଇଥାଏ ।
କଳତୁଆ ଚଷାଙ୍କ ସନ୍ତକ ମେଣ୍ଢା ।

4.ଚତୁର୍ଥ ଶ୍ରେଣୀ ର ଚଷା ହେଉଛନ୍ତି ପନ୍ଦରସରିଆ
ପନ୍ଦରସରିଆ ଚଷାଙ୍କ ବିଷୟରେ
ଏକ  ଏକ ସ୍ଥାନୀୟ କିମ୍ବଦନ୍ତୀ
ପ୍ରଚଳିତ ଅଛି
କୁହାଯାଏ ସୃଷ୍ଟିର ଆରମ୍ଭ କାଳରେ ଯେତେବେଳେ ଈଶ୍ବର ନିଜ ଶରୀରରୁ
ସଂସାର ସଂରଞ୍ଚନା କରୁଥିଲେ
ସେତେବେଳେ ସେ ପରିଶ୍ରମୀ
ଚଷାଜାତିକୁ କୃଷିପାଇଁ ସୃଷ୍ଟି କଲେ....
ଈଶ୍ବର ପ୍ରତ୍ୟେକ ଜାତିରେ ଚାରୋଟି ଲେଖାଏଁ
ଉପଜାତି କରୁଥାନ୍ତି
ହେଲେ ଚଷାଜାତି ବେଳକୁ
ଚାରିରୁ ଗୋଟିଏ ଜାତି କମ୍ ହୋଇଲା....
ଭଗବାନ ଚିନ୍ତିତ ହୋଇ ସ୍ବର୍ଗ ଫେରୁଥାନ୍ତି
ବାଟରେ ପନ୍ଦର ଜଣ ସଅର(ଶବର)ଙ୍କୁ ବସି ପଶା ଖେଳୁଥିବାର ଦେଖିବାକୁ ପାଇଲେ....
ଇଶ୍ବର ସେମାନଙ୍କ ପାଖକୁ ଯାଇ ସେମାନଙ୍କ
ଜାତିଗୋତ୍ର ପଚାରିଲାରୁ
ସେମାନେ କହିଲେ
ଆମର କି ଜାତି ଅଛି ଯେ....!
ତହୁଁ ଭଗବାନ ସେମାନଙ୍କୁ
ହଳ ଲଙ୍ଗଳ ଦେଇ ଚାଷକରିବା ଜ୍ଞାନ କୌଶଳ
ସିଖାଇ ସ୍ବର୍ଗକୁ ଗଲେ ....
ପନ୍ଦର ଜଣ ସଅରଙ୍କ ଠାରୁ ଏ ଜାତିର
ବଂଶପରମ୍ପରା ଆରମ୍ଭ ହୋଇଥିବାରୁ ଏମାନେ
ପନ୍ଦରସରିଆ ଚଷା ବୋଲାଇଲେ. ..
ଏମାନଙ୍କର ସନ୍ତକ ମଇଲଙ୍ଗଳ.....(ଈଶ୍ଵର ମଇଲଙ୍ଗଳ ଦେଇଥିବାରୁ)

ଭାଷାକୋଷରେ କୁହାଯାଇଛି :-
ଓଡିଶାରେ ନନା ଶ୍ରେଣୀର ଚଷା ଅଛନ୍ତି ।
ତହିଁ ମଧ୍ୟରୁ ଓଡ଼ଚଷା,ଓଡ଼ପଧାନ,ଶୁଦ୍ଧଚଷା(ଖଣ୍ଡାୟତ),ବେଣାଟିଆ,କଲତୁଆ,ଗୁଆଟିଆ ପ୍ରଧାନ.....
ତେବେ ଓଡ଼ିଶାରେ କୁଳତା,ଢେଙ୍କିଆ,କାଳିଞ୍ଜି,କାଳିଙ୍ଗି,ବାଣୁଆ ଆଦି ଆହୁରି ଅନେକ ଚଷାଜାତି ଉପଜାତି ଅଛି
ଭିନ୍ନ ଭିନ୍ନ ଅଞ୍ଚଳରେ ଚଷାକୁ ବିଭିନ୍ନ ମତ ପ୍ରଚଳିତ ତେଣୁ କେଉଁଟି କେଉଁଟି ଭୂଲ ତାହା
ଠିକ୍ ସେ କହିବା କଷ୍ଟକର କଥା....

ବି:ଦ୍ର:- ଏହି ଲେଖାଟି ଲେଖିବାର ଉଦ୍ଦେଶ୍ୟ
         ଚଷାଜାତି ବିଷୟରେ ଏକ ସୁସ୍ଥ ବିଚାର ବ୍ୟକ୍ତ କରିବା । କୌଣସି ଜାତିବିଶେଷ ପ୍ରତି
ଏହା ଆକ୍ଷେପ ପାଇଁ ଲେଖାଯାଇନାହିଁ ।
ଯଦି ଏଭଳି କେହି ଭାବୁଥାଏ ତେବେ ତାହା ଭୂଲ ଧାରଣା ମାତ୍ର.....

Friday, September 29, 2017

ଆମ୍ବଗଛ mangifera ଓ ତାହାର ବିଭିନ୍ନ ପ୍ରଜାତି

Mangifera ଆମ୍ବଜାତୀୟ ଜାତି ଏବଂ ଏହା   cashew family-ଲଙ୍କାଆମ୍ବ ପରିବାର Anacardiaceae ଅନ୍ତର୍ଗତ ଅନ୍ୟତମ ଜାତି ବିଶେଷ । ଏହି Mangifera ପାଦପ ଜାତିରେ
ପ୍ରାୟ 69ଟି ପ୍ରଜାତି ବା ଉପଜାତି ଅଛି ଏବଂ ତନ୍ମଧ୍ୟରୁ ସବୁଠାରୁ ଲୋକପ୍ରିୟ ହେଉଛି Mango (Mangifera indica) ।
Mangifera ଜାତୀୟ ବୃକ୍ଷ ମୁଖ୍ୟତଃ
ଦକ୍ଷିଣ ଏସିଆର ନାତିଶିତୋଷ୍ଣ ଏବଂ ଭୂମଧ୍ୟ ସାଗରୀୟ ଅଞ୍ଚଳରେ ଦେଖାଯାଏ ।ତେବେ ଭାରତରେ Mangifera ଜାତୀୟ ବୃକ୍ଷ ଉପଜାତି ସର୍ବାଧିକ ଦୃଷ୍ଟିଗୋଚର ହୋଇଥାଏ ।
ଭାରତକୁ ଏହି ଆମ୍ବାଦି ବୃକ୍ଷ ଜାତିର ଆଦିଭୂମି ବୋଲି ବିଶ୍ବାସ କରାଯାଏ ।
ଆମ୍ବ ଭାରତର ଫଳ ବୋଲି ଏହାକୁ ଆମ ଦେଶରେ ଜାତୀୟ ଫଳର ମାନ୍ୟତା ମିଳିଅଛି ।
Mangifera ଜାତୀୟ ଅଧିକାଂଶ ବୃକ୍ଷ
30–40 m (98–131 ft) ଯାଏଁ ଉଚ୍ଚ ହୋଇଥାଅନ୍ତି ।
Mangifera ଜାତୀୟ ବୃକ୍ଷ ମଧ୍ୟରୁ ପ୍ରାୟ  27 ଟି ଉପଜାତି ବା ପ୍ରଜାତି ର ଫଳକୁ ଲୋକେ ଖାଇଥାଅନ୍ତି । M. indica ପରେ M. foetida ଏହି ଜାତିର ଏମିତି ଏକ ପ୍ରଜାତି ଯାହାକୁ ସାଧାରଣଆମ୍ବ ଭଳି ଖିଆଯିବା ସହ ଖଟା ମଧ୍ୟ ତିଆରି କରିଯାଇପାରେ ।
କେତେକ ଆମ୍ବ ଜାତୀୟ ଗଛ ଗୁଡିକର ବୈଜ୍ଞାନିକ ନାମ ମାନ ନିମ୍ନରେ ଦିଆଗଲା....
•Mangifera acutigemma
•Mangifera africana
• Mangifera altissima
• Mangifera amba
• Mangifera andamanica
• Mangifera anisodora
• Mangifera applanata
• Mangifera austro-indica
• Mangifera austro-yunnanensis
• Mangifera axillaris
• Mangifera blommesteinii
• Mangifera bullata
• Mangifera caesia 
• Mangifera campnospermoides
• Mangifera camptosperma
• Mangifera casturi 
• Mangifera collina
• Mangifera decandra
• Mangifera dewildei
• Mangifera dongnaiensis
• Mangifera flava
• Mangifera foetida
• Mangifera gedebi 
• Mangifera gracilipes
• Mangifera griffithii
• Mangifera hiemalis
• Mangifera indica
• Mangifera kemanga
• Mangifera lalijiwa
• Mangifera laurina 
• Mangifera linearifolia
• Mangifera macrocarpa
• Mangifera magnifica
• Mangifera merrllii
• Mangifera minutifolia
• Mangifera monandra
•Mangifera nicobarica
• Mangifera odorata
• Mangifera orophila
• Mangifera pajang
• Mangifera paludosa
• Mangiferaparvifolia
• Mangifera pedicellata
• Mangifera pentandra
• Mangifera persiciformis
• Mangifera pseudoindica
• Mangifera quadrifida
• Mangifera reba
• Mangifera rubropetala
• Mangifera rufocostata
• Mangifera siamensis
• Mangifera similis
• Mangifera sumbawaensis
• Mangifera superba
• Mangifera swintonioides
• Mangifera sylvatica
• Mangifera taipa
• Mangifera torquenda
• Mangifera transversalis
• Mangifera zeylanica

ଏହା ଛଡ଼ା ଆଗେ ଆହୁରି ଚାରୋଟି ପ୍ରଜାତିକୁ
Mangifera ଜାତିରେ ସମ୍ମିଳିତ କରାଯାଇଥିଲା
ଏବଂ ପରେ ସେଗୁଡିକ ଭିନ୍ନ ଜାତୀୟ ବୃକ୍ଷ
ଜଣାପଡିଲାରୁ ପୁନଃ ମୂଲ୍ୟାଙ୍କନ ହୋଇଅଛି ।
ସେଗୁଡ଼ିକ ଯଥା:-
•Bouea oppositifolia
(ଆଗେ M. oppositifolia କୁହାଯାଉଥିଲା)
• Elaeodendron glaucum
(ଆଗେ M. glauca ଥିଲା)
• Irvingia gabonensis (ପୂର୍ବେ M. gabonensis ନାମଥିଲା )
• Spondias pinnata (କୁ ଆଗେ M. pinnata କୁହାଯାଉଥିଲା )

ତେବେ ଚାଲନ୍ତୁ ଜାଣିବା ଆମ୍ବ ଜାତୀୟ କିଛି ବିଶିଷ୍ଟ ବୃକ୍ଷ ପ୍ରଜାତି ବିଷୟରେ

1.ଭାରତରେ Mangifera acutigemma
Mangifera andamanica, Mangifera austro-indica,Mangifera kemanga,Mangifera lalijiwa,Mangifera nicobarica,Magnifera quadrifida,

ଆଦି ଆମ୍ବ ପ୍ରଜାତି
ଦେଖାଯାଏ ସେଇଭଳି ଆଫ୍ରିକାରେ ମିଳୁଥିବା ଏକ ବିଶିଷ୍ଟ ଆମ୍ବ ପ୍ରଜାତି କୁ Mangifera africana କୁହାଯାଏ । ଚୀନ ରେ ମିଳୁଥିବା ଏକ ପ୍ରକାରର ଆମ୍ବ ଜାତୀୟ ପାଦପ Mangifera austro-yunnanensis ନାମରେ ପରିଚିତ ଏହା ଛଡ଼ା ଚୀନ ରେ
Mangifera hiemalis ନାମକ ଅନ୍ୟ ଏକ ଆମ୍ବ ପ୍ରଜାତି ମଧ୍ୟ ହୁଏ । ଚୀନର Mangifera persiciformiso ଆଉ ଏକ ବିଶିଷ୍ଟ ଆମ୍ବ ପ୍ରଜାତି ଏହାକୁ Peach Mango ମଧ୍ୟ କୁହାଯାଏ ।
Mangifera collinai ,Mangifera macrocarpa ଆଦି
ପ୍ରଜାତି ବିଶେଷତଃ ଥାଇଲାଣ୍ଡ ରେ ହୁଏ ।
Mangifera dongnaiensisi,     Mangifera minutifolia
ଓ Mangifera flava ଆଦି
ଭିଏତନାମ୍  ର ବିଶିଷ୍ଟ ଆମ୍ବ ଜାତୀୟ ଗଛ ।
Mangifera siamensis ଏହାକୁ  Thai Mango, ବା Siamese Mango ମଧ୍ୟ କୁହାଯାଏ । ଏ ଗଛ ଦକ୍ଷିଣ ପୂର୍ବ ଏସିଆ ରେ ମୁଖ୍ୟତଃ ଦେଖାଯାଏ । ଶ୍ରୀଲଙ୍କା ର ଆମ୍ବ ସଦୃଶ ଏକ ଜାତୀୟ ଗଛ ହେଉଛି Mangifera zeylanica । ଏହାକୁ ସ୍ଥାନୀୟ ବାସିନ୍ଦା ඇටඹ ବା ଏତାମ୍ବ କୁହନ୍ତି ।

ମୂଳ ଏସିଆ ବ୍ୟତୀତ ପୂର୍ବ ଭାରତୀୟ ଦ୍ବୀପପୁଞ୍ଜରେ ମଧ୍ୟ ଆମ୍ବଜାତୀୟ ବୃକ୍ଷ ର ଅନେକ ପ୍ରଜାତି ଦେଖାଯାଇଛି
ତନ୍ମଧ୍ୟରୁ
Mangifera blommesteinii,Mangifera bullata,Mangifera campnospermoides,Mangifera casturi,Mangifera decandra,Mangifera dewildei,Mangifera gracilipesi,Mangifera kemanga,Mangifera laurina,Mangifera magnifica,Mangifera monandra,Mangifera orophila,Mangifera paludosa,Mangifera parvifolia,Mangifera pedicellata,Mangifera pentandra,
Mangifera rubropetala,Mangifera rufocostata,Mangifera similis,Mangifera sumbawaensis,
Mangifera superba,Mangifera taipa,
Mangifera transversalis,
ଆଦି ପ୍ରଧାନ ।
ମଜାକଥା ହେଲେ, ଏସବୁ ପ୍ରଜାତି ମଧ୍ୟରୁ କିଛି ପ୍ରଜାତି ଓଡ଼ିଶାରେ ମଧ୍ୟ ହୋଇଥାଏ ।
ବୋଧହୁଏ ପୂର୍ବ ଭାରତୀୟ ଦ୍ବୀପପୁଞ୍ଜ ସହ ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ ସମ୍ପର୍କ ଯୋଗୁଁ ଏସବୁ ପ୍ରଜାତି ଓଡ଼ିଶା ଅଣାଯାଇଥିଲା ।

2.Mangifera altissima inIndonesia,Malaysia,Papua New Guinea, Philippines ଏବଂ Solomon Islands ରେ ହେଉଥିବା ଏକପ୍ରକାର ଆମ୍ବଜାତୀୟ ପାଦପ ଏହା ଏବେ ଲୁପ୍ତ ହେବାକୁ ବସିଛି.....

3.Mangifera foetida
ଏହାକୁ horse mango, malmut, limus, bachang  ଏବଂ machang ଆଦି କୁହାଯାଏ । Indonesia, Malaysia, Myanmar, Singapore, Thailand, ଏବଂ Vietnamର ବର୍ଷାବନରେ ଏ ବୃକ୍ଷ ଟି ଦେଖାଯାଏ ।
ଏହାର ପତ୍ର ଆମ୍ବଭଳି । ଫଳ ଆମ୍ବ ଭଳି ନହୋଇ ଗୋଲ ହୁଏ ଓ ପାଚିଲେ ପିତ୍ତବର୍ଣ୍ଣ ସୁଗନ୍ଧଯୁକ୍ତ ହୋଇଥାଏ ।

4.Mangifera odorata
askwini,kuwini ଏବଂ Saipan mango ନାମରେ ମଧ୍ୟ ଖୁବ୍ ଜଣାଶୁଣା ।
ଏହି ଆମ୍ବଜାତୀୟ ପାଦପଟି Guam, Philippines, Thailand ,Vietnam ଆଦି ଦେଶରୁ ଅଣାଯାଇ  Indonesia, Malaysia ଏବଂ Singapore ର ଉଦ୍ୟାନ ରେ ଲଗାଯାଇଛି । ଏହାର ଫଳ
ଭାରତରେ ହେଉଥିବା ଗୁରୁଡି ଆମ୍ବ ଭଳି...

5.Mangifera pajang ସାଧାରଣଆମ୍ବଗଛର ଫଳ ଠାରୁ ସାମାନ୍ୟ ଭିନ୍ନ ଏକ ଜାତୀୟ ଆମ୍ବ ଗଛ । ଏହା ମୂଳତଃ ବୋର୍ନିଓର ଗଛ ଏହାକୁ ସ୍ଥାନୀୟ ଭାଷାରେ Bambangan କୁହାଯାଏ ।

6.Mangifera sylvatica
ଏହାକୁ ହିମାଳୟ ର ଆମ୍ବ ,ନେପାଳୀ ଆମ୍ବ,pickling mango ମଧ୍ୟ କୁହନ୍ତି ।
ଏ ଆମ୍ବଜାତୀୟ ଗଛ Bangladesh,Cambodia,China(Yunnan),India(Assam, Darjeeling,west Bengal,odisha Sikkim),Myanmar,Nepal ଏବଂ Thailandରେ ଦେଖାଯାଏ ।

ଆମ୍ବ ଜାତୀୟ ଗଛ ବିଷୟରେ ଆହୁରି ରୋଚକ ତଥ୍ୟ ଅଛି
ପରବର୍ତ୍ତୀ ଲେଖାରେ ଆମେ ଆମ୍ବଗଛ ବିଷୟରେ ଆଉ ଏକ ଚର୍ଚ୍ଚା କରିବା ....

Thursday, September 28, 2017

ବାଙ୍କୀ ରାଣୀ ଶୁକଦେଈ-ଏକ ଉତ୍କଳୀୟ କିମ୍ବଦନ୍ତୀ

ବହୁ ବର୍ଷ ତଳର କଥା....
ପୂର୍ବ ଓଡ଼ିଶାର
ବାଙ୍କୀ ଓ ଖୋର୍ଦ୍ଧା ପରସ୍ପରର ପଡୋଶୀ ରାଜ୍ୟ ।
ସୀମାକୁ ନେଇ ଉଭୟ ରାଜ୍ୟ ମଧ୍ୟରେ ବହୁକାଳରୁ ବିବାଦ ହେଉଥାଏ ।
ବାଙ୍କୀ ରାଜ୍ୟ ଟି ଖୋର୍ଦ୍ଧା ଅପେକ୍ଷା ଆକାରରେ ତଥା ଧନଧାନ୍ୟରେ ବହୁ ପଛରେ କିନ୍ତୁ
ସେ ରାଜ୍ୟରେ ସେତେବେଳେ ଜଣେ ଦକ୍ଷ ରାଜା ଶାସନ କରୁଥାଆନ୍ତି ତାଙ୍କ ନାମ ଧନଞ୍ଜୟ....
ଧନଞ୍ଜୟ ଭଳି ଶକ୍ତିଶାଳୀ ରାଜା ର ବଳ ପରାକ୍ରମ ବିଷୟରେ କଳିଙ୍ଗ ଟା ଯାକର ଲୋକ ଜାଣିଥିଲେ ଠିକ୍ ସେଇଭଳି ତାଙ୍କ ରାଣୀ ଶୁକଦେଈ ବି ଜଣେ ବୀରା ରମଣୀ ବୋଲି
ରାଜ୍ୟ ସାରା ଲୋକଙ୍କୁ ଜଣା ଥିଲା ।

ଏଇମିତିରେ ଦିନେ ଖୋର୍ଦ୍ଧା ରାଜା ବାଙ୍କୀ ରାଜ୍ୟର କିଛି ସୀମାନ୍ତ ଅଞ୍ଚଳରେ ଜବରଦଖଲ କରି ସେଠାରେ ସୈନିକ ମୁତୟନ କରିଦେଲେ ।
ବାଙ୍କୀ ରାଜା ଧନଞ୍ଜୟଙ୍କୁ ଏ ଖବର ମିଳିଲାରୁ ସେ ସସୈନ୍ୟ ସୀମାନ୍ତ ଅଞ୍ଚଳକୁ ଚାଲିଲେ...
ତହୁଁ
ବାଙ୍କୀ ଓ ଖୋର୍ଦ୍ଧା ରାଜ୍ୟ ମଧ୍ୟରେ ଘମାଘୋଟ ଯୁଦ୍ଧ ହେଲା....
ଅନେକ ଦିନ ଧରି ଯୁଦ୍ଧ ଲାଗିରହିଲା ।
ଶେଷରେ ସେ ଯୁଦ୍ଧରେ ବାଙ୍କୀ ରାଜା ଧନଞ୍ଜୟ ଶହୀଦ ହେଲେ ଏବଂ ତାଙ୍କ ସୈନ୍ୟ ସାମନ୍ତ ମଧ୍ୟରୁ ଅଧିକାଂଶ ବନ୍ଦୀ ହେଲେ....

ରାଣୀ ଶୁକଦେଈ ତାଙ୍କ ପତି ନିହତ ହେବା ଖବର ଶୁଣି କିଛି କ୍ଷଣ ପାଇଁ ସ୍ଥାଣୁ ଭଳି ବସିଗଲେ ....
ତା ପରେ ସେ ଉଠିଲେ
ନିଜ ଖଣ୍ଡା ଧରି
ଏକ ଆପାତକାଳୀନ ସଭାର ଆୟୋଜନ କରିବାକୁ ଆଦେଶ ଦେଲେ...

ସଭାର ଆୟୋଜନ କରାଗଲା...
ସଭାରେ ବାଙ୍କୀ ରାଜ୍ୟର ସେନାପତି
ଖୋର୍ଦ୍ଧା ରାଜ୍ୟ କୁ ଅପହୃତ ଭୂଭାଗ ଦେଇ
ତାଙ୍କର ଆଉ
ବିରୋଧ ନକରି ଚୁପ ରହିବାକୁ ପରାମର୍ଶ ଦେଲେ ।
ତାଙ୍କ କହିବାର ଥିଲା ଯେ ବାଙ୍କୀ ର
ରାଜକୁମାର
ଦୟାନିଧି ଯେହେତୁ ଏବେ କୈଶୋର ଏବଂ
ରାଜ୍ୟ ରାଜାବିହୀନ ତେଣୁ ଏଭଳି ଘଡିସନ୍ଧି ମୂହୁର୍ତ୍ତରେ ଖୋର୍ଦ୍ଧା ରାଜାଙ୍କର ବିରୋଧରେ ପୁଣି ଯୁଗରେ ଘୋଷଣା ଭୂଲ ପଦକ୍ଷେପ ହୋଇବ...

ସେନାପତିଙ୍କ କଥା ଶୁଣି
ରାଣୀ ଆସନରୁ ଉଠିଆସି କହିଲେ’
“ଏ ଦେଶର ପ୍ରଥମ ଖଣ୍ଡାୟତ ସ୍ବୟଂ ଜଗନ୍ନାଥ ଓ
ତାଙ୍କ ଉତ୍ତାରୁ ରାଜା ହେଉଛନ୍ତି ଦ୍ବିତୀୟ ଖଣ୍ଡାୟତ  ।
ରାଜାଙ୍କ ପରେ ତାଙ୍କ ରାଜ୍ୟର ସମସ୍ତ ଯୋଦ୍ଧା ଖଣ୍ଡାୟତ ଆଉ ଖଣ୍ଡାୟତ ମାନେ ଯୁଦ୍ଧ କରିବାରୁ କେବେ ପଶ୍ଚ୍ୟାତପଦ ହୁଅନ୍ତି ନାହିଁ ।
ମୁଁ ଶୁକଦେଈ ଜଣେ କ୍ଷତ୍ରିୟା ରମଣୀ ମୋ ଦେହର କ୍ଷତ୍ରିୟ ରକ୍ତ “ଭୀରୁ ଭଳି ଚୂପ ରହିଯିବାକୁ” ପସନ୍ଦ କରୁନାହିଁ ।
ରାଜ୍ୟର ଏ ଭୟାବହ ପରିସ୍ଥିତିରେ ଡରିମରି ଲୁଚିଯିବା ଠାରୁ କାହିଁ ଅଧିକ ଶ୍ରେୟସ୍କର ହେବ
ଯୁଦ୍ଧ ଭୂମିରେ ଶତୃହାତରେ ନିହତ ହେବା ।
ମୋ ରାଜ୍ୟର ଅପମାନ କୁ ମୁଁ ସହ୍ୟ କରିପାରିବି ନାହିଁ ତେଣୁ କେହି ମୋ ପଛରେ ଆସୁ କି ନ ଆସୁ ମୁଁ ଯୁଦ୍ଧ କରିବାକୁ ଯାଉଅଛି ! ନିଜ ରାଜ୍ୟର ଅପମାନ ପ୍ରତିଶୋଧ ନେବାକୁ ଇଚ୍ଛା ଥିଲେ ମୋ ସହ ଆସ ନହେଲେ ସ୍ତ୍ରୀ ହାତରୁ ଖଡୁ କଙ୍କଣ ନେଇ ପିନ୍ଧି ଘରେ ବସିରୁହ”

ରାଣୀ ଙ୍କ ଉଦବୋଧନ ରେ ରାଜ୍ୟର ଅନେକ
ଯୁବକ ଯୋଦ୍ଧା ଆସି ବାଙ୍କୀ ସେନାରେ ଯୋଗ ଦେଲେ
ଏଣେ ରାଣୀ ଶୁକଦେଈ ବଡମ୍ବା ରାଜ୍ୟକୁ ସୈନ୍ୟ ସହାୟତା ମାଗି ସଫଳ ହୋଇ ଏକ ମିଳିତ ସେନା ଏକାଠି କରି ଖୋର୍ଦ୍ଧା ସହ ଯୁଦ୍ଧ କରିବାକୁ ବାହାରିଲେ.....

ଏପଟେ ଖୋର୍ଦ୍ଧାରାଜା ନିଜ ବିଜୟ ଉତ୍ସବ ପାଳନ କରୁଥାନ୍ତି
ସେ ବାଙ୍କୀ ର ରାଣୀ ଶୁକଦେଈଙ୍କର ଯୁଦ୍ଧ ଡାକରା
କଥା ଜାଣି ଆଶ୍ଚର୍ଯ୍ୟ ହେଲେ ।
ତହୁଁ ପରେ ଖୋର୍ଦ୍ଧା ରାଜା ନିଜେ ଯୁଦ୍ଧ କୁ ନଯାଇ
ନିଜ ସେନାପତି କୁ ସୈନ୍ୟ ସହ ଯୁଦ୍ଧ କରିବାକୁ ପଠେଇଲେ ।
ମାତ୍ର ଉତ୍ସାହୀ ବାଙ୍କୀ ସେନା ଯୁଦ୍ଧ କ୍ଷେତ୍ରରେ
ଖୋର୍ଦ୍ଧା ସେନାପତିଙ୍କୁ ପରାଜିତ ଓ ନିହତ କଲେ...
ଏଣେ ବଡ଼ମ୍ବାର ସେନା ଖୋର୍ଦ୍ଧା ଉପରେ ଆତର୍କିତ ଆକ୍ରମଣ କରି ରାଜାଙ୍କୁ ତାଙ୍କରି ରାଜ୍ୟରେ ବନ୍ଦୀ କଲେ...
ଖୋର୍ଦ୍ଧା ରାଜା ଜାଣିଲେ ତାଙ୍କ ଜୀବନର ଆଜି
ଶେଷ ଦିନ....

ବନ୍ଦୀ ଖୋର୍ଦ୍ଧା ରାଜାଙ୍କୁ ରାଣୀ ଶୁକଦେଈ ଙ୍କ ସମ୍ମୁଖରେ ଉପସ୍ଥିତ କରାଗଲା....
ଖୋର୍ଦ୍ଧା ରାଜାଙ୍କୁ ଶୃଙ୍ଖଳବନ୍ଧ ଦେଖି ତାଙ୍କୁ ତୁରନ୍ତ ସସମ୍ମାନ ମୁକ୍ତ କରି ଦେବାକୁ ରାଣୀ ଆଦେଶ ଦେଲେ....

ଖୋର୍ଦ୍ଧା ରାଜାଙ୍କୁ ବିଶ୍ବାସ ହେଉନଥାଏ ।
ଶୃଙ୍ଖଳରୁ ମୁକ୍ତ ହେବାପରେ
ରାଜା ସମ୍ଭ୍ରମତାର ସହ ରାଣୀଙ୍କ ପ୍ରତି କହିଲେ
“ହେ ରାଣୀ, ଆପଣ ଏଭଳି ଏକ ଆଦେଶ ଦେବେ ବୋଲି କେଭେ ବି ଆଶା କରିନଥିଲି । ନିଜ ଶତୃ ପ୍ରତି ଆପଣଙ୍କର ଏତାଦୃଶ ଦୟା ଦେଖି ମୁଁ ଆଶ୍ଚର୍ଯ୍ୟ ନ ହୋଇ ରହିପାରୁନାହିଁ”

ରାଣୀ ଏକଥା ଶୁଣି ବୋଇଲେ
ରାଜନ୍ ଆପଣ ମୋର ଆଦରଣୀୟ
ଯେହେତୁ ବୟୋଜ୍ୟେଷ୍ଠ !
ହେ ରାଜା ! ପତି ବିୟୋଗରେ ମୁଁ ଯେଉଁ ଆନ୍ତରିକ ଦୁଃଖ ଭୋଗ କରୁଅଛି
ଚାହୁଁ ନାହିଁ  ଯେ ଖୋର୍ଦ୍ଧା ରାଣୀ ବି ତତୋଧିକ ଦୁଃଖ ଭୋଗ କରନ୍ତୁ । ମୁଁ ଓ ଅନ୍ୟ ସୈନିକ ମାନେ ବାଙ୍କୀ ରାଜ୍ୟ ର ସମ୍ମାନ ପାଇଁ ଏହି ଯୁଦ୍ଧ କରୁଥିଲେ !”

ଖୋର୍ଦ୍ଧା ରାଜା ବାଙ୍କୀ ରାଣୀ ଶୁକଦେଈଙ୍କର କଥାରେ ପ୍ରଭାବିତ ହୋଇ ତାଙ୍କର ଯଥାସାଧ୍ୟ ସତ୍କାର କରି ଖୋର୍ଦ୍ଧା ରାଜ୍ୟ ଅଧିନସ୍ଥ କୁଶପଲା ପ୍ରଗଣାକୁ ବାଙ୍କୀ ରାଜ୍ୟକୁ ଉଭୟରାଜ୍ୟ ମଧ୍ୟରେ ମୈତ୍ରୀ ସମ୍ପର୍କ ର ସନ୍ତକ ସ୍ବରୂପ ପ୍ରଦାନ କଲେ । ରାଣୀଙ୍କୁ କୃତଜ୍ଞତା ଦେବା ସହ 
ଖୋର୍ଦ୍ଧା ରାଜା ତାଙ୍କ ଉପସ୍ଥିତିରେ ଘୋଷଣା କଲେ ଯେ ଭବିଷ୍ୟତରେ ଆଉ କେବେ ବି ଉଭୟ ରାଜ୍ୟ ମଧ୍ୟରେ ଯୁଦ୍ଧ ହେବନାହିଁ ।
ତାହା ହିଁ ହେଲା...
କିଛି ଦିନ ପରେ ଖୋର୍ଦ୍ଧା ରାଜା ବାଙ୍କୀ ରାଜ୍ୟ ତଥା ରାଣୀ ଶୁକଦେଈଙ୍କ ସମ୍ମାନାର୍ଥେ ଏକ
ପ୍ରସ୍ତର ପ୍ରାଚୀର ନିର୍ମାଣ କରାଇଲେ ଯାହା ଆଜି ବି ଉଭୟରାଜ୍ୟ ର ପ୍ରାଚୀନ ସୀମାନ୍ତ ରେ ବିଦ୍ୟମାନ ଅଛି.....

ଶୁକଦେଈ ଙ୍କ ବିଷୟରେ
ପ୍ରଶିଦ୍ଧ ଉତ୍କଳୀୟ କବି କାଳିନ୍ଦୀ ଚରଣ ପାଣିଗ୍ରାହୀ
କହିଯାଇଛନ୍ତି......
“ବାଙ୍କୀରାଣୀ ଶୁକଦେଇ ରପଗୁଣରେ ବୈଦେହୀ,
       ସାହସ ପଣରେ ରମଣୀଗଣରେ ଆପଣ ଉପମା ସେହି ପାରନ୍ତି ହୋଇଯେ”

ଖୋର୍ଦ୍ଧା ରାଜା ଗଣ ବାଙ୍କୀର ସହିତ
(୧) ୬ଷ୍ଟ ଗଜପତି ପ୍ରଥମ ଦିବ୍ୟ ସି୦ହଦେବ ୧୬୬୮-୧୬୧୫
(୨)୮ମ ଗଜପତି ଦିବ୍ୟସିଂହ ଦେବ୨୭୨୦-୧୭୨୭
(୩) ୧୨ଶ ୨ୟ ମୁକୁନ୍ଦ ଦେବ
   ବାଙ୍କୀର ବିରୁଦ୍ଧରେ ଯୁଦ୍ଧ କରି ଥିଲେ ।

ଶୁକଦେଈ ଖୋର୍ଦ୍ଧା ରାଜାଙ୍କୁ  କହିଥିବା
କଥାକୁ ଜନୈକ ଉତ୍କଳୀୟ କବି
ଏହିଭଳି ଲେଖିଛନ୍ତି......

""ପତି ବିନା ମୁକୁତି ଦଉଛି ଆଜି,
ଖୋରଧା ରାଣୀ ଏପରି ହେବେ
ପ୍ରତିଶୋଧ ମୋର ପୂର୍ଣ୍ଣ ହେଲାଣି,
ଆହେରାଜା ତୁମେ ମୁକ୍ତ ଏବେ ।।""
           
(ଜଣେ ବିଧବା ଓଡିଆ ବୀରାଙ୍ଗନାର ଅତି ଉଚ୍ଚ ମାନସିକର ପରିଚୟ )

(ଐତିହାସିକ ତଥ୍ୟ:-ଶ୍ରୀମାନ୍ କାର୍ତ୍ତିକ ପରିଚ୍ଛା)
କିମ୍ବଦନ୍ତୀ ଟି folktales of orissa ପୁସ୍ତକରୁ ସଂଗୃହିତ କରାଗଲା)

Tuesday, September 26, 2017

ଓଧ ଓ ବେଙ୍ଗ କଥା(ଏକ ଚୀନୀ ଲୋକକଥା)

ପୃଥିବୀର ତଥାକଥିତ ଷଷ୍ଠମହାପ୍ରଳୟରୁ ବର୍ତ୍ତିଯାଇଥିବା କିଛି ଜୀବ ଏକ ପ୍ରକୃତିକ ତଡାଗ କୂଳରେ ରହୁଥିଲେ ।
ତଡାଗ ଜଳରେ ବେଙ୍ଗ ଓ ଓଧ ରହୁଥିବା ବେଳେ ନିକଟସ୍ଥ ନଡିଆ ଗଛରେ ବାଈଚଢେଇଟିଏ
ବସାବାନ୍ଧି ରହୁଥିଲା....

ବେଙ୍ଗ ଆଉ ଓଧ ମଧ୍ୟରେ ଶ୍ରେଷ୍ଠତାକୁ ନେଇ
ବହେ କାଳଯାଏଁ ଝଗଡା ହେଉଥାଏ....
ବେଙ୍ଗ କହୁଥାଏ ମୁଁ ଶ୍ରେଷ୍ଠ
ଓଧ କହୁଥାଏ ମୁଁ....

ଦିନେ ଓଧ କୌଣସି କଥାକୁ ନେଇ ବେଙ୍ଗ ଉପରେ ଖୁବ୍ ରାଗିଯାଇଥାଏ
ସେଇ ବାଟେ ବାଈଚଢେଇ ଟା ଉଡିଯାଉଥିଲା
ଯେ ତାକୁ ଓଧ ପଚାରିଲା....
“ଚଢେ଼ଇଭାଇ ! ସତ କହିଲ ମୁଁ ସୁନ୍ଦର ନୁହେଁ କି ?” ...
ବାଇଚଢେ଼ଇ ବହୁଦିନରୁ
ବେଙ୍ଗ ଏବଂ ଓଧଙ୍କ ଝଗଡା଼
ଦେଖି ଦେଖି ଦୁହିଁଙ୍କ ଉପରେ
ଚିଡି ଯାଇଥାଏ ହେଲେ ମନ ଖୋଲି ସେମାନଙ୍କ ବିରୋଧରେ କିଛି କହିପାରୁନଥାଏ ।
ଓଧର ମନରଖିବାକୁ ବାଇଚଢେ଼ଇ ତାକୁ ବୋଇଲା...
“କିଏ କହୁଛି ତୁମେ ଅସୁନ୍ଦର ଯେ...?
ତୁମଠାରୁ ସୁନ୍ଦର ଆଉ କେ ଅଛି ଏଠି...
କାହିଁ ମୁଁ ତ ଜାଣିନି.....!”

ବାଈଚଢେଇ କଥା ଶୁଣି ଓଧ ମନେ ମନେ ବହୁତ ଖୁସି ହେଲା
ସେ ଏତେ ଖୁସି ହେଲା ଯେ
ବେଲୁନ୍ ଭଳି ଫୁଲିଗଲା....

ସେ ଫୁଲିଯିବା ଯୋଗୁଁ ତା’ର ଯେଉଁ
ସୁନ୍ଦରତା ଟିକିକ ଥିଲା ଆଉ ରହିଲା ନାହିଁ
ସେଇଦିନ ଠାରୁ ସେ ଆହୁରି
ଅସୁନ୍ଦର ଦେଖାଗଲା....

ଆଉ ଦିନେ ବେଙ୍ଗ ଟା ତଡାଗ ମଧ୍ୟସ୍ଥ ଏକ ପଥର ଉପରେ ବସିଥାଏ
କଙ୍କିଟିଏ ସେପଟେ ଉଡିଯାଉଥିଲା

ବେଙ୍ଗ ତାକୁ ପଚାରିଲା

“ହେ...କଙ୍କି କହିଲୁ ଦେଖି ମୁଁ ବୁଦ୍ଧିଆ ନା ଓଧ ” ?

କଙ୍କିର ଉଭୟ ଓଧ ଓ ବେଙ୍ଗ ଉପରେ ଆଗରୁ ରାଗଥିଲା ।
ସେ ଓଧ ଓ ବେଙ୍ଗର ଝଗଡା଼ ଦେଖି ଦେଖି ତାଙ୍କ ଉପରେ ଅତିଶୟ ରାଗିକରି ଥାଏ...
.
ସେଦିନ ବେଙ୍ଗ କଥା ଶୁଣି ସେ ଆଉ ସହ୍ୟ କରିନପାରି ବେଙ୍ଗ କୁ ବହେ ଗାଳୀ ଦେଲା
ଆଉ କହିଲା

“ତୁ ପୁଣି ବୁଦ୍ଧିଆ
ଆରେ ଯା ଯା ଆଉ କାହାକୁ ପଚାରି ଦେଖ୍
ସେ ବି କହିବ ତୁଟା କେଡ଼େ ଗଣ୍ଡମୂର୍ଖ.....! .”

ବେଙ୍ଗ ରାଗରେ ରକ୍ତ ଚାଉଳ ଚୋବାଉଥାଏ..
ସେ କଙ୍କି ଉପରେ ଏତେ ରାଗିଗଲା ଯେ
ତାକୁ ଖାଇବାକୁ ତା ପଛରେ ଦୌଡିଲା....

କୁହାଯାଏ ସେଇଦିନ ଠାରୁ ଆଜିଯାଏଁ
ବେଙ୍ଗମାନେ କଙ୍କି ଭଳି ଜୀବଙ୍କୁ ଖାଇବାକୁ ତାଙ୍କ ପଛରେ ଦୌଡୁଛନ୍ତି ଆଉ କେବେ ସୁନ୍ଦର ଦିଶୁଥିବା ଓଧ ଆଜ ଅସୁନ୍ଦର ଦିଶୁଛନ୍ତି

(ଏକ ଚୀନୀ ଲୋକକଥା ର ଅନୁକରଣରେ....)

......କାହାକୁ ଛୋଟ ମଣନି......

ଜଙ୍ଗଲ ପାଖ ଗାଆଁରେ ମୂଷାଟେ ଦିନେ
ଏକ ଛୋଟ ଚିମୁଟାଯନ୍ତାରେ ପଡିଯାଇ
ତାକୁ ଘୋଷାରି ଘୋଷାରି ଜଙ୍ଗଲ ମଧ୍ୟକୁ
ଚାଲିଆସିଲା....
ଗୋଟିଏ ମହିଷକୁ ଦେଖି ସେ ତା ଠାରୁ ସାହାଯ୍ୟ ଭିକ୍ଷା କରିବା ସହ କହିଲା
ଯେ ଯଦି ସେ ତା'ର ଏ ବିପତ୍ତି କାଳରେ ସାହାଯ୍ୟ କରେ
ତେବେ ଭବିଷ୍ୟତରେ ସେ ତାକୁ ସାହାଯ୍ୟ କରିବ....

ମହିଷଟି ମୂଷାର କଥା ଶୁଣି ଘଡି଼ଏ କାଳ ହସିଲା....
ତତ୍ ପରେ କହିଲା....
“ତୁ ଏଡି଼କି ବକଟେ ମୂଷା, ପୁଣି ମୋତେ ସାହାଯ୍ୟ କରିବୁ....
ଯା ଯା ଆଉ କାହାକୁ ଓଲୁ ବନେଇବୁ ମୁଁ ବୋକା ନୁହେଁ”

ମୂଷାଟି ନିରାଶ ମନରେ ଆଗକୁ ଚାଲିଲା...

କିଛି ବାଟ ଗଲାରୁ
ଭାଲୁ ଓ ପରେ ହାତୀ ସହ ମୂଷାର ଭେଟ ହେଲା 
ସେମାନେ ମଧ୍ୟ କ୍ରମାନ୍ଵୟରେ ମୂଷାର ଉପାହସ କରି ଆଗକୁ ବଢ଼ିଗଲେ.....

ତହୁଁ ସେପଟେ ମୃଗଟିଏ ଯାଉଥିଲା....
ମୂଷାତାକୁ ମଧ୍ୟ ପୂର୍ବ ଭଳି  ସାହାଯ୍ୟ ଭିକ୍ଷା କରିବା ସହ ପ୍ରତିବଦଳରେ ସେ ମଧ୍ୟ ତା’ଅସୁବିଧାରେ ସାହାଯ୍ୟ  କରିବ ବୋଲି ପ୍ରତିଶ୍ରୁତି ଦେଲା.....

ମୃଗଟି ମୂଷାକୁ କହିଲା
“ହେ ମୂଷକ ଭାଇ ! ତୁମେ ବା ମୋହର କି ଉପକାର କରିପାରିବ ତେବେ ମୁଁ ଏଭେ
ତୁମକୁ ଏ ବିପତ୍ତିରୁ ଏହିଁନେ ମୁକ୍ତ କରିଦେଉଛି”

ଏହା କହି ...
ମୃଗଟି ମୂଷା ଦେହରେ ଲାଗି କଷ୍ଟ ଦେଉଥିବା
ଚିମୁଟା ଟାକୁ କାଢିଦେଲା ଆଉ ପ୍ରତିଦାନରେ ମୂଷା ସେ ମୃଗକୁ ଧନ୍ୟବାଦ ଦେଇ
ସେହି ଜଙ୍ଗଲର ବୃକ୍ଷ ମଧ୍ୟସ୍ଥ କୋରଡରେ
ରହିବାକୁ ଲାଗିଲା....

ଏଇମିତିରେ କିଛି ଦିନ ବିତିଗଲା....
ଦିନେ ସେ ଜଙ୍ଗଲରେ ବନ୍ୟ ଜୀବଙ୍କୁ
ଧରିବାକୁ ଶିକାରୀ ମାନେ ଜାଲ
ପକେଇ ଲୁଚିଗଲେ....

ହାତୀ,ମହିଷ,ଭାଲୁ ଓ ମୃଗ ଆଦି ଭିନ୍ନ ଭିନ୍ନ
ଜାଲରେ ପଡି଼ ଛଟପଟ ହେଉଥାନ୍ତି...

ମୂଷାଟି ତ ନିକଟସ୍ଥ ଗଛ କୋରଡରେ ଥାଏ
ସେ କଣ୍ କଲା ନା
ପ୍ରତ୍ୟେକଙ୍କ ଜାଲ କାଟିଦେଇ ସେମାନଙ୍କୁ ମୁକ୍ତ କରିଦେଲା....

ହାତୀ,ମହିଷ ଓ ଭାଲୁ ମୂଷା ପ୍ରତି ପୂର୍ବେ କରିଥିବା ଉପହାସ କଥା ମନେ ପକେଇ ବହେ ମନସ୍ତାପ କଲେ ଏବଂ କ୍ଷମା ମାଗି ସୁରକ୍ଷିତ ସ୍ଥାନମାନଙ୍କୁ ଚାଲିଗଲେ ।
ଶେଷରେ ମୃଗଟି ମୂଷାକୁ ତା’ର ଉପକାର ପାଇଁ କୃତଜ୍ଞତା ଜ୍ଞାପନ କରନ୍ତେ
ମୂଷା କହିଲା
“ଭାଇ ଏହା ତ ମୋର କର୍ତ୍ତବ୍ୟ ମାତ୍ର ଥିଲା,କେଭେ ଆପଣ ମୋତେ ସାହାଯ୍ୟ କରିଥିଲେ ଆଉ ଆଜି ମୁଁ କରିଦେଲି...”

(କାହାକୁ ଛୋଟ ମଣି (ଭବିଷ୍ୟତ ରେ ତା ଠାରୁ କୌଣସି ଲାଭ ମିଳିବ ନାହିଁ ବୋଲି ଭାବି) ସାହାଯ୍ୟ ନକରିବା ବହୁତ ବଡ଼ ଭୂଲ....
ଦୁନିଆରେ କେହି ଆକାର, ଧନ,କ୍ଷମତା ଓ ଜ୍ଞାନ ରେ ବଡ଼ ଛୋଟ ହୋଇପାରେ କିନ୍ତୁ
ସମୟ ବେଳେ ବେଳେ ନିଜ ଖେଳ ଦେଖାଇ
ଛୋଟ ଲାଗୁଥିବା ବ୍ୟକ୍ତି ବା ବସ୍ତୁକୁ ମଧ୍ଯ ମହତ୍ତ୍ୱପୂର୍ଣ୍ଣ କରିଦିଏ.....)

Monday, September 25, 2017

●ହଳଦି ଗଛ ଓ ତାହାର ପ୍ରକାର ଭେଦ●

ହଳଦୀ ଶବ୍ଦଟି ଯେତିକି ଲୋକପ୍ରିୟ ସେତିକି ଲୋକପ୍ରିୟ ହଳଦୀ ଗଛ....
ହଳଦୀ Curcuma ଜାତୀର  ବୃକ୍ଷ
ଏବଂ ଏହାର ସର୍ବାଧିକ ଲୋକପ୍ରିୟ ପ୍ରଜାତି ହେଉଛି  “Curcuma  longa” !

ଏହି   Curcuma ଜାତିରେ ହଳଦୀ ବ୍ୟତୀତ
ଆହୁରି ଅନେକ ପ୍ରକାରର ଭିନ୍ନ ଭିନ୍ନ ଗୁଣଯୁକ୍ତ
ପ୍ରାୟ 100ରୁ ଅଧିକ ପ୍ରଜାତି ଥିବା ଜଣାଯାଏ ।
   ଭାରତର ଉତ୍ତର ପୂର୍ବ ତଥା ମଧ୍ୟାଞ୍ଚଳର

1.Curcuma caesia - କଳା ହଳଦୀ,

2.ଥାଇଲାଣ୍ଡ ଇଣ୍ଡୋନେସିଆ ମଲେସିଆର
ପ୍ରଜାତି Curcuma comosa ଆଉ ଏକ ଚମତ୍କାରୀ Curcuma ପ୍ରଜାତି .....
ମହିଳା ମାନଙ୍କ ପାଇଁ ଏହି ଗଛ ହିତକାରୀ ବୋଲି ନିକଟରେ ଥାଇଲାଣ୍ଡରେ ହୋଇଥିବା ଏକ ରିସର୍ଚ୍ଚ ରୁ ଜଣାପଡିଛି ।

3.Curcuma australasica
ଅଷ୍ଟ୍ରେଲିଆ ତଥା ପପୁଆ ନିଉଗିନି ଆଦି ଅଞ୍ଚଳରେ ହୋଇଥାଏ ।

4.Curcuma aromatica ବା ବଣହଳଦୀ
Botanically ଏହାକୁ Curcuma australasica ର ନିକଟତର ବୋଲି ବିଶ୍ବାସ କରାଯାଏ ।

5.Curcuma amada ବା ଆମ୍ବ ଅଦା....
ଏହା ହଳଦୀ ଜାତିର କିନ୍ତୁ ଦେଖିବାକୁ ଅଦାଭଳି ଏବଂ ସୁବାଷ ଆମ୍ବ ଭଳି ତେଣୁ ଲୋକପ୍ରିୟ ସଂସ୍କୃତି ରେ ଏଭଳି ନାମକରଣ ହୋଇଅଛି ।
ଦକ୍ଷିଣ ଭାରତରେ ଏହି ଆମ୍ବ ଅଦାକୁ ନେଇ ସ୍ବତନ୍ତ୍ର ଖଟା ତିଆରି କରାଯାଏ ।

6.Curcuma alismatifolia ଯାହାକୁ କି Siam tulip କୁହାଯାଏ ତେବେ ଏ ଗଛ ହଳଦୀ ଜାତୀୟ ଏବଂ ଏହାର ଟ୍ୟୁଲିଫ୍ ଗଛ ସହ କୌଣସି ନିକଟସମ୍ପର୍କ ନାହିଁ ।

7.Curcuma petiolata ଏହି ପ୍ରଜାତିଟି
jewel of Thailand ତଥା hidden ginger,
ନାମରେ ମଧ୍ୟ ଖୁବ୍ ଜଣାଶୁଣା.....

8.Curcuma prakasha
ମେଘାଳୟର ଗାରେ ହିଲ୍ସରୁ ମିଳିଥିବା ଏହି ପ୍ରଜାତିଟି ବଟାନି ପାଇଁ ନୂଆ ।
ବଟାନିକାଲ ଲେଖକ , ସୁନିଲ୍ ତ୍ରିପାଠୀ  aneconomic botanist,ethnobotanist ଏବଂ taxonomist Dr.Ved Prakash ଙ୍କ ସମ୍ମାନାର୍ଥେ ଏହାର ନାମକରଣ ତାଙ୍କ ନାମଯାୟୀ କରିଅଛନ୍ତି ।

9.ବର୍ମାର Curcuma roscoeana ବା କମଳା ଅଦା ଆଉ ଏକ ନିଆରା ପ୍ରଜାତି.....
ଏହାର ଫୁଲ ଠିକ୍ କମାଳା ରଙ୍ଗ ପରି....

10.Curcuma zanthorrhiza ଏହା ଜାଭା ଅଞ୍ଚଳରେ ହୋଇଥିବାରୁ ଏହାର
temulawak,Java ginger,Javanese ginger, ତଥା Javanese turmeric ନାମ ହୋଇଅଛି ।

11.Curcuma zedoaria କୁ କେହି କେହି ଧଳା ହଳଦୀ ମଧ୍ୟ କୁହନ୍ତି । ଏହାର ଉତ୍ପତ୍ତି ସ୍ଥଳ ଦକ୍ଷିଣ ଏସିଆ ବୋଲି ବିଶ୍ବାସ କରାଯାଏ ।

12.Curcuma zedoaroides ଥାଇଲାଣ୍ଡର ହଳଦୀ ଜାତୀୟ ବୃକ୍ଷ....
ସ୍ଥାନୀୟ ଭାଷାରେ ଏ ବୃକ୍ଷକୁ  Wan-Paya-Ngoo-Tua-Mia କୁହାଯାଏ ।
ସେଇଭଳି ଏକ ହଳଦୀ ପ୍ରଜାତି ହେଉଛି

13.Curcuma inodora
ଏହାକୁ hinden purple ginger  ବି କୁହାଯାଏ ।
ଗୋଆ,ମହାରାଷ୍ଟ୍ର,ଦକ୍ଷିଣ ଭାରତ ଏମିତି କି ଓଡ଼ିଶାର ମହେନ୍ଦ୍ରଗରିରୁ ମଧ୍ୟ ଏହି ପ୍ରଜାତିର ବୃକ୍ଷ ମିଳିଅଛି ।

14.Curcuma pseudomontana ଏହା
Hill termeric ନାମରେ ଜଣାଶୁଣା । ଭାରତର
ପଶ୍ଚିମ ତଥା ପୂର୍ବଘାଟ ପାର୍ବତ୍ୟାଞ୍ଚଳରେ ଦୃଷ୍ଟିଗୋଚର ହୋଇଥାଏ ।

15.ଦକ୍ଷିଣ ଭାରତର Curcuma bhatii
ଏହାକୁ Udipi Turmeric  ମଧ୍ୟ କୁହାଯାଏ ।

16.Curcuma aeruginosa ଏହାର ଫୁଲ ନୀଳ ଗୋଲାପୀ ରଙ୍ଗ ମିଶାମିଶି ହୋଇଥାଏ ।
କଳା ହଳଦୀ ଭଳି ଏହା ମଧ୍ୟ ଔଷଧୀୟ ଗୁଣଯୁକ୍ତ ।

*ବାଡି ବାଇଗଣ ପୋଥି ବାଇଗଣ କଥା*

ଘରେ ତରକାରୀ କରିବାକୁ ପରିବା କମ୍ ପଡିଲାରୁ ପଣ୍ଡିତିଆଣୀ କହିଲେ

“ହେଇଟି ଶୁଣୁଛ ! ବାଡ଼ିରେ ଆମର ବାଇଗଣ ଫଳିଛି ତହିଁରୁ କିଛି ତୋଳି ଆଣନ୍ତନି, ତରକାରୀ କରନ୍ତେ !”

ପଣ୍ଡିତ ସେଇଠୁ ଆପଣା ବାଡ଼ିରେ
ଫଳିଥିବା ଧଳା ବାଇଗଣକୁ ତୋଳି କରି ଘରକୁ ନେଲାବେଳେ ପଣ୍ଡିତଙ୍କର ଶାସ୍ତ୍ରଜ୍ଞ ପୁତ୍ର
ପଚାରିଲେ....

“ବାପା ଶାସ୍ତ୍ରରେ କୁହାଯାଇଛି...
‛ଅଲାବୁ,ଶ୍ବେତବାର୍ତ୍ତାକୀ’ !
ଶ୍ବେତବାର୍ତ୍ତାକୀ (ଧଳା ବାଇଗଣ) ଖାଇବା ଶାସ୍ତ୍ରରେ ନିଶିଦ୍ଧ କରାଯାଇଛି ତେବେ ଆପଣ ଏହାକୁ ତରକାରୀ ହେତୁ ନେଇଯାଉଛନ୍ତି ଯେ....?”

ପୁଅ କଥା ଶୁଣି ପଣ୍ଡିତେ କହିଲେ ...
ଠିକ୍ ଠିକ୍....

ପୋଥିବାଇଗଣ ଖାଇବା ସିନା ନିଶିଦ୍ଧ ହୋଇଛି ହେଲେ ଉକ୍ତ ନିଷେଧ ବଚନ ବାଡ଼ି ବାଇଗଣ ପ୍ରତି ପ୍ରଯୁଜ୍ୟ ନୁହେଁ.....

★ଶାସ୍ତ୍ର ବିଧି ଅନୁଯାୟୀ କାର୍ଯ୍ୟ ନକରି
ପରିସ୍ଥିତି କୁ ଦେଖି କାର୍ଯ୍ୟ କରାଯାଉଥିଲେ
ତାହାକୁ ବାଡି଼ ବାଇଗଣ ପୋଥି ବାଇଗଣ
ନ୍ୟାୟ କୁହାଯାଏ★

Sunday, September 24, 2017

ରସନୀ ଓ ଦଶନୀ ଧର୍ମ

ଜିଭ ଓ ଦାନ୍ତ କୁ ନେଇ ଆମ୍ଭେ ଏକ ସାମାଜିକ ଶିକ୍ଷା ପାଇପାରିବା..

ଜିହ୍ବାର ଧର୍ମ ରାସନୀ ଧର୍ମ
କିନ୍ତୁ ଦାନ୍ତର ଦାଶନୀ ଧର୍ମ....

ଦାନ୍ତର ମୂଳରେ କିଛି ଲାଗିଥିଲେ ତାକୁ ବାରମ୍ବାର ଉଖାରି ଦାନ୍ତର ମଙ୍ଗଳ କରିବା କର୍ମରେ ଜିଭକୁ ରସନା ଲାଗିଥାଏ..

ଏଥିପାଇଁ ପରର ସର୍ବଦା ଉପକାର କରିବାକୁ
ରାସନୀ ନୀତି କୁହାଯାଏ....

କିନ୍ତୁ ଦାନ୍ତ କଣ୍ କରେ.....
ଦାନ୍ତ ସୁବିଧା ପାଇଲେ
ଜିଭକୁ ଦାବିଦିଏ ବା କାମୁଡ଼ି ଦିଏ....

ତେଣୁ ଉପକାରୀର ଅପକାର କରିବାକୁ ଦାଶନୀ  ଧର୍ମ ବୋଲାଯାଏ.....

ତେବେ
ଆମ୍ଭେ ମାନେ ଆବହମାନ କାଳରୁ ଦେଖି
ଆସିଛେ
ଦାନ୍ତ ଯେତେ ଅପକାର କଲେ ହେଁ ଜିଭ ତା
ରାସନୀ ଧର୍ମ ତ୍ୟାଗ କରିନାହିଁ...

ତେଣୁ
ଯଦି ଅପକାରୀ ନିଜ ଅପକାରବୁଦ୍ଧି ତ୍ୟାଗ କରୁନାହିଁ ତେବେ ଉପକାରୀ ନିଜ ସ୍ବଭାବ
କାହିଁକି ଛାଡି଼ବ ?

●1971 ଭାରତ ପାକିସ୍ତାନ ଯୁଦ୍ଧର କାହାଣୀ● ★ଭାଗ 【1】★

ପାକିସ୍ତାନର ଏକଛତ୍ରବାଦୀ ଶାସକ याहिया खाँ
1970ରେ ପୂର୍ବ ତଥା ପଶ୍ଚିମ ପାକିସ୍ତାନରେ
ହେବାକୁ ଯାଉଥିବା ଗଣତାନ୍ତ୍ରିକ ନିର୍ବାଚନ ବିରୋଧୀ ଥିଲା । ସେ ଭାବିଲା ଭାରତକୁ
ଆକ୍ରମଣ କରି କୌଣସି ମତେ ପାକିସ୍ତାନୀ ପ୍ରଜାର ଧ୍ୟାନ ହଟେଇ ଦେବ ....
ଆମେରିକାର ନିକ୍ସନ ସରକାର ଏବଂ
ଚୀନ ସରକାର ପାକିସ୍ତାନକୁ ପରୋକ୍ଷ ଓ ପ୍ରତ୍ୟକ୍ଷ ସାହାଯ୍ୟ ଦେଉଥାନ୍ତି ।
ବିଶେଷ କରି ଆମେରିକା ର ସହାୟତା ସହଯୋଗ ପାଇ ପାକିସ୍ତାନ ଧରାକୁ ସରା ମଣୁଥାଏ....
ଅଗଷ୍ଟ 1970ରେ ୟାହିୟା ଖାଁ ଆମେରିକାରେ
ରାଷ୍ଟ୍ରପତି ନିକ୍ସନ ସହ ଭେଟିଲା....
ଆମେରିକା ସେହି ଦିନ ଠାରୁ ଚୁକ୍ତିବଦ୍ଧ ହୋଇ
ଆଧିକାରୀକ ପାକିସ୍ତାନକୁ ସୈନିକ,ଅସ୍ତ୍ର ଶସ୍ତ୍ର ସହାୟତା ଦେବା ଆରମ୍ଭ କରିଦେଲା ।

ଏପଟେ ୟାହିୟା ଖାଁ ଯୁଦ୍ଧ ପାଇଁ ସଜବାଜ ହେଲାବେଳେ ସେପଟେ ତାଙ୍କ ସମର୍ଥକ ମାନେ ବଡ଼ ବଡ଼ ଭାଷଣ ମାନ 1971ରେ
ଭାରତ ସହ ନିଶ୍ଚିତ ଯୁଦ୍ଧ ହେବ ବୋଲି
ପ୍ରଚାର କରୁଥାନ୍ତି ।

1971 ଜାନୁଆରୀରେ ୟାହିୟା ଖାଁ ସମର୍ଥିତ
ଦଳର ଶୋଚନୀୟ ପରାଜୟ ବରଣ କଲା ।

ଔଷଧ ରାଗରେ ତାଟିଆ କାମୁଡ଼ିଲା ଭଳି
ୟାହିୟା ଖାଁ ନିଜ ଗୁପ୍ତଚରମାନଙ୍କୁ ଭାରତରେ ଛଦ୍ମ-ମୁତୟନ କରାଇଲା ହେଲେ ତନ୍ମଧ୍ୟରୁ
28 ଜାନୁଆରୀ 1971ରେ ଅଧିକାଂଶ(22ଜଣ) ଧରାପଡିଲେ....
ତହିଁ ପର ଦିନ ଦୁଇଜଣ ପାକ୍ ଏଜେଣ୍ଟ
ମହମ୍ମଦ ଅଶରଫ୍ ଓ ହାଶିମ୍ କୁରେଶୀ ଏକ
ଭାରତୀୟ ବିମାନ କୁ ଅପହରଣ କରିନେଇ
ତାକୁ ଲାହୋର ରେ ବମ ଲଗେଇ ଉଡେଇ ଦେଲେ !!!!

ଏ ଘଟଣା ପରେ ପାକିସ୍ତାନର ଖବରକାଗଜ ଗୁଡିକ କହିବାକୁ ଲାଗିଲେ
ଯେ ଭାରତୀୟ କାଶ୍ମୀରରେ ସ୍ଥାନୀୟ ଲୋକ
ସ୍ବତନ୍ତ୍ରତା ପାଇଁ ଚେଷ୍ଟା ଆରମ୍ଭ କରିଦେଇଛନ୍ତି ।

ଏହାର ଉତ୍ତରରେ ଭାରତ ସରକାର
ପାକିସ୍ତାନ ସହ ବିମାନସେବା ବନ୍ଦ କରିବା ସହ ସୀମାନ୍ତରେ ସୈନିକ ମୁତୟନ କରିଦେଲା....

1947 ପରଠାରୁ ହିଁ ପାକିସ୍ତାନ ଅଧିକୃତ ବଙ୍ଗର ବଙ୍ଗାଳୀ ମାନେ ପ୍ରତ୍ୟେକ ଟି କଥାରେ ହତାଦର ହେଉଥିଲେ । ସେମାନଙ୍କ ସହ ଭେଦଭାବ ଏବଂ ଅନ୍ୟାନ୍ୟ କରାଯାଉଥିଲା ।
1971 ନିର୍ବାଚନରେ ପୂର୍ବ ପାକିସ୍ତାନ(ବାଙ୍ଗ୍ଲାଦେଶ)ରେ
ଶେଖ୍ ମୁଜିବୁର୍ ରେହମାନ୍ ଙ୍କ ଶାସନକୁ
ପଶ୍ଚିମ ପାକିସ୍ତାନରେ ନାପସନ୍ଦ କରାଯାଉଥିଲା । ପଶ୍ଚିମ
ପାକିସ୍ତାନରେ ଶେଖ୍ ସାହାବଙ୍କୁ ଭାରତୀୟ ଏଜେଣ୍ଟ ଏବଂ ଦେଶଦ୍ରୋହୀ କହି ପ୍ରଚାର କରାଯାଉଥିଲା ଏଣେ ବଙ୍ଗାଳି ପ୍ରଜାକୁ
ଅଧିକାଂଶ ସରକାରୀ ସହାୟତା ରୁ ବଞ୍ଚିତ କରାଯିବା ସହ ବଡ଼ ବଡ଼ ପଦରେ ଥିବା
ବଙ୍ଗାଳିଙ୍କୁ ନିଲମ୍ବିତ କରିଦିଆଗଲା....

ଶେଖ୍ ମୁଜିବୁର୍ ରେହମାନ୍ ଏଭଳି ଏକଛତ୍ରବାଦୀ ପକ୍ଷପାତୀ ଶାସନ ବିରୋଧରେ
ପୂର୍ବ ପାକିସ୍ତାନରେ ଆନ୍ଦୋଳନ କରିବାକୁ ଘୋଷଣା କରିଦେଲେ ।

ପୂର୍ବ ପାକିସ୍ତାନର ବଙ୍ଗାଳୀ ମାନେ
ପଶ୍ଚିମ ପାକିସ୍ତାନ ଏବଂ ତହିଁର ଲୋକଙ୍କ ସହ
ଅସୋହଯୋଗ ଆନ୍ଦୋଳନ ଆରମ୍ଭ
କରିଦେଲେ ।
ଏ ଆନ୍ଦୋଳନ ଏତେ ସଫଳ ହେଲା ଯେ
ପୂର୍ବ ବଙ୍ଗର କେହି ବି ଲୋକ ଓ କର୍ମଚାରୀ
ପଶ୍ଚିମ ପାକିସ୍ତାନର ରାଜକର୍ମଚାରୀ ଓ ନେତାଙ୍କ ଆଦେଶ ଶୁଣିଲେ ନାହିଁ କି ମାନିଲେ ନାହିଁ । ପୂର୍ବ ବଙ୍ଗ ର
ସରକାରୀ କାର୍ଯ୍ୟାଳୟ, ଥାନା, ବନ୍ଦର, ବ୍ୟାଙ୍କ,ଓକିଲ ଓ ଜଜ୍ ତଥା ଶିକ୍ଷା କ୍ଷେତ୍ର ସହ ସମ୍ବନ୍ଧିତ ବ୍ୟକ୍ତି ବିଶେଷ ମାନେ
କେବଳ ଶେଖ୍ ମୁଜିବୁର୍ ରେମମାନ୍ ଙ୍କର ଆଦେଶ କୁ ହିଁ ସର୍ବୋଚ୍ଚ ମନେକରୁଥିଲେ ।

ୟାହିୟା ଖାଁ ପାକିସ୍ତାନରୁ ଯେଉଁ ସୈନିକ ପଠାଉଥିଲେ ପୂର୍ବ ବଙ୍ଗ ର ବଙ୍ଗାଳି ମାନେ
ସେମାନଙ୍କୁ ଅନ୍ନ ସୁଦ୍ଧା ଯୋଗାଉ ନଥିଲେ ।

ଏସବୁ ଘଟଣା ଦେଖି
ୟାହିୟା ଖାଁ ପୂର୍ବ ବଙ୍ଗ ଆସିଲେ ।
ସେ ଏଠାରେ ଶାନ୍ତପୂର୍ଣ୍ଣ କଥାବାର୍ତ୍ତା ଦ୍ବାରା ସମସ୍ୟା ସମାଧାନ କରିବା ହେତୁ ଆସିଅଛନ୍ତି ବୋଲି କହିଲେ ସିନା ହେଲେ ପ୍ରକୃତରେ
ବଙ୍ଗାଳି ମାନଙ୍କ ମୁହଁ ବନ୍ଦ କରିବା ପାଇଁ
ଯୋଜନା ପ୍ରସ୍ତୁତ କରିବା ହେତୁ ସେ ସେଭଳି ନାଟକ କରୁଥିଲେ ।

କ୍ରମଶଃ.....

ଏକ ମୌଳିକ ଓ ପ୍ରାଚୀନ ଓଡ଼ିଆ ଶବ୍ଦ: ଆଈଆଈ

ଜାପାନରେ କୋଡ଼ିଏ ହଜାର ପାଖାପାଖି Ainu ଜନଜାତିର ଲୋକେ ଥିଲେ ବି ସେମାନଙ୍କର ମୂଳ Ainu ଭାଷାରେ ମାତ୍ର ପାଞ୍ଚ ଦଶଜଣ ଲୋକ କଥାଭାଷା ହୋଇପାରୁଛନ୍ତି । ମରିଵାକୁ ବସିଥିଵା...