Tuesday, September 5, 2017

ଜ୍ଞାନ ଏବଂ ବ୍ୟକ୍ତି

ଗୋଟିଏ ଦଉଡି଼ ବା ରଜ୍ଜୁକୁ ଦେଖି ରଜ୍ଜୁ ବୋଲି ଜାଣିବାକୁ ନିଶ୍ଚୟ ଜ୍ଞାନ କୁହନ୍ତି ।
ସତ୍ୟକୁ ସତ୍ୟ ମଣିବାକୁ ହିଁ ନିଶ୍ଚୟ ଜ୍ଞାନ କୁହାଯାଏ । ଯେ ବ୍ୟକ୍ତି ନିଶ୍ଚୟ ଜ୍ଞାନୀ ସେ ଉତ୍ତମ ବ୍ୟକ୍ତି । ସେ ହିଁ ଉତ୍ତମ ବ୍ୟକ୍ତି ଯେ' କର୍ଣ୍ଣ ବାଟେ ଜ୍ଞାନ କୁ ନେଇ ମସ୍ତିଷ୍କ ରେ ତାକୁ ସଂଚୟ କରିନିଏ ।

ରଜ୍ଜୁକୁ ସର୍ପ ମନେ କରି ଡରିବାକୁ ଭ୍ରମଜ୍ଞାନ  କୁହାଯାଏ । ଭ୍ରମଜ୍ଞାନକୁ ନେଇ
ଓଡ଼ିଆ ପ୍ରବାଦଟିଏ ବି ଅଛି
“ଯାହା ପୁଅକୁ ସାପ କାମୁଡ଼ି ଥାଏ
ତା ମାଆ ପାଳ ଦଉଡି଼ ଦେଖିଲେ ଡ଼ରେ” ।
ବଡ଼ ବଡ଼ ଜ୍ଞାନୀ ମାନେ ମଧ୍ଯ ବେଳେ ବେଳେ ଭ୍ରମଜ୍ଞାନ ର ଶିକାର ହୋଇ ଯାଅନ୍ତି । ଯେ
ପ୍ରାୟଃ ଭ୍ରମଜ୍ଞାନ ର ଶିକାର ହୋଇଥାଏ ସେ ମଧ୍ୟମ ବ୍ଯକ୍ତି । ମଧ୍ୟମବ୍ୟକ୍ତି କର୍ଣ୍ଣ ବାଟରେ ନେଇଥିବା ଜ୍ଞାନ କୁ ମୁଖ ମଧ୍ୟ ଦେଇ ଭ୍ରମାତ୍ମକ ତଥ୍ୟ ସହ ବହିଷ୍କୃତ କରିଦିଏ,ମସ୍ତିଷ୍କ ରେ ସଂଚୟ କରେ ନାହିଁ ।

ରଜ୍ଜୁ କୁ ଦେଖି ତାହା ରଜ୍ଜୁ କି ସର୍ପ ମନେ କରିବାକୁ ‛ସଂଶୟ ଜ୍ଞାନ’ କୁହନ୍ତି ।
ଯେଉଁ ବ୍ୟକ୍ତି ଗୁରୁ ପ୍ରଦତ୍ତ ଜ୍ଞାନ କୁ ଏକ କର୍ଣ୍ଣ ରେ ପୁରାଇ ଅନ୍ୟ କର୍ଣ୍ଣ ରେ ସଂଶୟ ଯୁକ୍ତ ହୋଇ କାଢିଦିଏ ସେ ଅଧମ ବ୍ୟକ୍ତି ଗଣା ହୁଏ ।
ଏହିଭଳି ତିନିପ୍ରକାରର ଜ୍ଞାନ ଏବଂ ବ୍ୟକ୍ତି ଙ୍କ ବିଷୟରେ ଏଠାରେ ସଂକ୍ଷିପ୍ତ ବର୍ଣ୍ଣନା କରାଗଲା ।

No comments:

Post a Comment

ଓଡ଼ିଆମାନେ Cockroachକୁ ଅସରପା କାହିଁକି କୁହନ୍ତି ?

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ  ଅସରପା ଶବ୍ଦର ଵିଶେଷ୍ୟ ଅର୍ଥ Cockroach ତଥା ଵିଶେଷଣ ଅର୍ଥ ମନ୍ଦବୁଦ୍ଧି,ଅପ୍ରତିଭ,ମୂର୍ଖ ତଥା ଅଥରପା ଲେଖା ହୋଇଛି । ଅଥରପ...