ଜଣେ ପଣ୍ଡିତ ଯାଉଁ ଯାଉଁ ବାଟରେ ଗୋଟିଏ ମଣିଷ ମୁଣ୍ଡର ଖପୁରୀ ପାଇଲେ । 
ସେ ଦେଖିଲେ,
ଖପୁରୀ  ମୁଣ୍ଡ ଉପରେ ଲେଖା ଅଛି... 
“ଭୋଜନଂ ଯତ୍ର କୁତ୍ରାପି 
ଶୟନଂ ହଟ୍ଟମଣ୍ଡପେ ।
ମରଣଂ ଗୋମତୀ ତୀରେ
ଅପରେ କିଂ ଭବିଷ୍ୟତି ?”
ଏ ଲୋକ ମାଗ ଯାଚି ଖାଉଥିଲା; 
ଘର ଅଭାବରେ ଚାଟଶାଳୀରେ ଶୋଉଥିଲା 
ଗୋମତୀ ତୀରରେ ମରିବାରୁ ଏହାର ଆତ୍ମା ନରକଗାମୀ ହେଲା; ଏଥିପରେ କଣ୍ ହେବ 
ଏହା ଜାଣିବାରେ କୌତୁହଳି ହୋଇ ପଣ୍ଡିତେ ସେ ଖପୁରୀ କୁ ନେଇ ଘରେ ଟାଙ୍ଗିଦେଲେ ।
ପଣ୍ଡିତଙ୍କର ଦୁଇଟି ସ୍ତ୍ରୀ ଥିଲେ ।
ଦୁଇ ସ୍ତ୍ରୀ ଯାକ ବିଚାରିଲେ 
ଆମ୍ଭେ ପରସ୍ପରରେ ଝଗଡ଼ା ଲାଗି ପଣ୍ଡିତଙ୍କୁ ସଦାବେଳେ ହଇରାଣ ହରକତ କରୁଥିବାରୁ 
ସେ ଆମ୍ଭ ଅମଙ୍ଗଳ ପାଞ୍ଚି ମଲାମଣିଷର ଖପୁରୀ ଆଣି ଘରେ ଟାଙ୍ଗିଛନ୍ତି ।
ଏମନ୍ତ ବିଚାରି ଦିହେଁ ଯାକ କଣ୍ କରିବେ 
ତାହା ଭାଳି ହେଲେ ।
ବଡ଼ ସପତୁଣୀ କହିଲା 
ମୁଣ୍ଡଟାକୁ ଢେଙ୍କୀରେ ଛେଚି,ଚୁନାକରି ତା ଗୁଣ୍ଡକୁ ପାଣିରେ ପକାଇ ଦେବା  ।
ଦୁହେଁ ସେଇଆ କଲେ......
ସେମାନେ ଢେଙ୍କୀରେ ମଣିଷ ଖପୁରୀ କୁଟିଥାନ୍ତି ଏତିକି ବେଳକୁ ପୋଖରୀ ରୁ ସ୍ନାନ ସାରି ପଣ୍ଡିତେ ଆସି ଏ ଦୃଶ୍ୟ ଦେଖି ବିଚାରିଲେ; 
ମୃତ୍ୟୁ ପରେ ମଧ୍ଯ ଖପୁରୀ ର ଏହି ଦଶା ଭୋଗିବାକୁ ଥିଲା ?
No comments:
Post a Comment