Saturday, September 9, 2017

ଧାର୍ମିକ ଆତ୍ମମୁଗ୍ଧତା ଏବଂ ତାହାର ସତ୍ୟତା 2

ଆତ୍ମମୁଗ୍ଧ ହିନ୍ଦୁବାଦୀ ଆଗକୁ କହିଛନ୍ତି

Australia ଶବ୍ଦ ଟି ଅସ୍ତ୍ରାଳୟର ଅପଭ୍ରଂସ
Britain ଶବ୍ଦ ବୃହତସ୍ଥାନ ରୁ ଆସିଛି
Devonshire ଶବ୍ଦଟି Devaneshwar ର ଅପଭ୍ରଂସ
Egypt ଟା ଅଜପତି ଅର୍ଥାତ ରାମଙ୍କ ନାମ ସହ ସମ୍ବନ୍ଧୀୟ
England ରେ ଅଙ୍ଗୁଳି ଋଷି ତପସ୍ୟା କରୁଥିଲେ
ତେଣୁ ଏଭଳି ନାମକରଣ ହୋଇଛି
Guatamala ର ନାମ ଗୌତମ ଋଷିଙ୍କ ନାମନୁସାରେ ହୋଇଛି ।
German ଶବ୍ଦ ଟି ହିନ୍ଦୁ ସରନେମ୍ ଶର୍ମନ୍ ର ଅପଭ୍ରଂସ.....
Hindenberg ଟା ହିନ୍ଦୁ ଶବ୍ଦ ହିନ୍ଦୁ ଦୁର୍ଗର ବଦଳିଯାଇଥିବା ରୂପ
Israel ସଂସ୍କୃତ ଈଶ୍ବରାଳୟରୁ ଆସିଛି ।
ତେବେ ଚାଲନ୍ତୁ ଜାଣିବା ସତ୍ୟତା........

1.Australia~

ଆଗକାଳରେ ୟୁରୋପୀୟ ଲୋକେ ଦକ୍ଷିଣ ଗୋଲାର୍ଦ୍ଧରେ ଏକ କାଳ୍ପନିକ ଦ୍ବୀପ ପାଇଁ ଗୋଟିଏ ନାମ Terra Australis ବ୍ୟବହାର କରୁଥିଲେ । ପ୍ରକୃତରେ ଏହା ଏକ ଲାଟିନ୍ ନାମ ଏବଂ ଯେତେବେଳେ ୟୁରୋପୀୟ ମାନେ ଅଷ୍ଟ୍ରେଲିଆ ଦେଶକୁ ଯାଇ ତାହାର ନାମକରଣ କଥା ଭାବିଲେ ଏହି ଲାଟିନ୍ ନାମ  Terra Australis  ଅନୁଯାୟୀ ସେ ଦ୍ବୀପ ର ନାମ Australia ଦେଇଥିଲେ ।

2.Britain~
"Britain" ଶବ୍ଦ ଟି  Latin ଭାଷାର  Britannia~Brittania, ନାମର ଆଧୁନିକ ରୂପ । ଏହି ଲାଟିନ୍ ବ୍ରିଟାନିଆ
ଶବ୍ଦ ଟି ପୁଣି Old French “Bretaigne” ଏବଂ  Middle English ଭାଷାର “Breteyne” ରୁ ଆସିଥିବା ତଥା ଏହାର ମୂଳ 
ଏକ old English ଶବ୍ଦ Bryten
ବୋଲି
ଅଧିକାଂଶ ଭାଷାବିଦ ମତ ଦିଅନ୍ତି ।
ଆଉ କେତେକ ଗବେଷକ Welsh ଭାଷାର
   Brythonic ବା 'Prydain' ଶବ୍ଦରୁ Britain ଶବ୍ଦ ଆସିଥିବା କୁହନ୍ତି ।

3.Devonshire
.କେବଳ Devon ମଧ୍ୟ କୁହାଯାଏ ।
ଏହି ଡେଭୋନ୍ ଶବ୍ଦଟି
ଏକ Celtic tribe
Dumnonii ନାମରେ ହୋଇଥିବା କେତେକ ଐତିହାସିକ ମତ ଦିଅନ୍ତି ।

4.Egypt~
ଇଜିପ୍ଟ ଶବ୍ଦର ମୂଳ ଏକ ପ୍ରାଚୀନ ଗ୍ରୀକ୍ ଶବ୍ଦ Aígyptos(Αἴγυπτος)
ଫ୍ରେଞ୍ଚ ରେ ଏ ଶବ୍ଦ Egypte ଏବଂ ଲାଟିନ୍ ରେ Aegyptus ହୋଇଥିଲା ।
କେତେକ ଭାଷାବିଦ ଙ୍କ ମତରେ ପ୍ରାଚୀନ କାଳରେ ମିଶର ର ଲୋକେ ନିଜ ଅଞ୍ଚଳ କୁ Hwt-ka-Ptah କହୁଥିଲେ ଏବଂ ଗ୍ରୀକ୍ ଲୋକେ ସେଇ ଶବ୍ଦ କୁ ବହୁତ ବଦଳେଇ Aegyptus (Aigyptos) କହୁଥିଲେ ।
Hwt-ka-Ptah" (Ht-ka-Ptah, or Hout-ak Ptah), ଯାହାର ଅର୍ଥ  "Temple for Ka of Ptah", କିମ୍ବା ବହୁତ ସମ୍ଭବ, "House of the Ka of Ptah" ।
Ptah ହେଉଛନ୍ତି ଜଣେ ପ୍ରାଚୀନ ମିଶର  ଦେବତା ।

5.England~
ଆଧୁନିକ
"England"  ନାମଟି Englaland ଶବ୍ଦ ରୁ ଆସିଅଛି । ଏହାର ଆକ୍ଷରିକ ଅର୍ଥ "land of the angle's". “Angles” ନାମକ ଏକ Germanic ଜାତି ଆସି ଗ୍ରେଟ୍ ବ୍ରିଟେନରେ Early Middle Ages ସମୟରେ ବସତି ସ୍ଥାପନ କରିଥିଲେ । ସେଇମାନେ ଯେହେତୁ ଏ ଅଞ୍ଚଳରେ ଆସି ସ୍ଥାୟୀ ବାସିନ୍ଦା ହେଲେ ତାଙ୍କ ନାମରେ ଇଂଲଣ୍ଡ ର ନାମକରଣ ହେଲା ।

6.Guatamala~
"Guatemala"
ଏକ Nahuatl ଶବ୍ଦ Cuauhtēmallān(nahwiki),ର ଅପଭ୍ରଂସ ଏବଂ ଏହାର ଆକ୍ଷରିକ ଅର୍ଥ ଗୁଡାଏ ଗଛ  ବା "place of many trees",
ଏହି ଶବ୍ଦ K'iche'Mayan  ଲୋକଙ୍କ ଦ୍ବାରା ଆଜି ବି ବୋଲାଯାଏ ଯା'ର ଅର୍ଥ ଏବେବି ଏକା "many trees" ।
ଆଉ କିଛି ଲୋକ ଏହି ଶବ୍ଦ ମୂଳରେ Cuate/Cuatli ଶବ୍ଦ ଥିବା ଏବଂ ଏ ଶବ୍ଦଟି ସ୍ଥାନୀୟ ଲୋକେ Eysenhardtia
ଗଛ ପାଇଁ ବ୍ୟବହାର କରୁଥିବା ମତ ଦିଅନ୍ତି ।

7.German~ଉତ୍ତର ମଧ୍ୟ ୟୁରୋପ କୁ ରୋମାନ୍ ଲୋକେ
Germania କହୁଥିଲେ ଏବଂ ଏ ଶବ୍ଦକୁ ପରେ
German ଶବ୍ଦ ଆସିଛି । ଏ ବିଷୟରେ ପୂର୍ବ ପୋଷ୍ଟରେ କୁହାଯାଇଛି,
Proto German କାଳରେ
Theudo ନାମକ ଏକ ଜର୍ମାନ ଜନଜାତି
ଦୁଇ ଭାଗରେ ବିଭକ୍ତ ହୋଇଗଲେ ।
୧.Diets(meaning "Dutch (people)" (archaic)
୨.Deutsch(German, meaning "German (people)"
କାଳକ୍ରମେ ନେଦରଲ୍ୟାଣ୍ଡ ରେ ବସବାସ କରୁଥିବା Diets ଜନଜାତି ଡଚ୍ ବୋଲାଇଲା ବେଳେ
ଜର୍ମାନୀର ଏକ ବିଶିଷ୍ଟ ଜାତି ଭାବେ Deutsch ଜାତି ପରବର୍ତ୍ତୀ କାଳରେ ଜର୍ମାନ ଜାତି ପରିଗଣିତ ହେଲା ।

8.Hidenberg~ ଏହା ଏକ ଜର୍ମାନ ଉପନାମ,ସହର ନାମ ବିଶେଷ । ଏହା ଏକ ମୌଳିକ ମୂଳ  ଜର୍ମାନ ଶବ୍ଦ ...
ହିନ୍ଦୁ ଏବଂ ଦୁର୍ଗ ଶବ୍ଦ ଦ୍ବୟ ସହ ଏହାର କୌଣସି ସମ୍ପର୍କ ନାହିଁ ।

9.Israel~

ବାଇବେଲ ରେ କାହାଣୀ ଅଛି ଯେ Jacob ଏକ ବାଳକକୁ Israel ନାମଦେବା ସହ ଭବିଷ୍ୟବାଣୀ କରିଥିଲେ ଯେ ଏହି ବାଳକ ଦିନେ ଏ ସମସ୍ତ ଅଞ୍ଚଳର ଅଧିପତି ହେବ (after Genesis 32:28) ।
ସେ ବାଳକ ନାଆଁରେ ସେ ସାମ୍ରାଜ୍ୟର ନାଆଁ ଇଜ୍ରାଏଲ୍ ହେଲା ।
ଇଂରାଜୀ Israel ର ମୂଳ ଏକ ହିବ୍ରୁ ଶବ୍ଦ יִשְׂרָאֵל (yisra'él) ଈଶ୍ବରାଳୟ ନୁହେଁ ।

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...