Friday, September 15, 2017

ଭାରତ

ଆମ୍ଭ ସଂସ୍କୃତ ଶିକ୍ଷକ ଶ୍ରୀମାନ୍ ଶ୍ବେତ ମହୋଦୟ

ଥରେ ଶ୍ରେଣୀ ଗୃହରେ ଭାରତ ଶବ୍ଦର
ବ୍ୟାଖ୍ୟା କରିବାକୁ ଯାଇ
କହିଥିଲେ

ଭା+ରତ=ଭାରତ,

ଭା=ଜ୍ଞାନ,
ରତ=ଅନୁରକ୍ତ,ଲିପ୍ତ,ଆସକ୍ତ  ...

ପୁଣି

ରତ ଶବ୍ଦର ଆଉ କେତେକ ଅର୍ଥ
ମଧ୍ୟ ଅଛି
ନିଯୁକ୍ତ, ବ୍ୟାପୃତ,ରମଣ,ପ୍ରେମ,ପ୍ରଣୟ,ଅନୁରାଗ,
ଦେଶଜ ବିଶେଷ୍ୟ ହିସାବରେ
ଆମୋଦ ପ୍ରମୋଦ, ଆସକ୍ତି....

ଆଜ୍ଞା କହିଥିଲେ,
ଯେଉଁ ଦେଶର ଲୋକେ ସଦା ଜ୍ଞାନ ପିପାସୁ ସେମାନେ ଭାରତୀୟ....

ତେବେ
ମୁଁ ଭାଷାକୋଷରେ ଯାଇ ଦେଖିଲି
ଭା ଧାତୁ ଶବ୍ଦର ଅର୍ଥ ସେଠାରେ
ଦିପ୍ତି ପାଇବା ଲେଖାହୋଇଛି...
ଏବଂ
ସଂସ୍କୃତ ଭାଃ ଶବ୍ଦର ଅର୍ଥ ସେଠି
ଦିପ୍ତି,ପ୍ରଭା,କିରଣ,ଶୋଭା ଉଲ୍ଲେଖ ଅଛି...

ତେବେ ଏହାର ଅନ୍ୟ ଏକ ବ୍ୟାଖ୍ୟା ଏହିପରି
ହୋଇପାରିବ......

ଯେଉଁ ଦେଶର ଲୋକମାନେ
ସଦା ଦିପ୍ତି ବା ପ୍ରଭାର ଆସକ୍ତ....

ଆଉ .............

“କୌଣସି ଦେଶର
ପ୍ରଭା,ଦିପ୍ତି,କିରଣ ବା ଶୋଭା
ସେ ଦେଶର ଜନତା
ଜ୍ଞାନୀ, ଗୁଣୀ ତଥା ବୁଦ୍ଧିମାନ ହୋଇ
ତତ୍ ବଳରେ
ଧନୀକ ହୋଇଥିଲେ ସମ୍ଭବପର ହୋଇଥାଏ ।”

କହିରଖେ.........
ଭାଷାକୋଷରେ
ଭା+ରତ=ଭାରତ ଉଲ୍ଲେଖ ନାହିଁ
ବରଂ
ପ୍ରହରାଜେ
ସେଠାରେ ଭାରତ+ଅ =>
ସମ୍ରାଟ ଭରତଙ୍କ ଶାସିତ ଦେଶ ଭାରତ ଅର୍ଥରେ....

No comments:

Post a Comment

Dancing Mania: ମଧ୍ୟଯୁଗୀୟ ୟୁରୋପର ରହସ୍ୟମୟ ମୃତ୍ୟୁ ନୃତ୍ୟ

ମଧ୍ୟଯୁଗୀୟ ଇଉରୋପରେ ପ୍ଲେଗ୍‌ ଵ୍ୟାପିଵା ସହିତ ଧର୍ମୀୟ ଉତ୍ତେଜନା ମନୁଷ୍ୟ ମନକୁ ଆତଙ୍କିତ କରୁଥିଲା ବେଳେ, ଏକ ଅଜଣା ଓ ରହସ୍ୟମୟ ଘଟଣା ସମାଜକୁ ଆହୁରି ଭୟଭୀତ କରିଥିଲା ...