Saturday, September 16, 2017

★କଳାଛପା★

ଓଡ଼ିଆଭାଷାରେ Carbon paper/Carbonic Paper କୁ କଳାଛପା କୁହାଯାଏ ।

କଳାଛପାର ଆବିଷ୍କାର 1801 ରେ
ଜଣେ ଇଟାଲୀୟ ଗବେଷକ
“Pellegrino Turri” କରିଥିଲେ ।

ସେ ନିଜ ଟାଇପରାଇଟର୍ ରେ ଦିନେ କାଳି ଢାଳୁଥିଲାବେଳେ ତାହା ଏକ କାଗଜରେ ପଡିଗଲା । ପରେ ସେ ସେହି କାଗଜରେ ଲେଖିକି ଦେଖିଲେ ଯେ ତହିଁରେ ନକଲ ମଧ୍ୟ କରିହେଉଛି...

1806ରେ Ralph Wedgwood ନାମ୍ନୀ ଜଣେ ବ୍ୟକ୍ତି କଳାଛପା ବା Carbon paper ର
ପ୍ରଥମେ ପେଣଟେଣ୍ଡ ଲାଭକରିଥିଲେ ।

ଆଜିକାଲି ଯାନ୍ତ୍ରିକ ପ୍ରଗତି ଯୋଗୁଁ ଲାମିନେସନ୍
ମେସିନ୍ ର ଚାହିଦା ବଢିଲା ପରେ କଳାଛପାର ଚାହିଦା କମିଛି କିନ୍ତୁ
ସମୟଥିଲା ଗୁଣି ଶିକ୍ଷକମାନେ ନିଜ ଛାତ୍ରଙ୍କୁ ଅଧିକ ସାଫଲ୍ୟ ଲାଭ ହେତୁ ନିଜେ ଏଭଳି
ସହସ୍ରାଧିକ ନକଲକାଗଜ ଲେଖି ବଣ୍ଟନ କରୁଥିଲେ ।
କିଛି ବର୍ଷ ତଳେ ପରିକ୍ଷାରେ ନକଲ କରୁଥିବା ପିଲାଙ୍କ ପାଇଁ ଏ କାଗଜ ବରଦାନ ପାଲଟି ଥିଲା ।
ଦଶମ ବୋର୍ଡ ପରୀକ୍ଷା ସମୟରେ
ଗୋଟିଏ ଗାଆଁର ଏକାଧିକ ଛାତ୍ରଙ୍କ ପାଇଁ ଅଳ୍ପ ସମୟରେ “କ଼ପୀ଼” ବା ନକଲପତ୍ର ତିଆରି କରିବା ସହଜସାଧ୍ୟ ହେଉଥିଲା
ଏବେ ଏହା ହେଉଛି କି ନାହିଁ ତାହା ପାଠକ ଜଣେଇବେ.....

ଆପଣ ନିଜ ଘରେ ମଧ୍ଯ ତିଆରି କରିପାରିବେ
100% ଦେଶୀ କଳାଛପା.........!!!!!

କେମିତି ?

ମୁଁ ମୋ ପିଲାବେଳେ ଏ ସଂକ୍ରାନ୍ତୀୟ
ଦେଖା ଶିଖା ଜ୍ଞାନରୁ ଯେତିକି ମନେ ଅଛି
ଲେଖୁଅଛି .....
ଆମେ ମାନେ ବାଳୁତ ଥିଲାବେଳେ
ଗୋଟିଏ କାଗଜରେ
(ସାମାନ୍ୟ ମୋଟା ହୋଇଥିଲେ ଭଲ)
କିଛି ତେଲ ଲଗାଇ
ତାକୁ ଲଣ୍ଠନ ଉପରିସ୍ଥ ବଡ଼ କଣା ଉପରେ ଧରି ରଖି
ଲଣ୍ଠନକୁ “ତେଜି” ଦେଉଥିଲୁ....
ଫଳତଃ ଲଣ୍ଠନ ଅଧିକ ଉଜ୍ଜ୍ୱଳତାରେ ଜଳିବା ସହ ଉପର ବଡ଼ ଛିଦ୍ର ବାଟେ ଅଧିକ ଅଙ୍ଗାରକାମ୍ଳ ବାଷ୍ପ ନିଷ୍କାସିତ କରୁଥିଲା....

ଲଣ୍ଠନରୁ ବାହାରୁଥିବା ସେ ଅଙ୍ଗାରକାମ୍ଳ ବାଷ୍ପ
ବଡ଼ ଛିଦ୍ର ଉପରେ ଧରି ରଖାଯାଇଥିବା
ତୈଳଯୁକ୍ତ କାଗଜରେ ଲାଗିଯାଉଥିଲା....

ତତ୍ ପରେ ଆମ୍ଭେମାନେ ସେ କାଗଜକୁ
କିଛି ଦିନ ଖରାରେ ସୁଖାଇ ପରେ
ବ୍ୟବହାର କରୁଥିଲୁ ।

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...