Friday, September 8, 2017

●ଧାର୍ମିକ ଆତ୍ମମୁଗ୍ଧତା ଏବଂ ତାହାର ସତ୍ୟତା●

ଆତ୍ମମୁଗ୍ଧ ଭାରତୀୟ ହିନ୍ଦୁ ରାଷ୍ଟ୍ରବାଦୀ ଏହି»ଓ୍ବେବସାଇଟରେ ଲେଖିଲେ......

Rome, ଶବ୍ଦ ଟି ରାମ ରୁ ଆସିଛି.........
Paris,ଆସିଛି ପରମେଶ୍ବରୀ(Supreme Goddess)ରୁ .........
Russia ଟା ଋଷି ଶବ୍ଦରୁ ହେଲା ଯେଉଁଠି ଋଷି ବାସ କରନ୍ତି ..........
Deutschland ଶବ୍ଦ ଟି ଦୈତ୍ୟସ୍ଥାନ ଶବ୍ଦରୁ ହୋଇଛି ଅର୍ଥାତ ଯେଉଁ ଭୂମି ଦୈତ୍ୟଙ୍କ ଭୂମି.....
Moscow ଶବ୍ଦ ମୋକ୍ଷ ଶବ୍ଦରୁ ହୋଇଛି......
Budapest ହୋଇଛି ବୁଦ୍ଧପ୍ରସ୍ଥରୁ .........
Amsterdam ଟା ଅନ୍ତରଧାମ(Region...... below sea level) ର ବଦଳି ଯାଇଥିବା ରୂପ । Scandinavia ଟି ସ୍କନ୍ଧ (the son of Lord Siva)ରୁ ଆସିଛି.......
Caspian Sea ଟି କଶ୍ୟପ ମୁନି ଙ୍କ ନାମରେ ହୋଇଛି......
Egypt ଶବ୍ଦ  Ajapati (Lord Rama) ଶବ୍ଦରୁ ଆସିଛି...........
ଆଉ
England ରେ ଅଙ୍ଗୁଳି ମୁନି ତପସ୍ୟା କରୁଥିଲେ ବୋଲି ଏଭଳି ନାମ ହୋଇଛି...........

●●●●●●●●ତେବେ ଚାଲନ୍ତୁ ଜାଣିବା ଏହାର ସତ୍ୟତା●●●●●●●●●●

1.Rome ~

ପ୍ରାଚୀନ ଗ୍ରିସ୍ ଦେଶରେ Romulus ନାମକ ଜଣେ ରାଜା ଏହି ନଗରୀ ସ୍ଥାପନା କରିଥିବାରୁ ତାଙ୍କ ନାମ ଅନୁସାରେ ଏ ସହରର ନାମ ରୋମ୍ ହୋଇଛି । ରାଜା Romulus ଙ୍କ ସମୟକାଳ ଖ୍ରୀଷ୍ଟପୂର୍ବ ସପ୍ତମ ଶତାବ୍ଦୀ ବୋଲି ଅନେକ ଐତିହାସିକ ମତ ଦିଅନ୍ତି ।

2.paris ~
ଫ୍ରାନ୍ସ ର ବିଶ୍ବ ପ୍ରଶିଦ୍ଧ ସହର
"Paris" ର ନାମକରଣ
ଏଠାକାର  ଆଦିମ ଅଧିବାସୀ Celtic Parisii ଜନଜାତିରୁ ହୋଇଅଛି । ବହୁତ ଲୋକ କୁହନ୍ତି ଗ୍ରୀକ୍ ମିଥକର ଏକ ପାତ୍ର ପ୍ୟାରିସ୍ ନାମ ଅନୁଯାୟୀ ଏହି ସହରର ନାମ Paris ହୋଇଛି କିନ୍ତୁ ଏହା  ଭ୍ରମାତ୍ମକ ।

3.Russia ~
East Slabs ଅଞ୍ଚଳରେ Rus ଜନଜାତିର ଲୋକ ।ବସବାସ କରୁଥିଲେ । ଏମାନେ ପରବର୍ତ୍ତୀ କାଳରେ Kiev ରାଜ୍ୟକୁ ପରାସ୍ତ କରି ଏକାଦଶ ଶତାବ୍ଦୀ ବେଳକୁ kievian rus ସାମ୍ରାଜ୍ୟ ସ୍ଥାପନ କରିଥିଲେ ଏବଂ ପରେ ଏ ଦେଶ "Русская Земля" (russkaja zemlja) ବୋଲାଇଲା ।
ଋଷକଜ ଜେମଲ୍ଜାର ଅର୍ଥ ‛land of rus’ ।

4.Deutschland ~
ଡଚଲ୍ୟାଣ୍ଡ ଡଚ୍ ଜାତି ଲୋକ ଙ୍କ ଭୂମି ଭାବେ ବିଶ୍ବ ବିଖ୍ୟାତ । Proto German କାଳରେ
Theudo ନାମକ ଏକ ଜର୍ମାନ ଜନଜାତି
ଦୁଇ ଭାଗରେ ବିଭକ୍ତ ହୋଇଗଲେ ।
୧.Diets(meaning "Dutch (people)" (archaic)
୨.Deutsch(German, meaning "German (people)"
କାଳକ୍ରମେ ନେଦରଲ୍ୟାଣ୍ଡ ରେ ବସବାସ କରୁଥିବା Diets ଜନଜାତି ଡଚ୍ ବୋଲାଇଲା ବେଳେ
ଜର୍ମାନୀର ଏକ ବିଶିଷ୍ଟ ଜାତି ଭାବେ Deutsch ଜାତି ପରବର୍ତ୍ତୀ କାଳରେ ଜର୍ମାନ ଜାତି ପରିଗଣିତ ହେଲା

5.Moscow ~

କୁହାଯାଏ ମସ୍କୋ ସହରର ନାମକରଣ Moskva River ରୁ ପଡିଥିଲା ।
Finno-Ugric Merya & Muroma ଜନଜାତୀୟ ଲୋକେ ଆଗେ ଏ ଅଞ୍ଚଳରେ ବସବାସ କରୁଥିଲେ । ସେମାନେ ସେତେବେଳେ Moskva ନଦୀକୁ  Mustajoki କହୁଥିଲେ ଏବଂ ବୋଧହୁଏ ପରେ ଏହି ନାମରୁ ନିକଟସ୍ଥ ସହରର ନାମକରଣ ମସ୍କୋ ହୋଇଅଛି । ଏତଦ୍ବ୍ୟତୀତ ମସ୍କୋ ଶବ୍ଦର ସୃଷ୍ଟିକୁ ନେଇ ଆହୁରି ଅନେକ ମତ ମଧ୍ଯ ପ୍ରଚଳିତ ।

6.Budapest ~
18ଶହ ମସିହା ବେଳକୁ Buda ଏବଂ Pest ଦୁଇଟି ସହରର ସମ୍ମିଶ୍ରଣରେ ଏ ସହର ସ୍ଥାପନ କରାଗଲା । ଏହା ବର୍ତ୍ତମାନ ହଙ୍ଗେରୀ ଦେଶର ସର୍ବ ବୃହତ୍ତମ ସହର ଏବଂ ୟୁରୋପୀୟ ସଂଘର ପ୍ରମୁଖ କେନ୍ଦ୍ର ।

7.Amsterdam ~
ଆମଷ୍ଟରଡାମ୍ ସହର ନିକଟରେ
ପ୍ରବାହିତ Amstel ନଦୀରେ  1170 and 1173 ମସିହା ରେ ବନ୍ୟା ହେଲାରୁ
ଏ ଅଞ୍ଚଳ ନିକଟରେ ଏକ ବ୍ରିଜ୍ ଏବଂ ଡ୍ୟାମ୍ ନିର୍ମାଣ କରାଯାଇଥିବା ସ୍ଥାନୀୟ ପୋଥିରେ ଉଲ୍ଲେଖ ଅଛି । ଡ୍ୟାମ୍ ଏବଂ ବ୍ରୀଜ୍ ନିର୍ମାଣ ପରେ ନିକଟସ୍ଥ ଗାଆଁକୁ "Aemstelredamme" କୁହାଗଲା ।
13ଶହ ଶତାବ୍ଦୀ ବେଳକୁ ସେହି ନାଆଁଟି ଆହୁରି ଛୋଟ ହୋଇ ଆଜି Amsterdam ହୋଇଛି ।

8.Scandinavia -
ସ୍କାଣ୍ଡିନୋଭିଆ ଉତ୍ତର ୟୁରୋପର ଏକ ଐତିହାସିକ, ସାଂସ୍କୃତିକ ଭୂଭାଗ ।
Denmark,Norway, ଏବଂ Sweden
ଅଞ୍ଚଳରେ ଏକଦା ଏହି ସାମ୍ରାଜ୍ୟ ପରିବ୍ୟାପ୍ତ ହୋଇଥିଲା । Scandinavia ଶବ୍ଦର ମୂଳରେ  Scania ନାମକ ଏକ ଶବ୍ଦ ଥିବା ଅଧିକାଂଶ ଭାଷାବିଦ ମତ ଦିଅନ୍ତି । ଏହି   Scania ଅଞ୍ଚଳ  Scandinavian ଅନ୍ତରୀପର ଅନ୍ତର୍ଗତ ଆସିଥାଏ ।। ରୋମାନ ମାନେ ସ୍ବିଡେନ୍ କୁ Scania କହୁଥିଲେ ସେଇଭଳି ଏ ଅଞ୍ଚଳର ପ୍ରାଚୀନ ଜର୍ମାନ ଭାଷାରେ *Skaðin-awjã,ଏବଂ ପ୍ରାଚୀନ Norseas ଭାଷାରେ Skáney କୁହାଯାଉଥିଲା ।

9.Caspian Sea ~
କାସ୍ପିଆନ ସାଗର ପୃଥିବୀର ସର୍ବବୃହତ ସାଗର ।  Caspian ଶବ୍ଦ ଟି Caspi ନାମକ ଏକ ପ୍ରାଚୀନ ଜନଜାତି ସହ ସମ୍ବନ୍ଧିତ ।
ଏହି ପ୍ରାଚୀନ ଜନଜାତି ଟି କାସ୍ପିଆନ ସାଗରର ଦକ୍ଷିଣ ପଶ୍ଚିମ ଅଞ୍ଚଳର Transcaucasia ରେ ରହୁଥିଲେ । ପରବର୍ତ୍ତୀକାଳରେ ଏହି ଜନଜାତି ଇରାକ ଆଦି ଅଞ୍ଚଳରେ ସେଠାର ସାଧାରଣ ଲୋକ ଙ୍କ ସହ ମିଶି ଗଲେ ଏବଂ ତାଙ୍କ ସ୍ବାତନ୍ତ୍ର୍ୟ ହରାଇଲେ ।
....
..
.
.

କ୍ରମଶଃ.........

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...