କିଛି ବର୍ଷ ତଳର କଥା
ସେତେବେଳେ ମୁଁ ଅଷ୍ଟମରେ ପଢୁଥାଏ ।
ଜଣେ ଚାକିରୀ ପେଷା ବୟସ୍କା ମହିଳା
ଗାଆଁରେ ଜଣକ ଘରକୁ ଆସିଥାନ୍ତି ।
କିଛି କଥାକୁ ନେଇ ତାଙ୍କର ମୋର ତର୍କ ବିତର୍କ ଲାଗିଗଲା । ସେ ନେତାଜୀଙ୍କ ବିଷୟରେ କହିବାକୁ ଯାଇ ତାଙ୍କ ଜନ୍ମ ତାରିଖଟି ଭୂଲ କହି ଦେଇଥିଲେ । ମୁଁ ଯେତେବେଳେ ତାଙ୍କ କଥାକୁ କାଟି ସଠିକ ତାରିଖଟି କହିଦେଲି ତାଙ୍କୁ ଏକଥା ଖୁବ୍ ବାଧିଲା ।
ସେ କହିଲେ ହଇରେ ତୁ ଏଡିକି ବକଟେ ପିଲାଟା
ତୁ କଣ୍ ମୋ ସମାନ ହେବୁ
ତୋତେ କଣ୍ ଜଣା କିରେ
ଯା ଆଗ ଭଲ ପାଠସାଠ ପଢିକି ଆସେ
ତା ପରେ କହିବୁ
ଜାଣିଛୁ ମୁଁ ଅମୁକ ଅଫିସିରେ ସମୁକ ପୋଷ୍ଟରେ ଚାକିରି କରେ ଆଉ ମୋତେ 40 ହେଲାଣି
ତୁ ତ ଛୋଟ ପିଲାଟାଏ
କାହିଁ ତୁ କାହିଁ ମୁଁ ........
ତାଙ୍କ କଥା ଶୁଣି ମଧ୍ଯ ମୁଁ ବିଚଳିତ ହେଲି ନାହିଁ ।
ଦୌଡି଼ଯାଇ ଇତିହାସ ବହିଟାଏ ଘେନି ଆଣିଲି ।
ସେଇଠି ସମସ୍ତଙ୍କୁ ଜଣ ଜଣ କରି ବହିଟି ଦେଖେଇଲି.....
ସ୍ତ୍ରୀ ଲୋକ ଜଣକ ଏଣେ ରାଗି କି ପାଚି ଗଲେଣି ।
ସେ ମୋତେ କହିଲେ ତୁ ଛୋଟ ପିଲା
ତୋତେ କଣ୍ ଭଲମନ୍ଦ ଜଣାଥିବ ....
ମୁଁ ସେଠାରେ ଉପସ୍ଥିତ ଥିବା ସମସ୍ତ ଲୋକ ଙ୍କ ସମ୍ମୁଖରେ କେବଳ ଏତିକି କହିଲି
ଦେଖନ୍ତୁ
ଆପଣଙ୍କୁ ଆଜି 40 ହୋଇଛି
ସମୟ ଆସିଲେ ମୁଁ ବି 40 ବର୍ଷ ବୟସ୍କ ହୋଇଯିବି ।
ବୟସଟା ବଡ଼ ନୁହେଁ
ଜ୍ଞାନ କା'ର ଅଧିକ ଅଛି ବା କମ୍ ଅଛି
ଏ କଥା ବି କେହି ଅନୁମାନ କରିପାରିବେନି ।
ଜଣେ ଚାଷୀ କୁ ହୁଏତ ଉଡାଜାହାଜ ଚଳେଇବା ନ ଆସିପାରେ କିନ୍ତୁ ତାକୁ କ୍ଷେତ ଏବଂ ଫସଲ ବିଷୟରେ ଯେତିକି ଜଣାଥିବ ସେତିକି ଉଡାଜାହାଜ ଚାଳକ ବି ଜାଣି ନଥିବ ।
ତେଣୁ ନିଜ ବୟୋଜ୍ୟେଷ୍ଠ କିମ୍ବା ବିଦ୍ବାନ ପଣର ଅହମିକା କୁ ତ୍ୟାଗ କରି
ଛୋଟ ହେଉ ବଡ଼ ହେଉ ଯା' ପାଖରୁ ଯେଉଁ ସତ୍ ଜ୍ଞାନ ପାଉଅଛନ୍ତି ତାହା ଆହରଣ କରିନେବା ହିଁ ବୁଦ୍ଧିମତ୍ତା ।
ସ୍ତ୍ରୀ ଲୋକ ଜଣକ ଏତକ ଶୁଣି କିଛି ନ କହି ରହିଲେ ମୁଁ ନିଜ ଘରକୁ ଫେରିଲି .....
No comments:
Post a Comment