Sunday, September 24, 2017

●1971 ଭାରତ ପାକିସ୍ତାନ ଯୁଦ୍ଧର କାହାଣୀ● ★ଭାଗ 【1】★

ପାକିସ୍ତାନର ଏକଛତ୍ରବାଦୀ ଶାସକ याहिया खाँ
1970ରେ ପୂର୍ବ ତଥା ପଶ୍ଚିମ ପାକିସ୍ତାନରେ
ହେବାକୁ ଯାଉଥିବା ଗଣତାନ୍ତ୍ରିକ ନିର୍ବାଚନ ବିରୋଧୀ ଥିଲା । ସେ ଭାବିଲା ଭାରତକୁ
ଆକ୍ରମଣ କରି କୌଣସି ମତେ ପାକିସ୍ତାନୀ ପ୍ରଜାର ଧ୍ୟାନ ହଟେଇ ଦେବ ....
ଆମେରିକାର ନିକ୍ସନ ସରକାର ଏବଂ
ଚୀନ ସରକାର ପାକିସ୍ତାନକୁ ପରୋକ୍ଷ ଓ ପ୍ରତ୍ୟକ୍ଷ ସାହାଯ୍ୟ ଦେଉଥାନ୍ତି ।
ବିଶେଷ କରି ଆମେରିକା ର ସହାୟତା ସହଯୋଗ ପାଇ ପାକିସ୍ତାନ ଧରାକୁ ସରା ମଣୁଥାଏ....
ଅଗଷ୍ଟ 1970ରେ ୟାହିୟା ଖାଁ ଆମେରିକାରେ
ରାଷ୍ଟ୍ରପତି ନିକ୍ସନ ସହ ଭେଟିଲା....
ଆମେରିକା ସେହି ଦିନ ଠାରୁ ଚୁକ୍ତିବଦ୍ଧ ହୋଇ
ଆଧିକାରୀକ ପାକିସ୍ତାନକୁ ସୈନିକ,ଅସ୍ତ୍ର ଶସ୍ତ୍ର ସହାୟତା ଦେବା ଆରମ୍ଭ କରିଦେଲା ।

ଏପଟେ ୟାହିୟା ଖାଁ ଯୁଦ୍ଧ ପାଇଁ ସଜବାଜ ହେଲାବେଳେ ସେପଟେ ତାଙ୍କ ସମର୍ଥକ ମାନେ ବଡ଼ ବଡ଼ ଭାଷଣ ମାନ 1971ରେ
ଭାରତ ସହ ନିଶ୍ଚିତ ଯୁଦ୍ଧ ହେବ ବୋଲି
ପ୍ରଚାର କରୁଥାନ୍ତି ।

1971 ଜାନୁଆରୀରେ ୟାହିୟା ଖାଁ ସମର୍ଥିତ
ଦଳର ଶୋଚନୀୟ ପରାଜୟ ବରଣ କଲା ।

ଔଷଧ ରାଗରେ ତାଟିଆ କାମୁଡ଼ିଲା ଭଳି
ୟାହିୟା ଖାଁ ନିଜ ଗୁପ୍ତଚରମାନଙ୍କୁ ଭାରତରେ ଛଦ୍ମ-ମୁତୟନ କରାଇଲା ହେଲେ ତନ୍ମଧ୍ୟରୁ
28 ଜାନୁଆରୀ 1971ରେ ଅଧିକାଂଶ(22ଜଣ) ଧରାପଡିଲେ....
ତହିଁ ପର ଦିନ ଦୁଇଜଣ ପାକ୍ ଏଜେଣ୍ଟ
ମହମ୍ମଦ ଅଶରଫ୍ ଓ ହାଶିମ୍ କୁରେଶୀ ଏକ
ଭାରତୀୟ ବିମାନ କୁ ଅପହରଣ କରିନେଇ
ତାକୁ ଲାହୋର ରେ ବମ ଲଗେଇ ଉଡେଇ ଦେଲେ !!!!

ଏ ଘଟଣା ପରେ ପାକିସ୍ତାନର ଖବରକାଗଜ ଗୁଡିକ କହିବାକୁ ଲାଗିଲେ
ଯେ ଭାରତୀୟ କାଶ୍ମୀରରେ ସ୍ଥାନୀୟ ଲୋକ
ସ୍ବତନ୍ତ୍ରତା ପାଇଁ ଚେଷ୍ଟା ଆରମ୍ଭ କରିଦେଇଛନ୍ତି ।

ଏହାର ଉତ୍ତରରେ ଭାରତ ସରକାର
ପାକିସ୍ତାନ ସହ ବିମାନସେବା ବନ୍ଦ କରିବା ସହ ସୀମାନ୍ତରେ ସୈନିକ ମୁତୟନ କରିଦେଲା....

1947 ପରଠାରୁ ହିଁ ପାକିସ୍ତାନ ଅଧିକୃତ ବଙ୍ଗର ବଙ୍ଗାଳୀ ମାନେ ପ୍ରତ୍ୟେକ ଟି କଥାରେ ହତାଦର ହେଉଥିଲେ । ସେମାନଙ୍କ ସହ ଭେଦଭାବ ଏବଂ ଅନ୍ୟାନ୍ୟ କରାଯାଉଥିଲା ।
1971 ନିର୍ବାଚନରେ ପୂର୍ବ ପାକିସ୍ତାନ(ବାଙ୍ଗ୍ଲାଦେଶ)ରେ
ଶେଖ୍ ମୁଜିବୁର୍ ରେହମାନ୍ ଙ୍କ ଶାସନକୁ
ପଶ୍ଚିମ ପାକିସ୍ତାନରେ ନାପସନ୍ଦ କରାଯାଉଥିଲା । ପଶ୍ଚିମ
ପାକିସ୍ତାନରେ ଶେଖ୍ ସାହାବଙ୍କୁ ଭାରତୀୟ ଏଜେଣ୍ଟ ଏବଂ ଦେଶଦ୍ରୋହୀ କହି ପ୍ରଚାର କରାଯାଉଥିଲା ଏଣେ ବଙ୍ଗାଳି ପ୍ରଜାକୁ
ଅଧିକାଂଶ ସରକାରୀ ସହାୟତା ରୁ ବଞ୍ଚିତ କରାଯିବା ସହ ବଡ଼ ବଡ଼ ପଦରେ ଥିବା
ବଙ୍ଗାଳିଙ୍କୁ ନିଲମ୍ବିତ କରିଦିଆଗଲା....

ଶେଖ୍ ମୁଜିବୁର୍ ରେହମାନ୍ ଏଭଳି ଏକଛତ୍ରବାଦୀ ପକ୍ଷପାତୀ ଶାସନ ବିରୋଧରେ
ପୂର୍ବ ପାକିସ୍ତାନରେ ଆନ୍ଦୋଳନ କରିବାକୁ ଘୋଷଣା କରିଦେଲେ ।

ପୂର୍ବ ପାକିସ୍ତାନର ବଙ୍ଗାଳୀ ମାନେ
ପଶ୍ଚିମ ପାକିସ୍ତାନ ଏବଂ ତହିଁର ଲୋକଙ୍କ ସହ
ଅସୋହଯୋଗ ଆନ୍ଦୋଳନ ଆରମ୍ଭ
କରିଦେଲେ ।
ଏ ଆନ୍ଦୋଳନ ଏତେ ସଫଳ ହେଲା ଯେ
ପୂର୍ବ ବଙ୍ଗର କେହି ବି ଲୋକ ଓ କର୍ମଚାରୀ
ପଶ୍ଚିମ ପାକିସ୍ତାନର ରାଜକର୍ମଚାରୀ ଓ ନେତାଙ୍କ ଆଦେଶ ଶୁଣିଲେ ନାହିଁ କି ମାନିଲେ ନାହିଁ । ପୂର୍ବ ବଙ୍ଗ ର
ସରକାରୀ କାର୍ଯ୍ୟାଳୟ, ଥାନା, ବନ୍ଦର, ବ୍ୟାଙ୍କ,ଓକିଲ ଓ ଜଜ୍ ତଥା ଶିକ୍ଷା କ୍ଷେତ୍ର ସହ ସମ୍ବନ୍ଧିତ ବ୍ୟକ୍ତି ବିଶେଷ ମାନେ
କେବଳ ଶେଖ୍ ମୁଜିବୁର୍ ରେମମାନ୍ ଙ୍କର ଆଦେଶ କୁ ହିଁ ସର୍ବୋଚ୍ଚ ମନେକରୁଥିଲେ ।

ୟାହିୟା ଖାଁ ପାକିସ୍ତାନରୁ ଯେଉଁ ସୈନିକ ପଠାଉଥିଲେ ପୂର୍ବ ବଙ୍ଗ ର ବଙ୍ଗାଳି ମାନେ
ସେମାନଙ୍କୁ ଅନ୍ନ ସୁଦ୍ଧା ଯୋଗାଉ ନଥିଲେ ।

ଏସବୁ ଘଟଣା ଦେଖି
ୟାହିୟା ଖାଁ ପୂର୍ବ ବଙ୍ଗ ଆସିଲେ ।
ସେ ଏଠାରେ ଶାନ୍ତପୂର୍ଣ୍ଣ କଥାବାର୍ତ୍ତା ଦ୍ବାରା ସମସ୍ୟା ସମାଧାନ କରିବା ହେତୁ ଆସିଅଛନ୍ତି ବୋଲି କହିଲେ ସିନା ହେଲେ ପ୍ରକୃତରେ
ବଙ୍ଗାଳି ମାନଙ୍କ ମୁହଁ ବନ୍ଦ କରିବା ପାଇଁ
ଯୋଜନା ପ୍ରସ୍ତୁତ କରିବା ହେତୁ ସେ ସେଭଳି ନାଟକ କରୁଥିଲେ ।

କ୍ରମଶଃ.....

No comments:

Post a Comment

Dancing Mania: ମଧ୍ୟଯୁଗୀୟ ୟୁରୋପର ରହସ୍ୟମୟ ମୃତ୍ୟୁ ନୃତ୍ୟ

ମଧ୍ୟଯୁଗୀୟ ଇଉରୋପରେ ପ୍ଲେଗ୍‌ ଵ୍ୟାପିଵା ସହିତ ଧର୍ମୀୟ ଉତ୍ତେଜନା ମନୁଷ୍ୟ ମନକୁ ଆତଙ୍କିତ କରୁଥିଲା ବେଳେ, ଏକ ଅଜଣା ଓ ରହସ୍ୟମୟ ଘଟଣା ସମାଜକୁ ଆହୁରି ଭୟଭୀତ କରିଥିଲା ...