Monday, September 11, 2017

WILMA RUDOLPH;ଅସମ୍ଭବ କୁ ସମ୍ଭବ କରିଦେଖେଇଥିବା ମହିୟସୀ ମହିଳା

ସେ ଝିଅଟି ଯେତେବେଳେ ଅଢେ଼ଇ ବର୍ଷ ବୟସର ଥିଲା ତାକୁ ପୋଲିଓ ହୋଇଯାଇଥିଲା । ତାକୁ ତା ମାଆ ଭଲ କରିବାକୁ ନିଜ ଚାକିରୀ ଛାଡ଼ି ଦେଲେ ।
ଝିଅଟି ଆମେରିକା ର ଏକ ଅଶ୍ବେତ ପରିବାରରେ ଜନ୍ମ ହୋଇଥିଲା । ସେଦିନିଆ(1939)  ଆମେରିକାରେ ଅଶ୍ବେତ ମାନଙ୍କୁ ସମ୍ପୂର୍ଣ୍ଣ ନାଗରିକତ୍ବ ମଧ୍ୟ ମିଳିନଥିଲା ।
ଏ ସବୁ ଅସୁବିଧା ସତ୍ତ୍ୱେ ଝିଅଟିର ମାଆ ତାକୁ ଟେନେସି ଅଞ୍ଚଳରୁ ପଚାସ ମାଇଲ ଦୂର ସ୍ଥିତ ଅଶ୍ବେତଙ୍କ ଡାକ୍ତରଖାନାକୁ ସପ୍ତାହ କୁ ଦୁଇଥର ନେଇଯାଉଥିଲେ । ବାକି ପାଞ୍ଚ ଦିନ ଝିଅଟିର ଘରେ ଚିକିତ୍ସା କରାଯାଉଥିଲା । ଅନେକ ଚେଷ୍ଟା କରିମଧ୍ଯ ଝିଅଟିର ଡାକ୍ତର ଏମଵେ  ନିରାଶବାଣୀ ଶୁଣାଇ ଦେଇଥିଲେ ଯେ
ଏ ଝିଅ ସର୍ବଦା ଛୋଟେଇ ଛୋଟେଇ ଚାଲିବ ।
କିନ୍ତୁ ସେ ଝିଅ ଏବଂ ତା ମାଆ ଭାଙ୍ଗି ପଡି଼ନଥିଲେ । ନିରନ୍ତର ପାଞ୍ଚଟି ବର୍ଷ ଚିକିତ୍ସା କଲାରୁ ସେ ଝିଅର ସ୍ବାସ୍ଥ୍ୟ ରେ ସୁଧାର ଆସିଲା । ସେ ଏବେ ଚପଲ ପିନ୍ଧି ଚାଲିବାକୁ ଲାଗିଥିଲା । ତା ମାଆ ଖୁସି ହୋଇ ତା'ର ନାମ ଏକ ସ୍କୁଲରେ ଲେଖାଇଦେଲେ ।
ଡ଼ ଏମଵେ ଝିଅର ସ୍ବାସ୍ଥ୍ୟୋନ୍ନତି ଦେଖି ତାକୁ ବାସ୍କେଟବଲ୍ ଖେଳିବାକୁ ପବର୍ତ୍ତାଇଲେ ।
11 ବର୍ଷ ବୟସରେ ସେ ଝିଅ ପ୍ରଥମେ ବାସ୍କେଟବଲ୍ ଖେଳିଲା ।

ଯେତେବେଳେ ଡ଼ ଏମବ୍ଵେ ଏକଥା ଜାଣିଲେ
ସେ ଝିଅର ଘରକୁ ଆସି ତାକୁ ଦୌଡିବାକୁ କହିଲେ ....
ଝିଅଟି କିଛି ଦୂର ଦୌଡି ପଡିଗଲା ...

ଡ଼ ଏମବ୍ଵେ ଗଦ୍ ଗଦ୍ ହୋଇ ତାଳିବଜେଇ ଝିଅଟିର ଅଭିବାଦନ କରିବା ସହ କହିଲେ

ସାବାସ୍ Wilma ଆଜିଠୁଁ ତୁ ଦୌଡିବୁ ଖାଲି ଦୌଡିବୁ ....
ହଁ ସେ କୁନି ଝିଅଟି ଆଉ କେହି ନୁହେଁ
ଆମେରିକାର ପ୍ରଥମ ଅଶ୍ବେତ
ଅଲମ୍ପିକ ସ୍ବର୍ଣ୍ଣପଦକ ବିଜୟିନୀ ମହିଳା
Wilma Rudolph.....

1960 Summer Olympics ରେ
ମାତ୍ର 21 ବର୍ଷ ବୟସରେ ସେ ଆମେରିକା
ପାଇଁ 100 ମି.,200ମି. ଏବଂ 400 ମି. ଦୌଡପ୍ରତିଯୋଗିତାରେ ତିନୋଟି ସ୍ବର୍ଣ୍ଣପଦକ ଆଣିଦେଇଥିଲେ

ରୋମ୍ ଇଟାଲୀରେ ଆୟୋଜିତ 1960 Summer Olympics ରୁ ତିନୋଟି ସ୍ବର୍ଣ୍ଣପଦକ ଜିତି ଯେତେବେଳେ ଆମେରିକା ଫେରିଲେ ତାଙ୍କ ସମ୍ମାନରେ
ଆମେରିକାରେ ଏକ ସ୍ବାଗତସଭାର ଆୟୋଜନ କରାଯାଇଥିଲା ।
ଏହି ସଭାରେ ପ୍ରଥମଥର ପାଇଁ ଉଭୟ ଶ୍ବେତ ଅଶ୍ବେତ ଲୋକେ ସମ୍ମିଳିତ ହୋଇ  Wilma Rudolph ଙ୍କର ସ୍ବାଗତ କରିଥିଲେ
ଯାହାକୁ କି ସେ ତାଙ୍କୁ ମିଳିଥିବା ସବୁଠୁ ବଡ଼ ସମ୍ମାନ କହିଯାଇଛନ୍ତି ।

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...