Wednesday, September 13, 2017

ବିବାହ ନିମନ୍ତ୍ରଣ ପତ୍ର

ସେ ଜଣେ ​ ଅତ୍ୟାଧୁନିକା ମହିଳା ରିପୋର୍ଟର
ତାଙ୍କୁ ସମସ୍ତେ ମନୀଷା ମ୍ୟାମ୍ କୁହନ୍ତି ।
ସେଦିନ ସେ କାର୍ଯ୍ୟ ରୁ ଫେରିଥାଅନ୍ତି
ଘରର ଭୃତ୍ୟା ଖଣ୍ଡିଏ କାର୍ଡ ଦେଇଗଲା ।
ମନିଷା ମ୍ୟାଡାମ୍ କାର୍ଡ ଖୋଲି ଦେଖି ଜାଣିଗଲେ ତାହା ବିବାହ ନିମନ୍ତ୍ରଣ ପତ୍ର ।

ମନର ସ୍ମୃତି ସାଗରେ ବୁଡ଼ି ସେ
କିଛି ମାସ ପୂର୍ବକୁ ଫେରିଗଲେ.....

ମାନସ ତାଙ୍କ ସାମ୍ନାରେ ବସିଥାଏ ।
ମନିଷା ମ୍ୟାଡାମ୍ କୌଣସି ଫାଇଲ୍ ଦେଖୁଥାନ୍ତି

“ବାହାଘର ପରେ ତୁମ ପାହ୍ୟାଟା କାହାକୁ ମିଳିବ" ?

“ମନିଷା ମ୍ୟାମ୍ ଏକଥା ଶୁଣିଲାକ୍ଷଣି ଆଗ ବଲବଲ କରି କିଛି ସମୟ ଚାହିଁ ରହିଲେ”
ତତ୍ପରେ କହିଲେ ,
ମୁଁ ମୋ ପାହ୍ୟାଟା ଆଉ କାହା ପାଇଁ କାହିଁକି ଛାଡ଼ିବି ଯେ,
ମୁଁ ହିଁ ସମ୍ଭାଳିବି.....

ମାନସ କିଛି ସମୟ ଭାବିକରି କହିଲା,
“ଆମ ପରିବାରର ପୁଣି ଗୋଟାଏ ମାନସମ୍ମାନ ଅଛି କି ନାହିଁ’ ? ତୁମେ ଚାହୁଁଛ ବାହାଘର ପରେ ବି ଏଇଠି ଏଇମିତି  କାମ କରୁଥିବ ?”

ମନିଷା ମ୍ୟାମ୍ ଙ୍କୁ ମାନସର କଥା ଭଲ ଲାଗିଲାନି
ସେ କହିଲେ
“ମହିଳା ରିପୋର୍ଟଙ୍କୁ ଆଜିର ସମାଜ ଭଲ ଦୃଷ୍ଟିରେ ଦେଖିପାରେନି କିନ୍ତୁ ଆ ଅର୍ଥ ନୁହେଁ ଯେ ସେମାନେ ସମାଜ ଅହିତୌଷୀ କାର୍ଯ୍ୟମାନ କରୁଅଛନ୍ତି । ମୋ ଜାଣିବାରେ ଜଣେ ରିପୋର୍ଟର ମହିଳା ଆତ୍ମସମ୍ମାନପୂର୍ବକ ଜୀବନଯାପନ ଯୋଗ୍ୟ କରିଥାଏ ! କାହା ଆଗରେ ନୁଇଁବା ସେ ପସନ୍ଦ କରେନା।”

ଏତିକି କହି କିଛି ସମୟ ଚୁପ ରହି ମନିଷା ମ୍ୟାମ୍ ପୁଣି କହିଲେ.....
“ଯଦି ବିବାହ ପାଇଁ ମୋର ବୃତ୍ତି ତ୍ୟାଗ ତୁମ୍ଭର ସର୍ତ୍ତ ତେବେ ମୁଁ ଏହା ଯୁକ୍ତିଯୁକ୍ତ ମନେକରୁନାହିଁ ”

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...