ପୃଥିବୀର ତଥାକଥିତ ଷଷ୍ଠମହାପ୍ରଳୟରୁ ବର୍ତ୍ତିଯାଇଥିବା କିଛି ଜୀବ ଏକ ପ୍ରକୃତିକ ତଡାଗ କୂଳରେ ରହୁଥିଲେ ।
ତଡାଗ ଜଳରେ ବେଙ୍ଗ ଓ ଓଧ ରହୁଥିବା ବେଳେ ନିକଟସ୍ଥ ନଡିଆ ଗଛରେ ବାଈଚଢେଇଟିଏ
ବସାବାନ୍ଧି ରହୁଥିଲା....
ବେଙ୍ଗ ଆଉ ଓଧ ମଧ୍ୟରେ ଶ୍ରେଷ୍ଠତାକୁ ନେଇ
ବହେ କାଳଯାଏଁ ଝଗଡା ହେଉଥାଏ....
ବେଙ୍ଗ କହୁଥାଏ ମୁଁ ଶ୍ରେଷ୍ଠ
ଓଧ କହୁଥାଏ ମୁଁ....
ଦିନେ ଓଧ କୌଣସି କଥାକୁ ନେଇ ବେଙ୍ଗ ଉପରେ ଖୁବ୍ ରାଗିଯାଇଥାଏ
ସେଇ ବାଟେ ବାଈଚଢେଇ ଟା ଉଡିଯାଉଥିଲା
ଯେ ତାକୁ ଓଧ ପଚାରିଲା....
“ଚଢେ଼ଇଭାଇ ! ସତ କହିଲ ମୁଁ ସୁନ୍ଦର ନୁହେଁ କି ?” ...
ବାଇଚଢେ଼ଇ ବହୁଦିନରୁ
ବେଙ୍ଗ ଏବଂ ଓଧଙ୍କ ଝଗଡା଼
ଦେଖି ଦେଖି ଦୁହିଁଙ୍କ ଉପରେ
ଚିଡି ଯାଇଥାଏ ହେଲେ ମନ ଖୋଲି ସେମାନଙ୍କ ବିରୋଧରେ କିଛି କହିପାରୁନଥାଏ ।
ଓଧର ମନରଖିବାକୁ ବାଇଚଢେ଼ଇ ତାକୁ ବୋଇଲା...
“କିଏ କହୁଛି ତୁମେ ଅସୁନ୍ଦର ଯେ...?
ତୁମଠାରୁ ସୁନ୍ଦର ଆଉ କେ ଅଛି ଏଠି...
କାହିଁ ମୁଁ ତ ଜାଣିନି.....!”
ବାଈଚଢେଇ କଥା ଶୁଣି ଓଧ ମନେ ମନେ ବହୁତ ଖୁସି ହେଲା
ସେ ଏତେ ଖୁସି ହେଲା ଯେ
ବେଲୁନ୍ ଭଳି ଫୁଲିଗଲା....
ସେ ଫୁଲିଯିବା ଯୋଗୁଁ ତା’ର ଯେଉଁ
ସୁନ୍ଦରତା ଟିକିକ ଥିଲା ଆଉ ରହିଲା ନାହିଁ
ସେଇଦିନ ଠାରୁ ସେ ଆହୁରି
ଅସୁନ୍ଦର ଦେଖାଗଲା....
ଆଉ ଦିନେ ବେଙ୍ଗ ଟା ତଡାଗ ମଧ୍ୟସ୍ଥ ଏକ ପଥର ଉପରେ ବସିଥାଏ
କଙ୍କିଟିଏ ସେପଟେ ଉଡିଯାଉଥିଲା
ବେଙ୍ଗ ତାକୁ ପଚାରିଲା
“ହେ...କଙ୍କି କହିଲୁ ଦେଖି ମୁଁ ବୁଦ୍ଧିଆ ନା ଓଧ ” ?
କଙ୍କିର ଉଭୟ ଓଧ ଓ ବେଙ୍ଗ ଉପରେ ଆଗରୁ ରାଗଥିଲା ।
ସେ ଓଧ ଓ ବେଙ୍ଗର ଝଗଡା଼ ଦେଖି ଦେଖି ତାଙ୍କ ଉପରେ ଅତିଶୟ ରାଗିକରି ଥାଏ...
.
ସେଦିନ ବେଙ୍ଗ କଥା ଶୁଣି ସେ ଆଉ ସହ୍ୟ କରିନପାରି ବେଙ୍ଗ କୁ ବହେ ଗାଳୀ ଦେଲା
ଆଉ କହିଲା
“ତୁ ପୁଣି ବୁଦ୍ଧିଆ
ଆରେ ଯା ଯା ଆଉ କାହାକୁ ପଚାରି ଦେଖ୍
ସେ ବି କହିବ ତୁଟା କେଡ଼େ ଗଣ୍ଡମୂର୍ଖ.....! .”
ବେଙ୍ଗ ରାଗରେ ରକ୍ତ ଚାଉଳ ଚୋବାଉଥାଏ..
ସେ କଙ୍କି ଉପରେ ଏତେ ରାଗିଗଲା ଯେ
ତାକୁ ଖାଇବାକୁ ତା ପଛରେ ଦୌଡିଲା....
କୁହାଯାଏ ସେଇଦିନ ଠାରୁ ଆଜିଯାଏଁ
ବେଙ୍ଗମାନେ କଙ୍କି ଭଳି ଜୀବଙ୍କୁ ଖାଇବାକୁ ତାଙ୍କ ପଛରେ ଦୌଡୁଛନ୍ତି ଆଉ କେବେ ସୁନ୍ଦର ଦିଶୁଥିବା ଓଧ ଆଜ ଅସୁନ୍ଦର ଦିଶୁଛନ୍ତି
(ଏକ ଚୀନୀ ଲୋକକଥା ର ଅନୁକରଣରେ....)
No comments:
Post a Comment