ବ୍ଯାଖ୍ୟା କଲା ଲୋକ ହଜାର ପ୍ରକାରେ ବ୍ୟାଖ୍ୟା କରିପାରେ କିନ୍ତୁ ତାହା ସତ ବୋଲି ଗ୍ରାହ୍ୟ ହୁଏ ନାହିଁ
ଆମଦେଶରେ ଜଣେ ବଡ଼ପଣ୍ଡିତ ଥିଲେ ।
ସେ ମଦ ଓ ମାଦକ ଦ୍ରବ୍ୟ ତଥା ବୈଶ୍ୟାଳୟ ଆଦିକୁ ବୈଦେଶିକ ସଂସ୍କୃତିରୁ ଆସି ଭାରତରେ ଲୋକପ୍ରିୟ ହୋଇଥିବା ଅପସଂସ୍କୃତି ବୋଲି ଚାରିଆଡ଼େ କହୁଥିଲେ ।
ପଣ୍ଡିତ ମହାଶୟ ନିର୍ବିବାଦୀୟ ବିଶ୍ବର ଜଣେ ବଡ଼ ବିଦ୍ବାନ...
ଏତେ ବଡ଼ ବିଦ୍ବାନ ଯେ ଯଦି 
ପୃଥିବୀର ସମସ୍ତ 
 ବହିମାନେ ବି ତାଙ୍କ ସହ ତର୍କ କରିବାକୁ ଆସନ୍ତି  ଓଲଟା ତାଙ୍କ ଠାରୁ ଟ୍ୟୁସନ୍ ହୋଇ ଫେରିବେ ବୋଲି ମୋର ଦୃଢ଼ ମତ...
ତେବେ ସେ ଯାହା ହେଉ 
ପଣ୍ଡିତେ କିନ୍ତୁ ସମାଜ ପାଇଁ ଭଲ ଭଲ କାମ କରୁଥିଲେ ....
ଦିନଯାକ ମଦ ତଥା ପାଶ୍ଚାତ୍ୟ ସଂସ୍କୃତି ବିରୋଧୀ ଭାଷଣମାନ ଦେଇ ଦେଇ 
ଖୁବ୍ ଅଳ୍ପ ଦିନ ମଧ୍ୟେ ଦେଶଯାକରେ
ଲୋକପ୍ରିୟ ହୋଇଯାଇଥିଲେ ।
ସେ ମାଡୁଆ ଟାଉଟର  ରିପୋର୍ଟର ମାନେ 
ଯେତେ କଳଙ୍କି ଲଗାନ୍ତୁ ପଛେ 
ପଣ୍ଡିତେ ଆଜ୍ଞା ଙ୍କ ଦେହ ସତେ କି ପଦ୍ମ 
କି କ’ଣ୍ ସର୍ବଦା ଜଳବତ୍ ରଙ୍ଗହୀନ 
ନିର୍ମଳ ଉଜ୍ଜ୍ୱଳ ଦିଶୁଥାଏ....
ଦିନେ ପଣ୍ଡିତେ ବେଶ୍ୟା ବିଷୟରେ 
ନିଜର ବ୍ରହ୍ମଜ୍ଞାନ ବାଣ୍ଟୁଥାଅନ୍ତି....
ପଣ୍ଡିତେ ତ ଭାବ ବ୍ୟାଖ୍ୟାରେ 
ଶିବଙ୍କର ଗୁରୁ ତାଙ୍କୁ କିଏ ବଳିଯିବ...
ସେଦିନ ବାରାଙ୍ଗନା ଶବ୍ଦର ବ୍ୟାଖ୍ୟା 
କରୁଥାନ୍ତି ....
ଶ୍ରୋତା ସମାଜ ଅତି ସନ୍ତର୍ପଣରେ ତାହା ଶୁଣୁଥାଏ....
ପଣ୍ଡିତେ କହୁଛନ୍ତି....
ହା ହା ହା ହା....
ଏ ଦେଶର ଲୋକ ବଡ଼ ଭୋଳା.....
ଏଠିକାର ଲୋକଙ୍କୁ
ଭୂଲ ଇତିହାସ ପଢେଇ ଦିଆଯାଇଛି....
କଣ୍ ନା.....
ବାର+ଅଙ୍ଗନା=ବାରାଙ୍ଗନା....
ମୋର ପ୍ରିୟ
ବନ୍ଧୁ ମାନେ.....! 
ସାବଧାନ...... ହୋଇ ଯା ...
ଏ ଐତିହାସିକ, ଭାଷାବିଦ ମାନେ ସବୁ ମିଛ କହୁଛନ୍ତି....
ଆମ ପୁରାଣ ଶାସ୍ତ୍ର କହେ...
ଆମ ଦେଶ ଦେବଭୂମି ଥିଲା....
ଏଠି 
କି ଦିବା କି ରାତ୍ରୀ 
ଦେବୀ-ଦେବତା 
ସ୍ବଚ୍ଛନ୍ଦ ଭ୍ରମଣ କରୁଥିଲେ ....
ଯଦି 
ଏ ଦେଶରେ ମଦ ମାଂସ ଆଉ ବେଶ୍ୟାଳୟ ଥାଅନ୍ତା ତାହେଲେ କଣ୍ ଏପରି ନର୍କରେ ଦେବତାଙ୍କ ପାଦ ପଡନ୍ତା......?
ନା ନା ନା....କଦାପି ନୁହେଁ.....!
ତୁମ ବ୍ୟାକରଣ ପଣ୍ଡିତ ମାନେ ପଚାରିଲେ 
କହିବେ 
ବାର+ଅଙ୍ଗନା=ବାରଙ୍ଗନା 
କିନ୍ତୁ 
ଏହା କେବଳ ଗୋଟାଏ ତୁଚ୍ଛା ଗାଲୁଆମୀ ଛଡ଼ା ଆଉ କିଛି ନୁହେଁ.....
ବାର ଶବ୍ଦ ଟା ପ୍ରକୃତରେ ଇଂରାଜୀର Bar 
ଆଉ ଏହାର ଅର୍ଥ ତୁମେ ଭଲ ଭାବରେ ଜାଣିଥିବ.....
ଯେଉଁଠି ସୁରା ସାକୀ ଉଭୟ ଥାଏ
ଲୋକ ଧରା କୁ ସ୍ବର୍ଗ ମଣୁଥାଏ 
ସେ ସ୍ଥାନକୁ ଇଂରାଜୀରେ Bar କୁହନ୍ତି....
ସେ ବାର୍ ଶବ୍ଦ ଟା ବାର ହେଲା 
ଆଉ ଅଙ୍ଗନା ଅର୍ଥ ନାରୀ ବା ସ୍ତ୍ରୀ....
ବାର୍ ରେ ମଦୁଆଙ୍କ ଆଗରେ ଟଙ୍କା ପାଇଁ 
ନାଚୁଥିବା ଅଙ୍ଗ ପ୍ରଦର୍ଶନ କରୁଥିବା 
ସ୍ତ୍ରୀ କୁ ଇଂରାଜୀ ଶାସନ କାଳରେ ବାରାଙ୍ଗନା କୁହାଗଲା .....
ସେ ଗାଲୁଆ ମାଡୁଆ ବ୍ୟାକରଣ ବେତ୍ତା ପଣ୍ଡିତ ସବୁ ଗଜାମୂର୍ଖ ନହେଲେ ଇଂରାଜୀ ସଂସ୍କୃତି ପ୍ରେମୀ ସେମାନେ କାହୁଁ ଜାଣିବେ ଆମ୍ଭ 
ମହାନ ଭାରତୀୟ ସଂସ୍କୃତିର ମହାନତା....
ଭାରତ ଏକ ଦେବଭୂମି ଏଠାରେ 
ମଦ,ଭାଙ୍ଗ,ଗଞ୍ଜେଇ, ସୁରା,ମଦୀରା ତଥା ଦେହବ୍ୟାପାର ଏସବୁ କିଛି 
ନଥିଲା....
ପଣ୍ଡିତେ ଙ୍କର ପ୍ରବଚନ ଶୁଣୁଥିଲି ଆଉ 
ମନେ ମନେ କାଳିଦାସ ଙ୍କୁ ବହେ ଗାଳୀ ଦେଉଥିଲି....
କାଳିଦାସ ତାଙ୍କ କାବ୍ୟଗୁଡିକରେ ସେକାଳର ସମାଜର ଯେଉଁ ବର୍ଣ୍ଣନା କରିଛନ୍ତି 
ଯଦି ଏଭେ ସେ ଶଶରୀର ସଂସାରରେ 
ଜୀବିତ ଥାଆନ୍ତେ 
ପଣ୍ଡିତେ ତାଙ୍କୁ ସୁଦ୍ଧା ଛାଡ଼ି ନଥାନ୍ତେ....
ଭାବୁଥିଲି ପଣ୍ଡିତେଙ୍କ ସମ୍ମୁଖରେ
 କାଳିଦାସଙ୍କର କାବ୍ୟଗୁଡିକରେ ବେଶ୍ୟାଳୟର ବର୍ଣ୍ଣନା ବିଷୟକ କଥା ଉପସ୍ଥାପନ କରିବି ହେଲେ ଡର ଖାଲି ତାଙ୍କ ଚେଲାଙ୍କୁ.....
ଶୁଣିଛି କୁଆଡେ ବାବା ପଣ୍ଡିତଙ୍କ ଠାରୁ
100 ଗୁଣ ଅଧିକ ବିଷ ତାଙ୍କ ଚେଲାଙ୍କ ନିକଟରେ ଥାଏ....
ସାପ ଲାଙ୍ଗୁଡ଼ରେ ହାତ ଦେବା ଏତେ 
ସହଜ କଥା ନୁହେଁ ଆଉ ବିଛୁଆତି ଗଛ ପତ୍ର କି ବିଚ୍ଛା ଲାଞ୍ଜ ରେ ହାତ ଦେଇ ଦଣ୍ଡ ଭୋଗିବା ବି ବୁଦ୍ଧିମାନୀ ନୁହେଁ । 
 
No comments:
Post a Comment