ବୋହୂ ବାଳ ଅବଳାରେ,ଖେଳଇ ବାର ଜଣର ।
ବାର ଜଣ ଛାଡ଼ି ତେରକୁ ଗମିଲେ
ବୋହୂର ପୁରିବ କାଳ ।
ଏ ବାର ଭିତରେ ପୁରୂଷ ଖେଳଇ
ସେ ବାରେ ଖେଳଇ ବୋହୂ
ବୋହୂ ପୁଅ ଦୁହେଁ ଓଲଟ ପାଲଟ
ବାରଣ ନ ଯାଇ କେହୁ ।
ବାହାରରେ ବାର ଭିତରରେ ବାର
ବାର ବତିଶିରେ ଘର
ଅକାରଣ ବୋହୂ ବାରଣ ନ ଯାଇ
କଲା ବାର ବାର ଘର ।
ପୁଅକୁ ବୟସ ଶହେ କୁ ଷାଠିଏ ଯେ
ବୋହୂ ତ ଷୋଳ ବରଷୀ
ପଚିଶ ଭେଣ୍ଡିଆ ଘେନି କରି ବୋହୂ
ଖେଳ ଖେଳୁଥାଇ ବସି ।
ବୋହୂ ମୋର ଧନ ବୋହୂ ମୋ ଜୀବନ
ବୋହୂ ଲାଗି ଏତେ ସରି
ପାମର ଅଚ୍ୟୁତ ଭାବରେ ଭଣିଲେ
କର ଭବ ଜଳୁଁ ପାରି ।
*ଅଚ୍ୟୁତାନନ୍ଦ ଦାସ*
No comments:
Post a Comment