Friday, September 15, 2017

~~~~~~~ଷ-ତ୍ବ ବିଧାନ~~~~~~~~

●ଋ କାର ପରେ ମୂର୍ଦ୍ଧନ୍ୟ ଷ ହୁଏ
ଯଥା:-ବୃଷ୍ଟି,ସୃଷ୍ଟି,ବୃଷ

●ଅ,ଆ ବ୍ୟତୀତ ଅନ୍ୟ ସ୍ବରବର୍ଣର,କ ଏବଂ ର ବର୍ଣ୍ଣର ପ୍ରତ୍ୟୟାଦି ଲାଗିଥିଲେ
ଦନ୍ତ୍ୟ ସ ଏବଂ ମୂର୍ଦ୍ଧନ୍ୟ ଷ ହୁଏ ...
ଯଥା:-ଭବିଷ୍ୟତ,ପରିଷ୍କାର,ମୂର୍ମୁଷୁ ଆଦି...

●ଅତି,ଅଭି ଏବଂ ଏଇଭଳି ଶବ୍ଦର ଶେଷେ,
  ଈକାର ଉପସର୍ଗର ତଥା ଅନୁ ଓ ସୁ ଉପସର୍ଗର
ପରେ କେତେକ ସ୍ଥଳରେ  ଦନ୍ତ୍ୟ ସ ଏବଂ ମୂର୍ଦ୍ଧନ୍ୟ ଷ ହୁଏ
ଯଥା:-ଅତିଷ୍ଠ,ଅନୁଷ୍ଠାନ,ଅଭିଷେକ,ବିଷର୍ଣ୍ଣ

●ନିଃ,ଦୁଃ,ବହିଃ,ଆଭିଃ,ଚତୁଃ,ପ୍ରାଦୁଃ
ଏ ଶବ୍ଦ ସବୁର ପରେ କ,ଖ,ପ,ଫ ଥିଲେ ବିସର୍ଗ
ର ସ୍ଥାନରେ ମୂର୍ଦ୍ଧନ୍ୟ ଷ ହୁଏ ।
ଯଥା:- ନିଃ+କାମ=ନିଷ୍କାମ,ଦୁଃ+କର=ଦୁଷ୍କର,ବହିଃ+କାର=ବହିଷ୍କାର,ନିଃ+ପାପ=ନିଷ୍ପାପ ଆଦି ଆଦି...

●କିଛି ଶବ୍ଦରେ ସ୍ବଭାବତଃ ମୂର୍ଦ୍ଧନ୍ୟ ଷ ହୁଏ
ଯଥା:-ନିଷ୍କର,ପାଷାଣ, ଷୋଡ଼ଶ ଆଦି...

●କେତେକ ଶବ୍ଦରେ ବିଶେଷ ନିୟମ ଅନୁଯାୟୀ ମୂର୍ଦ୍ଧନ୍ୟ ଷ ହୁଏ
ଯଥା:-ସୁଷୁପ୍ତି,ବିଷମ,ବିଷୟ,ଯୁଧିଷ୍ଠିର ଆଦି

★★★★★★କେତେକ ସ୍ଥଳରେ ଷତ୍ବ ବିଧାନ କାର୍ଯ୍ୟ କରେନାହିଁ★★★★★★★

●ସାତ୍ ପ୍ରତ୍ୟୟ ଲାଗିଲେ ମୂର୍ଦ୍ଧନ୍ୟ ଷ  ହୁଏ ନାହିଁ
ଉଦାହରଣ:-
ଧୂଳିସାତ୍,ଅକସ୍ମାତ, ଭୂମିସାତ୍

●କେତେକ ପ୍ରାଚୀନ ଓଡ଼ିଆ ଶବ୍ଦ ତଥା ଅଧିକାଂଶ ବୈଦେଶିକ ଶବ୍ଦର ମୂର୍ଦ୍ଧନ୍ୟ ଷ ହୁଏ ନାହିଁ
ଉଦାହରଣ:- ଟ୍ୟାକ୍ସ,ପୋଲିସ,ଗ୍ରୀସ୍,ପ୍ୟାରିସ୍,
ଆଦି
କିନ୍ତୁ ଏହାର ବ୍ୟତିକ୍ରମ ସ୍ବରୁପ କେତେକ
ବୈଦେଶିକ ଶବ୍ଦରେ ହୁଏ
ଯେମିତି “ଜି଼ନିଷ” ଷ୍ଟେସନ ଆଦି
ଏହାର ନିୟମ ହେଉଛି ଯଦି ବୈଦେଶିକ ଶବ୍ଦର ପ୍ରଥମ ଅକ୍ଷର “sa” ଉଚ୍ଚାରଣ ହେବା ସହ ଟ ବର୍ଗଯୁକ୍ତ ବିଶେଷତଃ ଟ ଶବ୍ଦସହ
ଯୁକ୍ତାକ୍ଷର ବିଶିଷ୍ଟ ହୁଏ ତେବେ ସେଠାରେ
ମୂର୍ଦ୍ଧନ୍ୟ ଷ ହୋଇଥାଏ ।
ଯେମିତି କି ଷ୍ଟାର, ଷ୍ଟାମ୍ପ,ଷ୍ଟୋର୍, ଷ୍ଟୋରି,
ପୁଣି ଏ ନିୟମର ବ୍ୟତିକ୍ରମ ସ୍ବରୁପ
କେଉଁଠି କେଉଁଠି ବୈଦେଶିକ ଶବ୍ଦ ପାଇଁ ଦନ୍ତ୍ୟ ସ ନିୟମ ବଳବତ୍ତର ହୋଇ ସ୍କଟଲାଣ୍ଡ, ସ୍କ୍ୟାମ୍,ସ୍କୁଲ,ସ୍କିମ୍ ମଧ୍ୟ ହୁଏ...

●ଅଃ ବା ଆଃ ଶବ୍ଦ ଥିଲେ ତାର ପରେ
କ,ଖ,ପ,ଫ ସନ୍ଧିଯୁକ୍ତ ହେଲେ ବିସର୍ଗ
ବଦଳରେ ଦନ୍ତ୍ୟ ସ ହୁଏ ...
ଯେମିତି କି ପୁରଃ+କାର=ପୁରସ୍କାର,
ଭାଃ+ସ୍କର=ଭାସ୍କର,ତିରଃ+କାର=ତିରସ୍କାର ,
ପରଃ+ପର=ପରସ୍ପର,ସ୍ବତଃ+ଫୂର୍ତ=ସ୍ବତଃସ୍ଫୂର୍ତ
*ବୋଧହୁଏ କବର୍ଗର କ ବର୍ଣ୍ଣ ଥିବାରୁ ସେଠାରେ
ମୂର୍ଦ୍ଧନ୍ୟ ଷ ନ ହୋଇ ଦନ୍ତ୍ୟ ସ ହୁଏ
ଆମେ ବୈଦେଶିକ ଶବ୍ଦରେ ମଧ୍ୟ ଏହି ନିୟମଯୁକ୍ତ ଶବ୍ଦ ଥିବା ଦେଖିଛନ୍ତି
ଯେମିତି କି ସ୍କୁଲ,ସ୍କାନ, ସ୍କୁଟର ଆଦି

●ଅଃ ବା ଆଃ ଥିଲେ ତା'ର ପରବର୍ତ୍ତୀ ଅକ୍ଷର
କ,ଖ,ପ,ଫ ଛଡ଼ା ପ ହେଲେ
ଦନ୍ତ୍ୟ ସ ହୁଏ
ଉଦାହରଣ:-ମନଃ+ତାପ=ମନସ୍ତାପ,
ଶିରଃ+ତ୍ରାଣ= ଶିରସ୍ତ୍ରାଣ

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...