ବାଇମନ ହୋ, ବସି ହଂସକୁ ଖେଳା 
ହଂସ ଉଡି଼ଗଲେ ବୁଡ଼ିବ ଭେଳା ।
ପୋଖରୀ ଗୋଟିଏ ଚାରି ଚୌରସ
ଡିମ୍ବ ପାଡି଼ଅଛି ଅଣ୍ଡିରା ହଂସ ।
ଶୁଖିଲା ପୋଖରୀ ମାରେ ଲହଡି଼
ଡିମ୍ବ ଅଛି ଛୁଆ ଗଲାଣି ଉଡି଼ ।
ଡିମ୍ବ ଗୋଟିକେ ତିନି ତିନି ଛୁଆ 
ସୁଜ୍ଞାନୀ ହୋଇଲେ କହିବ ଏହା ।
ସର୍ପକୁ ମଣ୍ଡୁକୀ କରୁଛି ଗେଲ 
ଯୂଇ ବୃକ୍ଷେ ଅଛି ମନ୍ଦାର ଫୁଲ  ।
ଏକ ଦେଉଳରେ *ଦଶ କବାଟ*
କେଉଁ ଠାରେ ଅଛି କଳପ ବଟ ।
ଶୂନ୍ୟରେ କାହୁଁ ବାଜୁଛି ବୀଣା 
କେଉଁ ଠାରେ ଅଛି ଗୋପ ପାଟଣା ।
ଗୀତ ଷଡ଼ପଦ ଅର୍ଥ ବହୁତ 
ଭାବରେ ଭଣିଲେ *ଦାସ ଅଚ୍ୟୁତ ।
*ଦଶଟି କବାଟ* ଅର୍ଥାତ ଶରୀର ର ନବ ରନ୍ଧ୍ର ସହ ଦଶମ ବ୍ରହ୍ମରନ୍ଧ୍ର ?
*ଅଚ୍ୟୁତାନନ୍ଦ ଦାସଙ୍କ ଦ୍ବାରା ଭଣିତ ଭକ୍ତି ଗୀତ ।
No comments:
Post a Comment