Sunday, September 24, 2017

●ଦଶମ ନ୍ୟାୟ କଥା●

ଦଶଜଣଲୋକ ମିଶିକି ବିଦେଶ ଯାଉଥିଲେ ।
ବାଟରେ ତେଲନଦୀ ପାରକଲା ପରେ ତାଙ୍କ ଭିତରେ କିଏ ଅଛି କି ହଜିଛି ତାହା ଜାଣିବା ନିମନ୍ତେ ସେମାନେ ସମସ୍ତଙ୍କୁ ଗଣନା କରି ବସିଲେ ।
ପ୍ରଥମ ଗଣନାକାରୀ  ଅନ୍ୟମାନଙ୍କୁ ଗଣିଲା ହେଲେ ନିଜକୁ ନ ଗଣି ସେଠାରେ ସର୍ବମୋଟ ନଅଜଣ ଅଛନ୍ତି ବୋଲି କହିଲା....

ତହୁଁ ସମସ୍ତେ ବିଚାର କଲେ
ଆଉ ଜଣେ କିଏ ହଜିଛି ?

ପୁଣି ଆଉଜଣେ ସମସ୍ତଙ୍କୁ  ଗଣିଲା ହେଲେ
ନିଜକୁ ନ ଗଣି ପୂର୍ବ ଭଳି ୯ ଜଣ ଅଛନ୍ତି ବୋଲି
କହିଲା....

ଏହିପରି ପ୍ରତ୍ୟେକେ ଅନ୍ୟ ସମସ୍ତଙ୍କୁ ଗଣନ୍ତି
ହେଲେ ନିଜକୁ ଭୂଲରେ ଛାଡ଼ି ଯାଅନ୍ତି ।
ଘରୁ ତ ଦଶଜଣ ବିଦେଶ କରି ବାହାରିଥିଲେ,
ନଈ ପାରହୋଇ ଗଣିଲା ବେଳକୁ ନଅ ଜଣ
ହେଉଛନ୍ତି;ଆଉଜଣେ କିଏ ହଜିଲା ଏ ସମସ୍ୟାରେ ପଡି଼ ଦଶଜଣଯାକ ବଡ଼ ଅସୁବିଧାରେ ପଡି଼ଲେ ।

ଏଭଳି ସମୟରେ ସେପଟ ଦେଇ ଜଣେ ଲୋକ ଯାଉଥିଲା....
ସେମାନେ ତାକୁ ତାଙ୍କ ସମସ୍ୟା କହି ଶୁଣେଇଲେ....
ତାଙ୍କ କଥା ଶୁଣି
ଲୋକଟି ଅଳ୍ପ ହସି ବୋଇଲା ଏଇକଥା....!
ରୁହ ଏବେ ତୁମ ସମସ୍ୟାର ସମାଧାନ କରିଦେଉଛି....

ଲୋକଟି ନଈକୂଳରୁ ଚିକିଟାମାଟି ନେଇ ଆସି
ପ୍ରତ୍ୟେକ ଲୋକର ସମ୍ମୁଖଭାଗରେ ଗୋଟିଏ ଗୋଟିଏ ସଂଖ୍ୟା ଲେଖିଦେଲା..
୧...୨...୩...୪...୫...୬...୭...୮...୯...୧୦...

ସଂଖ୍ୟା ଲେଖା ହୋଇଗଲାପରେ
ସେ ଗୋଟି ଗୋଟି କରି ଦଶଜଣଙ୍କୁ ବଡ଼ପାଟିକରି ଗଣିଲା ।
ଶେଷରେ ୧୦ ହେଲାରୁ ସେଠାରେ
ଦଶଜଣଲୋକ ଅଛନ୍ତି ବୋଲି
ସେମାନେ ସମସ୍ତେ ସେଠାରେ ଅଛନ୍ତି ଓ କେହି ହଜିନାହାନ୍ତି ବୋଲି ଜାଣି ଖୁସି ହେଲେ ।
ତହୁଁ ଦଶଜଣଯାକ ସେ ବୁଦ୍ଧିଆଲୋକକୁ ଧନ୍ୟବାଦ ଦେଇ ଆଗକୁ ବଢିଗଲେ.....

((ବିଶ୍ବାତ୍ମା ପରମେଶ୍ବର ସବୁଠାରେ ବିରାଜିତ । ସଂସାର ବିକାରୀ ତାଙ୍କୁ ବିସ୍ମୃତ ହୁଏ କିନ୍ତୁ ଜ୍ଞାନୀ ଆତ୍ମଦର୍ଶୀ ବ୍ୟକ୍ତି ତାଙ୍କର ସ୍ଥିତିକୁ ଅନୁଭବ କରି ସ୍ବ-ଜ୍ଞାନଚକ୍ଷୁ ଦ୍ବାରା ସେ ବିଶ୍ବାତ୍ମାଙ୍କୁ ଦେଖିପାରେ ଏହା ହିଁ ଏ କଥା ବା ନ୍ୟାୟର ପ୍ରତିପାଦ ବିଷୟ))

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...