ଣତ୍ବ ଏବଂ ଣତ୍ବ ବିଧାନ 'ନ' ଅକ୍ଷରର 'ଣ' ରେ ପରିଣତ ହେବାକୁ ଣତ୍ବ କୁହାଯାଏ । ସେଇଭଳି ପଦ ମଧ୍ୟରେ ଥିବା 'ନ' ଅକ୍ଷର ଯେଉଁ ଯେଉଁ ସ୍ଥାନରେ 'ଣ' ହୁଏ ଓ ଯେଉଁ ଯେଉଁ ସ୍ଥାନରେ 'ନ' ହୁଏ ତଦ୍ ବିଷୟକ ବ୍ୟାକରଣଗତ ନିୟମ ବା ବା ବିଧାନକୁ ଣତ୍ବ ବିଧାନ କୁହାଯାଏ ।
ଣତ୍ବ ବିଧାନର କେତେକ ସାଧାରଣ ନିୟମ:-
●1●
ପଦ ମଧ୍ୟରେ ଥିବା ଋ,ର,ଷ ଆଦି ଅକ୍ଷରର ପରବର୍ତ୍ତୀ ‛ନ’ ଓ ‛ଣ’ ହୁଏ => ପୂର୍ଣ୍ଣ ବା ପୂରଣ,ମରଣ ,ଋଣ,ରଣ,ହରଣ,ବିଷ୍ଣୁ ଆଦି
●2●
ଯଦି ଋ,ର ଏବଂ ଷ ଶବ୍ଦର ପରବର୍ତ୍ତୀ ବର୍ଣ୍ଣ
କ-ବର୍ଗ,ପ-ବର୍ଗ,ଷ,ବ,ହ,ୟ ଅଥବା ଅନସ୍ବାର ଥାଏ ତେବେ ତାର ପରବର୍ତ୍ତୀ ବର୍ଣ୍ଣ ‛ଣ’ ହୁଏ
ଉଦାହରଣ:-କୃପଣ,ନିର୍ମାଣ,ଗ୍ରହଣ
●3●
ତ ବର୍ଗର ପୂର୍ବରେ ଥିଲେ ଧନ୍ତ୍ୟସ୍ଥ 'ନ' ହୁଏ
ମୁର୍ଦ୍ଧନ୍ୟ 'ଣ' ହୁଏନାହିଁ ।
ଉଦାହରଣ:-ବଣ୍ଟନ,ଲଣ୍ଠନ,ଖଣ୍ଡନ
●4●
ପ୍ର,ପରା,ପରି,ନିର୍ ଉପସର୍ଗ ଲାଗିଥିଲେ ତଥା
ନଦ୍,ନମ୍,ନଶ୍,ନହ୍,ନୀ,ନୁଦ୍,ଅନ୍,ହନ୍ ଆଦି ଧାତୁଶବ୍ଦ ଥିଲେ ଦନ୍ତ୍ୟ 'ନ' ଥିଲେ ମୁର୍ଦ୍ଧନ୍ୟ 'ଣ' ହୁଏ
ଉଦାହରଣ:- ପ୍ରଣାମ,ପରିଣାମ,ପରିଣତି,ନିର୍ଣ୍ଣୟ ଆଦି....
●5●
ପ୍ର,ପରା ପରବର୍ତ୍ତୀ ନି ଉପସର୍ଗ ଥିଲେ ଦନ୍ତ୍ୟ ନ ମୁର୍ଦ୍ଧନ୍ୟ ଣ ହୁଏ ।
ଉଦାହରଣ:-ପ୍ରଣିପାତ,ପ୍ରଣିଧାନ ଇତ୍ୟାଦି...
●6●
ଯ,ବ,ହ,ଅନସ୍ବାର,ବିସର୍ଗ,ସ୍ବରବର୍ଣ୍ଣ,କ ବର୍ଗ,ପ ବର୍ଗ ବ୍ୟବଧାନ ଥିଲେ ହେଁ 'ନ','ଣ' ହୁଏ ।
ଉଦାହରଣ:-
କଣିକା, ମାଣିକ,ବଣିକ,କଣା,ଗୌଣ,ନିପୁଣ,ବାଣିଜ୍ୟ,ବଣ,ପଣ୍ୟ,ବୀଣା,ବିପଣୀ,ଟିପ୍ପଣୀ,ମଣି,ଗଣିତ,ବାଣ,ଶୋଣିତ,ଲବଣ,ମାଣ,ପଣ ଆଦି
କେତେକ ସ୍ଥଳରେ ଣତ୍ବ ବିଧାନ କାମ କରେ ନାହିଁ :-
●1●
ତ ବର୍ଗଯୁକ୍ତ ହେଲେ ଦନ୍ତ୍ୟ ନ ହୁଏ ମୁର୍ଦ୍ଧନ୍ୟ ଣ ହୁଏ ନାହିଁ...
ଉଦାହରଣ:-ବୃନ୍ତ୍,ବୃନ୍ଦ,ଗ୍ରନ୍ଥ ଆଦି
●2●
'ନ' ଭିନ୍ନ 'ତବର୍ଗ'ର ଅନ୍ୟ ଅକ୍ଷର ଯଥା:-ତ,ଥ,ଦ,ଧ ବର୍ଣ୍ଣ ସଂଯୁକ୍ତ 'ନ' 'ଣ' ହୁଏ ନାହିଁ ...........
ଏହି ନିୟମ ଅନୁଯାୟୀ
ତନ,ଧନ,ଦାନ,ଧାନ ଉଦାହରଣ ହୋଇପାରେ
ତେବେ ଏ ନିୟମର ବ୍ୟତିକ୍ରମ ସ୍ବରୂପ ଦଣ୍ଡ ରେ ଦ ପରେ ଣ ହେଉଛି ?
ବୋଧହୁଏ ଦଣ୍ଡ ଶବ୍ଦଟି “ଦଂଡ”
ଏଭଳି ଉଚ୍ଚାରଣ ହୁଏ ତେଣୁ ଏଠାରେ ସେ ନିୟମ ଲାଗୁ ହୋଇନାହିଁ....
●3●
ବିଦେଶୀ ଶବ୍ଦରେ ଦନ୍ତ୍ୟ ନ ହୁଏ ମୁର୍ଦ୍ଧନ୍ୟ ଣ ହୁଏ ନାହିଁ
ଯଥା:-କୋରାନ୍,ଜ଼ମାନା,ପର଼ଵାନା,ନି଼ଶାନ୍
ଆଦି
●4●
ବେଳେବେଳେ ପୂର୍ବପଦ ଋ,ର,ଷ ଥିଲେ
ପରପଦ ଦନ୍ତ୍ୟ ନ ହୁଏ ମୁର୍ଦ୍ଧନ୍ୟ ଣ ହୁଏନାହିଁ ।
ଯଥା:-ଦୂର୍ନାମ,ତ୍ରୀନେତ୍ର,
କିନ୍ତୁ କେତେକ ସ୍ଥଳ ହୁଏ
ଯେମିତି ମୃଣାଳ, ମୃଣ୍ମୟ
ବଙ୍ଗଳାରେ ମୃଣ୍ମୟ ଶବ୍ଦଟି ମୃନ୍ମୟ ଲେଖାଯାଏ ।
●5●
ସଂସ୍କୃତରେ ଦେଖାଯାଏ ଶବ୍ଦର ଶେଷରେ
ମୃଦ୍ଧନ୍ୟ ନ ହୁଏ ଣ ହୁଏ ନାହିଁ
କର୍ମନ୍,ଆତ୍ମନ୍,ବ୍ରହ୍ମନ୍ ଆଦି ...
କିନ୍ତୁ ଏହାର ବ୍ୟତିକ୍ରମ ହେଉଛି ବ୍ରାହ୍ମଣ....
ନ ରେ ହଳନ୍ତ (ନ୍) ଲାଗିଥିଲେ ନ ଣ ହୁଏ ନାହିଁ ।
ReplyDeleteକିନ୍ତୁ ନ ଥିଲେ ଣ ହୁଏ ।(ସୂତ୍ର -ଋ,ର୍,ଷ୍(ସ୍ବର/କବର୍ଗ/ପବର୍ଗ/ହ,ୟ,ବ,ଅନୁସାର) +ନ+ସ୍ବର )
Ex-ରାମାୟଣମ୍(ର୍+ଆ+ମ୍+ଆ+ୟ+ନ୍+ଅ+ମ୍)