Friday, September 1, 2017

ଅଚ୍ୟୁତାନନ୍ଦ ଦାସ ଗୀତିକବିତା-୭

ଅଶୂନ୍ୟ ହୋଇଣ ଯେ ଥିଲାକ ଏକ ସ୍ଥାନ
ଅଦଭୂତ ସ୍ବରୂପେ ହୋଇଲା ଏକ ଶୂନ୍ୟ ।
ସେହି ଶୂନ୍ୟ ମଧ୍ୟରେ ଯେ ନିରାକାର ସ୍ଥିତି
ନିରାକାର ଅଙ୍ଗରୁ ପରମ ବ୍ରହ୍ମମୂର୍ତ୍ତୀ ।
ପରମ ବ୍ରହ୍ମ ଠାରୁ ସ୍ଫୁରିଲାକ ଧ୍ବନୀ
ସେ ଧ୍ବନୀ ସ୍ଫୁରିଲା ଯେ ଚତୁର କଳା ଘେନି ।
ଚତୁଃକାଳେ ବ୍ରହ୍ମରନ୍ଧ୍ରେ ହୋଇଣ କବାଟି
ଅର୍ଦ୍ଧମାତ୍ରା ମଧ୍ୟରେ ବଜ୍ରକଳା ପାଲଟି  ।
ପୂରିଲାକ ଷଡ଼ଯନ୍ତ୍ର ଅଧଃ ଉର୍ଦ୍ଧ୍ବ ଠାଇଁ
ପଶି ନ ପାରିଣ ତହିଁ ଲେଉଟିଲା ବାଇ ।
ସେ ବାୟୁ ଲେଉଟିଣ ବହିଲାକ ଉଜାଣି
ଲାଗିଲାକ ଲୟ ଜ୍ୟୋତି ମଣ୍ଡଳକୁ ପୁଣି ।
ଶ୍ବେତ ତିଳକ ଉପରେ ଲାଗିଲାକ ଲୟ
ଲୟ ଲାଗନ୍ତେଣ ଯେ ଦିଶିଲା ଶୂନ୍ୟମୟ ।
ଶୂନ୍ୟ ଦିଶନ୍ତେଣ ଯେ ଅଶୂନ୍ୟ ଦୃଶ୍ୟ ହୁଏ
କହନ୍ତି ଅଚ୍ୟୁତ ଗୁରୁ ଆଜ୍ଞା କର ଲୟେ ।

No comments:

Post a Comment

ଵୟେଜର୍ ଗୋଲ୍ଡେନ ରେକର୍ଡ ଏଵଂ ବ୍ଲାଇଣ୍ଡ ଉଇଲି ଜନସନଙ୍କ ମାନଵତାର ଅମର ସଙ୍ଗୀତ

1977 ମସିହାରେ ନାସାଦ୍ୱାରା ପ୍ରକ୍ଷେପିତ ଵୟେଜର-1 ଏଵଂ ଵୟେଜର-2 ମହାକାଶ ଯାନ ମହାକାଶ ଅନୁସନ୍ଧାନରେ ଏକ ନୂଆ ଅଧ୍ୟାୟ ଲେଖିଵା ସହିତ ଏତଦ୍ଵାରା ମାନଵତାର କାହାଣୀକୁ ବ୍ର...