Tuesday, August 11, 2015

ପିଜୁଳି ବୃକ୍ଷ

ପିଜୁଳି ବର୍ତ୍ତମାନ ଭାରତରେ ଏକ ସାଧାରଣ ବୃକ୍ଷ । ଏହାର ଵୈଜ୍ଞାନିକ କୁଳ ମିର୍ଟେସୀ ଏବଂ ପ୍ରଜାତି ସାଇଡିୟମ !! ଏହି ପ୍ରଜାତିରେ ପ୍ରାୟ . ୧୦୦ ରୁ ଅଧିକ ଜାତି ର ବୃକ୍ଷ ମିଳିସାରିଛି । ପିଜୁଳି ପାଇଁ ନାତିଷିତୋଷ୍ଣ ଏବଂ ଭୂମଧ୍ୟସାଗରୀୟ ଜଳବାୟୁ ଅଧିକ ଉପଯୁକ୍ତ ତେବେ ଏହା ନିରକ୍ଷୀୟ ଅଁଚଳ ରେ ମଧ୍ୟ ଜୀଵିତ ରହିପାରେ । ପିଜୁଳି ମୂଳତଃ ମେକ୍ସିକୋ, ମଧ୍ୟ ଅମିରିକା ଏବଂ ଦକ୍ଷୀଣ ଅମେରିକାର ଉତ୍ତରଭାଗ ରୁ ସଂପୂର୍ଣ ପୃଥିଵୀ ରେ ଜନାଦୃତ ହୋଇଅଛି । 17ଶତାବ୍ଦୀ ରେ ଭାରତ କୁ ଏ ଫଳର ଆଗମନ ପର୍ତୁଗିଜ ମାନଙ୍କ ଦ୍ଵାରା ହୋଇଥିଲା ।ପିଜୁଳି ବର୍ତମାନ ପୃଥିଵୀର ପ୍ରସିଦ୍ଧ ଫଳମଧ୍ୟରୁ ଗୋଟିଏ । ଜାମାଇକା , ଦକ୍ଷୀଣପୂର୍ଵୀ ଏସିଆ, ହଵାଈ, କେରେବିୟନ, ଫ୍ଲୋରିଡା ଏବଂ ଆଫ୍ରିକା ରେ ଏହା ଏକ ସାଧାରଣ ବୃକ୍ଷ ଭଳି ସର୍ଵସ୍ଥଳେ ଦୃଷ୍ଟିଗୋଚର ହୁଏ । ଇଂରାଜୀ ରେ ପିଜୁଳି କୁ ଗ୍ଵାବା ଅଥଵା ଏପଲ ଗ୍ଵାବା କୁହାଯାଏ । କିଛି ଭାଷାଵିଦ୍ ମତ ଦିଅନ୍ତି କି ଏହି ଗ୍ଵାବା ଶବ୍ଦ ଟି ଅରଵୀକ୍ ଭାଷା ର ଗ୍ଵାୟାଵୋ ଶବ୍ଦ ରୁ ନିଆଯାଇଛି । ଅରଵୀ ଭାଷା ରେ ଗ୍ଵାୟାବୋ ଶବ୍ଦ ର ଅର୍ଥ ବୃକ୍ଷ ଶାଖାରୁ ଓଲ୍ହାଇ ଆସିବା ।ଗ୍ଵାୟାଵୋ ଶବ୍ଦ ସ୍ପେନିଶ ଭାଷାରେ ଯାଇ ଗାୟାବା ହେଲା ଏବଂ ରୋମନ ମୂଳର ଅଧିକାଁଶ ଇରୋପିଅନ ଭାଷା ରେ ଅଲଗା ଅଲଗା ଉଚ୍ଚାରଣ ସହିତ ସମ୍ମିଳିତ ହେଲା । ସ୍ପେନିଶ ରୁ ଯାଇ ଗ୍ଵାୟାବା ଶବ୍ଦ ରୋମନ ଡେନିଶ ଏବଂ ନୋର୍ଵେ ଭାଷାରେ ଗ୍ଵାଵା ରୁପେ ବ୍ୟବହୃତ ହେଲା । ଗ୍ରୀକ ରେ Γκουάβα !ରଶିଅନ ରେ Гуава ! ଡଚ ଏବଂ ଜର୍ମନ ରେ ଗ୍ଵାଵେ ! ତେବେ ଅରଵୀ ଭାଷାରେ ପିଜୁଳି କୁ ଜଵାଫା କେ ଗଵାଫା ( ﺟﻮﺍﻓﺔ) କୁହାଯାଏ ।ଜାପାନୀ ଭାଷାରେ ଗୁଆବା (グアバ), ତମିଲ ରେ କୋଈୟ (କୋୟୟା), । ପିଜୁଳି ର ଅନ୍ୟ ଏକ ନାମ ପେର ରୁ ଅଧିକାଁଶ ପଶ୍ଚିମ ଭାରତୀଯ ନାମକରଣ ହୋଇଅଛି ।.ପେର ଶବ୍ଦ ମୂଳତଃ ସ୍ପେନିଶ ଭାଷା ରୁ ଆସିଅଛି ପେର ନାମକ ସ୍ପେନ ର ଏକ ଫଳ ସ୍ପେନରେ ଖୁବ ଜନାଦୃତ ! ମଲଯାଲମ, ସିଂହାଲୀ ଏବଂ ସ୍ଵାହୀଲୀ ଭାଷାରେ ଏହି ଫଳକୁ ପେରା କୁହାଯାଏ . ମରାଠୀରେ ପେରୁ (ପେରୂ), ବଂଗାଳୀରେ ପେରାହ , କନ୍ନ୍ଡ ରେ ପୀରାଲେୟ ତଥା ସୀବୀ କାୟ ଏବଂ ଧୀଵେଦୀ ଭାଷାରେ ଫେୟୁରୁ କୁହାଯାଏ. ତେଲୁଗୁ ଭାଷାରେ ଏହାକୁ "ଜାମ କାୟ" କୁହାଯାଏ । ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ଏହାର ଅପଭ୍ରଁସ ଶବ୍ଦ ଜାମୀ ପ୍ରଚଳିତ । ଭାରତ ର ଅନ୍ୟ ଭାଷା ଠାରୁ ଭିନ୍ନ ହିନ୍ଦୀରେ ପିଜୁଳି କୁ ଅମରୁଦ 'ଅମରୁଦ', କୁହନ୍ତି । ଅଧିକାଂଶ ଭାଷାଵିତ୍ତ ଙ୍କ ଅନୁଯାଇଓଡ଼ିଆ ର ପିଜୁଳି ଶବ୍ଦ ଟି ସଂଭଵତଃ ପେର ଶବ୍ଦ ର ଅପ୍ରଭଂସ !

ଏକ ମୌଳିକ ଓ ପ୍ରାଚୀନ ଓଡ଼ିଆ ଶବ୍ଦ: ଆଈଆଈ

ଜାପାନରେ କୋଡ଼ିଏ ହଜାର ପାଖାପାଖି Ainu ଜନଜାତିର ଲୋକେ ଥିଲେ ବି ସେମାନଙ୍କର ମୂଳ Ainu ଭାଷାରେ ମାତ୍ର ପାଞ୍ଚ ଦଶଜଣ ଲୋକ କଥାଭାଷା ହୋଇପାରୁଛନ୍ତି । ମରିଵାକୁ ବସିଥିଵା...