Wednesday, January 27, 2016

ସ୍ବାଭିମାନୀ ମଧୁବାବୁ

କିଛି ଓଡ଼ିଆ ଙ୍କ ଛୋଟପଣିଆ
ଓଡ଼ିଆ ହୋଇ ନିଜ ଜାତି କୁ ଦୋଷ ଦିଅନ୍ତି
ଓଡ଼ିଆରେ କହିବା ଲେଖିବାକୁ ଲାଜ ଲାଗେ
ଏମିତି କି ନିଜକୁ ଓଡ଼ିଆ କହିବାକୁ ମଧ୍ୟ କୁଣ୍ଠାବୋଧ କରନ୍ତି
କିନ୍ତୁ ମଧୁବାବୁ ଥିଲେ ଏହାର ଠିକ ବିପରୀତ ସତରେ ଜଣେ ସ୍ଵାଭିମାନୀ ଓଡ଼ିଆ !

ସେ କାଳ ର କଥା
ଥରେ ଜଣେ ଅତର ବେପାରୀ
ପଞ୍ଜାବ ରୁ ଓଡ଼ିଶା ର କଟକ ସହରକୁ ଅତର ବିକିବାକୁ ଆସିଲା !!
ସହର ର ଯେତେ ଗଳି କଦ୍ଧି ବୁଲିଲା ହେଲେ କେହି ତା'ର ଅତର କିଣିଲେ ନାହିଁ !!
ଲୋକ ଟି କଟକ କଚେରୀ ପାଖ ଦୋକାନରେ ଚା ପିଉଥିବା ସମୟରେ
ଜଣେ ଉତ୍ତରଭାରତୀୟ କୁ କହୁଥାଏ
ଦେଖିଲି !!!

ପଞ୍ଜାବ ରେ ଶୁଣିଥିଲି ଏଠିକାର ଲୋକ ଧନରେ ଗରୀବ
ଏଠି ଆସି ଦେଖିଛି
ଓଡ଼ିଆ ଯାକ ମନରେ ମଧ୍ଧ ଗରୀବ
ମଧୁବାବୁ ତା କଥା ଶୁଣୁଥିଲେ
ସବୁ ଶୁଣି ମଧୁବାବୁ ସେ ବେପାରୀ କୁ ପଚାରିଲେ
କେତେ ଟଙ୍କା ର ଅତର ଅଛି ତୁମ ପାଖରେ ?
ମୁଁ ସବୁକିଣିନେବି !!

ଭାବୁଛି ଆଜି ଅତରରେ ସ୍ନାନ କରିବି !!
ପଞ୍ଜାବୀ ଟା ତାଙ୍କ କଥା ଶୁଣି ଅବାକ୍ ରହିଗଲା !

ମୋ କାଳେ

ମୋ କାଳ ରେ,
ସୃଷ୍ଠି କରୁଅଛ
ତୁମ କାଳ ର
ଈଶ୍ଵରହୀନ ବସନ୍ତ



ତୁମ କାଳ ରେ
ଡାଳିମ୍ବ ଗଛର ସବୁଜତା
ଓ ଜବ୍ବା ପୁଷ୍ପ ର
ସୌନ୍ଦର୍ଯ୍ୟ କାହିଁ

କୌଣସି ରଚନା ବିଧାନ
ରାତ୍ରି ଏବଂ ଦିନ ମଧ୍ୟେ
କିଛି ଗନ୍ଧ ନହିଁ
ଚଢ଼େଇ ଙ୍କର କାକଳି
କି କୋଳାହଳ ମଧ୍ୟ କେଭେ ଶୁଣିନାହିଁ


ତୁମ କାଳ ରେ
ନିସ୍ତବ୍ଧ ଉଦାସ
ନକାରାତ୍ମକତାର
ବୋଧିଵୃକ୍ଷ ହିଁ ସବୁଜ ଦିଶେ ସର୍ବଦା

ତୁମ କାଳ ରେ
ସୁଷ୍ଟି କରେ
ମୁଁ ମୋ କାଳ ର
ଈଶ୍ଵରହୀନ ହୋଲି


ମୋ କାଳେ ମୁଁ
- ତୁମ ପାଇଁ
ଟାଙ୍ଗି ଦେବାକୁ ଚାହେଁ ଖୁସି କୁ
ତୁମ ଝରକା ର ବାମ ପାସେ
ଯେଉଁଠି ଭୋକିଲା ଦ୍ଵିପହର
ଚାହିଁରହିଥାଏ
ସମୁଦ୍ର ଜଳକୁ

ସମୁଦ୍ର ଲହରୀ ଭଳି
ତୁମ ହୃଦୟ ରେ ରେ
ପୁଣ ଢ଼େଉ ଉଠେ
.ଆଦିମ ସ୍ତ୍ରୀ ଭୟ କୁ
ମନରୁ ହଟାଇ ଦେବାକୁ ଚାହେଁ
ଲହରୀ ହୋଇ ଦୂର କୁ

ନିଜ କିଁଶୁକ-ମନ ର
ଗନ୍ଧହୀନ ଫୂଲରେ
ପୁଣି ତବ ଅଙ୍ଗ ସଜାଇବା ର ଇଛା


ମୋ କାଳେ ସ୍ତଗିତ ଅଛି ପ୍ରେମ
ସ୍ତଗିତ ଅଛି ଜନ-ଶୁଣାଣୀ
ଆଜି ବିଦ୍ରୋହୀଙ୍କୁ ଦେଖାଯାଏ ସନ୍ଦେହ ଚକ୍ଷୁରେ
ଏକାଳେ ଈଶ୍ଵରହୀନ ପର୍ବ ,
ଋତୁ ପାଳିବାକୁ କଟକଣା ଅଛି
ପ୍ରେମ ସ୍ନେହ ମମତା ଠୁଁ
ବଳବାନ ହେଲାଣି କମ୍ପ୍ୟୁଟର ର ଦୁନିଆ
...
ମୋ କାଳରେ ତୁମକାଳ ର
ସାଜସଜ୍ଜା ଏଇଥିପାଇଁ ନିରର୍ଥକ
ଲୋକେ ଗୋଡ଼ାନ୍ତି
ପ୍ରୀତି ଛାଡ଼ି ବସ୍ତୁ ପଛେ
ଚାହାନ୍ତି ଭଲ ଛାଡ଼ି ଭେଲ କୁ

ଆତ୍ମହତ୍ୟା

ରାତ୍ରୀ ରେ ତାରାଟିଏ ମଧ୍ୟ ରହିବ ନାହିଁ ନୀଳାମ୍ବରେ
ଘୋର ତମସା ରଜନୀ ବିତିଯିବ

ମୁଁ ମରିବି ଏବଂ ମୋ ସହିତ ନଷ୍ଟ ଯିବ
ନିଷ୍ଟୁର ବ୍ରହ୍ମାଣ୍ଡ ର ସାରାଂଶ

ଭାଙ୍ଗିଦେବୀ ମୁଁ
ମୋ ଦ୍ଵାରା ଗଢ଼ାଯାଇଥିବା ସ୍ଥାପତ୍ୟ
ବାଣ୍ଟିଦେବି ସଞ୍ଚିତ କଉଡି

ସୁଖାଇ ଦେବି ସ୍ମୃତି ର ସାଗର
ଜଳାଇଦେବୀ ମନରେ ଅଙ୍କିତ ଛବି

ମୋର ଅତୀତ ଲୁପ୍ତ ଯିବ ଭବିଷ୍ୟତାଲୋକେ
ମାଟି ରେ ମିଶାଇଦେବୀ କର୍ଦ୍ଦମାକ୍ତ ଇତିହାସ
ମାଟି କୁ ମାଟି ରେ

ମୁଁ ଏବେ ଦେଖୁଅଛି ଶେଷ ସୂର୍ୟାସ୍ଥ
ଶୁଣୁଅଛି ଅନ୍ତିମ ପକ୍ଷୀ କୁ

ଖାଲି ଆସିଥିଲି ଖାଲି ଚାଲିଯିବି
କାହାକୁ ଫଟା ପାହୁଲା ଟାଏ ବି ମିଳିବ ନାହିଁ ମୋ ଉତ୍ତାରେ

ମୂଳ ରଚନା - ହୋର୍ହେ ଲୁଈସ ବୋର୍ହେସ

Monday, January 11, 2016

----ଆଶାବାଦୀ----


ମୁଁ ଆଶାବାଦୀ
ଛିନ୍ନ ଅସ୍ତ୍ର
କ୍ଷତାକ୍ତ ଅଶ୍ଵ
ଅନ୍ଧକାରାଛନ୍ନ ମୋର ପଥ
କିଏ ଶତ୍ରୁ କିଏ ମିତ୍ର
ସର୍ବଥା ଅଜ୍ଞାତ
କିନ୍ତୁ ନେଇଛି
ଆଜୀବନଯୁଦ୍ଧ ର ସଂକଳ୍ପ

---

...ହଁ ମୁଁ ଆଶାବାଦୀ
ଛୋଟ ସେଇ ସ୍ଵପ୍ନ ପାଇଁ
ଛାଡ଼ିଲି ଘର, ଗଳି, ନଗର
କିଛି ନ ଥିଲା ସେବେ
ଥିଲା ଖାଲି ସ୍ପପ୍ନ
ସଂକଳ୍ପ ମୋର ସମ୍ବଳ ......

----

ମୁଁ ଆଶାବାଦୀ
ପଡ଼ି ହାରି ପୁଣି ଜିତିବି
ବିଜୟ ରେ ମୋର ହିଁ
ଏକାଧିକାର
ତୋଳିବି ପ୍ରାସାଦ
ଗଢ଼ିବି ନୂତନ ସଂବନ୍ଧ
ଏହା ହିଁ ମୋ ଚଲା ପଥ

Sunday, January 10, 2016

------ପାଣି-----

------ପାଣି-----


ଚହଲୁ ଥିଲା ପାଣି
କାଦୁଅ ଲଗା ଦେହ ତାର
ସତେ ଅବା ସଭ୍ୟତା ର ଶବ
କେବେ ଗାଇ ଥିଲା କଲଶ
ତାକୁ ଉପଲକ୍ଷ କରି
ଗରିମା ର ଗୀତ

----

ଆଁଜୁଳି ର ମନ୍ତ୍ର ଭଳି
ସମାହିତ ଥିଲା ତାର ପବିତ୍ରତା
ସଭ୍ୟତା ମାନେ ଶୁଣ
ଘନ ଜଙ୍ଗଲ ଉ ଉଦାସ ପହାଡ଼ ମଧ୍ୟରୁ
ସମତଲ ଭୂମି ରେ ଶୁଣାଯାଏ ତାର ଗୀତ

----

ମାଟି ଦେଖୁଥିଲା ତୃଷ୍ଣାତୁର ଚକ୍ଷୁରେ
ଚମକୁ ଥିବା, ଗରଜୁଥିବା ,ବରସୁ ଥିବା
ପାଣି ର ଧ୍ଵଜ କୁ
ଆଦ୍ର ରାତ୍ରୀ ରେ ପାଦପ ଅଙ୍ଗେ
ଶୋଭିତ ଶିଶିର ଓ ତାର ଟପ ଟପ ସଂଗୀତ ଭରିଦେଉଥିଲା ଜୀଵନ


ନଦୀ କୂଳରେ ଜନମୀ ଥିବା ସଭ୍ୟତା
ଦିନେ ଏଇଭଳି ବିନା ପାଣି
ମାଛ ଭଳି ଛଟପଟ ହେବ
ହଁ ଏହା ହିଁ ତ ପ୍ରାରବ୍ଧ !

କବି ଙ୍କୁ ପ୍ରଶ୍ନ



କିଛି ବନ୍ଧୁଙ୍କୁ ଭଲ ଲାଗେନା
ମୋର ସାରସ୍ଵତ ସାଧନା
କଥା ଛଳେ କହନ୍ତି
ଏତେ ଅଭାବ ଅନାଟନ
ଦୁଃଖ ରୋଗରେ ପଡ଼ି ମଧ କେମିତି ଲେଖିପାରୁଛ

ଯେଉଁମାନେ ଲେଖନ୍ତି କୁହନ୍ତି
ଲେଖ ବାବୁ ଆଉ ଟିକେ ଉତ୍କୃଷ୍ଟ କରି
ତମେ ତ ବିଲ ଛାଡ଼ି ବାଡ଼ ଆଡ଼େ ଧାଉଁଛ

କଲମ ଟା କାଗଜ କୁ ସାଥୀ କରି
ମୋ ପାସେ ପଚାରେ
ଦୁନିୟାରେ ଲେଖିବାକୁ
ଏତେକଥା ଅଛି ତୁମେ କିଁପା
ବାସ୍ତବତା ଏବଂ ଦୁଃଖ ହିଁ ଲେଖୁଛ !

ଦୁଖ ବି ପଚାରେ ହେ କବିବର !
ମୁଁ ତୁମକୁ ଏତେ କଷ୍ଟ ଦିଏ
ତଥାପି କେମିତି ତୂଳି ଧରି
ମୋ ଚିତ୍ର ହିଁ ଆଁକୁଛ !!

ପାଠକ କହନ୍ତି
ଯେଉଁ ଲେଖା ରେ ଦୁଃଖ ଅଛି
ପଢ଼ିଲେ ପଢ଼ିଲାବାଲା ଦୁଃଖୀ ହେବ
ସେ ଲେଖା ର ତୁମେ ଯେ ଲେଖକ
ଦାବିକର କେମିତି
ଏମିତି ଦୁଃଖ ଦୂର ହେବ ?
ସତ କୁହ କବି ....
ଦୁନିୟା କୁ ତୁମେ କି
ଅଦରକାରୀ ଅଲୋଡ଼ା କଳିଛ !!

ଦୁନିୟା କହେ
ଛାଡ଼ ଛାଡ଼ କିଏ ଶୁଣେ ତୁମ ସତକଥା
ସମୟ କାହିଁ କା ପାଖେ
ଦୌଡ଼ୁଛନ୍ତି ଜୀବଯେତେ ଭାଗ୍ୟ ବଳେ
ତୁମ ଭଳି ସମସ୍ତେ ଯେ ମୁକ୍ତ ଥିବେ
କଣ ତୁମେ ଏମିତି ଭାବୁଛ !!

ସମୟ କହୁଛି
ଟିକ୍ ଟିକ୍ ଟିକ୍ ମୁଁ ବିତିଯିବି ଯେ
ମୋତେ ହରାଇଲେ ପୁଣି ନ ମିଳିବି
ଛାଡ଼ କବି
ବୃଥା ଟାରେ ଶବ୍ଦ ଚାଷ କରୁଛ !!

Saturday, January 9, 2016

ତୁମେ

ତୁମେ ହେଲେ ନଦୀ
ମୁଁ ହୋଇ ନଉକା
ଭାସୁଥାନ୍ତି ଆନନ୍ଦେ

ତୁମେ ହୁଅନ୍ତ ଵୃକ୍ଷ
ମୁଁ ହୋଇ ଗୁଳ୍ମ
ଜନ୍ମନ୍ତି ତବ ଅଙ୍ଗ ପରେ

ତମେ ହେଲେ କାର୍ପାସ
ବନାଇ ବସ୍ତ୍ର ରଙ୍ଗାଅନ୍ତି
ରଙ୍ଗେ ତାରେ

ତୁମେ ହେଲେ ବନ୍ୟା
ମୁଁ ହୋଇ କୁଟା ଫସନ୍ତି
ଘୂରନ୍ତି ଭଉଁରୀ ରେ

ଯଦି ତୁମେ ହୁଅନ୍ତ ଅନେକ
ମୁଁ ମଧ୍ୟ ଥାନ୍ତି
ତୁମ ସାଥେ ସବୁଠାରେ

ସ୍ଵପ୍ନ


କାଳ ର ଦୂର୍ଲଭ କ୍ଷଣରେ
ଆମକୁ ଚିନ୍ତିତ କରିପାରେ ନା,
ଜୀବନ ର ଭୟାନକ ଝଡ଼ଝଂଜା !
ଯେବେ କେହି ହାଥ ରଖିଦିଏ
ଆମ କାନ୍ଧରେ
ଚାହିଁ ରହେ ଆଦ୍ର ସହାନଭୂତି ପୂର୍ଣ ଚାକ୍ଷୁସେ
ତତ୍କାଳ ଦୂର ହୁଏ
ଦୈନିକ ଜୀଵନ ର ଝଂଝଟ ଯେତେ !!
ଯେମିତି କେଉଁଠି ଅକାତ ଗଭୀରତା ରେ
ଧୀରେ-ଧୀରେ ଗହ୍ଵର ଊପରେ
ଇଂଦ୍ରଧନୁଷ ଭଳି ଉଠିଥାଏ ମୌନ ।
ଜଣେ ଯୁବକ ଏବଂ ତାର ହୃଦୟ ର କଥା
ଯେମିତି ଜନ୍ମ ଦିଏ କବିତାର ପଂକ୍ତି କୁ....
ବାସ୍ତବତା ଭୂଲି
ଏଇମିତି ଦେଖିଯାଏ କିଏ କେତେ ମନ ଭୂଲାଣିଆ ସ୍ଵପ୍ନ !

ମୋ ପାଇଁ ମୁଁ ଅପରିଚିତ

ମୋ ପାଇଁ ,ମୁଁ ଏକ ଅପରିଚିତ ସଙ୍ଗେ ରହୁଛି...
ଲାଗେ ମୁଁ ନାଚିଲେ କୁଦିଲେ
ସେ ମୋ ମଧ୍ୟୁଁ ବାହାରି ପଡ଼ିଯିବ

ମୁଁ ନିଜର ବେକ ତଲେ ଦେଖୁଛି
ତା'ର ବାଳ ଠାରୁ ମୋର ବାଳ ଯାଏଁ
ତା 'ର ହାଥ ଠାରୁ ମୋର ହାଥ ଯାଏଁ
ମାଟି ଭିତରେ, ମୋ ହାଥଗୁଡ଼ିକର ଚେର

ମୁଁ ଦରଦ ଧାରିଣୀ ଧରିତ୍ରୀ
ନିଜ ଭିତରେ
କେ ଜାଣେ କେତେ ଥର
ମୁଁ ଯେ ନିଜେ ନିଜ ମନକୁ ଦଳିଛି
ପଥ୍ଥର କରିଛି ହୃଦୟ

ମୁଁ ଶୋଇଲୀ ଯଦ୍ଵାରା ତାକୁ ଟିକେ ଆରାମ ମିଳୁ
ମୁଁ ଉଠିଲି ଯଦ୍ଵାରା ସେ ଉଠି ଚାଲିଯାଏ
ମୋର ସେଇ ନିଦ୍ରା ରୁ ମୁଁ କଣ ସିଖିଲି
ମୁଁ ଏକ ଅପରିଚିତ ସଙ୍ଗେ ରହୁଛି
ଲାଗେ ମୁଁ କୁଦିଲେ ସେ ମୋ ମଧ୍ୟୁଁ ବାହାରି ପଡ଼ିଯିବ - [ମସ୍ସେର ଏନାଲିଏ ଙ୍କ ଅଂଗ୍ରେଜୀ କବିତା ର ଓଡ଼ିଆ ଅନୁବାଦ]

======ଶୋଇ ରହୁଥିବା ଗାଁ========

କାଜାଖସ୍ଥାନରେ ଅଛି ଏକ ଛୋଟ ଗ୍ରାମ କାଲାଚି !ଏଠାକାର ଜନସଂଖ୍ୟାର ପ୍ରାୟ ଏକତୃତୀୟାଂଶ ଲୋକ ଏକ ବିରଳରୋଗରେ ପୀଡ଼ିତ । ଏହିରୋଗରେ ପୀଡ଼ିତ ଲୋକମାନେ ଅନେକ ଦିନ ପର୍ଯ୍ୟନ୍ତ ଶୋଇରହିଥାନ୍ତି । ସତେ ଯେମିତି କୋମାରେ ପଡ଼ିରହିଥିବା ଜଣେ ବ୍ୟକ୍ତିଭଳି । ଆଉ ନିଦରୁ ଉଠିବାପରେ ମୁଣ୍ଡ ବୁଲେଇବା ,ମୁଣ୍ଡ ବ୍ୟଥାବାନ୍ତି ଏବଂ ସ୍ମରଣ ଶକ୍ତି ହ୍ରାସ ଭଳି ସମସ୍ୟାର ଶିକାର ହୋଇଥାନ୍ତି । ତେବେ ଏହି ରହସ୍ୟମୟ ରୋଗରେ ଏଠାକାର ଗ୍ରାମଵାସୀ ବହୁ ପୂର୍ବରୁ ଶିକାର ହୋଇଥିଲେ ହେଁ 2013 ମସିହାରେ ଏହାକୁ ପ୍ରଥମେ ରିପୋର୍ଟ କରାଯାଇଥିଲା ! କାଲାଚି ଗ୍ରାମବାସୀଙ୍କ ଏପରି ଶୋଇରହିବାର କାରଣ ଜାଣିବା ପାଇଁ ବିଶେଷଜ୍ଞଙ୍କ ଦ୍ଵାରା ଏଠାକାର ବାୟୁ ପାଣି ଖାଦ୍ୟ ବନ୍ୟଜନ୍ତୁ ମାଟି ବାସସ୍ଥାନର ବିଭିନ୍ନ ଉପକରଣ ଓ ସ୍ଥାନୀୟ ଅଧିବାସୀ ଙ୍କୁ ନେଇ ଏକାଧିକ ଥର ପରୀକ୍ଷା କରିସାରିଲେଣି !ତଥାପି ଆଜି ଯାଏଁ ଏହି ରୋଗ ସଂପର୍କରେ ବିଶେଷ କିଛି ତଥ୍ୟ ମିଳିପାରିନାହିଁ ।

"----ଚାଲୁଥିବା ଗଛ----"

ଲାଟିନ୍ ଆମେରିକା ର ଇକ୍ଵେଡରରେ ଏକ ଅଭୁତ ବୃକ୍ଷ ଦେଖିବାକୁ ମିଳେ ।
ଏହା ଵାକିଁ ଟ୍ରି ଭାବେ ବେଶ ଜଣା ଶୁଣା ।
ଵାକିଁ ଟ୍ରି ର ପ୍ରକୃତ ନାମ ହେଉଛି
ସୋକ୍ କେଜେରହିଜା [ଏକ ପ୍ରକାର ର ତାଳଗଛ ]

ଏହା ପୃଥିବୀର ଏକମାତ୍ର ଗଛ ଯାହାର ଚେର ମଣିଷର ଗୋଡ଼ ଭଳି କାମକରେ ।
ଋତୁପରିବର୍ତନ ହେବାମାତ୍ରେ ଏହି ଗଛ ର ଚେର ଗୁଡ଼ିକ ସୂର୍ଯ୍ୟକିରଣ ଆଡ଼କୁ ଗତି କରନ୍ତି !
ଏକ ଗବେଷଣା ଅନୁଯାଇ ଏହି ଚେରଗୁଡ଼ିକ ପ୍ରତିଦିନ 2 ରୁ 3 ସେ.ମିଘୁଞ୍ଚୁଥିବା ବେଳେ ବର୍ଷକରେ ପ୍ରାୟ 20 ମିଟର ଯାଏଁ ଘୁଞ୍ଚିଥାନ୍ତି । ଏପରିକି ଏହି ଚେର ଉପରକୁ ଦୃଶ୍ୟମାନ ମଧ୍ଧ୍ୟ ହୋଇଥାଏ । ସବୁଠାରୁ ରୋଚକ କଥା ହେଲା ,ସୂର୍ୟକିରଣ ସନ୍ଧାନ ରେ ଆଲୋକ ଆଡ଼କୁ ଗତିକରୁଥିବା ବେଳେ ଏହି ଗଛ ରେ ନୂଆ ଚେର ସୃଷ୍ଟିହୋଇଥାଏ ଏବଂ ପୁରୁଣା ଚେରଗୁଡିକ ଧିରେଧିରେ ଝାଉଁଳି ଗଛରୁ ଅଲଗା ହୋଇ ମରିଯାଅନ୍ତି !

Friday, January 8, 2016

ଭାଷା ଆଧାର ରେ ରାଜ୍ୟ ଗଠନ ଠିକ ଥିଲା କି ...

କିଛି ପାର୍ଟିଭକ୍ତ ତୋଷାମୋଦିଆ ମୁଣ୍ଡ ବାଡ଼େଇ ବାଡ଼େଇ କୁହନ୍ତିଭାଷା ଆଧାରରେ ଭାରତ ଦେଶ ର ରାଜ୍ୟଗଠନ ଦୂର୍ଭାଗ୍ୟପୂର୍ଣ !!ଭାରତ ରେ ରାଜ୍ୟଗଠନ ଭୌଗଳିକ ସ୍ଥିତି ଅନୁଯାୟୀ ହେବାର ଥିଲା !!

ଏ ଭୂଷପଣ୍ଡିତ ମାନଙ୍କର ଭାରତୀୟ ସଂସ୍କୃତି ସଭ୍ୟତା ସମ୍ବନ୍ଧ ରେ କାଣିଚାଏ ବି ଜ୍ଞାନ ନଥାଏ ନା ସେମାନେ ଭାରତ ର ଭୌଗଳିକ ଅବସ୍ଥିତିକି ଐତିହାସିକ ଘଟଣା ଜାଣିଥାଅନ୍ତି !!!
ତାଙ୍କ ବଡ଼ ନେତାମାନେ କେବେ କହିଦେଇଥିଲେ ତେଣୁ ସେମାନେ ମଧ୍ୟ ଉଧ ସଙ୍ଗେ ବଣଭୂଆ ବାଇ ହେଲା ଭଳି ଏକଥା କୁ ଘୋଷି ହୁଅନ୍ତି !

ଭାଷା ଆଧାର ରେ ଭାରତ ର ପ୍ରଥମ ରାଜ୍ୟ ଓଡ଼ିଶା !!
ନିଜ ଭାଷା ଓ ସଂସ୍କୃତି କୁ ବଞ୍ଚାଇବାକୁ ଯାଇ କଲମ କାନୁନ ର ସଙ୍ଘର୍ଷ କରିବାକୁ ହୋଇଥିଲା ଆମ ପୂର୍ବଜ ମାନଙ୍କୁ !!!
ତଥାକଥିତ ଉତ୍ତରପଶ୍ଚିମ ଏବଂ ଉତ୍ତରଭାରତୀୟ ବୁଦ୍ଧିଜୀଵି ମାନେ ଏ ଇତିହାସ ପଢ଼ିନାହାନ୍ତି !!
ପ୍ରିୟ ମିଷ୍ଟଭାଷୀ ବଂଗାଳୀ ଭାଇମାନେ ଯେତେବେଳେ'ଓଡ଼ିଆ ଏକ ସ୍ଵତନ୍ତ୍ର ଭାଷା ନୋଏ'କହିଥିଲେ
ଆମ ଅଞ୍ଚଳ ର ବିଦ୍ଵାନ ମାନେ କଣ ଚୁପ ବସିଯାଇଥାଅନ୍ତେ ?
ମୋର ପୂର୍ବଜ ମାନେ ସେବେ ଯଦି ଭାଷା ଆନ୍ଦୋଳନ କରିନଥାନ୍ତେଯଦି ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହୋଇନଥାନ୍ତା ତା'ହେଲେ ଆଜି ଆମ ପିଲାଏ
ବଂଗାଳୀ ରେ ଲେଖୁଥାଅନ୍ତେ ଏବଂ ପାଲୀଭାଷା ର ସୁକୁମାରୀ କନ୍ୟା ଓଡ଼ିଆ ବାଦଲ ମଧ୍ୟେ ସୂର୍ୟ ଲୁଚିଗଲା ଭଳି ବଂଗାଳୀ ଭାଷା ର ଉପଭାଷା ହୋଇ ରହିଯାଇଥାଅନ୍ତା !"

ତେଣୁ ମୋ ମତରେ ଏହା ଓଡ଼ିଆ ମାନଙ୍କ ପାଇଁ ସୌଭାଗ୍ୟ ର କଥା ଯେ ସେତେବେଳେ ଓଡ଼ିଶା ରାଜ୍ୟ ଗଠନ ଭାଷା ଆଧାର ରେ ହୋଇପାରିଥିଲା !

ଓଡ଼ିଶା ସ୍ଵତନ୍ତ୍ର ରାଜ୍ୟ ନ ହୋଇଥିଲେ କଳା ଭାସ୍କର୍ଯ୍ୟ ପାଇକବୀର ଏବଂ ଜଗନ୍ନାଥ ଙ୍କ ଦେଶ ନିଜର ଗୌରବ ହରାଇ ଅନ୍ୟ ଜାତି ଆଗରେ ଗୋଲାମ ହୋଇ ରହିଯାଇଥାଅନ୍ତା !!

ଏକ ମୌଳିକ ଓ ପ୍ରାଚୀନ ଓଡ଼ିଆ ଶବ୍ଦ: ଆଈଆଈ

ଜାପାନରେ କୋଡ଼ିଏ ହଜାର ପାଖାପାଖି Ainu ଜନଜାତିର ଲୋକେ ଥିଲେ ବି ସେମାନଙ୍କର ମୂଳ Ainu ଭାଷାରେ ମାତ୍ର ପାଞ୍ଚ ଦଶଜଣ ଲୋକ କଥାଭାଷା ହୋଇପାରୁଛନ୍ତି । ମରିଵାକୁ ବସିଥିଵା...