Wednesday, January 29, 2020

ଦାଦନ କିଏ ?

ଓଡ଼ିଶାରେ ମୁଖ୍ୟତଃ ତିନିପ୍ରକାରର ଶ୍ରମିକ ଅଛନ୍ତି

କ)ଦାଦନ NRO
ଖ)ଅଣଦାଦନ NRO
କ)ଓଡ଼ିଶାରେ ଵାସକରୁଥିଵା ଶ୍ରମିକ

ପ୍ରଥମ ‛କ’ ଶ୍ରେଣୀ ଦୁଇଭାଗରେ ଵିଭକ୍ତ
୧)ଜାତୀୟ ସ୍ଥରର ଓଡ଼ିଆ ଦାଦନ
୨)ଵିଦେଶଵାସୀ ଓଡ଼ିଆ ଦାଦନ

ଦ୍ଵିତୀୟ (ଖ) ଶ୍ରେଣୀ ମଧ୍ୟ ଦୁଇଭାଗରେ ଵିଭକ୍ତ
୧)ଜାତୀୟ ସ୍ଥରର ଅଣଦାଦନ
୨)ଵିଦେଶଵାସୀ ଅଣଦାଦନ

ତୃତୀୟ (ଗ) ଶ୍ରେଣୀର ଶ୍ରମିକ ଦୁଇଭାଗରେ ଵିଭକ୍ତ
୧)ଓଡ଼ିଆ
୨)ଅଣ ଓଡି଼ଆ

ତେଵେ ଓଡ଼ିଶାର ଶୀତତାପନିୟନ୍ତ୍ରିତଗୃହଵାସୀ ଧନିକ ଲୋକେ

ଦାଦନ ଓ ଅଣଦାଦନ ଶ୍ରମିକଙ୍କୁ ଏକ ଵିଚାର କରି ସମସ୍ତଙ୍କୁ ଦାଦନ କହିଦେଉଥିଵାର ଦୃଷ୍ଟିଗୋଚର ହୋଇଥାଏ । ଅର୍ଥାତ୍ ଓଡ଼ିଶା ଭିନ୍ନ ଯିଏ ଓଡ଼ିଶା ଵାହାରେ ରହି କୌଣସି ଅଣସରକାରୀ କମ୍ପାନୀରେ ଶ୍ରମିକ ଭାଵେ କାର୍ଯ୍ୟ କଲା ସେ ଦାଦନ ବୋଲି ଓଡ଼ିଶାରେ ଵିଦିତ ହୁଏ ।

ତେଵେ ମୁଁ ସେଭଳି ଲୋକଙ୍କୁ ପଚାରେ ଦାଦନ କାହାକୁ କୁହାଯାଏ ?

ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ ଯିଏ ଆଗତୁରା ଟଙ୍କା ନେଇ ନିଜର ମୁଣ୍ଡ ଵିକି ଅନ୍ୟ ରାଜ୍ୟ ଵା ଦେଶକୁ ଯାଇ ଖଟେ ତାକୁ ହିଁ ପ୍ରକୃତରେ ଦାଦନ କୁହାଯିଵା ଉଚିତ ।

ଓଡ଼ିଶାର ଶିକ୍ଷିତ ସମୁଦାୟ କିନ୍ତୁ ଯିଏ ବି ଓଡ଼ିଶା ବାହାରେ ସରକାରୀ ଭିନ୍ନ ଵେସରକାରୀ ସଂସ୍ଥାରେ କାର୍ଯ୍ୟ କଲା,ଦୋକାନ କରି ଉପାର୍ଜନ କଲା ତାଙ୍କୁ ଦାଦନ ଆଖ୍ଯା ପ୍ରଦାନ କଲେ ।

ମୋର ସେମାନଙ୍କୁ ପ୍ରଶ୍ନ !
ଯଦି ତୁମ ଅନୁସାରେ ଓଡ଼ିଶା ବାହାରେ ରହୁଥିଵା ସବୁ ପ୍ରଵାସୀ ଓଡ଼ିଆ ଜଣେ ଜଣେ ଦାଦନ ତାହେଲେ
ପଦ୍ମଭୂଷଣ ଶ୍ରୀମନୋଜ ଦାସ ମଧ୍ୟ ଦାଦନ କଥିତ ହେଵେ କି ?


ଵୟସ୍କ ନା ଅଭିଜ୍ଞତା ?

ଆମଦେଶରେ "ଵୟସ୍କ = ଅଭିଜ୍ଞତା" ଵିଚାର କରି ପଦୋନ୍ନତି ମିଳେ ! ୟୁରୋପ ବା ଆମେରିକାରେ ଗବେଷଣା ଆଧାରରେ ଜଣେ ୩୦ ବର୍ଷର ଯୁବକ ବି ପ୍ରଫେସର୍ ହୋଇପାରେ । ଅର୍ଥାତ୍ ଆମ ଦେଶରେ ଵୟସ୍କମାନେ ନିଶ୍ଚୟ ଅଭିଜ୍ଞ ହୋଇଥିଵେ ବୋଲି ଆଖିମୁଦି ସେମାନଙ୍କୁ ଅଗ୍ରାଧିକାର ଦିଆଯାଉଥିଵାଵେଳେ ପାଶ୍ଚାତ୍ୟ ଦେଶମାନଙ୍କରେ ଅଭିଜ୍ଞତାକୁ ପ୍ରଥମେ ଗୁରୁତ୍ୱ ଦିଆଯାଇଥାଏ ।

ତେଵେ ଶାସ୍ତ୍ର କହେ-
"ନ ସା ସଭା ଯତ୍ର ନ ସନ୍ତି ବୃଦ୍ଧାଃ,
ନ ତେ ବୃ୍ଦ୍ଧା ଯେ ନ ବଦନ୍ତି ଧର୍ମମ୍ !"

ଅର୍ଥାତ୍

“ସଭା ନୁହେଁ ତାହା ଯହିଁ ନଥାନ୍ତି ଵୃଦ୍ଧ
ଶାସ୍ତ୍ର ଅଜ୍ଞ ଵ୍ଯକ୍ତି ନୁହଁ କେଭେ ବୃଦ୍ଧ”

କିନ୍ତୁ ଶାସ୍ତ୍ରଗୁଡିକର ଉପଦେଶ ଆଜିକାଲି କିଏ ମାନୁଛି ? ଅଧୁନା ଅନେକ ଵୟସ୍କ ଲୋକ ଦୁଇ ତିନିଟା ଛୁଆ ହୋଇଗଲେ ନିଜକୁ ସୃଷ୍ଟିକର୍ତ୍ତା ମନେକରି ନାଚିବୁଲନ୍ତି । ତେଵେ ବୟସରେ ବଡ଼ ବୋଲି କଣ୍ ଅଳ୍ପଵୟସ୍କଙ୍କ ମୁଣ୍ଡରେ ଚଢି଼ ହଗିଵ ?

କାନ୍ତିଚନ୍ଦ୍ର ଭଟ୍ଟାଚାର୍ଯ୍ୟ ଆମଠାରୁ ବୟସରେ ବଡ଼ ବୋଲି କ'ଣ ତାଙ୍କ କଥା ମାନି ସମସ୍ତ ଓଡ଼ିଆ ଏଵେ ବଙ୍ଗାଳୀ ହୋଇଯିଵା ? 

ସବୁ ପ୍ରାଚୀନ ଦ୍ରଵ୍ଯ ସୁନା ନୁହେଁ କି ସବୁ ସୁନା ପ୍ରାଚୀନ ବୋଲି କୁହାଯାଇ ନପାରେ । କୋଉ ସୁନାଟା ପ୍ରାଚୀନ ତାହା  ଗଵେଷଣା କରି ହିଁ  ଜଣାଯାଏ । ଜ୍ଞାନୀଲୋକେ ଵୟସ ନୁହେଁ କର୍ମ ଓ ଗୁଣ ଦେଖନ୍ତି କିନ୍ତୁ  ସଂସାରୀ ଓ ମାୟାମୋହରେ ବନ୍ଧା ଘୃଣ୍ଵି ଇର୍ଷାଳୁ ସାଧାରଣ ଜନ ଅନ୍ଯର ଛିଦ୍ର ଦେଖେ ।

ସେଭଳି ଲୋକ ବୟସରେ ବଡ଼ ହୋଇଥିଵ କିନ୍ତୁ ଭୁଲ୍ କଥା କରିଵାକୁ କହୁଥିଵ ତାହେଲେ ଜରୁରୀ ନୁହେଁ ଯେ ଆମେ ତାଙ୍କର କଥା ମାନିନେଵା !

ଅନ୍ତତଃ ମୁଁ ତ କେଵଳ ଵୟସରେ ବଡ଼ ହୋଇଯାଇଥିଵା କୌଣସି ତଥାକଥିତ ବଡ଼ଲୋକଙ୍କ ଭୁଲ୍ କଥା ଓ କାମକୁ ମୁଣ୍ଡପାତି ସହ୍ଯ କରେ ନାହିଁ କି ତାଙ୍କ କଥା ଅନ୍ଧ ଭଳି ମାନିଯାଏନି ।

ଜଗତରେ ବହୁତ ଅଛନ୍ତି ଯେଉଁମାନେ ଏଠାରେ ତାଙ୍କଠାରୁ ଵୟସରେ ଯିଏ ସାନ ତାଙ୍କୁ ଛୋଟ ଵିଚାର କରି ନ୍ଯୁନ ହୀନ ଵ୍ଯଵହାର କରନ୍ତି ।

ସତେ ଯେମିତି ଅଳ୍ପଵୟସ୍କମାନେ ଏଵେ ଏଵେ କ୍ଷୀରଖିଆ ଛାଡି଼ଛନ୍ତି ଆଉ ଏଇ ତଥାକଥିତ ବଡ଼ଲୋକମାନେ ତାଙ୍କର  ଅଵିଭାଵକର କାର୍ଯ୍ୟ ତୁଲାଉଅଛନ୍ତି 😀😀😀

ଆରେ ଭାଇ ଅଳ୍ପଵୟସ୍କମାନେ ତୁମ ତଥାକଥିତ ବଡ଼ଲୋକଙ୍କ କୁଣ୍ଠା ବୁଝୁଛନ୍ତି ମ ,
ତେମେ କୁଆଡ଼େ ଭିତରେ ଭିତରେ ଈର୍ଷ୍ୟାରେ ଜଳୁଛ ଏକଥା ସେମାନେ ଠଉରେଇନେଲେଣି ବା 😂😂😂

ମୋଠାରୁ ଵୟସରେ ବଡ଼ କେହି ଵ୍ଯକ୍ତି ଵିଶେଷ ଯୁକ୍ତି କରି ହାରିଗଲେ ଏଇ ଵୟସର ଗୀତ ଗାୟନ କରିଵା ଆରମ୍ଭ କରିଦିଅନ୍ତି 🤣🤣🤣

ଓହୋ ଏତେ ଅସହ୍ଯବୋଧ କୋଉଠେ ସାଇତି ରଖୁଛ ତାହା ନିଶ୍ଚୟ ଗଵେଷଣାର ଵିଷୟ 😜

ନିଜର ବିତିଯାଇଥିଵା ଦିନଗୁଡି଼କ ପାଇଁ ମନେ ମନେ ଗର୍ଵ କରୁଥିଵା ସେଇ ବଡ଼ଲୋକମାନଙ୍କୁ ହାରିଯିଵାଟା ବହୁତ ବାଧେ ।

ଫେସବୁକରେ ମୋର କେଵେବି ଅଳ୍ପଵୟସ୍କମାନଙ୍କ ସହ ଝଗଡ଼ା ହୁଏନାହିଁ କାରଣ ଆମ କନ୍ତିଓ ପୁଟସାହି ଉଚ୍ଚ ଵିଦ୍ଯାଳୟରେ ଆମକୁ ସେତେଵେଳର ଶିକ୍ଷକ ଶିଖେଇଥିଲେ

“ତମଠାରୁ ଯିଏ ଵୟସରେ ଛୋଟ ତାକୁ କେଵେବି ଛୋଟ ଭାଵିଵ ନାହିଁ । ହୁଏତ ତମଠାରୁ ମଧ୍ୟ ସେ କୌଣସି ନା କୌଣସି କ୍ଷେତ୍ରରେ ଅଧିକ ଦକ୍ଷ ହୋଇଥିଵ । ତୁମେ ବଡ଼ଭାଇମାନେ ଅଷ୍ଟମ ଶ୍ରେଣୀର ପିଲାଙ୍କୁ “ତୁ” ସମ୍ବୋଧନ ନକରି “ତମେ” ସମ୍ବୋଧନ କରିଵ ।”

ଆମ ଵିଦ୍ଯାଳୟରେ ଆମକୁ ଵୟସ ଆଧାରରେ ଵୈଚାରିକ ଏକଛତ୍ରଵାଦୀ ହେଵାର ଶିକ୍ଷା ଦିଆଯାଇନାହିଁ । ଵରଂ ଆମ ଵିଦ୍ଯାଳୟର ଶ୍ରୀଶ୍ଵେତ ମହାଶୟ,ଶ୍ରୀପ୍ରମୋଦ ମିଶ୍ର, ଶ୍ରୀରଵି ମହାଶୟ ଓ ଶ୍ରୀଶିଵ ରଥ ମହାଶୟ ଆଦି ଶିକ୍ଷକମାନେ ଆମକୁ ଆତ୍ମସମତାର ଶିକ୍ଷା ଦେଇଛନ୍ତି ।

ତେଵେ ଯେଉଁମାନଙ୍କର ମନ କଳୁଷିତ ଓ ଯାହାଙ୍କ ଵିଵେକ-ଚକ୍ଷୁରେ ଅହଂ ରୂପ ଅନ୍ଧପୁଟୁଳି ବନ୍ଧା ହୋଇଛି ସେମାନେ କ'ଣ ମୋ ଭଳି ଜଣେ ଅଳ୍ପଵୟସ୍କ ନିର୍ଦ୍ଧନ ଖଟିଖିଆ ଭିକାରୀ ଲୋକର କଥାକୁ ଗ୍ରହଣ କରିଵେ ?

ତେଵେ ସେ ଯାହା ହେଉ ନା କାହିଁକି
ବଡ଼ଲୋକ ବୋଲି ମୁଁ କାହାର ଅଧର୍ମଯୁକ୍ତ କାର୍ଯ୍ୟ କି ଅସତ୍ୟ କଥାକୁ ଗ୍ରହଣ କରେନି କି ମୋଠାରୁ କେହି ଵୟସରେ ଛୋଟ ଭାଇଭଉଣୀ ମୋତେ କିଛି ନୂଆ ଶିଖାଇଵାକୁ ଚେଷ୍ଟାକଲେ ତାଙ୍କୁ ଛୋଟ କହି ଅପମାନିତ କରି ହତୋତ୍ସାହିତ କରେନି ! ଜୀଵନରେ ଆଜି ନୁହେଁ ଛୋଟଵେଳୁ ମୁଁ ଏଇ ନିୟମ ପାଳନ କରିଆସୁଛି !

ଆଉ ବଡ଼ସାନ କଥା ପଡି଼ଛି ତ କହିରଖେ
ପ୍ରତ୍ୟେକ ଜୀଵ ଓ ନିର୍ଜୀଵ ଯେଉଁ ଅସଂଖ୍ୟ ପରମାଣୁ ଦ୍ଵାରା ଗଠିତ ସେସବୁର ଵୟସ ଆଧାରରେ ଦେଖିଲେ ସମସ୍ତେ ସମଵୟସ୍କ 🤓🤓🤓

ତାହେଲେ ଆମ୍ଭେ ଅଳ୍ପଵୟସ୍କ ବି କେମିତି ହେଲୁ ଆଉ ତେମେ ବଡ଼ ହେଇଗଲ ?

ଅସ୍ତୁ,
ଏ ଦେଶର ଜନସାଧାରଣଙ୍କୁ ତାଙ୍କର ଏହି ମରହଟ୍ଟୀ ଚିନ୍ତାଧାରା ତ୍ଯାଗ କରିଵାକୁ ହେଵ ଏଵଂ ଵୟସ୍କ ନୁହେଁ ଵରଂ ଯୋଗ୍ଯତା ଓ ଅଭିଜ୍ଞତା ଥିଵା ଅଳ୍ପ ଵୟସ୍କଙ୍କୁ ମଧ୍ୟ ସୁଯୋଗ ସର୍ମଥନ ଦେଵାକୁ ହେଵ ।

Tuesday, January 28, 2020

ପାରସ୍ପରିକ ବୋଧଗମ୍ଯତା କଣ୍ ?

ଭାଷା ଓ ଉପଭାଷା ମଧ୍ୟରେ ପରସ୍ପର ବୋଧଗମ୍ୟତା ଅନୁସାରେ ଭେଦ ଦେଖାଯାଏ । ଏହି ବୋଧଗମ୍ୟତା ର ଚାରୋଟି ସ୍ତର ଅଛି ।
୧.ପୂର୍ଣ୍ଣ ବୋଧଗମ୍ୟତା 
୨.ଅପୂର୍ଣ୍ଣ ବୋଧଗମ୍ୟତା
୩.ଆଂଶିକ ବୋଧଗମ୍ୟତା
୪.ଶୂନ୍ୟ ବୋଧଗମ୍ୟତା

ଏହି ସ୍ତର ଗୁଡିକ ର ଆଧାର ରେ ହିଁ 
ବ୍ୟକ୍ତିବୋଲୀ,ଉପବୋଲୀ,ବୋଲୀ ଵା ଉପଭାଷା ତଥା ଭାଷା ମଧ୍ୟରେ ପୃଥକୀକରଣ ନିର୍ଦ୍ଧାରିତ ହୋଇଥାଏ ।

ପୂର୍ଣ୍ଣ ବୋଧଗମ୍ୟତା ଏକ ଉପଭାଷା କ୍ଷେତ୍ରରେ ରହୁଥିବା ଵ୍ୟକ୍ତି ଵିଶେଷ ଙ୍କ ପ୍ରାୟ ସମାନ 
ଵାକ୍ୟପ୍ରଵୃତ୍ତି ର ସଂକେତ ଦେଇଥାଏ ।
ଅନ୍ୟ ବୋଧଗମ୍ୟତା ସ୍ତର ଗୁଡ଼ିକ ରେ ଏହାର ମାତ୍ରା ଧୀରେ ଧୀରେ କମିକମିଯାଏ ।
ଗୋଟିଏ ଭାଷାର ଲୋକ ଯଦି ତହିଁ ର ଏକ 
ଉପଭାଷା କୁ ଭଲ ଭାବରେ ବୁଝି ପାରନ୍ତି ତେବେ ତାହା ସଂପୂର୍ଣ୍ଣ ବୋଧଗମ୍ୟତା ଅଟେ । ସେଇଭଳି 
ଯଦି କୋୖଣସି ଉପଭାଷା କୁ ତହିଁ ର ମୂଳ ଭାଷା ଜାଣିଥିବା ଵ୍ୟକ୍ତି ଆଦୌ ବୁଝିପାରନ୍ତି ନାହିଁ ତେବେ ତାହା ଶୂନ୍ୟ ବୋଧଗମ୍ୟତା ଵିବେଚିତ ହୋଇଥାଏ ।

ଵର୍ଣ୍ଣନାତ୍ମକଭାଷାଵିଜ୍ଞାନର ଆଧୁନିକତମ ମାନ୍ୟତା ଅନୁଯାୟୀ ପ୍ରତ୍ୟେକ ଵ୍ୟକ୍ତିର 
ଅନ୍ୟ ଵ୍ୟକ୍ତି ଠାରୁ ଵାକ୍ୟପ୍ରଵୃତ୍ତି ପୂର୍ଣ୍ଣତଃ ସମାନ ହୋଇନଥାଏ । କିନ୍ତୁ ତଥାପି ଏହି ଵିଭିନ୍ନତା ଏତେ ସ୍ଥୁଳ ହୋଇନଥାଏ ଯେ ସେମାନେ ପରସ୍ପରର କଥା ଆଦୌ ବୁଝିପାରିବେନି ।
ଏହି ଭଳି ଵ୍ୟକ୍ତି ଗତ ଵାକ୍ୟପ୍ରଵୃତ୍ତି ଗୁଡ଼ିକ ର ସମନ୍ୱୟ କୁ ଵ୍ୟକ୍ତିବୋଲୀ କୁହାଯାଏ ଏବଂ 
ଵ୍ୟକ୍ତିବୋଲୀ ଗୁଡ଼ିକ ର ସମନ୍ୱୟ ରେ 
ଉପବୋଲୀ ଗଠିତ ହୋଇଥାଏ ।
ଉପବୋଲୀ ଗୁଡିକ ସମ୍ମିଶ୍ରଣ ରେ 
ବୋଲୀ ବା ଉପଭାଷା ର ସୃଷ୍ଟି ହୋଇଥାଏ ।
ଵିଭିନ୍ନ ଅଞ୍ଚଳର ବୋଲୀ ବା ଉପଭାଷା ଗୁଡ଼ିକ ର ସମନ୍ୱୟ ରେ ଗୋଟିଏ ଭାଷା ଵିକାଶ ଲାଭ କରିଥାଏ ।

ଏ କଥାକୁ ଆହୁରି ସହଜରେ ବୁଝିବା ହେତୁ 
ନିଜ ଅଞ୍ଚଳରେ ଟିକିଏ ଅନୁଧ୍ୟାନ କରି ଦେଖନ୍ତୁ ।
ଦେଖିବେ ପ୍ରତ୍ୟେକ ମଣିଷର ଵାକ୍ୟପ୍ରଵୃତ୍ତି 
ମଧ୍ୟରେ ତାରତମ୍ୟ ,
ବ୍ରାହ୍ମଣ, କ୍ଷତ୍ରିୟ, ଖଣ୍ଡାଏତ ବୈଶ୍ୟ ଠାରୁ ଶୁଦ୍ର 
ଏମିତି କି ସାହି ସାହି ମଧ୍ୟରେ 
ପରସ୍ପର ର ଶବ୍ଦ ଓ ତହିଁ ର ଵ୍ୟଵହାର ମଧ୍ୟରେ କିଛି କିଛି ଫରକ ଦେଖାଯାଇଥାଏ ।
ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ସେଇଭଳି ଭିନ୍ନ ଭିନ୍ନ ବୋଲୀ ବା ଉପଭାଷା ପ୍ରଚଳିତ ଅଛି ।। ଦକ୍ଷିଣ ଓଡ଼ିଶାର ଲୋକଭାଷା ଠାରୁ ଉତ୍ତର ଓଡ଼ିଶାର, ପୂର୍ବ ଓଡ଼ିଶାର ଲୋକଭାଷା ଠାରୁ ମଧ୍ୟ ଓଡ଼ିଶା ଏବଂ ପଶ୍ଚିମ ତଥା ଦକ୍ଷିଣ ପଶ୍ଚିମ ଓଡ଼ିଶାର  ଲୋକଭାଷା ମଧ୍ୟରେ କିଛି କିଛି ଶବ୍ଦ ଓ ତହିଁ ର ଵ୍ୟଵହାରଗତ ପାର୍ଥକ୍ୟ ଦୃଷ୍ଟିଗୋଚର ହୋଇଥାଏ କିନ୍ତୁ ଏହାର ଅର୍ଥ ଏହା ନୁହେଁ ଯେ ସେସବୁ ଉପଭାଷା ମାନ ଓଡ଼ିଆ ଭାଷାର ଅଙ୍ଗ ନୁହେଁ....
ଭାଷା ବିଜ୍ଞାନ ର ଏହି ସାଧାରଣ ନିୟମଟିକୁ ନଜାଣି ଥିବା ହେତୁ ଓଡ଼ିଶାର 
ସୀମାଵର୍ତ୍ତୀ ଅଞ୍ଚଳର କିଛି ଶିକ୍ଷିତ ଲୋକେ 
ମନମୁତାବକ ତାଙ୍କ ଅଞ୍ଚଳର ପାର୍ଶ୍ଵରେ ଥିବା  ପଡୋଶୀ ରାଜ୍ୟର ଭାଷା ଗୁଡ଼ିକ ସହ ନିଜ 
ଉପଭାଷା,ଲୋକଭାଷା ଗୁଡିକ ର କିଛି କିଛି ଶବ୍ଦ ଓ ଵାକ୍ୟଗଠନଗତ ସାମଜସ୍ୟତା ଦେଖି 
ତାହାକୁ ଏକ ଭିନ୍ନ ସ୍ଵତନ୍ତ୍ର ଭାଷା ବୋଲି ପ୍ରମାଣ କରିବାକୁ ଲାଗିପଡନ୍ତି ।
ଉଦାହରଣ ସ୍ୱରୂପ ପଶ୍ଚିମ ଓଡିଶା ମଧ୍ୟ ଓଡି଼ଶା ତଥା ଦକ୍ଷିଣ ପଶ୍ଚିମ ଓଡ଼ିଶାର ଭୂଭାଗର ଓଡ଼ିଆ ଭାଷାର ଉପଭାଷାଗୁଡି଼କର ସ୍ଵତନ୍ତ୍ରତା ନଷ୍ଟକରିଦେଇ ତହିଁ ରେ ହିନ୍ଦୀ ଓ ଛତିଶଗଡ଼ ଅଞ୍ଚଳର କେତେକ ଆଞ୍ଚଳିକ ଶବ୍ଦ ମିଶ୍ରଣ କରି ତଥାକଥିତ #ଫେକ୍କୋଶଲୀ ଭାଷା ଗଠନ କରାଯାଇଛି ଏବଂ କୁହାଯାଉଛି ଯେ ତାହା ହିନ୍ଦୀ ର ଏକ ଉପଭାଷା ଏବଂ 
କିଛି ଭୁଷ୍ ପଣ୍ଡିତ ତ ଏଯାବତ କହୁଛନ୍ତି ଯେ 
#ଫେକ୍କୋଶଲୀ ଟି ପୂର୍ଵୀହିନ୍ଦୀ 😀😀
କିନ୍ତୁ ଏଠାରେ ସେମାନେ 
ପାରସ୍ପରିକ ବୋଧଗମ୍ୟତା ବିଷୟରେ ଅଧ୍ଯୟନ କରିବା ଟା ନିତାନ୍ତ ଭୂଲିଯାଅନ୍ତି ଫଳରେ ସେମାନଙ୍କ ଵିଶ୍ଵାସନିୟତା ଉପରେ ପ୍ରଶ୍ନଵାଚୀ ସୃଷ୍ଟି ହୋଇଥାଏ ।
 
ବସ୍ତୁତଃ ଓଡ଼ିଶାର ଵିଭିନ୍ନ ଅଞ୍ଚଳର ଲୋକ ପରସ୍ପର ର ଉପଭାଷା ସହଜରେ ବୁଝି ପାରନ୍ତି ଏବଂ ମଧ୍ୟ ଓଡ଼ିଶାର ଗୋଟିଏ ଲୋକ ଦକ୍ଷିଣ ଓଡ଼ିଶାର ଲୋକଙ୍କ ସହ ରହିଲେ ଆପେ ଆପେ ତାଙ୍କ ବୋଲୀ ଵା ଉପଭାଷା ରେ କଥାଭାଷା ହେବା ଆରମ୍ଭ କରିଦେଇଥାଏ । ଓଡ଼ିଆ ଲୋକଙ୍କ ଭିନ୍ନ ଭାରତର ଅନ୍ୟ ଅଞ୍ଚଳର ଲୋକଙ୍କ ପାଇଁ ଏଭଳି କରିବା ସହଜ୍ୟସାଧ୍ୟ ନୁହେଁ ଫଳରେ ସେମାନଙ୍କୁ ଓଡ଼ିଆ ଭାଷା ଓ ତହିଁର ବୋଲୀକୁ ବୁଝିଵାକୁ ଅଧିକ ପରିଶ୍ରମ କରିଵାକୁ ପଡି଼ଥାଏ ।
ପ୍ରାଚୀନ କାଳରେ ଆଗଙ୍ଗା ଗୋଦାବରୀ ପରିବ୍ୟାପ୍ତ କଳିଙ୍ଗଦେଶର  ଅର୍ଦ୍ଧେକ ପ୍ରାୟ ଅଂଶ ସମ ଚାରୁକଳାର ଦେଶ ଉତ୍କଳ ଉଡ୍ରରାଷ୍ଟ୍ର ଓଡ଼ିଶାର ଯେମିତି ଭାଷାଗତ ,ଆଞ୍ଚଳିକ ଵୈଷମ୍ୟ ଉତ୍ପନ୍ନ କରି ଆଜିକାଲି ଵିଭାଜନ କରିଦେଵାକୁ ଚେଷ୍ଟା କରାଯାଉଛି 
ତାହାର ମୂଳଦୁଆ ଯେ କେତେ କ୍ଷଣସ୍ଥାୟୀ 
ତାହା ଉକ୍ତ ଚକ୍ରାନ୍ତକାରୀ ମଧ୍ୟ ଭଲଭାବରେ ଜାଣନ୍ତି ତେଣୁ ସେମାନେ ଇତିମଧ୍ୟରେ 
ସ୍ଵ ସ୍ଵ ତଥାକଥିତ
ଫେକ୍ ଭାଷାରେ 
ପରଭାଷାର ସହସ୍ର ସହସ୍ର ଶବ୍ଦ ଓ ଅର୍ଥ ଆଣି ମିଶେଇଲେଣି ।
ସେ ଫେକ୍ ଭାଷାଟି ସମୃଦ୍ଧ ହୋଇ ମୂଳ ଭାଷାଠାରୁ କେମିତି ଶିଘ୍ରାତିଶିଘ୍ର ଭିନ୍ନ ଜଣାପଡି଼ ଆଞ୍ଚଳିକ ପାରସ୍ପରିକ ବୋଧଗମ୍ୟତା 
ଶୂନ୍ୟ ଅଵସ୍ଥା ଲାଭକରୁ ତହା ହିଁ ତାଙ୍କ ପ୍ରଧାନ ଲକ୍ଷ । ସେଥିପାଇଁ ସ୍ଵ ସ୍ଵ ଫେକ୍ ଭାଷାକୁ ସମୃଦ୍ଧ କରିବା ପାଇଁ ଉକ୍ତ ଭାଷା ପାଇଁ ଵିଭିନ୍ନ ସ୍କୁଲ ,କଲେଜ୍ ବହି ଓ ପତ୍ରପତ୍ରିକା ଏବଂ ଅଭିଧାନ ପ୍ରଣୟନ କରିଵାରେ ଲାଗିଛନ୍ତି ।
ବିଛିନ୍ନତାଵାଦୀ ଏପଟେ ନିଜକୁ ଅଧିକରୁ ଅଧିକ ସଶକ୍ତ କରୁଥିଲାଵେଳେ ଓଡ଼ିଆ ସ୍ଵାଭିମାନୀ,ଓଡ଼ିଆ ବୁଦ୍ଧିଜୀବୀ ,ସାହିତ୍ୟକାର ଓ ପାଠକ ତଥା 
ସରକାର ଯାଏଁ ସମସ୍ତେ ଏସବୁ ଘଟଣା ଦେଖି ନଦେଖିଲା ଭଳି ଆଖି ଫେରେଇ ନେଉଛନ୍ତି ।
ବର୍ତ୍ତମାନ ସୀମାନ୍ତ ଅଞ୍ଚଳରେ ଯେଉଁ ଭଳି ଭାଵେ ବିଶାଳ କଳିଙ୍ଗ ରାଷ୍ଟ୍ରର ଖଣ୍ଡିତ ଅଂଶ 
ଓଡ଼ିଶାକୁ ଵିଭାଜନ ପାଇଁ ଚେଷ୍ଟା କରାଯାଉଛି 
ତହିଁ ପ୍ରତି ଓଡ଼ିଆ ଲୋକ କି ସରକାର ର କ’ଣ କିଛି ଦାୟିତ୍ୱ ନାହିଁ ? 
ଖାଲି ପଖାଳ କଂସା,ଭଜନ କୀର୍ତ୍ତନ ଆଉ ରାଜନୀତି ରେ ମୁଣ୍ଡ ପୁରେଇ କ’ଣ ଏ ଜାତି ଦିନେ ନିଜେ ଖଣ୍ଡଵିଖଣ୍ଡିତ ହୋଇ ନିଜର ଶେଷ ନିଶ୍ଵାସ ତ୍ୟାଗ କରି ମରିଯିଵ ? ....

Saturday, January 25, 2020

ଓଡ଼ିଶାର ପ୍ରଥମ ସ୍ଵାଧୀନତା ସଂଗ୍ରାମୀ ଵିପ୍ଳଵୀ କୃଷ୍ଣଭଞ୍ଜ

ଯେତେବେଳେ ସର୍ଵଭାରତୀୟ ସ୍ଥରରେ ସ୍ଵତନ୍ତ୍ରତା ସଂଗ୍ରାମ କଣ୍ ବୋଲି ସାଧାରଣ ଲୋକ ଜାଣିନଥିଲେ ସେତେବେଳେ ସେ ଓଡ଼ିଶାରେ ପ୍ରଥମ ସ୍ଵାଧୀନତା ସଂଗ୍ରାମର ଶଂଖନାଦ କରିଥିଲେ । ଯିଏ ଏହି ଶଙ୍ଖନାଦର ଆଦ୍ଯ ଉଦ୍ଘୋଷକ ସେହି ମହାପୁରୁଷଙ୍କ ଜନ୍ମ ଅଵିଭକ୍ତ ଗଞ୍ଜାମର ଘୁମୁସର ରାଜବଂଶରେ ୧୭୧୯ ମସିହାରେ ହୋଇଥିଲା ।

ତାଙ୍କୁ ସମସ୍ତେ ଵିପ୍ଳଵୀ କୃଷ୍ଣଭଞ୍ଜ ନାମରେ ଜାଣନ୍ତି । ସେ ଥିଲେ ଜଣେ ସ୍ଵାଧୀନ ଚେତା ଵୀରପୁରୁଷ । ସେତେଵେଳେ ମରାଠାମାନଙ୍କ ଅଧିନରେ ଓଡ଼ିଶାର ଅନେକ ଅଞ୍ଚଳ ସମେତ ଘୁମୁସର ମଧ୍ୟ ରହିଥିଲା । ମରାଠାମାନେ ୧୭୫୩ମସିହାରେ ଘୁମୁସର ଅଞ୍ଚଳକୁ ସେଠାକାର ରାଜା ଓ ପ୍ରଜାଙ୍କ ଅନୁମତି ନ ନେଇ ଫରାସୀମାନଙ୍କୁ ଵିକ୍ରି କରିଦେଇଥିଲେ ।

ଫରାସୀମାନେ ଘୁମୁସର ରାଜ୍ୟର ସର୍ଵେସର୍ଵା ହୋଇଗଲେ ଫଳରେ କୃଷ୍ଣଭଞ୍ଜ ସମେତ ଅନେକ ସ୍ଵାଧୀନଚେତା ଲୋକେ ସେମାନଙ୍କ ଵିପକ୍ଷରେ ସେସି ଵର୍ଷ ଯୁଦ୍ଧ ଘୋଷଣା କରିଥିଲେ ।

ଇତିହାସରେ ଏହି ଯୁଦ୍ଧ ପ୍ରଥମ ଘୁମୁସର ଯୁଦ୍ଧ ନାମରେ ଉଲ୍ଲେଖ ହେଵା ଯୋଗ୍ଯ କାରଣ ଓଡ଼ିଶାରେ ଏହା ପୂର୍ଵରୁ କେଉଁଠି ବି ଵୈଦେଶିକ ଶାସକଙ୍କ ଵିପକ୍ଷରେ ଏଭଳି ଯୁଦ୍ଧ ହୋଇନଥିଲା ।

ଏ ଯୁଦ୍ଧରେ ଫରାସୀମାନଙ୍କର ଅନେକ କ୍ଷତି ହେଲା ଫଳରେ ବାଧ୍ଯ ହୋଇ ସେମାନେ ଵିପ୍ଳଵୀମାନଙ୍କର ସନ୍ଧି କଲେ ।  ସନ୍ଧି ଅନୁସାରେ ଵିପ୍ଳଵୀ କୃଷ୍ଣଭଞ୍ଜଙ୍କୁ ଘୁମୁସର ରାଜ୍ୟର ରାଜଭାର ପୁନଃ ପ୍ରଦାନକରାଯାଇଥିଲା କିନ୍ତୁ ପ୍ରକୃତରେ ଶାସନର ସବୁ କ୍ଷମତା ଫରାସୀମାନଙ୍କ ହାତରେ ହିଁ ରହିଥିଲା ।

ତେଵେ ଵିପ୍ଳଵୀ କୃଷ୍ଣଭଞ୍ଜ ଫରାସୀମାନଙ୍କୁ ଏ ଦେଶରୁ ଵିତାଡି଼ତ କରିଵାର ତାଙ୍କ ଭଵିଷ୍ଯତ ଯୋଜନା କାର୍ଯ୍ୟକାରୀ କରିଵା ପାଇଁ ଜାଣିଶୁଣି ଏଭଳି ସନ୍ଧି କରିଥିଲେ ।

ଚାରିଵର୍ଷ ପରେ ୧୭୫୭ ମସିହାରେ ଫରାସୀ ଜେନେରାଲ୍ ଡି. ବସ୍ ଗଞ୍ଜାମର ଵିଭିନ୍ନ ଜମିଦାର ଓ ରାଜାମାନଙ୍କଠାରୁ ସେମାନଙ୍କ ବକାୟା ପାଉଣା ଦେଵାକୁ ବାଧ୍ୟ କଲେ ଏଣେ ସାଧାରଣ ଜନତାଙ୍କ ଉପରେ ମଧ୍ୟ ସେମାନଙ୍କ ଅତ୍ଯାଚାର ଦିନୁଁ ଦିନ ବଢିବାରେ ଲାଗିଥିଲା ।

ସେଇ ଵର୍ଷ ନଭେମ୍ବର ମାସରେ ଅନେକ ଜମିଦାର ,ଓଡ଼,ବେଣାଏତ ଓ କାଳାଞ୍ଜୀ ଯୋଦ୍ଧା ତଥା ସ୍ଥାନୀୟ ଵିପ୍ଳଵୀମାନେ କୃଷ୍ଣଭଞ୍ଜଙ୍କ ନେତୃତ୍ୱରେ  ଫରାସୀଵାହିନୀଙ୍କ ଵିପକ୍ଷରେ ଭୀଷଣ ଯୁଦ୍ଧ କରିଥିଲେ ।

ଫରାସୀଵାହିନୀକୁ କୌଣସି ପ୍ରକାରେ ଘୁମୁସରର ଘନ ଜଙ୍ଗଲ ମଧ୍ୟକୁ ଆଣି ସେମାନଙ୍କୁ ଗରିଲା ଯୁଦ୍ଧ ବଳରେ ପ୍ରତିହତ କରିଵାର ଯୋଜନା ହୋଇଥାଏ । ପ୍ରଥମେ ପ୍ରଥମେ ଏଥିଯୋଗୁଁ ଫରାସୀଵାହିନୀକୁ ଅନେକ କ୍ଷତି ସହିଵାକୁ ହେଲା । ଫରାସୀମାନେ ଵିପ୍ଳଵୀ କୃଷ୍ଣଭଞ୍ଜଙ୍କ ଜଣେ ଚାକରକୁ ଧନଲୋଭ ଦେଇ ତାହାଠାରୁ ଵିପ୍ଳଵୀମାନଙ୍କ ଜଙ୍ଗଲଦୁର୍ଗ ଵିଷୟରେ ସବୁ ଜାଣିଲେ ।

ଯୁଗେ ଯୁଗେ ଵିଶ୍ଵାସଘାତକଙ୍କ ଯୋଗୁଁ ବଡ଼ ବଡ଼ ଯୁଦ୍ଧରେ ଵିଜୟୀ ପକ୍ଷ ପରାଜିତ ହୋଇଛି । ଵିପ୍ଳଵୀ କୃଷ୍ଣଭଞ୍ଜ ମଧ୍ୟ ନିଜ ଵିଶ୍ଵାସଘାତକ ଭୃତ୍ଯ ଯୋଗୁଁ ବନ୍ଦୀ ହେଲେ ଓ  
୧୭୭୩ ମସିହାରେ ତାଙ୍କର ଦେହାଵସାନ ହୋଇଥିଲା ।
ରାଜା କୃଷ୍ଣଭଞ୍ଜଙ୍କର ସୁପୁତ୍ର ଵିକ୍ରମ ଭଞ୍ଜ ଏହାର କେତେକ ଵର୍ଷପରେ ଇଂରେଜମାନଙ୍କ ଵିପକ୍ଷରେ ଆନ୍ଦୋଳନ କରି ଦୁଇଵର୍ଷକାଳ ସେମାନଙ୍କୁ ହନ୍ତସନ୍ତ କରିପକାଇଥିଲେ । ସେ ଥରେ ଏକାକି ପଡୋ଼ଶୀ ମରହଟ୍ଟା ଅଞ୍ଚଳରେ ଆତର୍କିତ ଆକ୍ରମଣ କରି କୋଡି଼ଏ ଜଣ ଇଂରେଜ ସୈନିକ ସମେତ ଅନେକ ସିପାହୀଙ୍କୁ ମାରିଦେଇଥିଲେ ।

ଅଵଶ୍ୟ ଓଡ଼ିଶାର ଘୁମୁସର ଭଳି ତାମିଲନାଡୁରେ ମଧ୍ୟ ୧୭୫୭ ମସିହାରେ  ଵିପ୍ଳଵୀ Maveeran Alagumuthu Kone ୧୭୫୭ରେ ଇଂରେଜମାନଙ୍କ ଵିପକ୍ଷରେ ଯୁଦ୍ଧ କରି ନିହତ ହୋଇଥିଲେ ।

ତେଵେ ଦୁଃଖ ଓ ପରିତାପର ଵିଷୟ ଆଜି ତାମିଲ୍ ଯୋଦ୍ଧା Maveeran Alagumuthu Koneଙ୍କ ନାଆଁଟି ଅଳ୍ପବହୁତେ ଜଣାଶୁଣା ଥିଵାଵେଳେ ଓଡ଼ିଶାର ପ୍ରଥମ ସ୍ଵାଧୀନତା ସଂଗ୍ରାମୀ ରାଜାକୃଷ୍ଣଚନ୍ଦ୍ର ଭଞ୍ଜଙ୍କ ନାମ ଭାରତ କଣ୍ ଓଡ଼ିଶାରେ ସୁଦ୍ଧା ଅନେକ ଲୋକଙ୍କୁ ଜଣାନଥିଵ । ଓଡ଼ିଶାର ଏହି ଵୀର ସଂଗ୍ରାମୀଙ୍କ ଵିଷୟରେ କେମିତି ଅଧିକରୁ ଅଧିକ ଜାଣିଵେ ସେଥିପାଇଁ ସର୍ଵଭାରତୀୟ ସ୍ଥରରେ ପ୍ରଚେଷ୍ଟା କରିଵା ପ୍ରତ୍ୟେକ ଓଡ଼ିଆଙ୍କ କର୍ତ୍ତଵ୍ଯ ।

Friday, January 24, 2020

ବଙ୍ଗାଳି ଓଡ଼ିଆ ଭାଷାଯୁଦ୍ଧ ଲାଗିଥିଵାଵେଳେ ଓଡ଼ିଆ ଲୋକଙ୍କ ପାଖରେ କଣ୍ କଣ୍ ଥିଲା ?

ଆଜିକାଲି ଓଡ଼ିଶାର କିଛି ଵିଚ୍ଛିନ୍ନତାଵାଦୀ କୁହନ୍ତି ଆଗେ ଯେମିତି ଓଡ଼ିଆ ବଙ୍ଗାଳି ଭାଷାଯୁଦ୍ଧ ହୋଇ ଗୋଟିଏ ଭାଷାଭିତ୍ତିକ ସ୍ଵତନ୍ତ୍ର ରାଜ୍ୟ ଗଠନ ହୋଇଥିଲା ଆମେ ବି ସେଇଭଳି ଏକ ରାଜ୍ୟ ଗଠନକରିଵାକୁ ପ୍ରଚେଷ୍ଟା କରୁଛୁ । ସେମାନେ ଆହୁରି କୁହନ୍ତି ଯେ ସେ ଯୁଗରେ ବଙ୍ଗାଳିମାନେ ଓଡ଼ିଆ ଲୋକଙ୍କ ଉପରେ ବଙ୍ଗାଳି ଭାଷାକୁ ଲଦିଦେଇଥିଲେ ଏଵେ ସେଇମିତି କଟକିଏ ଓଡ଼ିଆ ଭାଷାକୁ ଆମ ସମ୍ବଲପୁରିଆ ଵା କୋଶଲୀମାନଙ୍କ ଉପରେ ଲଦିଦେଉଛନ୍ତି  !!!

ତେଵେ କ'ଣ ସତରେ ଓଡ଼ିଆଭାଷାର ସ୍ଥିତି ଆଜିର ସମ୍ବଲପୁରୀ ଭଳି ଥିଲା ? କଣ୍ ସତରେ ଓଡ଼ିଆ ଭାଷା ବଙ୍ଗାଳିର ଗୋଟିଏ ଉପଭାଷା ? କିଛି ଗଡ଼ଜାତିଆ ମୂର୍ଖ ଏଇଭଳି ମତ ପୋଷଣ କରନ୍ତି ।

ତେଵେ ଏହାର

   ―ଓଡ଼ିଆଭାଷା ବନାମ୍ ବଙ୍ଗାଳି ଭାଷା―

■ଓଡ଼ିଆ ଭାଷାର ପ୍ରାଚୀନତା:-
୧)ଉଡ୍ର ବୋଲି ୨୪୦୦ ଵର୍ଷ ପୁରାତନ ଗୋଟିଏ ଜାତି ଓ ତହିଁର ଭାଷାର ପ୍ରାମାଣିକ ଐତିହାସିକ ସାକ୍ଷ୍ଯ ଥିଲା । ଵିଭିନ୍ନ ପୁରାଣ ଓ ଅନ୍ୟ ଗ୍ରନ୍ଥାଦିରେ ଏ ଜାତିର ଉଲ୍ଲେଖ ରହିଥିଵା ପ୍ରମାଣ କରାଯାଇଥିଲା । ନିମ୍ନରେ କେତେକ ତଥ୍ୟ ପ୍ରମାଣ ସ୍ଵରୁପ ପ୍ରଦାନ କରାଗଲା ।

)ଭରତଙ୍କ ନାଟ୍ୟଶାସ୍ତ୍ରରେ ଉଡ୍ରଜା ଵା ଉଡ୍ର ଵିଭାଷାର ଉଲ୍ଲେଖ ଅଛି
ଯଥା:-
“ଶକରାଭୀର ଚାଣ୍ଡାଳ ଶଵର ଦ୍ରାଵିଡୋ଼ଡ୍ରଜାଃ
ହୀନାବନେଚରାଣାଂ ଚ ଵିଭାଷାଃ ସପ୍ତକୀର୍ତ୍ତିତାଃ  ।”

ଖ)ସପ୍ତମ ଶତାବ୍ଦୀ ବେଳକୁ ପଶ୍ଚିମ ଓଡିଶାରେ ଇନ୍ଦ୍ରଭୁତିଙ୍କ ଦ୍ଵାରା ଉଡ୍ଡିୟାନ ରାଜ୍ୟ ସ୍ଥାପନ ବେଳକୁ ଆଧୁନିକ ଓଡ଼ିଆ ଭାଷା ଵିକଶିତ ହେବାକୁ ଲାଗିଥିଲା ଏବଂ ସେହି ଵିକଶିତ ଭାଷାରେ କାହ୍ନୁପା ଲୁଇପା ଆଦି କବିମାନେ ଚର୍ଯ୍ୟାଗୀତି ରଚନା କରି ବୌଦ୍ଧ ଧର୍ମ ପ୍ରଚାର କରିଥିଲେ । ସପ୍ତମ ଶତାବ୍ଦୀରେ ହିଁ ଚୀନ ପରିବ୍ରାଜକ ହୁଏନ ସାଂ ଭାରତ ଭ୍ରମଣ ରେ ଆସିଥିଲେ । ସେ ଏହି ଆଧୁନିକ ଭାଷାକୁ ‛ଉ-ଚ’ ଭାବରେ ଉଲ୍ଲେଖ କରିଅଛନ୍ତି । ଏହା ଉଡ୍ର ଶବ୍ଦ ର ବିକୃତି ଉଦାହରଣ ମାତ୍ର ।

ଗ)ଷୋଡ଼ଶ ଶତାବ୍ଦୀରେ  ବ୍ୟାକରଣାକାର ମାର୍କଣ୍ଡେୟ ଉଡ୍ରୀ ଅପଭ୍ରଂଶର ଲକ୍ଷଣ ଉଲ୍ଲେଖ କରିବାକୁ ଯାଇ ତାଙ୍କ ପ୍ରାକୃତ ସର୍ଵସ୍ଵରେ ଲେଖିଛନ୍ତି
“ଶବର୍ଯ୍ୟାମେବୈଡ୍ରୀ ଯୋଗାତ୍ତଦ୍ଦେଶ୍ୟ ଶୌରସେନ୍ୟାଦେଃ ।”

ତାଙ୍କ ମତରେ ଉଡ୍ର ଦେଶର କଥିତ ଭାଷାରେ ଶୌରସେନୀ ଓ ଶଵର ଭାଷାର ପ୍ରଭାବ ଫଳରେ ଉଡ୍ରୀ ଅପଭ୍ରଂଶର ସୃଷ୍ଟି । ଉଡ୍ରୀ ଅପଭ୍ରଂଶର ନିମ୍ନଲିଖିତ ଉଦାହରଣ ସେ ଦେଇଛନ୍ତି

“ଦେବ ଜସୋଆ ଣନ୍ଦଣ କର ମଇ କରୁଣା ଲେସ
ଏତ୍ତିକେ ଜମଉ ଅଚ୍ଛ (ଉ) ଇ ପିଟ୍ଟଇ ସବ୍ବ କିଳେସ”
। ଇତ୍ୟୋଡ୍ରୀ ।(୧୦)
ଏହାର ସଂସ୍କୃତ ରୂପ ଏଇଭଳି
“ଦେବ ଯଶୋଦା ନନ୍ଦନ କୁରୁ ମୟି କରୁଣା ଲେଶମ୍
ଇହତ୍ୟଃ ଜନ୍ମତଃ ଅସ୍ମି ଇତି ପୀଡ଼ୟତି ସର୍ଵ କ୍ଲେଶଃ ।”
ପ୍ରୋକ୍ତ ପଦଟିର ସମୟକାଳ ସମ୍ଭବତଃ ଦଶମ ଶତାବ୍ଦୀ । ତେବେ ବୈୟାକରଣୀକ ମାର୍କଣ୍ଡେୟ ଅନ୍ୟ ଏକ ସ୍ଥାନରେ ଭାରତର ୨୭ଟି ଅପଭ୍ରଂଶର ନାମୋଲ୍ଲେଖ କରିଅଛନ୍ତି ।

“ଗୌଡୌଡ୍ର ଚୈବ ପାଶ୍ଚାତ୍ୟ ପାଣ୍ଡ୍ୟ କୌନ୍ତକ ସିଂହଳା
କାଳିଙ୍ଗ୍ୟ ପ୍ରାଚ୍ୟ କର୍ଣ୍ଣାଟକାଞ୍ଚ୍ୟ ଦ୍ରାଵିଡ଼ ଗୌର୍ଜରା ।
ଏଠାରେ ସେ କଳିଙ୍ଗ ଦେଶରେ କେବଳ ଉଡ୍ର ଅପଭ୍ରଂଶ ନୁହେଁ ବରଂ କାଳିଙ୍ଗ୍ୟ ଓ ଉତ୍କଳୀ ଅପଭ୍ରଂଶ ଚଳୁଥିବା ଉଲ୍ଲେଖ କରିଛନ୍ତି ।

ଘ)ଦଶମ ଶତାବ୍ଦୀର ଵିଖ୍ୟାତ ପ୍ରାକୃତ ଵ୍ଯାକରଣାକାର ପୁରୁଷୋତ୍ତମ  ତାଙ୍କର ପ୍ରାକୃତାନୁଶାସନ ଗ୍ରନ୍ଥରେ ଔଡ୍ରୀ ଅପଭ୍ରଂଶର ଉଲ୍ଲେଖ କରିଛନ୍ତି ଓ ଏହାକୁ ଇ ଏବଂ ଓ ପ୍ରତ୍ୟୟ ବହୁଳ ଭାଷା(ଇକାରୌକାର ପ୍ରାୟ୍ୟୋଡ୍ରୀ) ବୋଲି ମତ ଦେଇଛନ୍ତି ।

ଙ)ଦ୍ଵାଦଶ ଶତାବ୍ଦୀରେ ଅନିରୁଦ୍ଧ ଭଟ୍ଟ ତାଙ୍କର ପ୍ରାକୃତ କଳ୍ପତରୁ ଗ୍ରନ୍ଥରେ ଓଡ୍ରୀ ଅପଭ୍ରଂଶ ଛଡା଼ ଉତ୍କଳୀ ନାମକ ଆଉ ଏକ ଅପଭ୍ରଂଶର ଉଲ୍ଲେଖ କରିଛନ୍ତି ।
ଯଥା...
“ଆଭୀରକା ଦ୍ରାଵିଡି଼କୋତ୍କଳୀନ ବନୌକସୀ ମାଣ୍ଡୂରିକେତ ନାମ୍ନା ଶାକର ଓଡ୍ର ଦ୍ରାଵିଡାଦି ବାଚୋପଭ୍ରଂଶତାମ୍ ।”

ତେଵେ ଓଡ଼ିଆ ଭାଷା ଭଳି ବଙ୍ଗାଳି ଭାଷାର ଏଭଳି ଏତେ ଉଲ୍ଲେଖ ଦେଖାଯାଏ ନାହିଁ । ଆଜିର ସମ୍ବଲପୁରୀ ଭାଷାର ଏଭଳି କୌଣସି ପ୍ରାଚୀନ ଉଲ୍ଲେଖ କେଉଁ ପୁରାତନ ଵ୍ଯାକରଣକାର କରାଥିଵା ଦେଖାଯାଏ ନାହିଁ । ତେଣୁ ପ୍ରାଚୀନତା ଦୃଷ୍ଟିରୁ ସମ୍ବଲପୁରୀଟା ଝିଅ ଆଉ ଓଡ଼ିଆ ଭାଷା ତାହାର ମାଆ ପଦଵାଚ୍ଯ ହେଵା ଉଚିତ ।

■ଓଡ଼ିଆ ଭାଷାରେ ସମୃଦ୍ଧ ସାହିତ୍ୟ,ପ୍ରାଚୀନ ପାଣ୍ଡୁଲିପି ଓ ଶିଳାଲେଖ :―

୧)ବଙ୍ଗାଳି ଅପେକ୍ଷା ଓଡ଼ିଆ ଭାଷାରେ ଅଧିକ ସମୃଦ୍ଧ ପ୍ରାଚୀନ ସାହିତ୍ଯ ରହିଥିଲା । ଓଡ଼ିଆ ଭାଷାର ଶବ୍ଦସମ୍ଭାର ଓ ଶୈଳୀ ଵିଵିଧତା ମଧ୍ୟ ବଙ୍ଗାଳି ଅପେକ୍ଷା ଶ୍ରେଷ୍ଠଥିଲା । ଓଡ଼ିଶାରେ ସାରଳାଦାସ,ଜଗନ୍ନାଥ ଦାସ,ଅଚ୍ଯୁତାନନ୍ଦ,ଅର୍ଜୁନ ଦାସ, କଵିସମ୍ରାଟ ଉପେନ୍ଦ୍ର ଭଞ୍ଜ ଓ କଵିରଵି ବଳଦେଵ ରଥଙ୍କ ଭଳି ଶ୍ରେଷ୍ଠ ସାହିତ୍ଯିକ ଜନ୍ମ ଲଭିସାରିଥିଲାଵେଳେ ବଙ୍ଗାଳିମାନଙ୍କ କ୍ଷେତ୍ରରେ ସେମନ୍ତ କିଛି ନଥିଲା ।

୨)ଓଡ଼ିଆ ଭାଷା ଆନ୍ଦୋଳନ ସମୟରେ ଓଡ଼ିଆ ଲୋକଙ୍କ ପାଖରେ ବଙ୍ଗାଳିମାନଙ୍କ ଅପେକ୍ଷା ଓଡ଼ିଆ ଭାଷାରେ ଅନେକ ପ୍ରାଚୀନ ପାଣ୍ଡୁଲିପି ପୋଥି ରହିଥିଲା । ଏ କ୍ଷେତ୍ରରେ ସଂସ୍କୃତ ପରେ ଓଡ଼ିଆ ଆଜି ବି ଦ୍ଵିତୀୟ ସ୍ଥାନରେ ରହିଛି ।

୫)ଓଡ଼ିଶାରେ ଶହ ଶହ ଶିଳାଲେଖ ମିଳିଥିଲା ଯେଉଁଥିରେ ଓଡ଼ିଆ ଭାଷା ଓ ଲିପି ରହିଥିଲା କେଉଁଠି ବି ବଙ୍ଗାଳି ଭାଷା କି ଲିପିର ଶିଳାଲେଖ ମିଳିନଥିଲା ।

୬)ଓଡ଼ିଆଭାଷା ଆନ୍ଦୋଳନ ସମୟରେ ଓଡ଼ିଆ ଓ ବଙ୍ଗାଳି ଉଭୟ ଭାଷାର ଭିନ୍ନ ଭିନ୍ନ ଲିପି ମଧ୍ୟ ଥିଲା ।

୭)ଓଡ଼ିଆ ଓ ବଙ୍ଗାଳି ଭାଷା ମଧ୍ୟରେ ଵାକ୍ଯଗଠନ, ଧ୍ଵନିଗତ ପାର୍ଥକ୍ୟ,କ୍ରିୟା, କ୍ରିୟାପଦ, ଅଵ୍ଯୟ,ସର୍ଵନାମ ଓ ପ୍ରତ୍ଯୟାଦି ଅନେକାଂଶରେ ଭିନ୍ନ  ଓ ପ୍ରାୟ କେତେକ ପରସ୍ପର ଅସମଦ୍ଧୃତ ଥିଲା ।

                ―ରାଜନୈତିକ―

୧)ଉଡ୍ର―କଳିଙ୍ଗ―ଉତ୍କଳ ଦେଶ ଅନ୍ତତଃ ୨୦୦୦ ଵର୍ଷ ଧରି ଗୋଟିଏ ସ୍ଵତନ୍ତ୍ର ଦେଶ ରହିଥିଵାର ଐତିହାସିକ ପ୍ରମାଣ ରହିଥିଲା ।

୨)ଓଡ଼ିଆ ରାଜା ଓ ସମ୍ରାଟ ବଙ୍ଗଦେଶକୁ ଅନେକବାର ନିଜର ଶାସନାଧୀନ କରିଥିଲାଵେଳେ ବଙ୍ଗାଳିମାନେ କେଵେବି ସଂମ୍ପୂର୍ଣ୍ଣ ଓଡ଼ିଶାରେ ଶାସନ କରିନଥିଲେ କି ତାଙ୍କର କୌଣସି ରାଜା କେଵେ କଳିଙ୍ଗ ସମ୍ରାଟ ମହେନ୍ଦ୍ର ଦେଵ(କରକଣ୍ଡୁ),ଶତ୍ରୁଭଞ୍ଜ କି  ଖାରଵେଳଙ୍କ ଭଳି ଵୀରତ୍ଵ ପ୍ରଦର୍ଶନ କରିନଥିଲେ ।

୩)ବଙ୍ଗାଳିମାନଙ୍କ ଅପେକ୍ଷା ଭାରତଵର୍ଷରେ କଳିଙ୍ଗୀମାନେ ଅଧିକ ଵୀର ବୋଲି କଳିଙ୍ଗ ଯୁଦ୍ଧଠାରୁ ଆରମ୍ଭ କରି ଫରାସୀ ଓ ଇଂରେଜମାନଙ୍କ ଵିପକ୍ଷରେ ୧୭୫୩ ଘୁମୁସର ଵିଦ୍ରୋହ ଓ ୧୮୬୦ ସମ୍ବଲପୁର ଵିପ୍ଳଵ ଯାଏଁ ଐତିହାସିକ ପ୍ରମାଣ ରହିଥିଲା । ପୁରାଣ କ୍ଷେତ୍ରରେ ମଧ୍ୟ ଏହାର ପ୍ରଭାଵ ଉଲ୍ଲେଖଯୋଗ୍ୟ ।  ମହାଭାରତରେ କୌରଵ ପକ୍ଷରୁ ଯୁଦ୍ଧ କରି କେମିତି କଳିଙ୍ଗ ଦେଶର ରାଜା ଅଦ୍ଭୁତ ଯୁଦ୍ଧ କୌଶଳ ପ୍ରୟୋଗ କରିଥିଲେ ତାହା ଉଲ୍ଲେଖ ରହିଛି କିନ୍ତୁ ବଙ୍ଗାଳି ଜାତିର ରାଜାଙ୍କର ସେଥିରେ ନାଆଁ ବି ନାହିଁ ।

୪)ଓଡ଼ିଆ ଲୋକେ ପୂର୍ଵ ଭାରତୀୟ ଦ୍ଵୀପପୁଞ୍ଜରେ ଶ୍ରୀଵିଜୟ ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ ,ବଙ୍ଗାଳି ଭାରତ ମଧ୍ୟରେ ସେତେଵେଳେ ଥିଲେ କି ନାହିଁ ତାହା ଗଵେଷଣା ସାପେକ୍ଷ 🤣🤣

୫)ଓଡ଼ିଆ ପୁଅ ଲଙ୍କା  ଓ ମାଲଡିଵ ଦ୍ଵୀପପୁଞ୍ଜରେ ସାମ୍ରାଜ୍ୟ ସ୍ଥାପନ କରିଥିଲେ କିନ୍ତୁ ବଙ୍ଗାଳି ସେମିତି କିଛି କରିନଥିଲେ ।

                  ―ସାମାଜିକ―

୧)ଓଡ଼ିଆମାନଙ୍କ ଵିଵାହ ଶ୍ରାଦ୍ଧ,ଜୀଵନଶୈଳୀ ଅନେକାଂଶରେ ବଙ୍ଗାଳିମାନଙ୍କଠାରୁ ଭିନ୍ନ ସ୍ଵତନ୍ତ୍ର ନିଆରା ଓ ଶ୍ରେଷ୍ଠ ଥିଲା । ଯେଉଁ କେତେକ ପର୍ଵପର୍ଵାଣୀ ଓ ସାମାଜିକ ରୀତିନୀତି ଉଭୟ ଅଞ୍ଚଳରେ ସମାନ ଥିଲା ତାହା ମହାଭାରତୀୟ ପର୍ଵପର୍ଵାଣୀ ଥିଲା । ଉଦାହରଣ ସ୍ଵରୂପ ମହାଵିଷୁଵ ପଣାସଂକ୍ରାନ୍ତିକୁ ଉଭୟ ନୂଆଵର୍ଷ ଭାଵେ ପାଳୁଥିଲେ କିନ୍ତୁ ମୈଥିଳୀ,କେରଳୀ,କନ୍ନଡଭାଷୀ,ଅହମିୟା, ପଞ୍ଜାବୀ ମଧ୍ୟ ଏଇଦିନକୁ ପାରମ୍ପରିକ ନଵଵର୍ଷ ଭାଵେ ପାଳୁଥିଲେ । ଓଡ଼ିଆମାନେ ରଜ,ବୁଧିବାମନ ଓଷା,ଦୋଳ,ଝାମୁ ଇତ୍ୟାଦି ସ୍ଵତନ୍ତ୍ର ପର୍ଵ ପାଳୁଥିଲେ କିନ୍ତୁ ଏସବୁ ବଙ୍ଗଦେଶରେ ନଥିଲା କି ନାହିଁ ।

୨)ଓଡ଼ିଆ ଲୋକଙ୍କ ନୌଵାଣିଜ୍ଯ ପରମ୍ପରା ଏତେ ଉନ୍ନତ ଥିଲା ଯେ ତାଙ୍କର ଭାଷାରେ ନୌଵାଣିଜ୍ଯ ସମ୍ବନ୍ଧୀୟ ସ୍ଵତନ୍ତ୍ର ଶବ୍ଦ ରହିଥିଲା ଏମନ୍ତକି ଓଡ଼ିଆ ଭାଷାର ସ୍ଵତନ୍ତ୍ର ଜାହଜିଆ ଦିଗ ସମ୍ବନ୍ଧୀୟ ଶବ୍ଦ ବି ରହିଥିଲା କିନ୍ତୁ ବଙ୍ଗାଳି ଭାଷାରେ ସେମନ୍ତ କିଛି ଦୃଶ୍ୟ ହେଉନଥିଲା ! ଓଡ଼ିଆ ଲୋକେ ନୌଵାଣିଜ୍ୟ କରୁଥିଵାର ପ୍ରମାଣ କୋଣାର୍କ ମନ୍ଦିରରେ ଆଫ୍ରିକାର ଜିରାଫ,ବାଲିଦ୍ଵୀପରେ ସମ୍ବଲପୁରୀ ସମସାଦୃଶ୍ଯ ପାଟୋଲା ଵସ୍ତ୍ର ଓ ଭୂଵନେଶ୍ଵର ସଂଗ୍ରହାଳୟରେ ସଂରକ୍ଷିତ ଗ୍ରୀକ୍ ଦେଶୀୟ anchor ସହିତ ସାମ୍ଯ ଥିଵା ଆଙ୍କୁଡି଼ଯନ୍ତ୍ର ମଧ୍ୟ ଉଲ୍ଲେଖଯୋଗ୍ୟ ।  ତେଵେ ବଙ୍ଗାଳିମାନଙ୍କର ସେଭଳି କିଛି ସାଂସ୍କୃତିକ ସିଦ୍ଧି ନଥିଲା ।

୩)ଓଡ଼ିଶାରେ ଶ୍ରୀଜଗନ୍ନାଥ ପୂଜା ପାଉଥିଲାଵେଳେ ବଙ୍ଗାଳିମାନେ ମଧ୍ୟ ତାଙ୍କୁ ନିଜର ଈଶ୍ୱର ଭଳି ପୂଜା କରୁଥିଲେ ଵରଂ ସେମାନେ ତ ଓଡ଼ିଆ ଲୋକଙ୍କ ଅପେକ୍ଷା ଶ୍ରୀଜଗନ୍ନାଥଙ୍କର ବଡ଼ ଭକ୍ତ ଥିଵାର ପ୍ରମାଣ ମିଳେ । ତେଵେ ଶ୍ରୀଜଗନ୍ନାଥଙ୍କ ମୂଳଦେଶ କଳିଙ୍ଗ ଥିଵାରୁ ଵରଂ ବଙ୍ଗାଳି ଏଇ ଓଡ଼ିଆ ଜାତିର ଗୋଟିଏ ଉପଜାତି ଭଳି ପ୍ରତିଭାତ ହେଉଥିଲା ।

୪)ବଙ୍ଗାଳିମାନେ ଯେଉଁ ଖାଦ୍ୟ ଖାଉଥିଲେ ତାହାର ମୂଳ ଓଡ଼ିଶାରେ ହୋଇଥିଵାର ପ୍ରମାଣ ରହିଥିଲା । ତେଵେ ଓଡ଼ିଶାରେ ପ୍ରତ୍ଯେକ ଖାଦ୍ଯଵିଶେଷରେ ମିଳୁଥିଵା ଵିଵିଧତା ବଙ୍ଗଳା ଦେଶରେ ଦେଖାଯାଉନଥିଲା । ଉଦାହରଣ ସ୍ଵରୂପ ବଙ୍ଗରେ ଗୋଟିଏ ପ୍ରକାରର ରସଗୋଲା ମିଳୁଥିଵାଵେଳେ ଓଡ଼ିଶାରେ ହଜାର ହଜାର ପ୍ରକାରର ମିଳିଥାଏ ।

୫)ଓଡ଼ିଶାରେ ଛଉନୃତ୍ଯଠାରୁ ବାଘନାଚ ଯାଏଁ ଗୋଟିପୁଅଠାରୁ ଓଡ଼ିଶୀ ଭଳି ଶାସ୍ତ୍ରୀୟ ନୃତ୍ୟ ପର୍ଯ୍ୟନ୍ତ ଶହ ଶହ ପ୍ରକାରର ନୃତ୍ୟ ଶୈଳୀ ରହିଥିଵାଵେଳେ ବଙ୍ଗାଳିମାନଙ୍କ ପାଖରେ ଗୋଟିଏ ପ୍ରକାରର ସ୍ଵତନ୍ତ୍ର ଶାସ୍ତ୍ରୀୟ ନୃତ୍ୟ ଶୈଳୀ ବି ନଥିଲା ।

୬)ଓଡ଼ିଶାରେ ତିରିଶରୁ ଅଧିକ ଭିନ୍ନ ଭିନ୍ନ ଵସ୍ତ୍ର ତିଆରି କଳା ରହିଥିଲା । ତନ୍ମଧ୍ୟରୁ ସମ୍ବଲପୁରୀ ଵସ୍ତ୍ର ଥିଲା ଓଡ଼ିଆ ଜାତିର ମାନକ ରାଜସିକ ଵସ୍ତ୍ର । ସେଇଥିପାଇଁ ଏହା ମାଲେସିଆ ଯାଏଁ ଯାଇ ଚଳୁଅଛି ।

୬)ଓଡ଼ିଶାର କଳା ଭାସ୍କର୍ଯ୍ୟ ବଙ୍ଗାଳିଠାରୁ ଅନେକାଂଶରେ ଭିନ୍ନ ଓ ନିଆରା ଥିଲା ଏଵଂ ଏଠାରେ ବଙ୍ଗଳାଦେଶ ଅପେକ୍ଷା ସହସ୍ରାଧିକ ଗୁଣ ଅଧିକ ପ୍ରାଚୀନ ମନ୍ଦିର ରହିଥିଲା । ଓଡ଼ିଆ ଓ ବଙ୍ଗାଳି ମନ୍ଦିର ନିର୍ମାଣ ପଦ୍ଧତି ମଧ୍ୟ ଭିନ୍ନ ଭିନ୍ନ ଥିଲା ।

୭)ଓଡ଼ିଶାରେ ଭାରତର ସବୁଠାରୁ ଉତ୍କୃଷ୍ଟ ପଟ୍ଟଚିତ୍ର ତିଆରି ହେଉଥିଵାଵେଳେ ବଙ୍ଗଳାରେ ସେମନ୍ତ କୌଣସି ପରମ୍ପରା ହିଁ ନଥିଲା ।

ବଙ୍ଗାଳିମାନେ ଓଡ଼ିଆ ଲୋକଙ୍କଠାରୁ ଅନେକ କ୍ଷେତ୍ରରେ ପଛୁଆଥିଲେ କିନ୍ତୁ ନିଜକୁ ଶ୍ରେଷ୍ଠ ବୋଲି ହେଣ୍ଡି ମାରୁଥିଲେ । ବଙ୍ଗାଳିମାନଙ୍କ ଏହି ଅଯଥା ଅହଂକାର ହିଁ ଭଵିଷ୍ଯତରେ ଭାଷାଯୁଦ୍ଧର କାରଣ ହୋଇଥିଲା । ...

Wednesday, January 15, 2020

ଜନନୀ ଉତ୍କଳ ଭାଷା(ରାଗ—ଭୈରଵ ଝୁଲା)



ମୋ ଜୀଵନ ସାର ଧନ ଜନନୀ ଉତ୍କଳ ଭାଷା ।
ଆସ ଗୋ ମା ! କରେ ପୂଜା ପୂର୍ଣ୍ଣ ହେଉ ପ୍ରାଣ ଆଶା ।
ଭକ୍ତି,ଶ୍ରଦ୍ଧା,ସ୍ନେହ,ମାୟା,ହୃଦୟ ସ୍ୱର୍ଗୀୟ ଧନ,
ଜନନି ଗୋ ! କୃପା କରି କରୁ ତୁହି ଵିତରଣ ।
ଜ୍ଞାନ,ଵିଦ୍ଯା,ସୁଖ,ଭାଗ୍ଯ
ଯାହା କିଛି ମନୁଷ୍ୟତ୍ଵ
ଜନନି ! ପ୍ରସାଦେ ତଵ,ଅନୁଭଵେଁ ସାରତତ୍ତ୍ଵ ।

ଵିଦ୍ଯାହୀନ,ଶକ୍ତିହୀନ,ଦୀନହୀନ,ଅକିଞ୍ଚନ
ଆହା ମା !
କି ଦେଇ ମୁହିଁ ବନ୍ଦିବି ଗୋ ତୋ ଚରଣ ?

ଆତ୍ମଶକ୍ତି ଅନୁସାରେ କରୁଛି ମା ତୋ ବନ୍ଦନା,
ନ ବୁଝିଲି ପାଷଣ୍ଡ ମୁଁ ଏହା ଏକ ଵିଡ଼ମ୍ବନା ।

ଦେଇ ମା ଗୋ ! ଭକ୍ତିପୁଷ୍ପ ସେଵିବି ଚରଣ ତୋର
ହେଉ ପଛେ ସେ ସୁମନ ଗନ୍ଧହୀନ ଅସୁନ୍ଦର ।

ଏତିକି ପ୍ରାଥନା ମାତଃ ! କରୁଅଛି ବାରେ ବାରେ,
ଜୀଵନ ଅନ୍ତିମ କାଳ ଗତ ହେଉ ତୋ ସେଵାରେ ।

◆◆◆◆◆◆◆◆◆◆◆◆◆◆◆◆◆◆◆◆◆◆

ଵି:ଦ୍ର―
ଏଠାରେ କଵିଙ୍କର ଜନନୀ “ଉତ୍କଳ ଭାଷା” ଆମ୍ଭ କଳିଙ୍ଗଦେଶର ରାଷ୍ଟ୍ରଭାଷା ଓଡ଼ିଆ ଅଟେ । ଓଡ଼ିଆ ଭାଷାର ଅନେକ ନାମ ମଧ୍ୟରେ ଏକ ନାମ ଉତ୍କଳ ଭାଷା ଅଟଇ । ଯଥାର୍ଥରେ କଵି ଉତ୍କଳଭାଷାକୁ ମାତା ମାନ୍ଯ କରି ତାଙ୍କର ଆଵାହନ କରୁଛନ୍ତି । ନିଜର ପ୍ରିୟ ମାତାଙ୍କୁ ପାଖରେ ପାଇଲେ ସେ ତାଙ୍କର ପୁଷ୍ପ ଦ୍ଵାରା ପୂଜା କରିଵେ ଏହା କଵିଙ୍କ ମନର ଇଛା । କଵି ଲେଖକଙ୍କ କ୍ଷେତ୍ରରେ ପୁଷ୍ପ ହେଉଛି ଗଳ୍ପ, କଵିତା,ପ୍ରବନ୍ଧ,ଉପନ୍ୟାସ, ଏକାଙ୍ଗିକା ଇତ୍ୟାଦି ସାହିତ୍ୟ ସମ୍ବନ୍ଧୀୟ ଉପାଦାନ ଯହିଁ ବଳରେ ଗୋଟିଏ ଭାଷା ସାହିତ୍ୟ କ୍ଷେତ୍ରରେ ପରିପୃଷ୍ଟ ହୋଇଥାଏ ।

ଵ୍ଯାସକଵି ସେଥିପାଇଁ ଲେଖିଲେ―
“ଦେଇ ମା ଗୋ ! ଭକ୍ତିପୁଷ୍ପ ସେଵିବି ଚରଣ ତୋର
ହେଉ ପଛେ ସେ ସୁମନ ଗନ୍ଧହୀନ ଅସୁନ୍ଦର ।”

ଏଠାରେ ପ୍ରକୃତରେ କଵି କହୁଛନ୍ତି ଯେ 
ସାହିତ୍ୟ ସର୍ଜନା ରୂପ ଭକ୍ତି ଓ ଗଳ୍ପ, କଵିତା, ଉପନ୍ୟାସ ଇତ୍ୟାଦି ପୁଷ୍ପ ପ୍ରଦାନ କରି ହେ ଭାଷାମାତା ମୁଁ ଚରଣ ସେଵିବି ତେଣିକି ତାହା ପାଠକ ସମାଜରେ ଵରଂ ଆଦୃତ ନହେଉ ,କିନ୍ତୁ ଆଜୀଵନ ଲେଖିଚାଲିଵି । 

କୌଣସି ଭାଷାକୁ ମାତା ଜ୍ଞାନ କରି ଏଭଳି ବନ୍ଦନା ସାରା ଵିଶ୍ଵରେ ଵିରଳ ଅଟେ । ସେଇଥିପାଇଁ ତ କୁହାଯାଏ ଯେ ସହସ୍ର ଵର୍ଷରେ ଜଣେ ଵ୍ଯାସକଵି 
ଧରାପୃଷ୍ଠରେ ଅଵତରଣ କରନ୍ତି । ଆଜି ପୁଣି ଓଡ଼ିଆ ଭାଷା ପାଇଁ ହିନ୍ଦୀ ସଂକଟ ହୋଇ ଦେଖା ଦେଇଛି । ଆଉ ଜଣେ ଵ୍ଯାସକଵି ଲୋଡୁଛନ୍ତି ଉତ୍କଳଭାଷାମାତା ! 
ହେ ଅମର ଆତ୍ମା !  ପୁଣିଥରେ ଅଵତାର ନିଅନ୍ତନି କଳିଙ୍ଗୋତ୍କଳେ ? 

🙏🙏🙏

Tuesday, January 14, 2020

ଭାରତଵର୍ଷରେ ମକର ସଂକ୍ରାନ୍ତି ପର୍ଵର ଵିଭିନ୍ନ ନାମ ଓ ସମ୍ଯକ ଆଲୋଚନା

ଅଖଣ୍ଡ ଭାରତଵର୍ଷରେ ମକର ସଂକ୍ରାନ୍ତି ଵିଭିନ୍ନ ନାମ ଓ ଵିଧି ସହିତ ପାଳିତ ହୋଇଥାଏ !

ନିମ୍ନରେ ମକରସଂକ୍ରାନ୍ତିର ଵିଭିନ୍ନ ନାମ ଵିଷୟରେ ସମ୍ଯକ ଆଲୋଚନା କରାଗଲା ।

୧)ଉତ୍ତରାଣ୍(ଗୁଜରାଟ),ଉତ୍ତରାୟଣ ସଂକ୍ରାନ୍ତି

ମକର ସଂକ୍ରାନ୍ତିକୁ ଉତ୍ତରାୟଣ ସଂକ୍ରାନ୍ତି କୁହାଯାଏ ! ଵୈଜ୍ଞାନିକ ମତ ଅନୁସାରେ ୨୩ ଡିସେମ୍ବର ଠାରୁ ସୂର୍ଯ୍ଯଙ୍କର ଉତ୍ତରାୟଣ ଆରମ୍ଭ ହୁଏ ଏବଂ ୨୧ ଜୁନ ଯାଏଁ ରହିଥାଏ ! ତେଵେ ଆଜକୁ ପ୍ରାୟ ୧୮୦୦ ଵର୍ଷ ପୂର୍ଵେ  ଡିସେମ୍ବର ମାସରେ ମକର ସଂକ୍ରାନ୍ତି ହେଉଥିଵା ଏଵଂ ପେଗାନ୍ ରୋମାନ୍ ସୋଲ୍ ପର୍ଵ (ଆଧୁନିକ x-mas) ସମାନ ପର୍ଵର ଭିନ୍ନ ନାମ ଥିବା କିଛି ଗଵେଷକ ମତ ଦିଅନ୍ତି ! ଜ୍ଯୌତିର୍ଵିଦଙ୍କ ଅନୁସାରେ ପ୍ରତି ଚାରିଵର୍ଷରେ ପଡ଼ୁଥିଵା ଅଧିଵର୍ଷ (leap year) ଯୋଗୁଁ ଆଜି ମକର ସଂକ୍ରାନ୍ତି ସୂର୍ଯ୍ଯଙ୍କ ମକର ରାଶିରେ ଅଵସ୍ଥାନ ଆଧାରରେ କୋଡ଼ିଏ ଦିନ ପରେ ହେଉ ଅଛି ! ମକର ସଂକ୍ରାନ୍ତିଠାରୁ ଶ୍ରାଵଣ ସଂକ୍ରାନ୍ତି ଯାଏଁଉତ୍ତରାୟଣ ହୁଏ ବୋଲି ମହାଭାରତରେ ଉଲ୍ଲେଖ ଅଛି ! ଏହା ଦେଵତାଙ୍କ ଦିନ ଓ ରାକ୍ଷସଙ୍କ ରାତି ବୋଲି ପୌରାଣିକ ମତ ପ୍ରଚଳିତ ! ଗୁଜରାଟୀ ଲୋକେ ଉତ୍ତରାୟଣ ସଂକ୍ରାନ୍ତିକୁ ଉତ୍ତରାଣ ଓ ପତଙ୍ଗୋତ୍ସଵ କହିଥାନ୍ତି । ଏହିଦିନ ଗୁଜରାଟୀ ଲୋକେ ଦଳବଦ୍ଧ ଭାଵେ ଗୁଡି଼ ଉଡେ଼ଇଥାଆନ୍ତି ।

୨)ମକର ସଂକ୍ରମଣ
ଏହିଦିନ ସୂର୍ଯ୍ଯ ଧନୁରାଶିରୁ ଯାଇ ମକରରେ ପ୍ରଵେଶ କରନ୍ତି ଏଣୁ ମକର ସଂକ୍ରାନ୍ତିକୁ ମକର ସଂକ୍ରମଣ ବି କୁହାଯାଏ !

୩)ମାଘି,ମାଘେ,ମାଘ ସଂକ୍ରାନ୍ତି
ଏହାକୁ ମାଘ ମାସ ଅନୁସାରେ ମାଘି ଓ ମାଘ ସଂକ୍ରାନ୍ତି ମଧ୍ଯ କୁହାଯାଏ ! ନେପାଳରେ ମାଘେ ସଂକ୍ରାନ୍ତି ନାମେ ପାଳନ କରାଯାଏ !

୪)ମୋହା ସଂକ୍ରାନ୍ତି

କାମ୍ବୋଡ଼ିଆର ସନାତନି (ବୌଦ୍ଧାଦି) ଏହି ଦିନକୁ ମୋହା ସଂକ୍ରାନ୍ତି ଭାବେ ପାଳିଥାନ୍ତି । ସମ୍ଭଵତଃ ମାଘ ଶବ୍ଦ କାଳାନ୍ତରେ ମୋହା ହୋଇଅଛି ।

୫)ପୌଷ ସଂକ୍ରାନ୍ତି
ବଙ୍ଗାଳିଲୋକେ  ପୌଷ ମାସ ଅନୁସାରେ ମକର ସଂକ୍ରାନ୍ତିକୁ ପୌଷ ସଂକ୍ରାନ୍ତି ନାମରେ ପାଳନ୍ତି !

୬)ଖିଚଡ଼ି ସଂକ୍ରାନ୍ତି

ଉତ୍ତରପ୍ରଦେଶ,ବିହାର ଓ ନେପାଳ ଆଦିରେ ମକର ସଂକ୍ରାନ୍ତିକୁ ଖିଚଡ଼ି ସଂକ୍ରାନ୍ତି ବି କୁହାଯାଏ ! ଉତ୍ତର ଭାରତରେ ଏହି ଦିନ ଦେବତାଙ୍କୁ ଖିଚଡ଼ି ଭୋଗ ଲାଗେ ! ଓଡ଼ିଶାରେ ମଧ୍ଯ ଲୋକେ କେଉଁଠି କେଉଁଠି ଦେଵତା ଓ ଗୃହ ଇଷ୍ଟଙ୍କୁ ଖେଚୁଡ଼ି ଭୋଗ ଲଗାନ୍ତି ! ଓଡ଼ିଶାର ମନ୍ଦିର ମାନଙ୍କରେ ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ଯାଏଁ ଖେଚେଡ଼ି ଭୋଗ ଲାଗେ ଏହାକୁ ପହି(ଇ)ଲି ଭୋଗ କୁହାଯାଏ !

୭)ଲୋହଡ଼ି(ରି)

ପଞ୍ଜାବ ଓ ହରିୟାଣାରେ ଏହି ଦିନକୁ ଲୋହଡ଼ି(ରି) ନାମରେ ପାଳନ କରନ୍ତି ! ପଞ୍ଜାବୀଙ୍କର ଲୋହଡ଼ିରେ ଅଗ୍ନୁ ଉତ୍ସଵ ଭାରତଵର୍ଷରେ ବିଶେଷ ଜଣାଶୁଣା ! ଭାରତୀୟଙ୍କର ଅଞ୍ଚଳ ଭେଦରେ ଭିନ୍ନ ଭିନ୍ନ ଦିନରେ ଅଗ୍ନୁ ଉତ୍ସଵ ହୁଏ ! ପଶ୍ଚିମ ଭାରତର ହୋଲିକା ଦହନ ଏବଂ ଓଡ଼ିଶାର ଅଇଘରା ଦହନ ତହିଁର ଉଦାହରଣ !
ତେଵେ ଓଡ଼ିଶାର ଦକ୍ଷିଣ ଭାଗରେ ମଧ୍ଯ ମକର ସଂକ୍ରାନ୍ତି ପୂର୍ବ ସଂଧ୍ଯାରେ ଅଗ୍ନୁ ଉତ୍ସଵ ହେଉଥିବା ଏଵଂ ଏହାର ନାମ ଭୋଗୀ ଥିଵା ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ ଅଛି !

୮)ତିଳୁ(ଲୁ)ଆ ସଂକ୍ରାନ୍ତି

ମକର ସଂକ୍ରାନ୍ତିକୁ ଓଡ଼ିଶାର କେତେକ ଅଞ୍ଚଳରେ ତିଳୁ(ଲୁ)ଆ ସଂକ୍ରାନ୍ତି କୁହାଯାଏ ! ଏହି ଅଞ୍ଚଳରେ ଦେଵତାଙ୍କୁ ତିଳ ବା ତିଲୁଆ(ରାଶି) ଖଜା ଭୋଗ ଲଗାଯାଏ ବୋଲି ଏହାର ଏଭଳି ନାମ ହୋଇଅଛି !
ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ ଏହି ଦିନ ଧୋବା ଜାତିର ଲୋକଙ୍କ ଦ୍ବାରା ଗଣ୍ଡିପୂଜା ହେଉଥିଲା କିନ୍ତୁ ଲୁଗାଧୁଆ ଯନ୍ତ୍ର( ୱାସିଙ୍ଗମେସିନ୍) ଯୁଗରେ ଏ ପୂଜା ଅଛି କି ନାହିଁ ତାହା ଗଵେଷଣାର ଵିଷୟ ଅଟେ !

୯)ସୁଗ୍ଗି(ಸುಗ್ಗಿ)
କର୍ଣ୍ଣାଟକରେ ମକରସଂକ୍ରାନ୍ତି ଦିନ ସୁଗ୍ଗି(ಸುಗ್ಗಿ) ପର୍ଵ ପାଳନ କରାଯାଏ ଯାହା ମୁଖ୍ୟତଃ ଏକ କୃଷିସମ୍ବନ୍ଧୀୟ ପର୍ଵ ଭାଵେ ଜଣାଶୁଣା । ଏହିଦିନ କନ୍ନଡ କନ୍ୟାମାନେ ନୂଆ ଵସ୍ତ୍ର ପରିଧାନ କରି ପାଖ ପଡି଼ଶା ପ୍ରିୟଜନଙ୍କୁ ଭେଟନ୍ତି ଏଵଂ ଫଳମୂଳ ଓ ଅନ୍ୟ ଉପହାର ସାମଗ୍ରୀ ଦେଇଆସନ୍ତି । ଏଇ ପ୍ରଥାକୁ ଏଠାକାର ଲୋକେ "Ellu Birodhu." କହିଥାନ୍ତି । 

୧୦)ଭୋଗୀ―ମକରସଂକ୍ରାନ୍ତି―କନୁମା―ମୁକନୁମା

ଅଖଣ୍ଡ ତେଲେଙ୍ଗାଞ୍ଚଳରେ ଓଡ଼ିଶାର ଧଜ ସଂକ୍ରାନ୍ତି ଭଳି ମକରସଂକ୍ରାନ୍ତି ଚାରିଦିନ ଵ୍ଯାପି ପାଳିତ ହୋଇଥାଏ ।
ପ୍ରଥମଦିନକୁ ଭୋଗୀ(భోగి),ଦ୍ଵିତୀୟ ଦିନ ମକରସଂକ୍ରାନ୍ତି(మకర సంక్రాంతి-పెద్ద పండుగ),ତୃତୀୟ ଦିନକୁ କମୁନା (కనుమ) ଓ ଚତୁର୍ଥ ଦିନକୁ ମୁକମୁନା କୁହାଯାଏ ।

୧୧)ମାଘ ବିହୁ,ଭୋଗଲୀ ବିହୁ
ଆସାମରେ ମକରସଂକ୍ରାନ୍ତିକୁ ମାଘ ବିହୁ (মাঘ বিহু) ,ଭୋଗଲୀ ବିହୁ(ভোগালী বিহু) ଓ ମାଘର ଦୋମାହୀ (মাঘৰ দোমাহী) ଇତ୍ୟାଦି କୁହାଯାଏ ।

୧୨)ମାଘ ସାଜି

ହିମାଳୟ ପ୍ରଦେଶର ସିମଳା ଜିଲ୍ଲାରେ ମକରସଂକ୍ରାନ୍ତିକୁ ମାଘ ସାଜି କୁହାଯାଏ । ସାଜି ଶବ୍ଦଟି ମୂଳତଃ ପାହାଡି଼ ଭାଷାର ଏଵଂ ଏହା ସଂକ୍ରାନ୍ତିର ଏକ ପ୍ରତିଶବ୍ଦ ଭାଵେ ଵ୍ୟଵହୃତ ହୋଇଥାଏ ।

୧୩)ଓଣାମ୍,ମକରଵିଲ୍ଲାକୁ

କେରଳରେ ମକରସଂକ୍ରାନ୍ତିକୁ ଓଣାମ୍ ଓ ମକରଵିଲ୍ଲାକୁ ନାମରେ ପାଳନ କରନ୍ତି । ଏହିଦିନ ମକରଜ୍ୟୋତି ପ୍ରଜ୍ଵଳନ କରାଯାଏ ଓ ଲମ୍ଵା ଡଙ୍ଗା ଦ୍ଵାରା ନଦୀ ଓ ଦୀର୍ଘିକାଦିରେ ପ୍ରତିଯୋଗିତାମାନ ଆୟୋଜନ କରାଯାଇଥାଏ ।

୧୪) ପୋଙ୍ଗଲ
ତେଲୁଗୁ ଲୋକଙ୍କ ପରି ତାମିଲ ଲୋକେ ମଧ୍ୟ ଚାରିଦିନ ଧରି ମକରପର୍ଵ ପାଳିଥାଆନ୍ତି ଏଵଂ ସେମାନେ ଏହାକୁ ପୋଙ୍ଗଲ କହିଥିନ୍ତି । ପ୍ରଥମ ଦିଵସର ଉତ୍ସଵକୁ ପୋକି ପଣ୍ଟିକୈ, ଦ୍ଵିତୀୟ ଦିଵସକୁ ତୈ ପୋଙ୍କଲ୍, ତୃତୀୟ ଦିଵସକୁ ମାଟ୍ଟୁପ୍ ପୋଙ୍କଲ୍ ଏଵଂ ଶେଷ ଦିଵସକୁ କାଣୁମ୍ ପୋଙ୍କଲ୍ କୁହାଯାଏ । ଆମ ରଜପର୍ଵ ଭଳି ଦକ୍ଷିଣ ଭାରତରେ ଚାରିଦିନ ଵ୍ଯାପି ପର୍ଵପାଳନ ପୂର୍ଵ ଓ ଦକ୍ଷିଣ ଭାରତର ସଂସ୍କୃତିଗତ ସାମ୍ଯ ପ୍ରକଟିତ କରିଥାଏ ।

୧୫)ଟୁସୁ ପରଵ
ଓଡ଼ିଶାର ଵିଭିନ୍ନ ଅଞ୍ଚଳରେ ମକର ସଂକ୍ରାନ୍ତିର ନାନା ସ୍ଵରୂପ ରହିଛି । ଟୁସୁପର୍ଵ ସହ ମକର ସଂକ୍ରାନ୍ତି ଅଙ୍ଗାଙ୍ଗୀ ଭାବେ ଜଡ଼ିତ ହୋଇସାରିଛି ।  କୁହାଯାଏ ମୋଗଲ ଶାସନ ସମୟରେ ଜନୈକ ମୁସଲିମ ବାଦଶାହା କୁଡୁମି ମହାନ୍ତ ସଂପ୍ରଦାୟର ଜଣେ ଝିଅଙ୍କର ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇ ବଳପୂର୍ଵକ ଵିଵାହ କରିବାକୁ ଉଦ୍ୟମ କରିଥିଲେ । ଏଥିରେ ରାଜି ନହୋଇ ଟୁସୁମନୀ ନାମ୍ନୀ ସେହି ଝିଅ ଓ ତାଙ୍କର ପରିଵାରଵର୍ଗ ଅନ୍ୟତ୍ର ପଳାୟନ କରି ଗୋପନରେ ରହିଥିଲେ । କିନ୍ତୁ ବାଦଶାହାଙ୍କର ସୈନ୍ୟମାନେ ଟୁସୁମନୀ ପଛେ ଗୋଡା଼ଇଲାରୁ  ଅନ୍ୟ ଉପାୟ ନପାଇ ନାରୀ ଜାତିର ମର୍ଯ୍ୟାଦା ରକ୍ଷା ନିମନ୍ତେ ଟୁସୁମନୀ ନଦୀରେ ଝାସଦେଇ ପ୍ରାଣତ୍ୟାଗ କରିଥିଲେ । ସେହି ଦିନଟି ମକରସଂକ୍ରାନ୍ତି ଥିଲା । ତେଣୁ ପ୍ରତିବର୍ଷ ମକର ସଂକ୍ରାନ୍ତି ଦିନ କୁଡୁମି ମହାନ୍ତ ସଂପ୍ରଦାୟର ଝିଅବୋହୂମାନେ ଟୁସୁମନୀଙ୍କର ମୂର୍ତ୍ତିକୁ ଶୋଭାଯାତ୍ରାରେ ନେଇ ନଦୀ ବା ପୁଷ୍ପରିଣୀରେ ବିସର୍ଜନ କରି ଟୁସୁମନୀଙ୍କର ଆତ୍ମବଳୀ ଦାନକୁ ସ୍ମରଣ କରିଥାନ୍ତି ।

ଭାରତ ବାହାରେ ଅନ୍ଯ କେତକ ଦେଶରେ ମଧ୍ୟ ମକର ସଂକ୍ରାନ୍ତି ପାଳନ କରାଯାଏ । ପାକିସ୍ଥାନର ସିନ୍ଧି ଜାତୀୟ ଲୋକେ ମକର ସଂକ୍ରାନ୍ତିକୁ ତିରମୋରି ଭାଵେ ପାଳନ କରୁଥିଵାଵେଳେ ନେପାଳରେ ମାଘି ନାମରେ ମକର ସଂକ୍ରାନ୍ତି ପାଳିତ ହୋଇଥାଏ । ବଙ୍ଗଳାଦେଶରେ ମକର ସଂକ୍ରାନ୍ତି ଦିନ ଲୋକେ ସାକରାଇନ ପର୍ଵ ପାଳନ କରନ୍ତି । ଏହିଦିନ ବଙ୍ଗଳାଦେଶରେ ଗୁଜରାଟ ଭଳି ଗୁଡି଼ ଉଡା଼ଯାଏ ।

ମକର ସଂକ୍ରାନ୍ତି ଆପଣଙ୍କ ଅଞ୍ଚଳରେ କେମିତି ପାଳନ୍ତି ଏବଂ ଓଡ଼ିଶାରେ କେଉଁଠି କେଉଁଠି ମକରମେଳା ହୁଏ ଜଣେଇବାକୁ ଅନୁରୋଧ ରହିଲା !

ଏକ ମୌଳିକ ଓ ପ୍ରାଚୀନ ଓଡ଼ିଆ ଶବ୍ଦ: ଆଈଆଈ

ଜାପାନରେ କୋଡ଼ିଏ ହଜାର ପାଖାପାଖି Ainu ଜନଜାତିର ଲୋକେ ଥିଲେ ବି ସେମାନଙ୍କର ମୂଳ Ainu ଭାଷାରେ ମାତ୍ର ପାଞ୍ଚ ଦଶଜଣ ଲୋକ କଥାଭାଷା ହୋଇପାରୁଛନ୍ତି । ମରିଵାକୁ ବସିଥିଵା...