Saturday, January 25, 2020

ଓଡ଼ିଶାର ପ୍ରଥମ ସ୍ଵାଧୀନତା ସଂଗ୍ରାମୀ ଵିପ୍ଳଵୀ କୃଷ୍ଣଭଞ୍ଜ

ଯେତେବେଳେ ସର୍ଵଭାରତୀୟ ସ୍ଥରରେ ସ୍ଵତନ୍ତ୍ରତା ସଂଗ୍ରାମ କଣ୍ ବୋଲି ସାଧାରଣ ଲୋକ ଜାଣିନଥିଲେ ସେତେବେଳେ ସେ ଓଡ଼ିଶାରେ ପ୍ରଥମ ସ୍ଵାଧୀନତା ସଂଗ୍ରାମର ଶଂଖନାଦ କରିଥିଲେ । ଯିଏ ଏହି ଶଙ୍ଖନାଦର ଆଦ୍ଯ ଉଦ୍ଘୋଷକ ସେହି ମହାପୁରୁଷଙ୍କ ଜନ୍ମ ଅଵିଭକ୍ତ ଗଞ୍ଜାମର ଘୁମୁସର ରାଜବଂଶରେ ୧୭୧୯ ମସିହାରେ ହୋଇଥିଲା ।

ତାଙ୍କୁ ସମସ୍ତେ ଵିପ୍ଳଵୀ କୃଷ୍ଣଭଞ୍ଜ ନାମରେ ଜାଣନ୍ତି । ସେ ଥିଲେ ଜଣେ ସ୍ଵାଧୀନ ଚେତା ଵୀରପୁରୁଷ । ସେତେଵେଳେ ମରାଠାମାନଙ୍କ ଅଧିନରେ ଓଡ଼ିଶାର ଅନେକ ଅଞ୍ଚଳ ସମେତ ଘୁମୁସର ମଧ୍ୟ ରହିଥିଲା । ମରାଠାମାନେ ୧୭୫୩ମସିହାରେ ଘୁମୁସର ଅଞ୍ଚଳକୁ ସେଠାକାର ରାଜା ଓ ପ୍ରଜାଙ୍କ ଅନୁମତି ନ ନେଇ ଫରାସୀମାନଙ୍କୁ ଵିକ୍ରି କରିଦେଇଥିଲେ ।

ଫରାସୀମାନେ ଘୁମୁସର ରାଜ୍ୟର ସର୍ଵେସର୍ଵା ହୋଇଗଲେ ଫଳରେ କୃଷ୍ଣଭଞ୍ଜ ସମେତ ଅନେକ ସ୍ଵାଧୀନଚେତା ଲୋକେ ସେମାନଙ୍କ ଵିପକ୍ଷରେ ସେସି ଵର୍ଷ ଯୁଦ୍ଧ ଘୋଷଣା କରିଥିଲେ ।

ଇତିହାସରେ ଏହି ଯୁଦ୍ଧ ପ୍ରଥମ ଘୁମୁସର ଯୁଦ୍ଧ ନାମରେ ଉଲ୍ଲେଖ ହେଵା ଯୋଗ୍ଯ କାରଣ ଓଡ଼ିଶାରେ ଏହା ପୂର୍ଵରୁ କେଉଁଠି ବି ଵୈଦେଶିକ ଶାସକଙ୍କ ଵିପକ୍ଷରେ ଏଭଳି ଯୁଦ୍ଧ ହୋଇନଥିଲା ।

ଏ ଯୁଦ୍ଧରେ ଫରାସୀମାନଙ୍କର ଅନେକ କ୍ଷତି ହେଲା ଫଳରେ ବାଧ୍ଯ ହୋଇ ସେମାନେ ଵିପ୍ଳଵୀମାନଙ୍କର ସନ୍ଧି କଲେ ।  ସନ୍ଧି ଅନୁସାରେ ଵିପ୍ଳଵୀ କୃଷ୍ଣଭଞ୍ଜଙ୍କୁ ଘୁମୁସର ରାଜ୍ୟର ରାଜଭାର ପୁନଃ ପ୍ରଦାନକରାଯାଇଥିଲା କିନ୍ତୁ ପ୍ରକୃତରେ ଶାସନର ସବୁ କ୍ଷମତା ଫରାସୀମାନଙ୍କ ହାତରେ ହିଁ ରହିଥିଲା ।

ତେଵେ ଵିପ୍ଳଵୀ କୃଷ୍ଣଭଞ୍ଜ ଫରାସୀମାନଙ୍କୁ ଏ ଦେଶରୁ ଵିତାଡି଼ତ କରିଵାର ତାଙ୍କ ଭଵିଷ୍ଯତ ଯୋଜନା କାର୍ଯ୍ୟକାରୀ କରିଵା ପାଇଁ ଜାଣିଶୁଣି ଏଭଳି ସନ୍ଧି କରିଥିଲେ ।

ଚାରିଵର୍ଷ ପରେ ୧୭୫୭ ମସିହାରେ ଫରାସୀ ଜେନେରାଲ୍ ଡି. ବସ୍ ଗଞ୍ଜାମର ଵିଭିନ୍ନ ଜମିଦାର ଓ ରାଜାମାନଙ୍କଠାରୁ ସେମାନଙ୍କ ବକାୟା ପାଉଣା ଦେଵାକୁ ବାଧ୍ୟ କଲେ ଏଣେ ସାଧାରଣ ଜନତାଙ୍କ ଉପରେ ମଧ୍ୟ ସେମାନଙ୍କ ଅତ୍ଯାଚାର ଦିନୁଁ ଦିନ ବଢିବାରେ ଲାଗିଥିଲା ।

ସେଇ ଵର୍ଷ ନଭେମ୍ବର ମାସରେ ଅନେକ ଜମିଦାର ,ଓଡ଼,ବେଣାଏତ ଓ କାଳାଞ୍ଜୀ ଯୋଦ୍ଧା ତଥା ସ୍ଥାନୀୟ ଵିପ୍ଳଵୀମାନେ କୃଷ୍ଣଭଞ୍ଜଙ୍କ ନେତୃତ୍ୱରେ  ଫରାସୀଵାହିନୀଙ୍କ ଵିପକ୍ଷରେ ଭୀଷଣ ଯୁଦ୍ଧ କରିଥିଲେ ।

ଫରାସୀଵାହିନୀକୁ କୌଣସି ପ୍ରକାରେ ଘୁମୁସରର ଘନ ଜଙ୍ଗଲ ମଧ୍ୟକୁ ଆଣି ସେମାନଙ୍କୁ ଗରିଲା ଯୁଦ୍ଧ ବଳରେ ପ୍ରତିହତ କରିଵାର ଯୋଜନା ହୋଇଥାଏ । ପ୍ରଥମେ ପ୍ରଥମେ ଏଥିଯୋଗୁଁ ଫରାସୀଵାହିନୀକୁ ଅନେକ କ୍ଷତି ସହିଵାକୁ ହେଲା । ଫରାସୀମାନେ ଵିପ୍ଳଵୀ କୃଷ୍ଣଭଞ୍ଜଙ୍କ ଜଣେ ଚାକରକୁ ଧନଲୋଭ ଦେଇ ତାହାଠାରୁ ଵିପ୍ଳଵୀମାନଙ୍କ ଜଙ୍ଗଲଦୁର୍ଗ ଵିଷୟରେ ସବୁ ଜାଣିଲେ ।

ଯୁଗେ ଯୁଗେ ଵିଶ୍ଵାସଘାତକଙ୍କ ଯୋଗୁଁ ବଡ଼ ବଡ଼ ଯୁଦ୍ଧରେ ଵିଜୟୀ ପକ୍ଷ ପରାଜିତ ହୋଇଛି । ଵିପ୍ଳଵୀ କୃଷ୍ଣଭଞ୍ଜ ମଧ୍ୟ ନିଜ ଵିଶ୍ଵାସଘାତକ ଭୃତ୍ଯ ଯୋଗୁଁ ବନ୍ଦୀ ହେଲେ ଓ  
୧୭୭୩ ମସିହାରେ ତାଙ୍କର ଦେହାଵସାନ ହୋଇଥିଲା ।
ରାଜା କୃଷ୍ଣଭଞ୍ଜଙ୍କର ସୁପୁତ୍ର ଵିକ୍ରମ ଭଞ୍ଜ ଏହାର କେତେକ ଵର୍ଷପରେ ଇଂରେଜମାନଙ୍କ ଵିପକ୍ଷରେ ଆନ୍ଦୋଳନ କରି ଦୁଇଵର୍ଷକାଳ ସେମାନଙ୍କୁ ହନ୍ତସନ୍ତ କରିପକାଇଥିଲେ । ସେ ଥରେ ଏକାକି ପଡୋ଼ଶୀ ମରହଟ୍ଟା ଅଞ୍ଚଳରେ ଆତର୍କିତ ଆକ୍ରମଣ କରି କୋଡି଼ଏ ଜଣ ଇଂରେଜ ସୈନିକ ସମେତ ଅନେକ ସିପାହୀଙ୍କୁ ମାରିଦେଇଥିଲେ ।

ଅଵଶ୍ୟ ଓଡ଼ିଶାର ଘୁମୁସର ଭଳି ତାମିଲନାଡୁରେ ମଧ୍ୟ ୧୭୫୭ ମସିହାରେ  ଵିପ୍ଳଵୀ Maveeran Alagumuthu Kone ୧୭୫୭ରେ ଇଂରେଜମାନଙ୍କ ଵିପକ୍ଷରେ ଯୁଦ୍ଧ କରି ନିହତ ହୋଇଥିଲେ ।

ତେଵେ ଦୁଃଖ ଓ ପରିତାପର ଵିଷୟ ଆଜି ତାମିଲ୍ ଯୋଦ୍ଧା Maveeran Alagumuthu Koneଙ୍କ ନାଆଁଟି ଅଳ୍ପବହୁତେ ଜଣାଶୁଣା ଥିଵାଵେଳେ ଓଡ଼ିଶାର ପ୍ରଥମ ସ୍ଵାଧୀନତା ସଂଗ୍ରାମୀ ରାଜାକୃଷ୍ଣଚନ୍ଦ୍ର ଭଞ୍ଜଙ୍କ ନାମ ଭାରତ କଣ୍ ଓଡ଼ିଶାରେ ସୁଦ୍ଧା ଅନେକ ଲୋକଙ୍କୁ ଜଣାନଥିଵ । ଓଡ଼ିଶାର ଏହି ଵୀର ସଂଗ୍ରାମୀଙ୍କ ଵିଷୟରେ କେମିତି ଅଧିକରୁ ଅଧିକ ଜାଣିଵେ ସେଥିପାଇଁ ସର୍ଵଭାରତୀୟ ସ୍ଥରରେ ପ୍ରଚେଷ୍ଟା କରିଵା ପ୍ରତ୍ୟେକ ଓଡ଼ିଆଙ୍କ କର୍ତ୍ତଵ୍ଯ ।

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...