ଭାଷା ଓ ଉପଭାଷା ମଧ୍ୟରେ ପରସ୍ପର ବୋଧଗମ୍ୟତା ଅନୁସାରେ ଭେଦ ଦେଖାଯାଏ । ଏହି ବୋଧଗମ୍ୟତା ର ଚାରୋଟି ସ୍ତର ଅଛି ।
୧.ପୂର୍ଣ୍ଣ ବୋଧଗମ୍ୟତା
୨.ଅପୂର୍ଣ୍ଣ ବୋଧଗମ୍ୟତା
୩.ଆଂଶିକ ବୋଧଗମ୍ୟତା
୪.ଶୂନ୍ୟ ବୋଧଗମ୍ୟତା
ଏହି ସ୍ତର ଗୁଡିକ ର ଆଧାର ରେ ହିଁ
ବ୍ୟକ୍ତିବୋଲୀ,ଉପବୋଲୀ,ବୋଲୀ ଵା ଉପଭାଷା ତଥା ଭାଷା ମଧ୍ୟରେ ପୃଥକୀକରଣ ନିର୍ଦ୍ଧାରିତ ହୋଇଥାଏ ।
ପୂର୍ଣ୍ଣ ବୋଧଗମ୍ୟତା ଏକ ଉପଭାଷା କ୍ଷେତ୍ରରେ ରହୁଥିବା ଵ୍ୟକ୍ତି ଵିଶେଷ ଙ୍କ ପ୍ରାୟ ସମାନ
ଵାକ୍ୟପ୍ରଵୃତ୍ତି ର ସଂକେତ ଦେଇଥାଏ ।
ଅନ୍ୟ ବୋଧଗମ୍ୟତା ସ୍ତର ଗୁଡ଼ିକ ରେ ଏହାର ମାତ୍ରା ଧୀରେ ଧୀରେ କମିକମିଯାଏ ।
ଗୋଟିଏ ଭାଷାର ଲୋକ ଯଦି ତହିଁ ର ଏକ
ଉପଭାଷା କୁ ଭଲ ଭାବରେ ବୁଝି ପାରନ୍ତି ତେବେ ତାହା ସଂପୂର୍ଣ୍ଣ ବୋଧଗମ୍ୟତା ଅଟେ । ସେଇଭଳି
ଯଦି କୋୖଣସି ଉପଭାଷା କୁ ତହିଁ ର ମୂଳ ଭାଷା ଜାଣିଥିବା ଵ୍ୟକ୍ତି ଆଦୌ ବୁଝିପାରନ୍ତି ନାହିଁ ତେବେ ତାହା ଶୂନ୍ୟ ବୋଧଗମ୍ୟତା ଵିବେଚିତ ହୋଇଥାଏ ।
ଵର୍ଣ୍ଣନାତ୍ମକଭାଷାଵିଜ୍ଞାନର ଆଧୁନିକତମ ମାନ୍ୟତା ଅନୁଯାୟୀ ପ୍ରତ୍ୟେକ ଵ୍ୟକ୍ତିର
ଅନ୍ୟ ଵ୍ୟକ୍ତି ଠାରୁ ଵାକ୍ୟପ୍ରଵୃତ୍ତି ପୂର୍ଣ୍ଣତଃ ସମାନ ହୋଇନଥାଏ । କିନ୍ତୁ ତଥାପି ଏହି ଵିଭିନ୍ନତା ଏତେ ସ୍ଥୁଳ ହୋଇନଥାଏ ଯେ ସେମାନେ ପରସ୍ପରର କଥା ଆଦୌ ବୁଝିପାରିବେନି ।
ଏହି ଭଳି ଵ୍ୟକ୍ତି ଗତ ଵାକ୍ୟପ୍ରଵୃତ୍ତି ଗୁଡ଼ିକ ର ସମନ୍ୱୟ କୁ ଵ୍ୟକ୍ତିବୋଲୀ କୁହାଯାଏ ଏବଂ
ଵ୍ୟକ୍ତିବୋଲୀ ଗୁଡ଼ିକ ର ସମନ୍ୱୟ ରେ
ଉପବୋଲୀ ଗଠିତ ହୋଇଥାଏ ।
ଉପବୋଲୀ ଗୁଡିକ ସମ୍ମିଶ୍ରଣ ରେ
ବୋଲୀ ବା ଉପଭାଷା ର ସୃଷ୍ଟି ହୋଇଥାଏ ।
ଵିଭିନ୍ନ ଅଞ୍ଚଳର ବୋଲୀ ବା ଉପଭାଷା ଗୁଡ଼ିକ ର ସମନ୍ୱୟ ରେ ଗୋଟିଏ ଭାଷା ଵିକାଶ ଲାଭ କରିଥାଏ ।
ଏ କଥାକୁ ଆହୁରି ସହଜରେ ବୁଝିବା ହେତୁ
ନିଜ ଅଞ୍ଚଳରେ ଟିକିଏ ଅନୁଧ୍ୟାନ କରି ଦେଖନ୍ତୁ ।
ଦେଖିବେ ପ୍ରତ୍ୟେକ ମଣିଷର ଵାକ୍ୟପ୍ରଵୃତ୍ତି
ମଧ୍ୟରେ ତାରତମ୍ୟ ,
ବ୍ରାହ୍ମଣ, କ୍ଷତ୍ରିୟ, ଖଣ୍ଡାଏତ ବୈଶ୍ୟ ଠାରୁ ଶୁଦ୍ର
ଏମିତି କି ସାହି ସାହି ମଧ୍ୟରେ
ପରସ୍ପର ର ଶବ୍ଦ ଓ ତହିଁ ର ଵ୍ୟଵହାର ମଧ୍ୟରେ କିଛି କିଛି ଫରକ ଦେଖାଯାଇଥାଏ ।
ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ସେଇଭଳି ଭିନ୍ନ ଭିନ୍ନ ବୋଲୀ ବା ଉପଭାଷା ପ୍ରଚଳିତ ଅଛି ।। ଦକ୍ଷିଣ ଓଡ଼ିଶାର ଲୋକଭାଷା ଠାରୁ ଉତ୍ତର ଓଡ଼ିଶାର, ପୂର୍ବ ଓଡ଼ିଶାର ଲୋକଭାଷା ଠାରୁ ମଧ୍ୟ ଓଡ଼ିଶା ଏବଂ ପଶ୍ଚିମ ତଥା ଦକ୍ଷିଣ ପଶ୍ଚିମ ଓଡ଼ିଶାର ଲୋକଭାଷା ମଧ୍ୟରେ କିଛି କିଛି ଶବ୍ଦ ଓ ତହିଁ ର ଵ୍ୟଵହାରଗତ ପାର୍ଥକ୍ୟ ଦୃଷ୍ଟିଗୋଚର ହୋଇଥାଏ କିନ୍ତୁ ଏହାର ଅର୍ଥ ଏହା ନୁହେଁ ଯେ ସେସବୁ ଉପଭାଷା ମାନ ଓଡ଼ିଆ ଭାଷାର ଅଙ୍ଗ ନୁହେଁ....
ଭାଷା ବିଜ୍ଞାନ ର ଏହି ସାଧାରଣ ନିୟମଟିକୁ ନଜାଣି ଥିବା ହେତୁ ଓଡ଼ିଶାର
ସୀମାଵର୍ତ୍ତୀ ଅଞ୍ଚଳର କିଛି ଶିକ୍ଷିତ ଲୋକେ
ମନମୁତାବକ ତାଙ୍କ ଅଞ୍ଚଳର ପାର୍ଶ୍ଵରେ ଥିବା ପଡୋଶୀ ରାଜ୍ୟର ଭାଷା ଗୁଡ଼ିକ ସହ ନିଜ
ଉପଭାଷା,ଲୋକଭାଷା ଗୁଡିକ ର କିଛି କିଛି ଶବ୍ଦ ଓ ଵାକ୍ୟଗଠନଗତ ସାମଜସ୍ୟତା ଦେଖି
ତାହାକୁ ଏକ ଭିନ୍ନ ସ୍ଵତନ୍ତ୍ର ଭାଷା ବୋଲି ପ୍ରମାଣ କରିବାକୁ ଲାଗିପଡନ୍ତି ।
ଉଦାହରଣ ସ୍ୱରୂପ ପଶ୍ଚିମ ଓଡିଶା ମଧ୍ୟ ଓଡି଼ଶା ତଥା ଦକ୍ଷିଣ ପଶ୍ଚିମ ଓଡ଼ିଶାର ଭୂଭାଗର ଓଡ଼ିଆ ଭାଷାର ଉପଭାଷାଗୁଡି଼କର ସ୍ଵତନ୍ତ୍ରତା ନଷ୍ଟକରିଦେଇ ତହିଁ ରେ ହିନ୍ଦୀ ଓ ଛତିଶଗଡ଼ ଅଞ୍ଚଳର କେତେକ ଆଞ୍ଚଳିକ ଶବ୍ଦ ମିଶ୍ରଣ କରି ତଥାକଥିତ #ଫେକ୍କୋଶଲୀ ଭାଷା ଗଠନ କରାଯାଇଛି ଏବଂ କୁହାଯାଉଛି ଯେ ତାହା ହିନ୍ଦୀ ର ଏକ ଉପଭାଷା ଏବଂ
କିଛି ଭୁଷ୍ ପଣ୍ଡିତ ତ ଏଯାବତ କହୁଛନ୍ତି ଯେ
#ଫେକ୍କୋଶଲୀ ଟି ପୂର୍ଵୀହିନ୍ଦୀ 😀😀
କିନ୍ତୁ ଏଠାରେ ସେମାନେ
ପାରସ୍ପରିକ ବୋଧଗମ୍ୟତା ବିଷୟରେ ଅଧ୍ଯୟନ କରିବା ଟା ନିତାନ୍ତ ଭୂଲିଯାଅନ୍ତି ଫଳରେ ସେମାନଙ୍କ ଵିଶ୍ଵାସନିୟତା ଉପରେ ପ୍ରଶ୍ନଵାଚୀ ସୃଷ୍ଟି ହୋଇଥାଏ ।
ବସ୍ତୁତଃ ଓଡ଼ିଶାର ଵିଭିନ୍ନ ଅଞ୍ଚଳର ଲୋକ ପରସ୍ପର ର ଉପଭାଷା ସହଜରେ ବୁଝି ପାରନ୍ତି ଏବଂ ମଧ୍ୟ ଓଡ଼ିଶାର ଗୋଟିଏ ଲୋକ ଦକ୍ଷିଣ ଓଡ଼ିଶାର ଲୋକଙ୍କ ସହ ରହିଲେ ଆପେ ଆପେ ତାଙ୍କ ବୋଲୀ ଵା ଉପଭାଷା ରେ କଥାଭାଷା ହେବା ଆରମ୍ଭ କରିଦେଇଥାଏ । ଓଡ଼ିଆ ଲୋକଙ୍କ ଭିନ୍ନ ଭାରତର ଅନ୍ୟ ଅଞ୍ଚଳର ଲୋକଙ୍କ ପାଇଁ ଏଭଳି କରିବା ସହଜ୍ୟସାଧ୍ୟ ନୁହେଁ ଫଳରେ ସେମାନଙ୍କୁ ଓଡ଼ିଆ ଭାଷା ଓ ତହିଁର ବୋଲୀକୁ ବୁଝିଵାକୁ ଅଧିକ ପରିଶ୍ରମ କରିଵାକୁ ପଡି଼ଥାଏ ।
ପ୍ରାଚୀନ କାଳରେ ଆଗଙ୍ଗା ଗୋଦାବରୀ ପରିବ୍ୟାପ୍ତ କଳିଙ୍ଗଦେଶର ଅର୍ଦ୍ଧେକ ପ୍ରାୟ ଅଂଶ ସମ ଚାରୁକଳାର ଦେଶ ଉତ୍କଳ ଉଡ୍ରରାଷ୍ଟ୍ର ଓଡ଼ିଶାର ଯେମିତି ଭାଷାଗତ ,ଆଞ୍ଚଳିକ ଵୈଷମ୍ୟ ଉତ୍ପନ୍ନ କରି ଆଜିକାଲି ଵିଭାଜନ କରିଦେଵାକୁ ଚେଷ୍ଟା କରାଯାଉଛି
ତାହାର ମୂଳଦୁଆ ଯେ କେତେ କ୍ଷଣସ୍ଥାୟୀ
ତାହା ଉକ୍ତ ଚକ୍ରାନ୍ତକାରୀ ମଧ୍ୟ ଭଲଭାବରେ ଜାଣନ୍ତି ତେଣୁ ସେମାନେ ଇତିମଧ୍ୟରେ
ସ୍ଵ ସ୍ଵ ତଥାକଥିତ
ଫେକ୍ ଭାଷାରେ
ପରଭାଷାର ସହସ୍ର ସହସ୍ର ଶବ୍ଦ ଓ ଅର୍ଥ ଆଣି ମିଶେଇଲେଣି ।
ସେ ଫେକ୍ ଭାଷାଟି ସମୃଦ୍ଧ ହୋଇ ମୂଳ ଭାଷାଠାରୁ କେମିତି ଶିଘ୍ରାତିଶିଘ୍ର ଭିନ୍ନ ଜଣାପଡି଼ ଆଞ୍ଚଳିକ ପାରସ୍ପରିକ ବୋଧଗମ୍ୟତା
ଶୂନ୍ୟ ଅଵସ୍ଥା ଲାଭକରୁ ତହା ହିଁ ତାଙ୍କ ପ୍ରଧାନ ଲକ୍ଷ । ସେଥିପାଇଁ ସ୍ଵ ସ୍ଵ ଫେକ୍ ଭାଷାକୁ ସମୃଦ୍ଧ କରିବା ପାଇଁ ଉକ୍ତ ଭାଷା ପାଇଁ ଵିଭିନ୍ନ ସ୍କୁଲ ,କଲେଜ୍ ବହି ଓ ପତ୍ରପତ୍ରିକା ଏବଂ ଅଭିଧାନ ପ୍ରଣୟନ କରିଵାରେ ଲାଗିଛନ୍ତି ।
ବିଛିନ୍ନତାଵାଦୀ ଏପଟେ ନିଜକୁ ଅଧିକରୁ ଅଧିକ ସଶକ୍ତ କରୁଥିଲାଵେଳେ ଓଡ଼ିଆ ସ୍ଵାଭିମାନୀ,ଓଡ଼ିଆ ବୁଦ୍ଧିଜୀବୀ ,ସାହିତ୍ୟକାର ଓ ପାଠକ ତଥା
ସରକାର ଯାଏଁ ସମସ୍ତେ ଏସବୁ ଘଟଣା ଦେଖି ନଦେଖିଲା ଭଳି ଆଖି ଫେରେଇ ନେଉଛନ୍ତି ।
ବର୍ତ୍ତମାନ ସୀମାନ୍ତ ଅଞ୍ଚଳରେ ଯେଉଁ ଭଳି ଭାଵେ ବିଶାଳ କଳିଙ୍ଗ ରାଷ୍ଟ୍ରର ଖଣ୍ଡିତ ଅଂଶ
ଓଡ଼ିଶାକୁ ଵିଭାଜନ ପାଇଁ ଚେଷ୍ଟା କରାଯାଉଛି
ତହିଁ ପ୍ରତି ଓଡ଼ିଆ ଲୋକ କି ସରକାର ର କ’ଣ କିଛି ଦାୟିତ୍ୱ ନାହିଁ ?
ଖାଲି ପଖାଳ କଂସା,ଭଜନ କୀର୍ତ୍ତନ ଆଉ ରାଜନୀତି ରେ ମୁଣ୍ଡ ପୁରେଇ କ’ଣ ଏ ଜାତି ଦିନେ ନିଜେ ଖଣ୍ଡଵିଖଣ୍ଡିତ ହୋଇ ନିଜର ଶେଷ ନିଶ୍ଵାସ ତ୍ୟାଗ କରି ମରିଯିଵ ? ....
No comments:
Post a Comment