Wednesday, January 1, 2020

ଚରଣ ଚୁଟିଆ

ଛତରଖିଆ ସେ କଳା ଇଁରେଜେ,
ପଶ୍ଚିମା ଲୋକଙ୍କ ମହିମା ଭଜେ !

ତମେ ଭାରତୀୟ ତା ପାଇଁ ଛାର,
ୟୁରୋପବାସୀଙ୍କ ବାଳକୁ ସାର !

ଗାଏ ସଦା ସିଏ ବିଲାତ ଶ୍ରେଷ୍ଟ,
ସୁଖ ପାଏ ଦେଖି ତାଙ୍କର ହିତ !

ବିଲାତି ପରବ ଆନନ୍ଦେ ପାଳେ,
ଦେଶିଆ ଶୁଣିଲା ମାତ୍ରକେ ଚିଡ଼େ !

ପଶ୍ଚିମାଙ୍କ ମୁଖୁଁ ମଧୁ ନିଗିଡ଼େ,
ଅଧରପାନକୁ ମନଟି କରେ !

ଦେଶିଆ ଯାକର ମୁଖ ଗନ୍ଧିଆ,
ଛତରଖିଆ ଟା ମୁହଁକୁ ମୋଡ଼େ !

ୟୁରୋପ ଦେଶର ବେଧ ବେଧେଇ,
ଛତରଖିଆଙ୍କ ବୋପା କି ଭାଇ ?

ତାଙ୍କ ପାଇଁ ଓକିଲାତି କରନ୍ତି,
ଚରଣ ଚୁଟିଆ ମାଙ୍କୁ କହନ୍ତି !

No comments:

Post a Comment

•Project Karachi: ଭାରତ ପାକିସ୍ତାନର ଏକ ଅର୍ଥନୈତିକ ଯୁଦ୍ଧ•

ପାକିସ୍ତାନ , ଆମ ଦେଶକୁ ସାମରିକ ଯୁଦ୍ଧରେ ପରାସ୍ତ କରିଵାରେ ଵିଫଳ ହେଵା ପରେ ଏକ ଅଦୃଶ୍ୟ ଯୁଦ୍ଧ ଆରମ୍ଭ କରିଦେଇଥିଲା। ଏହି ଯୁଦ୍ଧର ନାମ ଥିଲା Project Karachi। ଏହା ...