Friday, September 26, 2014

ଅତିଥି ଏବଂ ପଡ଼ୋଶୀ

ସଂସାର ରେ ଦୁଇ ପ୍ରକାର ର ଜୀବ ଙ୍କ ବିଷୟ ରେ ଜାଣିବା ପାଇଁ ବୈଜ୍ଞାନିକ ଆଜି ବି ଗବେଷଣା କରୁଛନ୍ତି , ସେ ଦୁଇ ପ୍ରକାର ର ଜୀବ ହେଲେ ଅତିଥି ଏବଂ ପଡ଼ୋଶୀ । ସମୟ ଖରାପ ଥିଲେ ଏମାନେ ମଣିଷ ର କ୍ଷତି କରିଥାନ୍ତି କିନ୍ତୁ କିସ୍ମତ ଭଲ ଥିଲେ କଚ୍ଚେ ପୁଅ ବାର !!! ଅତିଥି ମାନଙ୍କ ସମ୍ଭନ୍ଧ ରେ ବୋଲିବୁଡ଼ ରେ ଏକ ଫିଲ୍ମ ଅଛି "ଅତିଥି ତୁମ କବ୍ ଜାଓଗେ" ! ଫିଲ୍ମ ରେ ଅତିଥି ନାମକ ତୁଛ ଜୀବ ର ଗୁଣ ଦୂର୍ଗୁଣ କୁ ହାସ୍ୟରସ ସହ ପରିବେଷଣ କରା ଯାଇଅଛି । କିନ୍ତୁ ପଡ଼ୋଶୀ ମାନଙ୍କ ବିଷୟ ରେ ସେଭଳି କୌଣସୀ ଖାସ ଫିଲ୍ମ ବନାଯାଇନାହିଁ କାରଣ ଆମ ସମସ୍ତ ଙ୍କ ମୁଣ୍ଡ ଖାଇବାକୁ ଗାଁ ଠାରୁ ସହର ଯାଏଁ ପଡ଼ୋଶୀ ଙ୍କ ଲାଇନ ଲାଗିଛି । ଅତିଥି ତ ଦିନ ଦୁଇ ଦିନ ଆସି ନାଟ ତାମସା ଲଗେଇ ଚାଲିଯାଅନ୍ତି କିନ୍ତୁ ପଡ଼ୋଶୀ ମାନଙ୍କ ଦୌରାତ୍ମ ରେ ସାରା ଜୀବନ ଟା ଦୁଃଖ ଦୂର୍ଦଶା ରେ କଟିଯାଏ । ଟିକେ ଟିକେ କଥା ରେ ଝଗଡ଼ା କରି ସେମାନେ ଆପଣଙ୍କ ଗୁଡ଼୍ ଡ଼େ କୁ ବୈଡ଼ ଡ଼େ କରିଦିଅନ୍ତି । ଆପଣ ଅଫିସ କି ବିଲ ରୁ ଫେରି ଘରେ ଟିକେ ଆରାମ କରୁଥିବେ ଆପଣଙ୍କ ପଡ଼ୋଶୀ ତାଙ୍କ ସ୍ତ୍ରୀ ଙ୍କୁ ଧରି ପାଲା ଆରମ୍ଭ କରିଦେବେ , ଗାଁ ରେ ତ କିଛି ଅଛନ୍ତି ତାଙ୍କର ଟାଇମ ଫିକ୍ସ୍ ଥାଏ ଠିକ୍ ଟାଇମ ରେ କଳିକଜିଆ କରିବେ । ଲୋକେ ଅତିଥି ର ଉଦାହରଣ ଦେବା କୁ ଯାଇ ଶକୁନି ଆଦି ଙ୍କ ନାମ ନିଅନ୍ତି କିନ୍ତୁ ସେମାନେ ପଡୋଶୀ ମାନଙ୍କ ଉଦାହରଣ ଦେବାସମୟରେ ଦ୍ବନ୍ଦ ରେ ଥାଅନ୍ତି କି କାହା ନାଁ ନେବେ ? ମଣିଷ କଥା ଛାଡ଼ ଆମ ଦେଶ ର ପଡ଼ୋଶୀ ଦେଶ ଗୁଡ଼ିକ ଙ୍କର ବିଚାରଧାରା କେତେ ନ୍ୟୁନ ତାହା ଆମେ ସମସ୍ତେ ଜାଣୁ । ଯେଉଁ ଦେଶ ର ପାକିସ୍ତାନ ଚୀନ ଭଳି ପଡୋଶୀ ଥିବେ ସେ ଦେଶ ର ବିକାଶ କେମିତି ହେବ ? ୧୯୬୨ ରେ ଚୀନ ର ଜଣେ ରାଷ୍ଟ୍ରପତି ଭାରତ ର ଅତିଥି ହୌଇ ଆସିଥିଲେ , ଭାରତ ର ଅସ୍ତ୍ରଶସ୍ତ୍ର ଏବଂ ଦୂର୍ବଳ ନେତୃତ୍ଵ ଦେଖି ଘର କୁ ଫେରିଲେ । ଦୁଇ ମାସ ପରେ ଚୀନ କଲା ଭାରତ ଆକ୍ରମଣ ! ବୀକେ ମେନନ, ଜବାହରଲାଲ ଙ୍କ ଭଳି ମୂର୍ଖ ରାଜନେତା ଙ୍କ ପାଇଁ ଭାରତ ହାତରୁ ତିବ୍ବତ ଚାଲିଗଲା । ପାକିସ୍ତାନ ତ ଚାରିଥର ଯୁଦ୍ଧ ଵିରାମ ରାଜିନାମା ସ୍ଵାକ୍ଷର କରି ତାର ଅବମାନନା କରିସାରିଛି । ପାକିସ୍ତାନ ର ଜଣେ ମୂର୍ଖ କିଛିଦିନ ତଳେ କହିଥିଲା କଶ୍ମୀର ମୋର, ମୁଁ ଏକ ଇଂଚ ଭୂମୀ ବୀ ଛାଡ଼ିବିନି !!! ଯେମିତି ତା ବାପ ଅଜା ଙ୍କ ଜାଗିରୀ ଚାଲିଛି କାଶ୍ମୀର ରେ !! ଏଭଳି ପଡ଼ୋଶୀ ଙ୍କୁ ନେଇ ଦେଶ ର ଭଲ ଦିନ କେମିତି କିଭଳି ଆସିବ ?

Sunday, September 21, 2014

କେବେ ବଦଳିବ ଚିନ୍ତାଧାରା ?

ଆଜିକାଲି କାଉ ମାନଙ୍କୁ ମସ୍ତ ଡିନର ମିଲୁଛି , ଗାଁ ସହର ସବୁଠିଁପୈତୃକ ଶ୍ରାଦ୍ଧ ପାଇଁ ଦଉଡ଼ାଦଉଡ଼ି । ବ୍ରାହ୍ମଣ ମାନେ ନିଜନିଜ ଜଜମାନ ଙ୍କ ଠାରୁ ଏଥର ଆଳୁ ଟମାଟର ପିଆଜ ଆଦି ପରିବା ମାଗିନଉଛନ୍ତି ଚାଲ ଦି ଦିନ ତ ମଜା ରେ ବଞ୍ଚିବ ! ଦେଶ ର ଅବସ୍ତା ଯାହା ହେଲାଣୀ ଏଥର ଦୀପାବଳୀ ଦଶହରା ରେ ଲୋକେ ମିଠାପିଠା ଆଦି ବନ୍ଦକରି ପରିବା ନେଣଦେଣ କରିବେ । ଏ ବର୍ଷ କେତେଜଣ ଙ୍କ ବାହାଘର ରେ ପରିବା ଗିଫ୍ଟ ମିଳିବା କଥା ଜଣେ ଭାଇ କହୁଥିଲେ । ମହାନ ଦେଶ ର ମହାନତା କୁ ପରିବା ଅଭାବ ର ଗ୍ରହଣ ଲାଗିଯାଇଛି । ଲୋକେ ବାଡ଼ି ରେ ଆଗ ଭଳି ଲଙ୍କା କି ଶାଗ ଆଦି ଗଛ ଲଗାଉନାହାନ୍ତି ବରଂ ହାଟ ବଜାର ରୁ କିଣି ଖାଉଛନ୍ତି । ଚାଷୀ ପିଲା ଚାଷକାମ ଛାଡ଼ି ଅନ୍ୟ କାମ କରୁଛନ୍ତି । ଡ଼ିଗ୍ରୀଧାରୀ ପିଲା ଗୁଡ଼ା ପୁଣି ବିଲ ରେ ହଳ କରିବେ ? ନା ଶ୍ରମିକ ଙ୍କ ଭଳି କମ୍ପାନୀ ରେ କାମ କରିବେ ? ଶିକ୍ଷିତ ଅର୍ଧଶିକ୍ଷିତ ବେକାର ଟୋକା ମାନେଁ ବାପା ର ଟଙ୍କା ଉଡ଼େଇ ବିଅର ପିଇ ମାତାଲ ହୋଇ ବୁଲନ୍ତି ଆଉ ଯଦି କେହି କୁହେ ଭାଇ ଘରେ କାଇଁ ପଡ଼ି ରହିଚ , ତାକୁ ଅଧିକାଂଶ ଗାଳୀ ତ କେହୀକେହୀ ଲଜିକ ଶୁଣେଇ ଖସିଯାଅନ୍ତି । କିଛି ଭଦ୍ର ବ୍ୟକ୍ତି ଙ୍କ ସହିତ ଏକ ଫେସବୁକ ଗୃପ ରେ ଉଡ଼ିଶାର ଆର୍ଥିକ ଅବନତି ବିଷୟ ରେ ଚର୍ଚ୍ଚା ହେଉଥିଲା । ଜଣେ ଭାଇ ସରକାର ଙ୍କୁ ଦାଇ କଲେ ଆଉ ଜଣେ କହିଲେ ଆମେ ସବୁ ସ୍ଵାର୍ଥପର । କିନ୍ତୁ କେହି ବି ସ୍ଵାବଲମ୍ଭି ଜୀବନ ସପକ୍ଷ ରେ କହିଲେ ନାହିଁ , ଖାଲି ସରକାରୀ ଚାକିରୀ ର ଅଭାବ କଥା କୁ ଉଠେଇ କୁମ୍ଭୀର କାନ୍ଦଣା କାନ୍ଦିଲେ । ଚାକିରୀ ନ ମିଳିଲେ କଣ ଆତ୍ମହତ୍ୟା କରିବ ନା ଘରେ ବସି ଖାଇବ ? ସରକାରୀ ଚାକିରୀ ନ ମିଳୁ ବେପାର କର , ଆଧୁନିକ ପ୍ରଣାଳୀ ରେ କୃଷି କର ନହେଲେ ବ୍ୟାଙ୍କରୁ ଋଣ ଆଣି ଅଟୋ ଆଦି ଚଳାଅ । ଏ କଥା ପ୍ରମାଣ ହୋଇ ସାରିଛି ଯେ କୌଣସୀ ସରକାର ଦ୍ଵାରା ଅଥବା କାନୁନ୍ ଦ୍ଵାରା ସମାଜ ରେ ହଟାତ୍ କିଛି ପରିବର୍ତ୍ତନ ହୋଇନାହିଁ । ତେଣୁ ଯେଉଁ ମାନେ ଅନ୍ୟ ର ଚଷମା ରେ ସୁଖ ସ୍ଵପ୍ନ ଦେଖୁଛନ୍ତି ସେମାନଙ୍କୁ ସମାଜ ର ବାସ୍ତବତା କୁ ହୃଦୟଙ୍ଗମ କରିବାକୁ ଅନୁରୌଧ ।

Sunday, September 7, 2014

"ଅବଧୀଭାଷା"

ଅବଧୀ ହିନ୍ଦୀଭାଷାର ଏକ ଉପଭାଷା । ଉତ୍ତରପ୍ରଦେଶ ର ଲଖନ୍ନୌ, ହରଦୋଇ ,ସୀତାପୁର, ଲକ୍ଷ୍ମୀପୁର, ଫୈଜାବାଦ, ପ୍ରତାପଗଢ, ସୁଲତାନପୁର, ଫତେପୁର, ମିର୍ଜାପୁର, ଜୌନପୁର ଆଦି ଜିଲ୍ଲାରେ ବୋଲାଯାଏ । ଅବଧ ଶବ୍ଦର ବ୍ୟୁତ୍ପତି ଅଯୋଧ୍ୟା ରୁ ହୋଇଅଛି । ଅବଧୀ ଭାଷାରେ ପ୍ରାୟ 6 କୋଟି ଲୋକ କଥା ହୁଅନ୍ତି ଏବଂ ଭାରତ ବ୍ୟତୀତ ନେପାଳ ଏବଂ ମରେସିଅସ୍ ରେ ମଧ୍ୟ ଏହି ଭାଷାକୁ ଅନେକଲୋକ ବୋଲନ୍ତି । ତୁଳସୀଦାସ କୃତ ରାମଚରିତ ମାନସ ଏହିଭାଷାରେ ଲେଖାଯାଇଛି । ଅବଧ କୁ ପୂର୍ବେ କୋସଳ କୁହାଯାଉଥିଲା । ଅବଧୀ ଭାଷାକୁ କିଛି ଲୋକ ବୈସବାଡୀ ମଧ୍ୟ କୁହନ୍ତି କିନ୍ତୁ ବୈସବାଡୀ ଅବଧୀ ର ଏକ ଶାଖା ଏବଂ ଏହାର ଶବ୍ଦ ଅବଧୀ ଶବ୍ଦ ଠାରୁ ସାମାନ୍ୟ ଭିନ୍ନ । ଯେମିତି ଓଡିଆ ଏବଂ ସମ୍ବଲପୁରୀ ଭାଷାରେ ସାମାନ୍ୟ ପ୍ରଭେଦ ଦେଖାଯାଏ । ବୈସବାଡୀ ଭାଷା ପ୍ରାୟତଃ ଓନ୍ନାବ୍ ଲଖନ୍ନୌ ରାୟବରେଲୀ ଏବଂ ଫତେପୁର ଆଦି ଜିଲ୍ଲା ଗୁଡିକରେ ବୋଲାଯାଏ । ରାମଚରିତମାନସ ବ୍ୟତିତ ମଲ୍ଲିକ୍ ମୁହମ୍ମଦ ଜାୟସୀ ଙ୍କ ଦ୍ବାରା ରଚିତ ପଦ୍ମାବତ୍ ଅବଧୀ ଭାଷା ର ଅନ୍ୟତମ କାଳଜୟୀ କୃତୀ । ଭାଷାବିଦ୍ ମାନଙ୍କ ମତରେ ଅବଧୀ ଭାଷାର ଉତ୍ପତ୍ତି ମଧ୍ୟ ମାଗଧୀରୁ ହୋଇଅଛି ସମ୍ଭବତ ଏଥିପାଇଁ ଏହାର କିଛି ଶବ୍ଦ ପାଲୀ ଏବଂ ଓଡ଼ିଆ ଶବ୍ଦ ସହ ସାମଞ୍ଜସ୍ୟ ପରିଲକ୍ଷିତ ହୁଏ । ଅବଧୀଭାଷାର ଲେଖକ କବୀ ମାନଙ୍କ ମଧ୍ୟରେ ରମଇକାକା , ବଂଶୀଧର ଶୁକ୍ଳ, ଦ୍ବାରିକା ପ୍ରସାଦ୍ ମିଶ୍ର, ପ୍ରତାପନାରାୟଣ ମିଶ୍ର, ସୂର୍ଯ୍ୟକାନ୍ତ ତ୍ରିପାଠୀ 'ନିରାଲା' ,ପଂ ମହାବୀର ପ୍ରସାଦ ଦ୍ବିବେଦୀ, ଆଚାର୍ଯ୍ୟ ରାମଚନ୍ଦ୍ର, ଶୁକ୍ଳ କୁବଂର ନାରାୟଣ ଆଦି ଅନ୍ତରରାଷ୍ଟ୍ରିୟ ଖ୍ୟାତି ଲାଭ କରିଛନ୍ତି ।

Friday, August 22, 2014

ପ୍ରଥମଶ୍ରେଣୀ ର ଅଭୂଲା ସ୍ମୃତି

ମୁଁ ଯେତେବେଳେ ପ୍ରଥମଶ୍ରେଣୀରେ ପଢୁଥିଲି ଆମ କନ୍ତିଓ ନୂଆସାହି ଅ.ପ୍ରା. ସ୍କୁଲ୍ ର ପ୍ରଥମଶ୍ରେଣୀ କ୍ଲାସ୍ ରୁମ୍ ଟା ଚାଳଛପର ଥିଲା । ପ୍ରଥମଶ୍ରେଣୀ ର ଦୁଇଟି ଘଟଣା ମୋର ଆଜି ବି ମନେ ଅଛି । ==> ଥରେ ସ୍କୁଲ୍ ଯିବା ସମୟରେ ପ୍ରବଳ ବର୍ଷା ହେଉଥିଲା ମାଆ କହିଲା ଆଜି ସ୍କୁଲ୍ କୁ ଯାଅ ନାହିଁ । ମୁଁ ଖୁସ୍ ହେଇଗଲି ଯା ହେଉ ଗୋଟାଏ ଦିନ ରେସ୍ଟ ମିଳିଗଲା । ମୋ ବାପା ଙ୍କୁ କିଏ ଯାଇ ଏ କଥା କହିଦେଲା । ବାପା ରାଗିଲେ ମୋତେ ଛତା ଦେଇ ସ୍କୁଲ୍ କୁ ଯିବାକୁ କହିଲେ । ମୁଁ କାନ୍ଦିକାନ୍ଦି ସ୍କୁଲ୍ କୁ ଗଲି , ଯାଇ ଦେଖିଲି ମୋ କ୍ଲାସ୍ ର କେହି ବି ଆସି ନାହାଁନ୍ତି । ମୁଁ ଫେରିଯାଉଥିଲି ସେତେବେଳେ ଆମ ପ୍ରିନ୍ସିପଲ୍ ତୃତୀୟଶ୍ରେଣୀ ରୁ ମୋତେ ଡାକିଲେ ମୁଁ ତାଙ୍କ ପାଖକୁ ଗଲି । ସେ ମୋତେ ମୋ ବାପା ଙ୍କ ନାଁଆ ପଚାରିଲେ ମୁଁ କହିଲି । ସାର୍ ଖୁସି ହୋଇ କହିଲେ ତୁମେ ଏକେଲା କଣ୍ ପଢିବ ଆଜି ଘରକୁ ଚାଲିଯାଅ । ==> ଥରେ ବାପି ଆଉ ମୋର କ୍ଲାସ୍ ରୁମ୍ ରେ ଝଗଡ଼ା ହେଲା ସେ ମୋତେ ମାରିଲା ମୁଁ ଝଗଡ଼ା କଲି ଅମର ସାର୍ ଆସି ମୋତେ ଛାଟରେ ମାରିଲେ । ମୁଁ ରାଗି କି ସାର୍ ଙ୍କ ହାତରୁ ଛାଟ ଛଡେଇ ନେଇ ଭାଙ୍ଗି ଦେଇଥିଲି । ମୋ କ୍ଲାସ୍ ମେଟ୍ ଲଳିତ କେତେଥର ଏ କଥା ଟା କହିଛି ।

Monday, August 18, 2014

କାହ୍ନା ମୋ Best freind

ମୋତେ ଯଦି କେହି ପ୍ରଶ୍ନ କରେ ତୁମର ବେଷ୍ଟ ଫ୍ରେଣ୍ଡ କିଏ ? ମୁ ଦ୍ବନ୍ଦରେ ପଡିଯାଏ । ତେବେ କାହ୍ନା କୁ ମୁଁ ନିଜର ବେଷ୍ଟ ଫ୍ରେଣ୍ଡ କହିପାରିବି କାରଣ କାହ୍ନା ମୋତେ ଖୁବ ସାହାଯ୍ୟ କରିଛି । ମୋତେ ସାଇକେଲ୍ ଚଲେଇ ଆସୁନଥିଲା ମୁଁ ତାକୁ ଦେଖି ସାଇକେଲ ଚଲାଇବା ସିଖିଥିଲି । ଆମେ ପ୍ରାୟ ସାଥୀ ହୋଇ ସ୍କୁଲ୍ କୁ ଯାଉଥିଲୁ । କେତେବେଳେ ପେନ୍ ସିଲ୍ କି ପେନ୍ ଘରେ ଭୂଲି ଯାଇଥିଲେ ତାକୁ ମାଗୁଥିଲି । ତା ଜେମୋଟ୍ରୀ ବକ୍ସ୍ ଟା ମୋ ପାଇଁ ଲକି ଥିଲା Royal bengal tiger ଉପରେ ବାଘର ଚିତ୍ର ଆଜି ବି ମନେ ପଡିଯାଏ । ସ୍କୁଲ୍ ରେ ଥରେ ଶ୍ବେତସାର୍ ସମସ୍ତଙ୍କୁ ଗୀତ ଗାଇବାକୁ କହିଲେ । ମୋ ପାଳି ପଡିଲା ମୋତେ ଲାଜ ଲାଗୁଥିଲା ସମସ୍ତଙ୍କ ଆଗରେ ଗାଇବାକୁ । ମୋ ପରେ କାହ୍ନା ର ପାଳୀ ଥିଲା ତ ଶ୍ବେତ ସାର୍ ଆମ ଦୁହିଁ କୁ ଏକାଠି ଗାଇବାକୁ କହିଲେ । ଆମେ ସେଦିନ ଏକ ଜଗନ୍ନାଥ ଭଜନ ଗାଇଥିଲୁ "ହାତରେ ବାଡି କାନ୍ଧରେ ବାହୁଙ୍ଗୀ ନେଇ ଯାଉଛି କହ୍ନେଇ ଦେଖ ଗାଈ ଚରେଇ'' । କାହ୍ନା କ୍ରିକେଟ୍ ଖେଳିଲାବେଳେ Right hand ବ୍ୟାଟିଂ କରୁକରୁ left sight କୁ ଛକା ମାରିଦିଏ । କିଛି ବର୍ଷତଳେ କାହ୍ନା ଆମ୍ବ ଗଛରୁ ପଡିଯାଇଥିଲା, ଭଗବାନ ଙ୍କ କୃପାରୁ ତାର କିଛି ହୋଇ ନଥିଲା । ତାଙ୍କ ଘର ଆଡ଼େ ଛୋଟବେଳେ ଖୁବ୍ ଯାଉଥିଲି କେତେ ଥର ତାଙ୍କ ଘରେ ଖାଇଛି ଟିଭି ଦେଖିଛି । ଏଥର ଗାଁ କୁ ଯାଇଥିଲି ତା ସହିତ ଦେଖା ହେଇଥିଲା । କାହ୍ନା ବିଷୟରେ ଲେଖିବାକୁ ବହୁତ ଅଛି ଆଉ କିଛି ଘଟଣା ମନେ ପଡୁଛି ଆଗକୁ ଲେଖିବି । କାହ୍ନା ମୋ ପାଇଁ କାଲି ବି ବେଷ୍ଟ ଥିଲା ଏବଂ ସବୁବେଳେ ରହିଥିବ । (Dedicate to my classmate freind prakash chotray (kanha)

Sunday, August 17, 2014

ହୈପୀ ବର୍ଥ ଡେ କହ୍ନେଇ

ଆଜି ଆମ କାଳିଆର ବର୍ଥ ଡେ । କାଳିଆ କୁ ଦେଖିବାକୁ ମନ୍ଦିରଗୁଡ଼ିକରେ ଭିଡ଼ । ମନ୍ଦିରକୁ ଭକ୍ତ ଭକ୍ତିନୀ ଙ୍କ ସୁଅ ଛୁଟିଚି । ଝିଅମାନେ କାଳିଆକୁ ଆଖି ମାରି ମନେମନେ ଭଗବାନଙ୍କୁ ପଚାରୁଛନ୍ତି "ପ୍ରଭୂ ଏଠି କେତେ ମେଣ୍ଢା ବୁଲୁଛନ୍ତି ମୋ ମେଣ୍ଢା ଟା କିଏ ଟିକେ ଇଶାରା ଦେଲେ ଜାଣିଯାନ୍ତି । ସେପଟେ ଟୋକାମାନେ ଝିଅମାନଙ୍କୁ ଭକୁଆ ହୋଇ ଭୋକିଲା କୁକୁର ଭଳି ଖାଲି ବଲବଲ କରି ଅନେଇଥାନ୍ତି । କାଳିଆ ପାଖରେ ହାଜରହେଲେ କେତେ କେତେ କଥା ମାଗିପକାନ୍ତି । ମର୍ଡନ୍ ଯୁଗର ପିଲା ପ୍ରଭୂ ନକହି ବସ୍ ସର୍ ଆଦି ସମ୍ଭୋଧନ କରି ନିଜର ଇଛା ଆଶା ଆକାଂକ୍ଷା ଶୁଣାନ୍ତି । ଏ ତ ଗଲା ଫେସ୍ ବୁକ୍ ଜେନେରେସନ୍ କଥା କିନ୍ତୁ ଏମାନଙ୍କ ମାଆ ବାପା ମାନଙ୍କ ଗୁହାରି ଜାଣିଲେ ଆପଣ ମୁଣ୍ଡରେ ହାତଦେବେ । ତାଙ୍କ ଭିତରୁ ଅଧିକାଂଶ ସେଲେରୀ ବଢୁ ବଜାର ଦର କମ୍ ଭଳି ବିଭିନ୍ନ ପ୍ରକାରର ଦ୍ରବ୍ୟ ଧନ ଜନ ଆଦି ମାଗି ଘରକୁ ଫେରନ୍ତି । ଏସବୁ ଶୁଣି କହ୍ନେଇ ମୁହଁ ଫୁଲେଇ କି କହିବ "ଯୁଗ ବଦଳିଲାଣି ତମେ ସବୁ ଇଂରେଜ ହେଇଗଲଣି ବର୍ଥ ଡେ କେକ୍ କାଟୁଛ ମୋ ବର୍ଥ ଡେ ରେ ସେଇ କ୍ଷୀର କଦଳୀ ଲହୁଣୀ ? "

ସେଇ ସ୍କୁଲ୍ ଲାଇଫ୍ କଥା ୧

ମୁଁ ହାଇସ୍କୁଲ୍ ରେ ପଢିଲାବେଳେ ଦୁନିଆର ସବୁଠୁଁ ବେଷ୍ଟ ଟିଚର୍ ଆମମାନଙ୍କୁ ପଢଉଥିଲେ । ସେତେବେଳେ ଶ୍ରୀ ଗଣେଶ ସେପ୍ଟା ସ୍କୁଲର ହେଡ୍ ମାଷ୍ଟର ଥିଲେ । ଗଜପତି ଜିଲ୍ଲାରୁ ଆସି ଢେଙ୍କାନାଳ ଜିଲ୍ଲାର ଏକ ଅଖ୍ୟାତ ପଲ୍ଲୀ କନ୍ତିଓ ପୁଟସାହି କୁ ସେ ନିଜର କର୍ମକ୍ଷେତ୍ର ରୂପେ ବାଛିଥିଲେ । ହାଇସ୍କୁଲ ସମୟର ଗୋଟିଏ ଘଟଣା ମନେ ପଡୁଛି , ନବମ ଶ୍ରେଣୀରେ ପଢୁଥିଲି ,କିଛି ଆଲଜେବ୍ରା ପ୍ରଶ୍ନ ଦେଇ ସାର୍ ଅଫିସ୍ ରୁମ୍ କୁ ଗଲେ । କିଛି ସମୟ ପରେ ଆସି ଆଗଧାଡ଼ି ର ପିଲାଙ୍କୁ ପ୍ରଶ୍ନ ର ଉତ୍ତର ଲେଖିଲ କି ନାହିଁ ପଚାରିଲେ ।ଲଳିତ ଅଶ୍ବିନୀ ସନ୍ତୋଷ ମାନସ ସେଠୀ ମାନସ ସାହୁ ଆମ କ୍ଲାସ୍ ର ଆଗଧାଡ଼ି ପିଲା । ପାଠରେ ସାଠରେ ସବୁଥିରେ ଆଗୁଆ । ଆଗଧାଡ଼ି ପିଲା ଗର୍ବର ସହ ମୁଣ୍ଡ ହଲେଇଲେ । ଆମ ଧାଡ଼ିରୁ ପ୍ରକାଶ ଆଉ ବବୁଲ (ଦିପ୍ତି ରଜଂନ) ବି ମୁଣ୍ଡ ହଲେଇଲେ । ତାଙ୍କ ଦେଖାଦେଖି ମୁଁ ବି ମୁଣ୍ଡ ହଲେଇ ଦେଲି । ସାର୍ ଜାଣିଥିଲେ ମୁଁ ଗଣିତରେ ପାସ୍ ମାର୍କ ପିଲା ସଙ୍ଗେ ସଙ୍ଗେ ଆଗଧାଡ଼ି ପିଲା ଙ୍କୁ ହୁକମ୍ ହେଲା "ଆ ଖାତା ଚେକ୍ କର ମୁଁ ଆସୁଛି । ସମସ୍ତେ ଦେଖିଲେ 6 ଟି ପ୍ରଶ୍ନର ଉତ୍ତର ହେଇଯାଇଛି ଗୋଟିଏ ବାକି ଅଛି ।ସାର୍ ଆସିଲେ ସମସ୍ତଙ୍କର ଖାତା ଦେଖିଲେ । ମୋ ଖାତା ଦେଖିଲା ବେଳେ ପଚାରିଲେ ମନରୁ ଲେଖିଛୁ ?

Saturday, August 16, 2014

କୁକୁର ଙ୍କ ପ୍ରାଇବେସୀ

ବର୍ଷାଦିନରେ କୁକୁର ନାମକ ଜୀବ ଟି ଅତି କାମୁକ ହୋଇଯାଏ। ଅନ୍ୟ ଜୀବ କଂ ଭଳି ସେ କୌଣସି କାର୍ଯ ଲୁଚାଛପା ରେ କରେନି । ଭୋକ ଲାଗିଲେ ଅଇଁଠା ପତ୍ର ରେ ବଳକା ଖାଦ୍ୟ ଖାଏ କିଂତୁ ଯାହା ବି କରେ ଖୋଲାଖୋଲି । ଆଜିକାଲି ପାଶ୍ଚାତ୍ୟ ଦେଶଗୁଡ଼ିକରେ ମଣିଷମାନେ କୁକୁର କଂ ଏ ନୀତି କୁ ଫଲୋ କରୁଛନ୍ତି। ଭାରତର ବଡବଡ କଲେଜ ରେ ବି ଏ ସବୁ ସାଧାରଣ କଥା ହୋଇଗଲାଣି । କୁକୁର କଂ ଏ କାମକ୍ରୀଡ଼ା କିଛି ମଣିଷକୁଂ ଅପ୍ରିତିକର ଲାଗେ ସେମାନେ ପଥର ମାରି ଠେଗାଁ ରେ ପିଟି ଦୁରକୁ ତଡ଼ି ଦିଅନ୍ତି। ମରଦ କୁକୁର ଟି ଦଉଡ଼ିଲାବେଳେ ମନେମନେ ସେଇ ଭଦ୍ରଲୋକ କୁ କହିକହି ଯାଉଥାଏ "ରହ ସଳା ମୋର ବି ଟାଇମ୍ ଆସିବ ,ତୁ ପାଳଗଦା ରେ ରାସଲୀଳା କର ମୁଁ ଧରା ପକେଇ ଦେବି।

ଆମ ଖଟି

ଆଗେ ଚା ଦୋକାନ କଲେଜ କେଂଟିନ କି ସ୍କୁଲଛକରେ ଖଟି ହେଉଥିଲା । ଫେସବୁକ ଆସିଲାପରେ କାଁ ଭାଁ କେବେ କେମିତି ଖଟି ହୁଏ । ଆଉ ଯଦି ହୁଏ ପିଲାମନେ ମୋବାଇଲରେ ଫେସବୁକ ଖୋଲି ବସିପଡୁଛନ୍ତି । କଟିକିଆ ଖଟି କଲଚର ଆଜି ଲୁପ୍ତ ଅବସ୍ଥା କୁ ଆସିଗଲାଣି । ଆମ ଓଡ଼ିଆ ଫିଲ୍ମ ଇଣ୍ଡସ୍ଟ୍ରୀ ଆଜିକାଲି ଖଟି କଲଚର କୁ ବିଭିନ୍ନ ଫିଲ୍ମ ଦ୍ବାରା ପ୍ରମୋଟ କରୁଛି ନହେଲେ ଖଟି କଣ ଲୋକ ଭୂଲି ଯାନ୍ତେଣି । ଆମ ଖଟିକୁ କିଛି ଅକଂଲ ଓ ଆଂଟିମାନେ ପସନ୍ଦ କରନ୍ତି ନି କାରଣ ସେମାନେ ଖଟିର ଉପକାରିତା ଏବଂ ଖଟିପିଲା କଂ ସାମଜପ୍ରତି କରିଥିବା ବଳିଦାନ ବିଷୟରେ ଅନଭିଜ୍ଞ । ଆମ ଖଟିପିଲାମାନେ ସ୍ବାଧିନତା ସଂଗ୍ରାମ ରେ ଯୋଗଦେବାପରେ ଯାଇ ଦେଶ ସ୍ବାଧିନ ହୋଇଛି ।ସୁଭାଷ ବୋସ କଂ ଠାରୁ ହନୀ ସିଂହ ଯାଏଁ ସର୍ବେ ଖଟିରୁ ଫେମସ୍ ହେଇଛନ୍ତି । ଆମ ଖଟିପିଲାକଂ ଯୋଗୁଁ ସଲମାନ ସାହିଦ କଂ ଫିଲ୍ମ ହିଟ୍ ହେଉଛି । ଖଟିପିଲା କୁଂ ଲୋକେ ଅଳସୁଆ କୁହନ୍ତି କିନ୍ତୁ ସତ କହିବାକୁ ଗଲେ ଆମଠାରୁ ଅଧିକ ପରିଶ୍ରମ କେହି ବି କରିପାରିବେନି ।ସୋସାଇଟୀ ର ରିୟଲ ଲଭସ୍ଟୋରି କୁ ମାଡ଼ ଗାଳି ଖାଇ ହିଟ୍ କରୁ ଥିବା ଖଟିପିଲା କୁଂ ସମାଜରେ କେବେ ବି ପ୍ରସଂଶିତ ପୁରସ୍କୃତ କରାଯାଏ ନାହିଁ । ଶେଷରେ ଏତିକି କହିବି ଖଟି ବଞ୍ଚାଅ ଦେଶ ବଞ୍ଚାଅ ।

କାହାକୁ କହିବି ଶୁଣିବ କିଏ ?

ଆଜିକାଲି କିଛି ଭଲ ଲାଗୁନି । ବେଳେବେଳେ ଇଛା ହେଉଛି ସବୁ ଛାଡ଼ି ଅଜଣା ଅଲୋଡ଼ା ମଣିଷ ପରି କୌଣସି ସ୍ଥାନ କୁ ଚାଲିଯାଇ କିଛି ଦିନ କାଟି ଦିଅନ୍ତି । ମଣିଷମାନେ ତ ବିଭିନ୍ନ ରୂପେ ଖଟଉଥିଲେ ଏବେ ଆଳୁ ପିଆଜ ଟମାଟର କନ୍ଦେଇଲେଣି । ଦରମା ବଢୁ କି ନ ବଢୁ ରୋଜ୍ ପରିବା ରେଟ୍ ବଢୁଛି । ପରିବା ବିକାଳୀ ଆଗେ ସଲାମ୍ ଠୁକୁଥିଲେ ଆଜିକାଲି ଫେସବୁକ ୱଟ୍ସ ଆପ୍ ରେ କମେଣ୍ଟ୍ କଲା ଭଳି କଥା ହୁଅନ୍ତି । ଆମ କଲୋନୀର ଦାମୁକାକା ଦେଢ଼ ବର୍ଷତଳେ ମୋତେ ବୁଝଉଥିଲେ କାଇଁ ଇଣ୍ଟରନେଟ୍ ରେ ବଦ୍ ଖର୍ଚ କରୁଛୁ କାଲି ଜାଣିଲି ଫେସବୁକ ରେ ତାକଂର 3000 ରୁ ଅଧିକ ଫ୍ରେଣ୍ଡସ୍ । Whats Up ରେ ବି ଆକାଓଁଟ ଥିବ । ବୁଢା ତ ବୁଢା ସ୍କୁଲ ପଢନ୍ତା ପିଲା ବି ଫେସବୁକରୁ ଝିଅକୁଂ ଲାଇନ ମାରୁଛନ୍ତି । ସବୁଠୁଁ ମାରାତ୍ମକ ଜନ୍ତୁ ବିଷୟରେ ଲେଖିବିନି କାରଣ ସ୍ତ୍ରୀ ନାମକ ପ୍ରାଚୀନ ପ୍ରାଣୀ କଂ ବିଷୟରେ ମୋର କୌଣସି ଗ୍ୟାନ ନାହିଁ ନହେଲେ ଏତେବେଳକୁ ମୁଁ ଫେସବୁକ ନୁହେଁ ଯମଘରେ ଥାଅନ୍ତି । 2 ଭାଉଜ ଙ୍କ ଦୁଇ ପୁଅ କନ୍-ଭେଣ୍ଟ୍ ରେ ପଢୁଛନ୍ତି । ଇଂଲିସ୍ ରେ ଏତେ ପ୍ରଶ୍ନ ପଚାରନ୍ତି ଯେ ମୁଣ୍ଡ ଖରାପ ହେଇଯାଏ । ତାଙ୍କ ହାବଭାବରୁ ଲାଗୁନି ଏ ଦି ଜଣ ଓଡ଼ିଆ ପିଲା । ଯେଉଁ ଝିଅଟିକୁ ଫସେଇଥିଲି ସେ 40 ବର୍ଷ ବୟସ୍କ ମ୍ୟାନେଜର କୁ ବାହା ହେଇଗଲା । ଦୁଃଖର କଥା ମାନସିକ ସନ୍ତାପ ଭୋଗୁଥିବା ଏ ଗରୀବ କୁ ବି ଲୋକେ ସବୁ ଜାଣି ଗଣେଶ ଚାନ୍ଦା ମାଗୁଛନ୍ତି ଚିଡ଼େଇବା ପାଇଁ ।

Thursday, August 14, 2014

2014 ରାକ୍ଷୀ Special

ଆଜି ରାକ୍ଷୀପୂର୍ଣିର୍ମା, କିଏ କେତେ ପ୍ରକାର ର ରାକ୍ଷୀ ହାତରେ ବାନ୍ଧି ବୁଲୁଛନ୍ତି । କେହିକେହି ତ ଦୁଇ ହାତରେ ରାକ୍ଷୀ ବାନ୍ଧିଛନ୍ତି ଦେଖିଲେ କଫ୍ୟୁଜନ୍ ହୁଏ ଏଇଟା ହାତ ନା ରାକ୍ଷୀଦୋକାନ। ସୁରତ ସହରରେ ରାକ୍ଷୀ କୁ ଖୁବ ମହତ୍ବ ଦିଆଯାଏ ।ବର୍ଷଯାକ ଯେଉଁ ଛିଅମାନେ ବିଦେଶୀ ଯୁବକ କଂ ପାଖ ମାଡ଼ନ୍ତିନିଆଜି ରାକ୍ଷୀ ଧରି ସହୋଦରା ଭଉଣୀ ଭଳି ହାଜର ହେଇଯାନ୍ତି। କଲୋନୀରେ ରହୁଥିବା ଅବିବାହିତ ଯୁବକ ମାନେ ରାକ୍ଷୀ ରେ ପ୍ରାୟ ଘରୁ ଗୋଡ଼ କାଢନ୍ତି ନାହିଁ କାରଣ କେହି ବି ଲଣ୍ଡା ହେବାକୁ ପସନ୍ଦ କରିବନି। ହଁ କୋଉ ଝିଅ ଯଦି ପ୍ରେମକଲା ତା ପାଇଁ ବିକ୍ରୀ ହେଇଯିବାକୁ ବି ପିଲା ପଛେଇବେନି:V । କିଛି ରସିକିଆ ଟୋକା କିନ୍ତୁ ରାକ୍ଷୀ ବାନ୍ଧିବେ ଏ ଆଶାରେ କି ଚାଲ ପ୍ରେମୀ ନକଲା ନାହିଁ ଭାଇ ତ କଲା। ଫେସବୁକରେ ଦିନଯାକ ଲାଇନ ମାରୁଥିବା ଲଭରବୟ ମାନେ ଅଫ୍ ଲାଇନ ଅଛନ୍ତି ଅଥବା ଅକାଓଁଟ ଡିଆକ୍ଟିବେଟ୍ କରିଛନ୍ତି କାଳେ କେହି ଝିଅ ଭାଇ କରିଦେବ:-|। ଗାଁ କଥା କିଂତୁ ନିଆରା, ସହରି ଲୋକ କଂ ଭଳି ଗାଁ ରେ ବାସକରୁଥିବା ଲୋକକଂ ମନରେ ମଇଳା ନଥାଏ । ଗାଁ ରେ ଭାଇଟି ତା ଭଉଣୀ କୁ Kitkat, Cadbury chocolate ଦେଇପାରେନି କିନ୍ତୁ ତା ଦେବାରେ ଭଲପାଇବା ଥାଏ, ଆ ଆଗରେ ବଡ଼ବଡ଼ ଗିଫ୍ଟ ବି ତୁଛ ମୂଲ୍ୟହୀନ । ଶେଷରେ ଏତିକି କହିବି "ଯା ର ଭଉଣୀ ନାହିଁ ତାର ଲକ୍ଷେ ସାଂଗ ଥାଇ କି ବି କିଛି ଲାଭ ନାହିଁ "। ସାଂଗ ବିପଦ ଆପଦରେ ପାଖରେ ଠିଆ ହେଉ କି ନହେଉ ଭଉଣୀ ଟି ତା ଭାଇ ପାଇଁ ସଦାସର୍ବଦା ଚିଂତା କରେ ସାହାଯ୍ୟ କରେ । ସବୁଠୁଁ ବଡକଥା ହେଲା ଭଉଣୀ ହେଉଛି ସବୁଭାଇ କଂ ପାଇଁ first and best freind forever ! ! ! କିଛିଦିନତଳେ freindship day celibrate କରୁଥିବା ସମସ୍ତ ଫେସବୁକିଆ ଫ୍ରେଣ୍ଡସ୍ ମାନେ ଆଜି ରାକ୍ଷୀ କୁ ଫ୍ରେଣ୍ଡସିପ୍ ଡେ ସହ ତୁଳନା କରିବେ କିଂତୁ ପ୍ରକୃତରେ Freindship day ରାକ୍ଷୀ ର ଲେଟେସ୍ଟ ଭର୍ଜନ୍ । ଶେଷରେ ସମସ୍ତକୁଂ ରାକ୍ଷୀପୂର୍ଣିମା ର ଶୁଭେଛା ଅଭିନନ୍ଦନ । (this post dadicate to All my sisters...Droupadi , Manini, Sumitra(Lali) and twinkle)

ଏକ ମୌଳିକ ଓ ପ୍ରାଚୀନ ଓଡ଼ିଆ ଶବ୍ଦ: ଆଈଆଈ

ଜାପାନରେ କୋଡ଼ିଏ ହଜାର ପାଖାପାଖି Ainu ଜନଜାତିର ଲୋକେ ଥିଲେ ବି ସେମାନଙ୍କର ମୂଳ Ainu ଭାଷାରେ ମାତ୍ର ପାଞ୍ଚ ଦଶଜଣ ଲୋକ କଥାଭାଷା ହୋଇପାରୁଛନ୍ତି । ମରିଵାକୁ ବସିଥିଵା...