Friday, September 26, 2014

ଅତିଥି ଏବଂ ପଡ଼ୋଶୀ

ସଂସାର ରେ ଦୁଇ ପ୍ରକାର ର ଜୀବ ଙ୍କ ବିଷୟ ରେ ଜାଣିବା ପାଇଁ ବୈଜ୍ଞାନିକ ଆଜି ବି ଗବେଷଣା କରୁଛନ୍ତି , ସେ ଦୁଇ ପ୍ରକାର ର ଜୀବ ହେଲେ ଅତିଥି ଏବଂ ପଡ଼ୋଶୀ । ସମୟ ଖରାପ ଥିଲେ ଏମାନେ ମଣିଷ ର କ୍ଷତି କରିଥାନ୍ତି କିନ୍ତୁ କିସ୍ମତ ଭଲ ଥିଲେ କଚ୍ଚେ ପୁଅ ବାର !!! ଅତିଥି ମାନଙ୍କ ସମ୍ଭନ୍ଧ ରେ ବୋଲିବୁଡ଼ ରେ ଏକ ଫିଲ୍ମ ଅଛି "ଅତିଥି ତୁମ କବ୍ ଜାଓଗେ" ! ଫିଲ୍ମ ରେ ଅତିଥି ନାମକ ତୁଛ ଜୀବ ର ଗୁଣ ଦୂର୍ଗୁଣ କୁ ହାସ୍ୟରସ ସହ ପରିବେଷଣ କରା ଯାଇଅଛି । କିନ୍ତୁ ପଡ଼ୋଶୀ ମାନଙ୍କ ବିଷୟ ରେ ସେଭଳି କୌଣସୀ ଖାସ ଫିଲ୍ମ ବନାଯାଇନାହିଁ କାରଣ ଆମ ସମସ୍ତ ଙ୍କ ମୁଣ୍ଡ ଖାଇବାକୁ ଗାଁ ଠାରୁ ସହର ଯାଏଁ ପଡ଼ୋଶୀ ଙ୍କ ଲାଇନ ଲାଗିଛି । ଅତିଥି ତ ଦିନ ଦୁଇ ଦିନ ଆସି ନାଟ ତାମସା ଲଗେଇ ଚାଲିଯାଅନ୍ତି କିନ୍ତୁ ପଡ଼ୋଶୀ ମାନଙ୍କ ଦୌରାତ୍ମ ରେ ସାରା ଜୀବନ ଟା ଦୁଃଖ ଦୂର୍ଦଶା ରେ କଟିଯାଏ । ଟିକେ ଟିକେ କଥା ରେ ଝଗଡ଼ା କରି ସେମାନେ ଆପଣଙ୍କ ଗୁଡ଼୍ ଡ଼େ କୁ ବୈଡ଼ ଡ଼େ କରିଦିଅନ୍ତି । ଆପଣ ଅଫିସ କି ବିଲ ରୁ ଫେରି ଘରେ ଟିକେ ଆରାମ କରୁଥିବେ ଆପଣଙ୍କ ପଡ଼ୋଶୀ ତାଙ୍କ ସ୍ତ୍ରୀ ଙ୍କୁ ଧରି ପାଲା ଆରମ୍ଭ କରିଦେବେ , ଗାଁ ରେ ତ କିଛି ଅଛନ୍ତି ତାଙ୍କର ଟାଇମ ଫିକ୍ସ୍ ଥାଏ ଠିକ୍ ଟାଇମ ରେ କଳିକଜିଆ କରିବେ । ଲୋକେ ଅତିଥି ର ଉଦାହରଣ ଦେବା କୁ ଯାଇ ଶକୁନି ଆଦି ଙ୍କ ନାମ ନିଅନ୍ତି କିନ୍ତୁ ସେମାନେ ପଡୋଶୀ ମାନଙ୍କ ଉଦାହରଣ ଦେବାସମୟରେ ଦ୍ବନ୍ଦ ରେ ଥାଅନ୍ତି କି କାହା ନାଁ ନେବେ ? ମଣିଷ କଥା ଛାଡ଼ ଆମ ଦେଶ ର ପଡ଼ୋଶୀ ଦେଶ ଗୁଡ଼ିକ ଙ୍କର ବିଚାରଧାରା କେତେ ନ୍ୟୁନ ତାହା ଆମେ ସମସ୍ତେ ଜାଣୁ । ଯେଉଁ ଦେଶ ର ପାକିସ୍ତାନ ଚୀନ ଭଳି ପଡୋଶୀ ଥିବେ ସେ ଦେଶ ର ବିକାଶ କେମିତି ହେବ ? ୧୯୬୨ ରେ ଚୀନ ର ଜଣେ ରାଷ୍ଟ୍ରପତି ଭାରତ ର ଅତିଥି ହୌଇ ଆସିଥିଲେ , ଭାରତ ର ଅସ୍ତ୍ରଶସ୍ତ୍ର ଏବଂ ଦୂର୍ବଳ ନେତୃତ୍ଵ ଦେଖି ଘର କୁ ଫେରିଲେ । ଦୁଇ ମାସ ପରେ ଚୀନ କଲା ଭାରତ ଆକ୍ରମଣ ! ବୀକେ ମେନନ, ଜବାହରଲାଲ ଙ୍କ ଭଳି ମୂର୍ଖ ରାଜନେତା ଙ୍କ ପାଇଁ ଭାରତ ହାତରୁ ତିବ୍ବତ ଚାଲିଗଲା । ପାକିସ୍ତାନ ତ ଚାରିଥର ଯୁଦ୍ଧ ଵିରାମ ରାଜିନାମା ସ୍ଵାକ୍ଷର କରି ତାର ଅବମାନନା କରିସାରିଛି । ପାକିସ୍ତାନ ର ଜଣେ ମୂର୍ଖ କିଛିଦିନ ତଳେ କହିଥିଲା କଶ୍ମୀର ମୋର, ମୁଁ ଏକ ଇଂଚ ଭୂମୀ ବୀ ଛାଡ଼ିବିନି !!! ଯେମିତି ତା ବାପ ଅଜା ଙ୍କ ଜାଗିରୀ ଚାଲିଛି କାଶ୍ମୀର ରେ !! ଏଭଳି ପଡ଼ୋଶୀ ଙ୍କୁ ନେଇ ଦେଶ ର ଭଲ ଦିନ କେମିତି କିଭଳି ଆସିବ ?

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...