Sunday, September 7, 2014

"ଅବଧୀଭାଷା"

ଅବଧୀ ହିନ୍ଦୀଭାଷାର ଏକ ଉପଭାଷା । ଉତ୍ତରପ୍ରଦେଶ ର ଲଖନ୍ନୌ, ହରଦୋଇ ,ସୀତାପୁର, ଲକ୍ଷ୍ମୀପୁର, ଫୈଜାବାଦ, ପ୍ରତାପଗଢ, ସୁଲତାନପୁର, ଫତେପୁର, ମିର୍ଜାପୁର, ଜୌନପୁର ଆଦି ଜିଲ୍ଲାରେ ବୋଲାଯାଏ । ଅବଧ ଶବ୍ଦର ବ୍ୟୁତ୍ପତି ଅଯୋଧ୍ୟା ରୁ ହୋଇଅଛି । ଅବଧୀ ଭାଷାରେ ପ୍ରାୟ 6 କୋଟି ଲୋକ କଥା ହୁଅନ୍ତି ଏବଂ ଭାରତ ବ୍ୟତୀତ ନେପାଳ ଏବଂ ମରେସିଅସ୍ ରେ ମଧ୍ୟ ଏହି ଭାଷାକୁ ଅନେକଲୋକ ବୋଲନ୍ତି । ତୁଳସୀଦାସ କୃତ ରାମଚରିତ ମାନସ ଏହିଭାଷାରେ ଲେଖାଯାଇଛି । ଅବଧ କୁ ପୂର୍ବେ କୋସଳ କୁହାଯାଉଥିଲା । ଅବଧୀ ଭାଷାକୁ କିଛି ଲୋକ ବୈସବାଡୀ ମଧ୍ୟ କୁହନ୍ତି କିନ୍ତୁ ବୈସବାଡୀ ଅବଧୀ ର ଏକ ଶାଖା ଏବଂ ଏହାର ଶବ୍ଦ ଅବଧୀ ଶବ୍ଦ ଠାରୁ ସାମାନ୍ୟ ଭିନ୍ନ । ଯେମିତି ଓଡିଆ ଏବଂ ସମ୍ବଲପୁରୀ ଭାଷାରେ ସାମାନ୍ୟ ପ୍ରଭେଦ ଦେଖାଯାଏ । ବୈସବାଡୀ ଭାଷା ପ୍ରାୟତଃ ଓନ୍ନାବ୍ ଲଖନ୍ନୌ ରାୟବରେଲୀ ଏବଂ ଫତେପୁର ଆଦି ଜିଲ୍ଲା ଗୁଡିକରେ ବୋଲାଯାଏ । ରାମଚରିତମାନସ ବ୍ୟତିତ ମଲ୍ଲିକ୍ ମୁହମ୍ମଦ ଜାୟସୀ ଙ୍କ ଦ୍ବାରା ରଚିତ ପଦ୍ମାବତ୍ ଅବଧୀ ଭାଷା ର ଅନ୍ୟତମ କାଳଜୟୀ କୃତୀ । ଭାଷାବିଦ୍ ମାନଙ୍କ ମତରେ ଅବଧୀ ଭାଷାର ଉତ୍ପତ୍ତି ମଧ୍ୟ ମାଗଧୀରୁ ହୋଇଅଛି ସମ୍ଭବତ ଏଥିପାଇଁ ଏହାର କିଛି ଶବ୍ଦ ପାଲୀ ଏବଂ ଓଡ଼ିଆ ଶବ୍ଦ ସହ ସାମଞ୍ଜସ୍ୟ ପରିଲକ୍ଷିତ ହୁଏ । ଅବଧୀଭାଷାର ଲେଖକ କବୀ ମାନଙ୍କ ମଧ୍ୟରେ ରମଇକାକା , ବଂଶୀଧର ଶୁକ୍ଳ, ଦ୍ବାରିକା ପ୍ରସାଦ୍ ମିଶ୍ର, ପ୍ରତାପନାରାୟଣ ମିଶ୍ର, ସୂର୍ଯ୍ୟକାନ୍ତ ତ୍ରିପାଠୀ 'ନିରାଲା' ,ପଂ ମହାବୀର ପ୍ରସାଦ ଦ୍ବିବେଦୀ, ଆଚାର୍ଯ୍ୟ ରାମଚନ୍ଦ୍ର, ଶୁକ୍ଳ କୁବଂର ନାରାୟଣ ଆଦି ଅନ୍ତରରାଷ୍ଟ୍ରିୟ ଖ୍ୟାତି ଲାଭ କରିଛନ୍ତି ।

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...