Monday, February 9, 2015

ଲେଡୀ ଅଫ ମେରିଟ୍କ୍ସେଲ ଏବଂ ଇଉରୋପିଅନ ଦେଶ ଅଂଡୋରା

ଏ ପୃଥ୍ଵୀ ରେ ଏମିତି କେତୋଟି ରାଷ୍ଟ୍ର ଅଛି ଜା ବିଷୟ ରେ ବହୁତ କମ ଲୋକ ଙ୍କୁ ଜଣାଥିବ । ବେଲିଜ, ବେନିନ, ବୁରକୀନା ଫାସୋ, କେପବେରଡେ, କୋମୋରାସ, ମାର୍ଶଲ ଆଇଲେନ୍ଡ, ମୁରିରାନିୟା, ମାଲ୍ଡୋଵା ଆଦି ରାଷ୍ଟ୍ର ଏଇ ଶ୍ରେଣୀ ର । ଏ ରାଷ୍ଟ୍ର ଗୁଡିକ ସିନା ଛୋଟ କିନ୍ତୁ ଏମାନଙ୍କର ଅସ୍ତିତ୍ଵ ଜେମିତି ସେମିତି ନୁହେଁ .ଫ୍ରାଂସ ଏବଂ ସ୍ପେନ ମଧ୍ୟରେ ପ୍ରାୟ ୮୩୫୨୫ ଜନସଂଖ୍ୟା ବିଶିଷ୍ଟ ଅଂଡୋରା ନାମକ ଏକ ଦେଶ ଅଛି । ଏହାର ଆୟତନ ମାତ୍ର ୪୬୮ ଵର୍ଗ କିଲୋମୀଟର ଏବଂ ରାଷ୍ଟ୍ରଭାଷା କାଟାଲାନ । ସ୍ପେନ ସହିତ ଏହାର ଘନିଷ୍ଟ ସମ୍ବନ୍ଧ ଅଛି , ସ୍ପେନରେ ଜନ୍ମିତ ଏକ ପାଦ୍ରୀ ଦ୍ଵାରା ଏହି ଦେଶ ର ରାଷ୍ଟ୍ରଗୀତ ଲେଖାଯାଇଅଛି ! ଏଂଡୋରା ର ସରକାରୀତନ୍ତ୍ର ଏଠିକାର ପାଦ୍ରୀ ତଥା ସନ୍ଥ ଙ୍କ ହାତରେ ଅଛି ଏବଂ ଆଠ ସପ୍ଟେମ୍ବର [୧୨୭୮] ଦିଵସ କୁ ଏଠାକାର ଲୋକେ ସ୍ବାଧୀନତା ଦିବସ ରୁପେ ପାଳିଥାଉନ୍ତି । ଏଂଡୋରା ର ରାଷ୍ଟ୍ରଗୀତରେ ଜଗୁଫାଉ ଵୋନ ମେରିଟ୍କ୍ସେଲ ବା ଲେଡୀ ଅଫ ମେରିଟ୍କ୍ସଲ ଙ୍କର ମହିମା ଗାନ କରାଯାଇଅଛି । କାଟାଲାନ ଭାଷାବିଜ୍ଞାନୀ ଜୋଆନ ଙ୍କ ମତରେ ମେରିଟ୍କ୍ସଲ ଶବ୍ଦ ର ଅର୍ଥ ହେଉଛି ମେରିଗ (English Midday) ବା ଦ୍ଵୀପହର ରେ ପଶୁପାଳକଙ୍କ ଦ୍ଵାରା ନିରୁପିତ ସ୍ଥାନ ଓଡିଆ ରେ ଆମେ ତାକୁ ଗୋଠ କହିଥାଊ । ସେହିଭଳି Lady of meritxell ର ଅର୍ଥ ହୋଇପାରେ ପଶୁପାଳକଙ୍କ ଦେବୀ ଅବା ପଶୁଗୋଠ ର ଦେବୀ । ଆମ ଦେଶ ର ବନ୍ଦେ ମାତରମ୍ ପରି ଏଡୋଁରା ଭଳି ଏକ ଇଉରୋପିଅନ ରାଷ୍ଟ୍ର ର ରାଷ୍ଟ୍ରଗୀତ ରେ ମାତା ,ମାତୃଭୁମି ର ବନ୍ଦନା କରାଯାଇଅଛି ଏହା ସେ ଦେଶ ର ଶ୍ରେଷ୍ଠତା ପ୍ରତିପାଦନ କରୁଅଛି ।

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...