Sunday, February 22, 2015

ଓଡ଼ିଆ ଭାଷା କାହିଁକି ଅବହେଳିତ ?

ମାତୃଭାଷା ପ୍ରତି ଥିବା ଆବେଗ ହିଁ ମୋତେ ଓଡ଼ିଆରେ ଲେଖିବାକୁ ପ୍ରେରିତ କରେ । ଏଇ ଆବେଗଟିକକ କେହି କାହାରି ମନରେ ବୁଣିପାରିବ ନାହିଁ ଏହା ମାନବ କୁ ସାମାଜ ରୁ ସ୍ଵତଃ ପ୍ରାପ୍ତ ହୋଇଥାଏ । ଏବେବି ଅନ୍ୟ ଭାଷା ଅପେକ୍ଷା ଓଡ଼ିଆ ର ଇଂଟରନେଟ ରେ ଯୋଗଦାନ ନଗନ୍ୟ ।ଏହାର ମୁଖ୍ୟ କାରଣ ହେଲା ଅଧିକାଁଶ ଓଡ଼ିଆ କେମିତି ନିଜମାତୃଭାଷାରେ ଲେଖିବେ ଜାଣିନାହାଁନ୍ତି ଏବଂ ଯେଊଁ ଓଡ଼ିଆ ଯୁବପିଢ଼ି ଇଂଟରନେଟ ରେ ଅଧିକାଂଶ ସମଯ ବିତାଅନ୍ତି ସେମାନଙ୍କ ମଧ୍ୟରୁ ଅଧାରୁ ଅଧିକ ଇଂରାଜୀ ମାଧ୍ୟମ ପଢୁଆ ପିଲା, ପିଲାବେଳୁ ଓଡ଼ିଆର ବ୍ୟବହାର ପାଇଁ ସ୍କୁଲରେ ଆକଟ ଆଉ ଘରେ ବାପା ବୋଉଙ୍କ ଅବହେଳା । ଏମିତି ପରିବେଶରେ ବଢୁଥିବା କୌଣସି ପିଲା ମନରେ କେବେ ବି ଭାଷା ପ୍ରତି ମମତା ଆସିବନାହିଁ । ପିଲା ଘରେ ଓଡ଼ିଆ ଶିଖିବାର ପରିବେଶ ପାଇଲା ନାହିଁ, ଟି.ଭି. ଭଲ କାର୍ଟୁନ ଚାନେଲଟିଏ ଓଡ଼ିଆରେ ନାହିଁ କି ପିଲାଙ୍କ କାର୍ଯ୍ୟକ୍ରମ ସବୁ ଓଡ଼ିଆ ବଦଳରେ ହିନ୍ଦୀ କି ଇଂରାଜୀରେ ଆସୁଛି । ଏପରିକି ଓଡ଼ିଆ ସ୍କୁଲରେ ବି ସାନବେଳୁ ଶିଖାଯାଉଛି “ଚାକିରି ପାଇଁ ଇଂରାଜୀ, ମାର୍କ ପାଇଁ ସଂସ୍କୃତ ଆଉ ପଇସା ପାଇଁ ହିନ୍ଦୀ“, ଓଡ଼ିଆ ପାଇଁ ଜାଗାଟେ ବାକି ରଖିଛନ୍ତି ଆମ ଶିକ୍ଷା ପୁରୋଧାମାନେ? ନିରେଖି ଦେଖିଲେ ଦେଖିଲେ ଜଳ ଜଳ ଦିଶେ ଯେ ଓଡ଼ିଆ ପାଇଁ ରଡୁଥିବା ଲୋକଙ୍କ ପିଲେ କେବେ ଓଡ଼ିଆ କହନ୍ତି ନାହିଁ । ଏହିଭଳି ନିଜ ମାତୃଭାଷା ପ୍ରତି ଏତାଦୃଶ ଅବହେଳା କରୁଥିବା ବଂଙ୍ଗାଳୀ ସମାଜ ଵିଷୟ ରେ କହିବାକୁ ଚାହିଁବି । ମଧ୍ୟପ୍ରଦେଶ ରେ ଅବସ୍ଥିତ ପନ୍ନା ଜିଲ୍ଲା କୁ ଯାଇଥିଲି ଆମର ଜଣେ ବନ୍ଧୁ ଙ୍କ ବିଵାହୋସ୍ଛବ ରେ । ସେଠି 1972 ର ବିସ୍ତାପନ ଦୁଃଖ ଭୋଗୁଥିବା ମୂଳ ବଂଙ୍ଗଲାଦେଶ ନିଵାସୀ ମାନଙ୍କର ପିଲାମାନଙ୍କ ମଧ୍ୟରୁ ଅଧିକାଂଶ ବଂଗାଳୀ ରେ ଲେଖିବା ପଢ଼ିବା ଜାଣିନାହାଁନ୍ତି । ମଧ୍ୟପ୍ରଦେଶ ହିନ୍ଦୀଭାଷୀ କ୍ଷେତ୍ର ହୋଇଥିବାରୁ ଏଠିକାର ସରକାରୀ ସ୍କୁଲ ଗୁଡ଼ିକରେ ହିନ୍ଦୀ ଇଂରାଜୀ ପଢ଼ାଯାଏ । କିଛି ବଂଗାଳୀ ଭାଷୀ ଲୋକଙ୍କୁ ପଚାରିଲାରୁ ସେମାନେ ସରକାର ଙ୍କୁ କାଠଗଡ଼ା ରେ ଛିଡ଼ାକରିଦେଲେ ଯେବେକି ନିଜଭାଷା ପ୍ରତି ଅବହେଳା କରିଥିବାରୁ ପ୍ରଥମେ ସେମାନେ ଦୋଷୀ ନା କି ସରକାର ! ଏବେବି ସମୟ ଅଛି ଓଡ଼ିଆ ମାନେ ନିଜ ମାତୃଭାଷାର ଉନ୍ନତି ଦିଗରେ ଧ୍ୟାନ ଦିଅନ୍ତୁ । ତେବେଯାଇ ଭାରତ ର ଅନ୍ୟତମ ଭାଷା ର ମହନୀଯତା ଅକ୍ଷୁର୍ଣ ରହିବ ।

No comments:

Post a Comment

Dancing Mania: ମଧ୍ୟଯୁଗୀୟ ୟୁରୋପର ରହସ୍ୟମୟ ମୃତ୍ୟୁ ନୃତ୍ୟ

ମଧ୍ୟଯୁଗୀୟ ଇଉରୋପରେ ପ୍ଲେଗ୍‌ ଵ୍ୟାପିଵା ସହିତ ଧର୍ମୀୟ ଉତ୍ତେଜନା ମନୁଷ୍ୟ ମନକୁ ଆତଙ୍କିତ କରୁଥିଲା ବେଳେ, ଏକ ଅଜଣା ଓ ରହସ୍ୟମୟ ଘଟଣା ସମାଜକୁ ଆହୁରି ଭୟଭୀତ କରିଥିଲା ...