Tuesday, February 24, 2015
କେତେଦୂର ଯୁକ୍ତିଯୁକ୍ତ ବେଦ କୁ ଫେରିଯାଅ ବାକ୍ୟ ? ଏହା ମହାନ ସନାତନଧର୍ମ କୁ ଆର୍ଯ୍ୟ ଅନାର୍ଯ୍ୟ ଦୁଇ ଭାଗରେ ବିଭାଜିତ କରିବାକୁ ଷଡତନ୍ତ୍ର ହୋଇପାରେ !!
ଆଜିକାଲି ଇଂଟରନେଟ ଜରିଆରେ ଆମ ସମାଜରେ ଧର୍ମ ଭିତ୍ତିକ ଭେଦଭାବ ହେତୁ କିଛିଲୋକ ଚେଷ୍ଟା କରୁଛନ୍ତି । ସେମାନଙ୍କର ମୁଖ୍ୟ ସ୍ଲୋଗାନ ହେଲା "ବେଦକୁ ଫେରଯାଅ "ଅର୍ଥାତ୍ ବୈଦିକ ସମାଜ ର ପୁନଃଗଠନ ହେଉ । କିନ୍ତୁ ବୈଦିକ ଯୁଗକୁ ଫେରିବା ପୂର୍ଵରୁ ସେ ସମୟର ସାମାଜିକ ଚଳଣୀ ଏବଂ ଇତିହାସ ଉପରେ ଟିକେ ଦୃଷ୍ଟିପାତ କରିନେବା ଉଚିତ ହେବ ।ବୈଦିକ ଯୁଗ ରେ ସମଗ୍ରଭାରତବର୍ଷ ର ସମାଜ ଦୁଇ ଭାଗରେ ବିଭାଜିତ ହୋଇ ରହିଥିଲା ଆର୍ଯ୍ୟ ଏବଂ ଅନାର୍ଯ୍ୟ । ଉତ୍ତରଭାରତ ରେ ବେଦପାଠୀ ବ୍ରାହ୍ମଣ ଏବଂ ତାଙ୍କ ଦ୍ବାରା ପରିଚାଳିତ ସମାଜ ଆର୍ଯ୍ୟ ବୋଲାଉଥିଲେ ଏବଂ ଦକ୍ଷିଣ ,ପଶ୍ଚିମ , ପୂର୍ଵ ତଥା ଉତ୍ତରପୂର୍ଵ ଭାରତ ର ଲୋକମାନଙ୍କୁ ଅନାର୍ଯ୍ୟ କୁହାଯାଉଥିଲା । ମଧ୍ୟଯୁଗ ଯାଏଁ ଏ ଭେଦଭାବ ଏତେମାତ୍ରା ରେ ବଢ଼ିଯାଇଥିଲା ଯେ ଆଜିଯାଏଁ ତାହାର ପ୍ରଭାବ ଦେଖିବାକୁ ମିଳୁଛି । ଆଜି ବି ଉତ୍ତରଭାରତୀୟ ଜନସମାଜ ଓଡ଼ିଆ ମାନଙ୍କୁ ଅନାର୍ଯ୍ୟ କହି ଅନାଦର କରେ !! ଏକଵିଁଶ ଶତାବ୍ଦୀ ଅଥବା ଏହାର ପରବର୍ତ୍ତୀ ଶତାବ୍ଦୀ ଗୁଡ଼ିକରେ ଯଦି ଲୋକେ ବେଦ କୁ ଫେରନ୍ତି ଉତ୍ତରଭାରତୀୟ ମାନେ ପୁଣି ହିନ୍ଦୁ ସମାଜ କୁ ଦୁଇ ଭାଗରେ ବିଭାଜିତ କରିଦେବେ ଏବଂ ଯେଉଁମାନେ ବେଦପାଠୀ ହେବେନାହିଁ ସେମାନଙ୍କୁ ସାମାଜିକ ତିରସ୍କାର ଏବଂ ନିର୍ଜାତନା ଭୋଗିବାକୁ ପଡ଼ିବ । ଆଜି ଯଦି ଭାରତୀୟ ସମାଜ ପୁନଃ ବୈଦିକ ଯୁଗ କୁ ଫେରିଯାଏ ତ ଭାରତ ଦୁଇଭାଗରେ ବିଭାଜିତ ହୋଇଯିବ ଏବଂ ଏହି ଦୁଇ ଗୋଷ୍ଠୀ ମଧ୍ୟରେ ଜାତିଗତ କଳହ ବଢ଼ିଯିବ ଫଳରେ ବର୍ତ୍ତମାନ ଯେମିତି ଅତ୍ୟାଚାର ସୁନ୍ନି ମାନେ ଶିଯା ମୁସ୍ଲିମ ମାନଙ୍କ ସହ କରୁଛନ୍ତି ସେହିଭଳି ଅତ୍ୟାଚାରିତ ହେବେ ଅନାର୍ୟ ମାନେ ।ଯେଉଁ ସମାଜ କୁ ଏକତ୍ରିତ କରିବା ହେତୁ ଶ୍ରୀଶଙ୍କରାଚାର୍ଯ୍ୟ ଆପ୍ରାଣ ଉଦ୍ୟମ କରିବାକୁ ଯାଇ ସମସ୍ତ ଭାରତ ଭ୍ରମଣ ପୂର୍ବକ ହିଁଦୁଧର୍ମ ର ସମସ୍ତ ପନ୍ଥ କୁ ଏକତ୍ରିତ କରି ସନାତନ ଧର୍ମକୁ ପୁନଃଜୀବିତ କରିଥିଲେ, ସେହି ମହାନ ସନାତନ ଧର୍ମ କୁ କ୍ଷତାକ୍ତ କରିବା ପାଇଁ ବିଧର୍ମୀ ମାନଙ୍କର ଏହା ଅନ୍ୟତମ ଷଡତନ୍ତ୍ର ହୋଇପାରେ । ମୋ ମତରେ କେବଳ ବେଦ କାହିଁକି ବରଂ ଅନ୍ୟ ଭାରତୀଯ ଗ୍ରନ୍ଥ ଗୁଡ଼ିକର ସମାଦର ହେଉ । ବେଦ ପଠନ ସହିତ ପୁରାଣଗୁଡ଼ିକରୁ ଉତ୍ତମ ଶିକ୍ଷା କୁ ଗ୍ରହଣ କରାଯାଉ କାରଣ ବେଦ କୁ ବ୍ଯାସ କରି ହିଁ ପୁରାଣ ସବୁ ରଚିତ ହୋଇଅଛି । ପୁରାଣ ସବୁ ପ୍ରାଚୀନ ଭାରତ ର ଇତିହାସ ଏବଂ ଇତିହାସ ଭଲ କି ଖରାପ ନୁହେଁ , ସମାଜ ର ଅତୀତ କୁ ଦେଖିବା ହେତୁ ଏହା ଏକ ଦର୍ପଣ ସଦୃଶ କାର୍ୟ କରିଥାଏ ! ଵେଦ ଭାରତୀୟ ସମାଜର ପ୍ରାରମ୍ଭିକ ଗ୍ରନ୍ଥ କିନ୍ତୁ କେବଳ ବେଦ ଦ୍ବାରା ଏହିଦେଶ ର ମୂଲ୍ୟାଙ୍କନ କରିବା କେତେଦୂର ଉଚିତ ଏହା ଆପଣ ବିଚାର କରିବେ ।
Subscribe to:
Post Comments (Atom)
Dancing Mania: ମଧ୍ୟଯୁଗୀୟ ୟୁରୋପର ରହସ୍ୟମୟ ମୃତ୍ୟୁ ନୃତ୍ୟ
ମଧ୍ୟଯୁଗୀୟ ଇଉରୋପରେ ପ୍ଲେଗ୍ ଵ୍ୟାପିଵା ସହିତ ଧର୍ମୀୟ ଉତ୍ତେଜନା ମନୁଷ୍ୟ ମନକୁ ଆତଙ୍କିତ କରୁଥିଲା ବେଳେ, ଏକ ଅଜଣା ଓ ରହସ୍ୟମୟ ଘଟଣା ସମାଜକୁ ଆହୁରି ଭୟଭୀତ କରିଥିଲା ...
-
ଵିଶ୍ଵରେ ଵର୍ତ୍ତମାନ ଭୀଷଣ କରୋନା ଵିପତ୍ତି ପଡି଼ଛି କିନ୍ତୁ ଏହା ମଧ୍ଯରେ ଗୋଟାଏ ମହତ୍ତ୍ୱପୂର୍ଣ୍ଣ ପ୍ରଶ୍ନକୁ ନେଇ ଓଡ଼ିଶାର ବୁଦ୍ଧିଜୀଵୀ ମହଲରେ ଆଉଥରେ ଆଲୋଚନା ପର୍ଯ୍ୟ...
-
ଵର୍ତ୍ତମାନ ଯୁଗରେ କାଳିଚରଣ ପଟ୍ଟନାୟକ ଜନସମାଜ ମଧ୍ୟରେ କଵିଚନ୍ଦ୍ର ଭାବେ ପରିଚିତ ତେବେ ତାଙ୍କ ପୂର୍ଵରୁ ଆହୁରି ଅନେକ ସାହିତ୍ୟ ସ୍ରଷ୍ଟା କଵିଚନ୍ଦ୍ର ଉପାଧି ଲାଭକରିଛନ୍...
-
ବିଶେଷ୍ୟ, ବିଶେଷଣ ଓ ସର୍ବନାମ ଶବ୍ଦ ମାନଙ୍କ ପରେ ବିଶେଷ ବିଶେଷ ଅର୍ଥରେ ଯେଉଁ ପ୍ରତ୍ୟୟମାନ ଯୋଗକରାଯାଇ ନୂତନ ଶବ୍ଦ ଗଠିତ ହୁଏ ସେଭଳି ବ୍ୟାକରଣଗତ ନିୟମକୁ ତଦ୍ଧିତ କୁ...
No comments:
Post a Comment