ଉତ୍ତମ ଖପୁରୀ ଯୋଉ ଵ୍ୟକ୍ତିର ଥିଲା ସେ ଜ୍ଞାନ ଗ୍ରହଣ କରି ଆତ୍ମସାତ କରୁଥିଲା ଏଵଂ ଜୀଵନରେ ତହିଁର ପ୍ରୟୋଗ ମଧ୍ୟ କରୁଥିଲା ।
ତେବେ ମୁଁ କହୁଛି କାଳିଦାସ ଯୁଗର ସେ “ବିଦ୍ଵାନଙ୍କୁ ଚତୁର୍ଥ ପ୍ରକାରର ଖପୁରୀ ମିଳି ହିଁ ନଥିଲା। ଏ ଧରଣର ଖପୁରୀ ବହୁତ ଵିରଳ କାରଣ ତହିଁରେ କାନର କଣା ହିଁ ନଥାଏ । କଣା ଥିଲେ ତ ଖପୁରୀ ମଧ୍ୟରେ ତାର ଗଳାଇଵ ! ଏ ଖପୁରୀ ଯାହାର ସେ ଅଧମଠାରୁ ବି ହୀନ, କାରଣ ସେ ଜ୍ଞାନ ଆହରଣ କରିଵାକୁ ନୂଆ କଥା ଜାଣିଵାକୁ ଘୃଣା କରେ। ଏଭଳି ଲୋକ ଜ୍ଞାନ ଵା ଵିଜ୍ଞାନର କଥା ଶୁଣିଵାକୁ ଆଦୌ ରାଜି ହୁଏ ନାହିଁ, ସମ୍ପୂର୍ଣ୍ଣ ଅଜ୍ଞାନୀ ଓ ମୂର୍ଖ ହୋଇ ରହିଥାଏ।"
ଚତୁର୍ଥ ଖପୁରୀ ଯୁକ୍ତ ମଣିଷର ମାନସିକ ଅଵସ୍ଥା "Closed-Mindedness" ଜାତୀୟ ଅଟେ । ଏହି ମାନସିକ ଅଵସ୍ଥା ନୂତନ ଦୃଷ୍ଟିକୋଣ ଵା ଜ୍ଞାନକୁ ଗ୍ରହଣ କରିଵାର ଅନିଚ୍ଛା ସୃଷ୍ଟି କରେ ଯାହା ଫଳରେ ଵ୍ୟକ୍ତି ଜ୍ଞାନ ଵିଜ୍ଞାନର କଥା ଶୁଣିଵାକୁ ଆଦୌ ରାଜି ହୁଏ ନାହିଁ ଏଵଂ ଅଜ୍ଞାନୀ ରହିଯାଏ। ଏହା ଅଧମ ପ୍ରକାରଠାରୁ ବି ହୀନ କାରଣ ଏହି ଅଵସ୍ଥାରେ ଵ୍ୟକ୍ତି ନୂଆ କଥା ଜାଣିଵାର ସବୁ ପ୍ରଵେଶପଥ (ଲକ୍ଷଣାର୍ଥ : କାନ) ହିଁ ବନ୍ଦ କରିଦିଏ।
Closed-Mindedness ମନର ଏମିତି ଏକ ଅଵସ୍ଥା ଯାହାଦ୍ଵାରା ପ୍ରଭାଵିତ ବ୍ୟକ୍ତି ନୂଆ କଥା, ଧାରଣା, ମତ ଵା ଜ୍ଞାନକୁ ଶୁଣିଵାକୁ ଵା ଗ୍ରହଣ କରିଵାକୁ ଆଦୌ ରାଜି ହୁଏ ନାହିଁ। ସେ ନିଜର ପୁରୁଣା ଵିଶ୍ୱାସ, ଅଭ୍ୟାସ ଵା ଚିନ୍ତାଧାରାରେ ଏତେ ଅଟଳ ରହେ ଯେ କୌଣସି ନୂଆ ପରିଵର୍ତ୍ତନକୁ ଵିରୋଧ କରେ । ସରଳ ଭାଷାରେ କହିଵାକୁ ଗଲେ ଏହା ବନ୍ଦ ମନର ମାନସିକ ଅଵସ୍ଥା ଯେଉଁଥିରେ ନୂଆ କଥା ପଶିଵାର କୌଣସି ବାଟ ହିଁ ନଥାଏ। ଫଳରେ ଏଭଳି ଲୋକମାନେ ଅଜ୍ଞାନୀ ରହିଯାଆନ୍ତି ଏଵଂ ଜୀଵନରେ ସେମାନଙ୍କର ବୌଦ୍ଧିକ ଵିକାଶ ଆଶାନୁରୂପ ହୋଇପାରେନାହିଁ। ଏହା ବୁଦ୍ଧିଜୀବୀବିରୋଧିତାର ଏକ ମୁଖ୍ୟ ରୂପ, ଯେଉଁଠାରେ ଜ୍ଞାନ ଆହରଣର ସମ୍ଭାବନା ହିଁ ବନ୍ଦ ହୋଇଯାଏ।
ମନେ କରନ୍ତୁ ଜଣେ ଵୃଦ୍ଧ ଵ୍ୟକ୍ତି ସ୍ମାର୍ଟଫୋନ୍ ଵ୍ୟଵହାର କରିଵାକୁ ଆଦୌ ସହମତ ହେଉନାହାନ୍ତି। ସେ କହନ୍ତି, "ପୁରୁଣା ଫୋନ୍ ହିଁ ଭଲ, ନୂଆ ଜିନିଷ ଶିଖିଵା କ’ଣ ଦରକାର ?" ଵୃଦ୍ଧଙ୍କ ପରିଵାର ଲୋକେ ମୋବାଇଲ ରଖିଵାର ଲାଭ ସମ୍ବନ୍ଧରେ ତାଙ୍କୁ ଅନେକ ଥର ବୁଝାଇଛନ୍ତି କିନ୍ତୁ ସେ ଶୁଣିଵାକୁ ଆଦୌ ଚେଷ୍ଟା କରନ୍ତି ନାହିଁ ଵରଂ ବେଳେ ବେଳେ କ୍ରୋଧାନ୍ୱିତ ହୋଇଯାଆନ୍ତି। ଏହା Closed-Mindednessର ଏକ ସରଳ ଉଦାହରଣ – ନୂଆ ଜ୍ଞାନର ଦ୍ୱାର ବନ୍ଦ ରହିଵାରୁ ସେ ପଛରେ ପଡ଼ିଯାଆନ୍ତି। ଵିଭିନ୍ନ ପ୍ରକାରର Closed-Mindedness ରହିଛି ।
Religious Closed-Mindedness ଦ୍ଵାରା ପୀଡ଼ିତ ଵ୍ୟକ୍ତି ନିଜର ଧାର୍ମିକ ଵିଶ୍ୱାସରେ ଏତେ ଅଟଳ ରହେ ଯେ ଅନ୍ୟ ଧର୍ମ ଵା ଦୃଷ୍ଟିକୋଣକୁ ଶୁଣିଵାକୁ ଵା ବୁଝିଵାକୁ ରାଜି ହୁଅନ୍ତି ନାହିଁ। ସେ ନିଜର ଧର୍ମକୁ ଏକମାତ୍ର ସତ୍ୟ ମନେ କରେ। ପଠାଣ ଓ ଖିରସ୍ତାନୀମାନେ ଏଧରଣର ମାନସିକ ଅଵସ୍ଥା ଦ୍ଵାରା ବହୁଧା ପୀଡ଼ିତ ହୋଇଥାଆନ୍ତି।
ଜଣେ ଵ୍ୟକ୍ତି ନିଜର ରାଜନୈତିକ ଦଳର ଵିଶ୍ୱାସରେ ଏତେ ଅଟଳ ଯେ ଵିରୋଧୀ ପକ୍ଷର କୌଣସି ଭଲ କଥାକୁ ଶୁଣିଵାକୁ ରାଜି ହୁଏ ନାହିଁ। ଉଦାହରଣ ସ୍ୱରୂପ, ସେ କହନ୍ତି, "ମୁଁ କେବେ ବି ତାଙ୍କର କଥା ଶୁଣିବି ନାହିଁ, ସେମାନେ ସବୁ ଭୁଲ୍।" ଏହାର ଫଳରେ ସେ ନୂଆ ଦୃଷ୍ଟିକୋଣ ଗ୍ରହଣ କରି ପାରନ୍ତି ନାହିଁ କି ସତ୍ୟର ପଥରେ ଚାଲିପାରନ୍ତି ନାହିଁ । ଭାରତରେ ଵର୍ତ୍ତମାନ ଵିରୋଧୀ ଦଳର ନେତା ଓ ସଦସ୍ୟମାନେ ଏହି ମାନସିକ ଅଵସ୍ଥା ଦ୍ଵାରା ବହୁଧା ପ୍ରଭାଵିତ । ଏହାକୁ Political Closed-Mindedness କୁହାଯାଏ ।
Scientific Closed-Mindedness ଦ୍ଵାରା ମଧ୍ୟ ଅନେକ ମନୁଷ୍ୟ ପୀଡ଼ିତ ଜଣାପଡ଼ନ୍ତି । ଏହି ମାନସିକ ଅଵସ୍ଥାରେ ପୀଡ଼ିତ ଵ୍ୟକ୍ତି ଵୈଜ୍ଞାନିକ ପ୍ରମାଣ ଵା ନୂଆ ଆଵିଷ୍କାରକୁ ପ୍ରତ୍ୟାଖ୍ୟାନ କରନ୍ତି କାରଣ ଏହା ତାଙ୍କର ପୂର୍ଵ ଵିଶ୍ୱାସ ଵା ଅଭ୍ୟାସକୁ ଵିରୋଧ କରେ। ଏମାନେ ଵୈଜ୍ଞାନିକ ତଥ୍ୟକୁ ଅଵିଶ୍ୱାସ କରନ୍ତି। ନୂଆ ନୂଆ ଡାକବାଜି ଉଦ୍ଭାଵନ ହେଵାରୁ ତତ୍କାଳୀନ ସମୟର ପଠାଣମାନେ ଏହାକୁ ସୈତାନର କଣ୍ଠସ୍ଵର ବୋଲି କହି ଵିରୋଧ କରିଥିଲେ । ଆଜି ଭାରତ ଭଳି ସହିଷ୍ଣୁ ହିନ୍ଦୁଙ୍କ ଦେଶରେ ଦିନକୁ ପାଞ୍ଚଥର ନମାଜ ଡାକବାଜି ଯୋଗେ ବାଜୁଛି । ଜୀଵାଶ୍ମଵିଜ୍ଞାନ ହେଉ ଵା ଵିଵର୍ତ୍ତନ ଵିଜ୍ଞାନ ଲକ୍ଷ ଲକ୍ଷ ଲୋକ ଅଛନ୍ତି ଯୋଉମାନେ ଆଧୁନିକ ଯୁଗରେ ଏତେ ଵୈଜ୍ଞାନିକ ଅନୁସନ୍ଧାନ ପରେ ମଧ୍ୟ ମାନନ୍ତି ନାହିଁ। Flat earther ହୁଅନ୍ତୁ ଵା ସାତ ଦିନରେ ବ୍ରହ୍ମାଣ୍ଡ ସୃଷ୍ଟି ହୋଇଛି ବୋଲି ଗପୁଥିଵା ଧାର୍ମିକ ଅନ୍ଧ ହୁଅନ୍ତୁ ଵିଜ୍ଞାନକୁ ମାନୁନଥିଵା Scientific Closed-Mindednessର ଶିକାର ଲକ୍ଷ ଲକ୍ଷ ଲୋକ ମିଳିଯାଆନ୍ତି ।
ଏ ଧରଣର ଆଉ ଏକ ମାନସିକ ଅଵସ୍ଥା Social Closed-Mindedness ଅଟେ । ଏଥିରେ ପୀଡ଼ିତ ଵ୍ୟକ୍ତିମାନେ ଲୋକଙ୍କ ଵୟସ,ଜାତି, ଲିଙ୍ଗ, ସଂସ୍କୃତି ଵା ସାମାଜିକ ଅଵସ୍ଥା ଆଧାରରେ ସେମାନଙ୍କର ଯୋଗ୍ୟତା ଓ ସାମର୍ଥ୍ୟର ଆକଳନ କରି ଦିଅନ୍ତି ଏବଂ ସେମାନଙ୍କୁ ଛୋଟ ମଣି ତାଙ୍କ ମତକୁ ଗ୍ରହଣ କରନ୍ତି ନାହିଁ। ଏମାନେ ନିଜର ଗୋଷ୍ଠୀ ଵା ସଂସ୍କୃତିକୁ ଶ୍ରେଷ୍ଠ ମନେ କରନ୍ତି। ଉଦାହରଣ ସ୍ବରୂପ ଜଣେ ଵ୍ୟକ୍ତି ଗାଁରୁ ଆସିଥିବା ଲୋକଙ୍କୁ “ଅଜ୍ଞାନୀ” ମନେ କରନ୍ତି ଏଵଂ ସେମାନଙ୍କର ଅଭିଜ୍ଞତା ଵା ମତକୁ ଶୁଣିଵାକୁ ଆଗ୍ରହୀ ହୁଅନ୍ତି ନାହିଁ। କୌଣସି ମହିଳା ଗାଡ଼ି ଚାଳନାରେ ଯେତେ ଦକ୍ଷ ହୋଇଥାଉ ସେ ଗାଡ଼ି ଚଳାଇ କାଳେ ଦୂର୍ଘଟଣା କରି ଦେଵ ବୋଲି ଏ ଧରଣର ଲୋକେ ସବୁବେଳେ ସନ୍ଦେହ କରିଥାନ୍ତି । ଅଳ୍ପ ଵୟସ୍କ ଵ୍ୟକ୍ତି ଯେତେ ସତ କହୁ ତା କଥାକୁ Social Closed-Mindedness ଦ୍ଵାରା ପୀଡ଼ିତ ଵୟସ୍କମାନେ ଶୁଣନ୍ତି ନାହିଁ।
Personal Closed-Mindedness ଜାତୀୟ ଵ୍ୟକ୍ତି ବି ଅଛନ୍ତି ଏଵଂ ନିଜର ଵ୍ୟକ୍ତିଗତ ଅଭ୍ୟାସ, ଜୀଵନଶୈଳୀ ଵା ଚିନ୍ତାଧାରାରେ ଅଟଳ ରହନ୍ତି ତଥା ନୂଆ ପରିଵର୍ତ୍ତନକୁ ସହଜରେ ଗ୍ରହଣ କରନ୍ତି ନାହିଁ। ଏମାନେ ନିଜର ଅଜ୍ଞାନତାକୁ ଅସ୍ୱୀକାର କରନ୍ତି। ଉଦାହରଣ ସ୍ୱରୂପ ଏ ମାନସିକ ଅଵସ୍ଥାଯୁକ୍ତ ଜଣେ ଵ୍ୟକ୍ତି ସ୍ମାର୍ଟଫୋନ୍ ବା ଇଣ୍ଟରନେଟକୁ “ଅନାଵଶ୍ୟକ” ମନେ କରନ୍ତି ଏଵଂ ପୁରୁଣା ଫୋନ୍ ଵ୍ୟଵହାର ଜାରି ରଖନ୍ତି । ନୂଆ ପ୍ରଯୁକ୍ତି ତାଙ୍କ ଜୀଵନକୁ ସରଳ କରିପାରେ କିନ୍ତୁ ସେ ସେଥିପ୍ରତି ଆଗ୍ରହୀ ହୋଇନଥାନ୍ତି ।
Cultural Closed-Mindedness ଜାତୀୟ ଲୋକେ ବି ଅଛନ୍ତି ଯୋଉମାନେ ନିଜର ସଂସ୍କୃତି ଵା ପରମ୍ପରାକୁ ହିଁ ପୃଥିଵୀରେ ଏକମାତ୍ର ଉପଯୁକ୍ତ ଓ ଯଥାର୍ଥ ମନେ କରନ୍ତି ଏଵଂ ଅନ୍ୟ ସଂସ୍କୃତିର ରୀତିନୀତିକୁ ବୁଝିଵାକୁ ଚେଷ୍ଟା କରନ୍ତି ନାହିଁ ଵରଂ ଆଵଶ୍ୟକ ହେଲେ ତହିଁର ଵିରୋଧ କରିଵାକୁ ପଛାନ୍ତି ନାହିଁ । ଉଦାହରଣ ସ୍ୱରୂପ ଆବ୍ରାହାମିକ ସମ୍ପ୍ରଦାୟ ଵିଶେଷତଃ ପଠାଣ ଓ ଖିରସ୍ଥାନୀମାନେ ନିଜ ଧର୍ମ ଓ ସଂସ୍କୃତିକୁ ହିଁ ଶ୍ରେଷ୍ଠ ବୋଲି ପ୍ରଚାର କରି ଅନ୍ୟର ଧର୍ମ ସଂସ୍କୃତିକୁ ନ୍ୟୂନ ହୀନ ଦର୍ଶାଇଵାକୁ ସର୍ଵଦା ଚେଷ୍ଟା କରିଥାନ୍ତି ।
Educational Closed-Mindedness ଦ୍ଵାରା ପ୍ରଭାଵିତ ଲୋକ ମଧ୍ୟ ଦେଖାଯାଆନ୍ତି ।
ଏହି ଜାତୀୟ ଵ୍ୟକ୍ତି ନୂଆ ଶିକ୍ଷଣ ପଦ୍ଧତି, ଜ୍ଞାନ ଵା ଶିକ୍ଷାର ଉତ୍ସକୁ ଗ୍ରହଣ କରନ୍ତି ନାହିଁ। ଏମାନେ ନିଜର ପୁରୁଣା ଜ୍ଞାନକୁ ହିଁ ଶ୍ରେଷ୍ଠ ମନେ କରନ୍ତି। ଉଦାହରଣ ସ୍ୱରୂପ ଆଜି ବି ଅନେକ ଶିକ୍ଷକ ଅଛନ୍ତି ଯୋଉମାନେ ନୂଆ ଡିଜିଟାଲ୍ ଶିକ୍ଷଣ ପଦ୍ଧତିକୁ “ଅନୁପଯୋଗୀ” ମନେ କରନ୍ତି ଏଵଂ ପୁରୁଣା କଳାପଟା ପଦ୍ଧତିରେ ହିଁ ପଢ଼ାଇଵା ଜାରି ରଖନ୍ତି । ନୂଆ ଶିକ୍ଷା ପଦ୍ଧତି ଛାତ୍ରଙ୍କ ପାଇଁ ଅଧିକ ସହାୟକ ହୋଇପାରେ କିନ୍ତୁ Educational Closed-Mindednessର ଶିକାର ଶିକ୍ଷକ ତାହା ହେଵାକୁ ଦିଅନ୍ତି ନାହିଁ ।
ଏହିପରି ଵିଭିନ୍ନ ଜାତୀୟ Closed-Mindednessର ଶିକାର ମଣିଷ ଅଛନ୍ତି। Closed-Mindedness ଜୀଵନର ଵିଭିନ୍ନ କ୍ଷେତ୍ରରେ ଅଜ୍ଞାନତା ଓ ଵିଭାଜନକୁ ବଢ଼ାଇଥାଏ। ଏହା ମାନଵଜାତିର ଉତ୍ତରୋତ୍ତର ଉନ୍ନତି ଦିଗରେ କଣ୍ଟା ଭଳି କାର୍ଯ୍ୟ କରେ । ପ୍ରାଚୀନ କାଳରୁ ଏଯାଵତ୍ ନୂଆ କିଛି ଜାଣିଵା, ନୂଆ କିଛି କରିଵାର ନିରଵଚ୍ଛିନ୍ନ ପ୍ରୟାସ ଯୋଗୁଁ ମାନଵ ଜାତି ଆଜି Type i civilization ନହୋଇଥିଲେ ବି Type 0.7 civilization ନିଶ୍ଚୟ ହୋଇପାରିଛି । ଚିନ୍ତା କରନ୍ତୁ ଯଦି ସମସ୍ତ ମାନଵଜାତିରେ ନୂଆ କଥା, ଧାରଣା, ମତ ଵା ଜ୍ଞାନକୁ ଶୁଣିଵାକୁ ଵା ଗ୍ରହଣ କରିଵାକୁ ଆଦୌ ଚାହୁଁନଥିଵା Closed-Mindednes ଜାତୀୟ ମନୁଷ୍ୟଙ୍କ ସଂଖ୍ୟାଧିକ୍ୟ ହୋଇଗଲା ତେବେ କ’ଣ ହେଵ ? ମାନଵ ସମାଜ ପୁଣି ଜଙ୍ଗଲି ହୋଇଯିଵ ଏଵଂ ବାଘ ଭାଲୁ ଵାନରଙ୍କ ପରି ଅସଭ୍ୟ ହୋଇ ରହିଯିଵ । ଅତଃ Closed-Mindedness ଦ୍ଵାରା ପୀଡ଼ିତ ମାନଵମାନେ ମାନଵଜାତି ପାଇଁ ଅଟା ମଧ୍ୟରେ ଗୋଡ଼ି ସଦୃଶ । ମାନଵସମାଜରୁ Closed-Mindednessର ଵିନାଶରେ ମାନଵଜାତିର ମଙ୍ଗଳ !
No comments:
Post a Comment