ନିକଟରେ ଶ୍ରୀନରେନ୍ଦ୍ର ମୋଦିଙ୍କର ହତ୍ୟା ଯୋଜନା ହୋଇଥିଵା କଥା ଶୁଣାଯାଉଛି । 
୨୦୨୫ ମସିହାର ଅଗଷ୍ଟ ୩୧। ଚାଇନାର ତିଆଞ୍ଜିନ୍ ସହରରେ ଶାଙ୍ଘାଇ କୋ-ଅପରେସନ ଅର୍ଗାନାଇଜେସନ (SCO) ସମିଟ୍ର ପରିଵେଶ ଥିଲା ଉତ୍ତେଜନାପୂର୍ଣ୍ଣ। ଆକାଶରେ ମେଘ ଘେରି ରହିଥିଲା କିନ୍ତୁ ସମିଟ୍ ହଲ୍ରେ ରାଜନୈତିକ ଉଷ୍ଣତା ଅଧିକ ଅନୁଭୂତ ହେଉଥିଲା। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ ଓ ଚାଇନାର ରାଷ୍ଟ୍ରପତି ଶି ଜିନ୍ପିଙ୍ଗ୍ ଏକ ମଞ୍ଚରେ ଉପସ୍ଥିତ ଥିଲେ। ଏହି ସମିଟ୍ ଥିଲା ଵାଣିଜ୍ୟ, ସୁରକ୍ଷା ଓ ଆଞ୍ଚଳିକ ସ୍ଥିରତା ଉପରେ ଆଲୋଚନାର ଏକ ବଡ଼ ମଞ୍ଚ। କିନ୍ତୁ ଏହି ସମିଟ୍ ପଛରେ ଲୁଚି ରହିଥିଲା ଏକ ଅନ୍ଧକାର ଷଡ଼ଯନ୍ତ୍ର ଯାହା ମୋଦିଙ୍କ ଜୀଵନକୁ ଵିପଦରେ ପକାଇଥିଲା।
ଇଏ ଭୂ-ରାଜନୈତିକ ଵିଵାଦର ସମୟ ଥିଲା। ଯୁକ୍ତରାଷ୍ଟ୍ର ଅମେରିକା, ଭାରତୀୟ ରପ୍ତାନି ଦ୍ରଵ୍ୟଉପରେ ୫୦% ଟାରିଫ୍ ଲଗାଇଥିଲା,ଏଵଂ ଟ୍ରମ୍ପ ବାରମ୍ବାର ମୁଁ ସିଜ୍ ଫାୟର କରିଛି ବୋଲି କହି ଚାଲିଥିଲା କିନ୍ତୁ ଭାରତ ଏହାକୁ ଖଣ୍ଡନ କରି ଚାଲିଥିଲା । ଅନ୍ୟପଟେ, ପାକିସ୍ତାନ ସହ ଭାରତର ଯୁଦ୍ଧ ହୋଇଥିଲା । ୨୨ ଏପ୍ରିଲ ୨୦୨୫ରେ ଜମ୍ମୁ ଓ କାଶ୍ମୀରର ପହଲଗାମ୍ (Baisaran Valley) ନିକଟରେ ଆତଙ୍କଵାଦୀମାନେ ୨୬ଜଣ ପର୍ଯ୍ୟଟକଙ୍କୁ ଧର୍ମ ପଚାରି ମାରିଥିଲେ। ଏହା ପରେ ଭାରତ ୨୩ ଏପ୍ରିଲରେ Indus Waters Treaty (୧୯୬୦) ସ୍ଥଗିତ କରିଥିଲା, Attari ସୀମା ବନ୍ଦ କରିଥିଲା ଏଵଂ SAARC Visa Exemption Scheme ଅଧୀନରେ ପାକିସ୍ତାନୀମାନଙ୍କର Visa ବାତିଲ୍ କରିଥିଲା। ପାକିସ୍ତାନ୍ ମଧ୍ୟ Simla Agreement (୧୯୭୨) ସ୍ଥଗିତ କରିଥିଲା ଏଵଂ ଭାରତୀୟ ରାଜଦୂତମାନଙ୍କୁ ନିର୍ଵାସିତ କରିଥିଲା । ଏହା ପରେ ଭାରତ ଅପରେସନ ସିନ୍ଦୂର ଚଳାଇ ଏୟାର୍ସ୍ଟ୍ରାଇକ୍ କରି ୯ଟି ଆତଙ୍କଵାଦୀ କ୍ୟାମ୍ପ୍ ଧ୍ଵଂସ କରିଥିଲା । ପାକିସ୍ଥାନର ଡ୍ରୋନ୍, ମିସାଇଲ୍, ସାଇବର୍ ଆକ୍ରମଣକୁ ଭାରତ ସମ୍ପୂର୍ଣ୍ଣ ନିଷ୍ଫଳ କରିଥିଲା । ଏହା ୪ ଦିନ (୭-୧୦ ମେ) ଚାଲିଥିଲା । ୧୦ ମେ ୨୦୨୫ର ପ୍ରତ୍ୟୁଷ୍କାଳୀନ ସମୟରେ  IAF Rafale ଜେଟ୍ଗୁଡ଼ିକ ଵ୍ୟଵହାର କରି ୧୧ଟି ପାକିସ୍ତାନୀ ଏୟାର୍ବେସ୍ ଉପରେ ପ୍ରିସିଜନ୍ ଆକ୍ରମଣ (air-launched precision weapons) କରିଥିଲା। ଏହାରେ ରନ୍ୱେ, ହ୍ୟାଙ୍ଗାର୍, ଏଵଂ ଏୟାର୍ ଡିଫେନ୍ସ୍ ସିଷ୍ଟମ୍ଗୁଡ଼ିକୁ ଲକ୍ଷ୍ୟ କରାଯାଇଥିଲା। ପାକିସ୍ଥାନ ଏହି ଆକ୍ରମଣରେ ଡର ମରି ଭାରତର ପାଦ ଧରି ଯୁଦ୍ଧଵିରତି ପାଇଁ କାକୁତି ମିନତି କଲାରୁ ୧୦ ମେ ସକାଳେ ଯୁଦ୍ଧଵିରତି (ceasefire) ହୋଇଥିଲା  ।  ଲାଲ ବାହାଦୁର ଶାସ୍ତ୍ରୀଙ୍କ ହତ୍ୟା ପୂର୍ଵରୁ ବି ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୋଇଥିଲା । ସେତେବେଳେ ପାକିସ୍ତାନର ଗୁପ୍ତଚର ସଂସ୍ଥା ISI ତଥା ଆମେରିକାର ଗୁପ୍ତଚର ସଂସ୍ଥା CIA ମିଳିତ ଭାବେ ଶାସ୍ତ୍ରୀଙ୍କ ହତ୍ୟା ଯୋଜନା କରିଥିଲେ । ଏଥର ମଧ୍ୟ ଚୀନରେ ମୋଦିଙ୍କୁ ମାରିଵାର ଯୋଜନା ଏହି ଦୁଇ ଗୁପ୍ତଚର ସଂସ୍ଥା କରିଥିଵା କୁହାଯାଉଛି। 
ସମିଟ୍ର କିଛି ଦିନ ପୂର୍ଵେ, ରୁଷିଆର ଗୁପ୍ତଚର ସଂସ୍ଥା FSB (Federal Security Service) ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇଥିଲା ବୋଲି କେତେକ ଉତ୍ସ ଦାବି କରନ୍ତି। ISI ଓ CIA ମଧ୍ୟରେ ଏକ ଗୁପ୍ତ ଯୋଜନା ଚାଲିଥିଲା, ଯାହାର ଲକ୍ଷ୍ୟ ଥିଲା ନରେନ୍ଦ୍ର ମୋଦିଙ୍କୁ ତିଆଞ୍ଜିନ୍ରେ ହତ୍ୟା କରିଵା।  ଅମେରିକା ଭାରତର ରୁଷିଆ ଓ ଚାଇନା ସହ ନିକଟତାକୁ ପସନ୍ଦ କରୁନଥିଲା ଏଵଂ ପାକିସ୍ତାନ ଅପରେସନ ସିନ୍ଦୂରର ପ୍ରତିଶୋଧ ନେଵାକୁ ଚାହୁଁଥିଲା । ଏହି ଷଡ଼ଯନ୍ତ୍ର ଥିଲା ଏକ ଜଟିଳ ଯୋଜନା, ଯେଉଁଥିରେ ଜଳ ଵା ଖାଦ୍ୟରେ ଜହର ଦେଵା କିମ୍ବା ଏକ ଗୁପ୍ତ ଆକ୍ରମଣ ମାଧ୍ୟମରେ ମୋଦିଙ୍କ ଜୀଵନ ନାଶ କରାଯାଇଥିଵା ସୂଚନା ମିଳେ ।
FSBର ଏଜେଣ୍ଟମାନେ ଏହି ସୂଚନାକୁ ଗୁରୁତର ଭାବେ ନେଇଥିଲେ। ପୁତିନ୍ ତୁରନ୍ତ ଏହି ଵିଷୟରେ ଭାରତୀୟ ଗୁପ୍ତଚର ସଂସ୍ଥା RAW (Research and Analysis Wing) ଓ IB (Intelligence Bureau) ସହ ସମ୍ପର୍କ ସ୍ଥାପନ କରିଥିଲେ। କିନ୍ତୁ ସମିଟ୍ର ସମୟରେ ଏହି ସୂଚନାକୁ ଅତ୍ୟନ୍ତ ଗୁପ୍ତ ରଖାଯାଇଥିଲା ଯେମିତି ଷଡ଼ଯନ୍ତ୍ରକାରୀମାନେ ସତର୍କ ନ ହୁଅନ୍ତି।
ସମିଟ୍ର ପ୍ରଥମ ଦିନ, ଅଗଷ୍ଟ ୩୧। ମୋଦି ତିଆଞ୍ଜିନ୍ରେ ପହଞ୍ଚିଥିଲେ ଏଵଂ ତାଙ୍କ ସୁରକ୍ଷା ଦଳ SPG (Special Protection Group) ସର୍ଵଦା ତାଙ୍କୁ ଘେରି ରହିଥିଲେ। ଚାଇନାର ସୁରକ୍ଷା ବାହିନୀ ମଧ୍ୟ ସମିଟ୍ ସ୍ଥାନରେ କଡ଼ା ନିରୀକ୍ଷଣ କରୁଥିଲେ। କିନ୍ତୁ ପରଦା ପଛରେ, ଏକ ଅଜଣା ଵିପଦ ଲୁଚି ରହିଥିଲା। ଷଡ଼ଯନ୍ତ୍ରକାରୀମାନେ ସମିଟ୍ର ଗହଳି ଓ ଆନ୍ତର୍ଜାତୀୟ ମଞ୍ଚରେ ମୋଦିଙ୍କୁ ଟାର୍ଗେଟ କରିଵାକୁ ଯୋଜନା କରିଥିଲେ। 
ଇଣ୍ଟରନେଟରେ ଅନେକ ଲେଖାରେ କୁହାଯାଉଛି ଯେ ଶି ଜିନ୍ପିଙ୍ଗ୍ ତାଙ୍କର ଗୁପ୍ତଚର ସଂସ୍ଥା MSS (Ministry of State Security) ମାଧ୍ୟମରେ ଏକ ସନ୍ଦେହଜନକ ଗତିଵିଧି ଵିଷୟରେ ସୂଚନା ପାଇଥିଲେ। ଶି-ଙ୍କ ନିର୍ଦ୍ଦେଶରେ MSS ଦ୍ଵାରା ସ୍ଥାନୀୟ ସୁରକ୍ଷା ଵ୍ୟଵସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଥିଲା । ସମିଟ୍ରେ ଦିଆଯାଉଥିଵା ଜଳ ଓ ଖାଦ୍ୟ ଉପରେ କଡ଼ ନଜର ରଖାଯାଇଥିଲା ଏଵଂ ତହିଁର ପରିକ୍ଷଣ ପରେ ଅନୁମୋଦନ କରାଯାଉଥିଲା । ସେଦିନ ଏତେ କଡ଼ା ପହରା ମଧ୍ୟରେ ମୋଦିଙ୍କୁ ଜହର ଦେଇ ମାରିଵାର ଯୋଜନା ଵିଫଳ ହୋଇଥିଲା । 
ସମିଟ୍ର ଦ୍ୱିତୀୟ ଦିନ, ସେପ୍ଟେମ୍ବର ୧। ସମିଟ୍ର ଆଲୋଚନା ଚାଲିଥିଵାବେଳେ ପୁତିନ୍ ମୋଦିଙ୍କୁ ତାଙ୍କର ଆର୍ମଡ୍ Aurus କାରରେ ଏକ ଵୈଠକ ପାଇଁ ଆମନ୍ତ୍ରଣ କରିଥିଲେ। ଏହି କାର୍ ଅତ୍ୟାଧୁନିକ ସୁରକ୍ଷା ଵ୍ୟଵସ୍ଥାରେ ସଜ୍ଜିତ ଏଵଂ ଗୁପ୍ତ ତଥା ସୁରକ୍ଷିତ ପରିଵେଶ ପ୍ରଦାନ କରିଥିଲା। କୁହାଯାଏ ସେଦିନ ମୋଦିଙ୍କ ଉପରେ ଆତଙ୍କଵାଦୀ ଆକ୍ରମଣ ହେଵାର ଥିଲା ଯାହାକୁ ପୁତିନ୍ ଏଡ଼ାଇ ଦେଇଥିଲେ । ୪୫ ମିନିଟ୍ର ଵୈଠକ ନୁହେଁ ଵରଂ ତାହା ପୁତିନଙ୍କ ଦ୍ଵାରା ମୋଦିଙ୍କୁ ୪୫ମିନିଟ୍ର ସୁରକ୍ଷା ପ୍ରଦାନ ଥିଲା ବୋଲି
କୁହାଯାଉଛି । ପୁତିନ୍ଙ୍କର ସମୟୋଚିତ ହସ୍ତକ୍ଷେପ ଓ ରୁଷିଆ-ଭାରତ ମଧ୍ୟରେ ଦୀର୍ଘଦିନର ଵିଶ୍ୱାସ ମୋଦିଙ୍କ ଜୀଵନ ବଞ୍ଚାଇଵାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲା। 
ଷଡ଼ଯନ୍ତ୍ରକାରୀମାନେ ସମିଟ୍ରେ ନିଜର ଯୋଜନାକୁ କାର୍ଯ୍ୟକାରୀ କରିଵାରେ ବିଫଳ ହୋଇଥିଲେ। FSB, MSS, ଓ RAWର ସମନ୍ୱୟ ଏଵଂ SPGର କଡ଼ା ସୁରକ୍ଷା ଵ୍ୟଵସ୍ଥା ଯୋଗୁଁ ଵିପଦକୁ ଆରମ୍ଭରେ ହିଁ ଅଟକେଇ ଦିଆଯାଇଥିଲା। ସମ୍ଭଵତଃ ଷଡ଼ଯନ୍ତ୍ରକାରୀମାନେ ସମିଟ୍ ସ୍ଥାନରେ ପହଞ୍ଚିଵା ପୂର୍ଵରୁ ଚିହ୍ନଟ ହୋଇଥିଲେ, କିମ୍ବା ତାଙ୍କର ଯୋଜନା କାର୍ଯ୍ୟକାରୀ ହେଵା ପୂର୍ଵରୁ ଭଣ୍ଡୁର ହୋଇଥିଲା। ମୋଦି ସମିଟ୍ରେ ନିଜର ସମସ୍ତ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପୂର୍ଣ୍ଣ କରିଥିଲେ ଏଵଂ ସେ ସୁରକ୍ଷିତ ଭାବେ ଭାରତ ଫେରିଥିଲେ।
ଭାରତ ଫେରିଵା ପରେ, ମୋଦି ଏକ ଜନସଭାରେ ଜନତାଙ୍କ ଉତ୍ସାହକୁ ଦେଖି ଏକ ରହସ୍ୟମୟ ମନ୍ତଵ୍ୟ ଦେଇ କହିଥିଲେ: "आप लोग तालियां मेरे जाने के लिए बजा रहे हैं, या मेरे (सुरक्षित) लौटने के लिए?"
ଏହି ମନ୍ତଵ୍ୟ ଆସିଲା ପରେ ତାଙ୍କର ଜୀଵନ ପ୍ରତି ଚୀନରେ ଵିପଦ ଥିଲା ବୋଲି ସେତେବେଳେ ଚର୍ଚ୍ଚା ଆରମ୍ଭ ହୋଇଥିଲା କିନ୍ତୁ ସେହି ସମୟରେ ତାହା ଅନ୍ୟ ପ୍ରସଙ୍ଗ ମଧ୍ୟରେ ହଜି ଯାଇଥିଲା । ୧୨ ଅକ୍ଟୋବରରେ ରାହୁଲ ଗାନ୍ଧୀର ଏକ ଟ୍ବିଟ୍ରୁ ପୁଣି ଗଣମାଧ୍ୟମରେ ଏହା ଚର୍ଚ୍ଚାର ଵିଷୟ ପାଲଟିଛି । ଇତି ମଧ୍ୟରେ ଏ ଵିଷୟରେ ଏ ପର୍ଯ୍ୟନ୍ତ ଟ୍ଵିଟରରେ ୫୦୦୦ରୁ ଅଧିକ ପୋଷ୍ଟ୍ ଓ YouTubeରେ ୧୦୦୦ରୁ ଅଧିକ ଭିଡ଼ିଓରେ ଚର୍ଚ୍ଚାରେ ରହିଛି। ଫେସବୁକରେ ମଧ୍ୟ ଅନେକେ ଏହା ଵିଷୟରେ ଆଲୋଚନା ଆରମ୍ଭ କରି ଦେଇଛନ୍ତି। ତେବେ ଏହି ଵିଷୟ ପୁନଃ ଆଲୋଚନାର ଶ୍ରେୟ ବିଜେପିର ଷ୍ଟାର୍ ପ୍ରଚାରକ ରାହୁଲ ଗାନ୍ଧୀଙ୍କୁ ଦିଆଯାଉଛି। 
No comments:
Post a Comment