ଷ୍ଟୋନୱାଲ ଦଙ୍ଗା ୧୯୬୯ ମସିହାରେ ଆମେରିକାର ନିଉୟର୍କ ସହରରେ ଘଟିଥିଲା ଏଵଂ ଏହା ଏକ ଏପରି ଘଟଣା ଯାହା ଵିଶ୍ୱଵ୍ୟାପୀ LGBTQ  ଅଧିକାର ଆନ୍ଦୋଳନର ଆରମ୍ଭବିନ୍ଦୁ ଭାବେ ଗଣାଯାଏ। ଏହା ମାତ୍ର ଏକ ଦଙ୍ଗା ନଥିଲା ଵରଂ ଅନ୍ୟାୟ, ଦମନ ଓ ଵୈଷମ୍ୟ ଵିରୁଦ୍ଧରେ ଏକ ସମ୍ପ୍ରଦାୟର ସାହସୀ ପ୍ରତିଵାଦ ଥିଲା। ଏହି ଘଟଣା ସେହି ସମୟର ସାମାଜିକ, ରାଜନୈତିକ ଓ ସାଂସ୍କୃତିକ ପୃଷ୍ଠଭୂମିକୁ ନେଇ ଆରମ୍ଭ ହୋଇଥିଲା । ଏକ ଛୋଟ Barରେ ଘଟିଥିଵା ଏକ ସାମାନ୍ୟ ଘଟଣା ଇତିହାସର ମୋଡ଼ ଵଦଳାଇ ଦେଇଥିଲା।
୧୯୬୦ ଦଶକର ଆମେରିକା ଏକ ପରିଵର୍ତ୍ତନଶୀଳ ସମୟରେ ଥିଲା। ନାଗରିକ ଅଧିକାର ଆନ୍ଦୋଳନ, ମହିଳା ଅଧିକାର, ଓ ଭିଏତନାମ ଯୁଦ୍ଧ ଵିରୋଧୀ ଆନ୍ଦୋଳନ ଜୋର ସୋର୍ରେ ଚାଲିଥିଲା । କିନ୍ତୁ ଏହି ସମୟରେ LGBTQ ସମ୍ପ୍ରଦାୟଙ୍କ ପାଇଁ ଜୀଵନ ଅତ୍ୟନ୍ତ କଠିନ ଥିଲା। ସମଲିଙ୍ଗୀ ସମ୍ପର୍କକୁ ସେତେବେଳର ଆମେରିକାରୈ ଅପରାଧ ଭାବେ ଗଣାଯାଉଥିଲା ଏଵଂ ଅଧିକାଂଶ ରାଜ୍ୟରେ ଏହା ଆଇନଗତ ଭାବେ ନିଷିଦ୍ଧ ଥିଲା। ସମାଜରେ LGBTQ ଵ୍ୟକ୍ତିମାନେ ଵୈଷମ୍ୟ, ଅପମାନ ଓ ହିଂସାର ଶିକାର ହେଉଥିଲେ।
ନିଉୟର୍କ ସହରରେ, LGBTQ ସମ୍ପ୍ରଦାୟର ଲୋକମାନେ ନିଜର ପରିଚୟ ଲୁଚାଇ ଜୀଵନଯାପନ କରୁଥିଲେ। ସେମାନଙ୍କ ପାଇଁ ନିରାପଦ ସ୍ଥାନ ବହୁତ ଅଳ୍ପ ଥିଲା। Gay Bar ଓ କ୍ଲଵଗୁଡ଼ିକ ଥିଲା ଏକମାତ୍ର ସ୍ଥାନ ଯେଉଁଠି ସେମାନେ ନିଜର ପ୍ରକୃତ ପରିଚୟକୁ ପ୍ରକାଶ କରିପାରୁଥିଲେ। କିନ୍ତୁ ଏହି Barଗୁଡ଼ିକ ମଧ୍ୟ ପୁଲିସର ନିରନ୍ତର ଚଢ଼ାଉର ଶିକାର ହେଉଥିଲା। ପୁଲିସ ପ୍ରାୟତଃ ଏହି Barଗୁଡ଼ିକ ଉପରେ ଚଢ଼ାଉ କରି ଲୋକଙ୍କୁ ଗିରଫ କରୁଥିଲା, ଅପମାନିତ କରୁଥିଲା ଏଵଂ ତାଙ୍କର ନାମ ଖଵରକାଗଜରେ ଛପାଇ ସେମାନଙ୍କ ଜୀଵନକୁ ଵିପଦରେ ପକାଉଥିଲା।
ଷ୍ଟୋନୱାଲ ଇନ୍ (Stonewall Inn) ଥିଲା ନିଉୟର୍କ ସହରର ଗ୍ରୀନୱିଚ୍ ଵିଲେଜ୍ ଅଞ୍ଚଳରେ ଅଵସ୍ଥିତ ଏକ ଛୋଟ Gay Bar । ଏହା ୧୯୬୬ ମସିହାରେ Gay Bar ଭାଵେ ଖୋଲାଯାଇଥିଲା ଏଵଂ ଏହା LGBTQ ସମ୍ପ୍ରଦାୟର ଲୋକଙ୍କ ପାଇଁ ଏକ ଜନପ୍ରିୟ ସ୍ଥାନ ଥିଲା। ଏହି Barରେ Gay, Lesbian, Transgender ଓ ଅନ୍ୟାନ୍ୟ ସମ୍ପ୍ରଦାୟର ଲୋକେ ଏକାଠି ହୋଇ ନାଚୁଥିଲେ, ଗପସପ କରୁଥିଲେ ଓ ନିଜର ପରିଚୟକୁ ସ୍ୱାଧୀନ ଭାବେ ଉପଭୋଗ କରୁଥିଲେ। କିନ୍ତୁ ଏହି Barଟି ମାଫିଆ ଦ୍ୱାରା ପରିଚାଳିତ ହେଉଥିଲା ଯେଉଁମାନେ ଏହାକୁ ଏକ ଲାଭଜନକ ଵ୍ୟଵସାୟ ଭାଵେ ଚଳାଉଥିଲେ। Barଟି ଅନେକ ସମୟରେ ଅଵୈଧ ଭାବେ ମଦ ତଥା ଅନ୍ୟାନ୍ୟ ମାଦକଦ୍ରଵ୍ୟ ଵିକ୍ରି କରୁଥିଲା, ଯାହା ପୁଲିସର ଚଢ଼ାଉର ଏକ କାରଣ ଥିଲା।
ଷ୍ଟୋନୱାଲ ଇନ୍ ଏକ ସାଧାରଣ Bar ନଥିଲା। ଏହା ଥିଲା ଏକ ଆଶ୍ରୟସ୍ଥଳ, ଯେଉଁଠି ସମାଜ ଦ୍ୱାରା ଵିତାଡ଼ିତ ଲୋକେ ନିଜକୁ ସୁରକ୍ଷିତ ଅନୁଭଵ କରୁଥିଲେ। ଏହାର ଗ୍ରାହକଙ୍କ ମଧ୍ୟରେ ଥିଲେ ଟ୍ରାନ୍ସଜେଣ୍ଡର ମହିଳା, ଯୁଵକମାନେ, ଗୃହହୀନ ଯୁଵକ ଓ କଳାଲୋକେ, ଯେଉଁମାନେ ସମାଜରେ ଵିଶେଷ ଵୈଷମ୍ୟର ଶିକାର ହେଉଥିଲେ।
୧୯୬୯ ମସିହା ଜୁନ ମାସ ୨୮ ତାରିଖ, ଶୁକ୍ରଵାର ରାତି। ଷ୍ଟୋନୱାଲ ଇନ୍ରେ ସବୁଦିନ ପରି ଗୀତ, ନାଚ ଓ ହସଖୁସିର ଆସର ଜମିଥିଲା। ରାତି ପ୍ରାୟ ୧:୨୦ ମିନିଟରେ ପୁଲିସ Bar ଉପରେ ଚଢ଼ାଉ କରିଥିଲା। ଏହା କୌଣସି ନୂଆ କଥା ନଥିଲା। ପୁଲିସ ପ୍ରାୟତଃ ଏହି Bar ଉପରେ ଚଢ଼ାଉ କରୁଥିଲା, କିନ୍ତୁ ଏହି ରାତିରେ କିଛି ଅଲଗା ହେଲା।
ପୁଲିସ Barରେ ପଶି ଗ୍ରାହକଙ୍କୁ ଗିରଫ କରିଵା ଆରମ୍ଭ କଲା। ପୋଲିସମାନେ ଲୋକଙ୍କୁ ଅପମାନିତ କଲେ, ମହିଳା ଓ ଟ୍ରାନ୍ସଜେଣ୍ଡର ଵ୍ୟକ୍ତିଙ୍କୁ ଅଶାଳୀନ ଢଙ୍ଗରେ ତଲାସି କଲେ। ସାଧାରଣତଃ ଏହି ଚଢ଼ାଉ ସମୟରେ ଲୋକେ ଚୁପ୍ଚାପ୍ ପୁଲିସର କଥା ମାନୁଥିଲେ, କିନ୍ତୁ ଏହି ରାତିରେ ସ୍ଥିତି ବଦଳିଗଲା। 
Barର ଵାହାରେ ଏକ ଜନତା ଜମା ହେଵାକୁ ଲାଗିଲା। ଯେଉଁମାନଙ୍କୁ ପୁଲିସ ଵାହାରକୁ ଛାଡ଼ି ଦେଇଥିଲା, ସେମାନେ ଚଲିଯାଇ ନଥିଲେ। ଵରଂ ସେମାନେ ରାସ୍ତାରେ ଜମା ହୋଇ ପୁଲିସର କାର୍ଯ୍ୟକୁ ପ୍ରତିଵାଦ କରିଵା ଆରମ୍ଭ କରିଦେଲେ। କିଛି ଲୋକ ପୁଲିସକୁ ଵିଦ୍ରୂପ କଲେ, ଅନ୍ୟମାନେ ଚିତ୍କାର କରି କହିଲେ, "ଆମକୁ ଏକା ଛାଡ଼ିଦିଅ ଵା Leave Us Alone !"।
ପ୍ରକୃତ ଘଟଣା କ’ଣ ଥିଲା ଯାହା ଦଙ୍ଗାକୁ ଆରମ୍ଭ କଲା, ତାହା ସ୍ପଷ୍ଟ ନୁହେଁ। କିଛି ସାକ୍ଷୀଙ୍କ କହିଵା ଅନୁଯାୟୀ, ଜଣେ ଟ୍ରାନ୍ସଜେଣ୍ଡର ମହିଳା ଯାହାଙ୍କୁ ପୁଲିସ ଗିରଫ କରୁଥିଲା, ସେ ପ୍ରତିଵାଦ କରି ଜନତାକୁ ଉତ୍ତେଜିତ କରିଥିଲେ। ଅନ୍ୟ ଏକ ମତ ଅନୁଯାୟୀ, ଜଣେ ଲେସବିୟାନ ମହିଳାଙ୍କୁ ପୁଲିସ ମାଡ଼ ମାରିଥିଲା, ଯାହା ଜନତା ମଧ୍ୟରେ ଆକ୍ରୋଶର କାରଣ ହୋଇଥିଲା।  ତେବେ ଏହା ଏକ ଛୋଟ ଘଟଣା ଥିଲା ଏକ ଵିଶାଳ ପ୍ରତିଵାଦରେ ପରିଣତ ହେଲା।
ଜନତା ପୁଲିସ ଉପରେ ପଥର, ଵୋତଲ ଓ ଅନ୍ୟାନ୍ୟ ଜିନିଷ ଫୋପାଡ଼ିଵା ଆରମ୍ଭ କଲେ। ପୁଲିସ ଅଧିକାରୀମାନେ, ଯେଉଁମାନେ ଏକ ସାଧାରଣ ଚଢ଼ାଉ ପାଇଁ ଆସିଥିଲେ, ଏହି ଅପ୍ରତ୍ୟାଶିତ ପ୍ରତିଵାଦରେ ହତଵାକ୍ ହୋଇଗଲେ। ସେମାନେ ଷ୍ଟୋନୱାଲ ଇନ୍ ଭିତରେ ନିଜକୁ ଵନ୍ଦ କରି ଦେଇଥିଲେ, କିନ୍ତୁ ଜନତା ଵାହାରେ ରହି ନାରାଵାଜି ଓ ପ୍ରତିଵାଦ ଜାରି ରଖିଥିଲେ।
ଏହି ରାତିରେ ପ୍ରତିଵାଦ ଏକ ପୂର୍ଣ୍ଣାଙ୍ଗ ଦଙ୍ଗାରେ ପରିଣତ ହେଲା। ଜନତା ପୁଲିସର ଗାଡ଼ି ଉପରେ ଆକ୍ରମଣ କଲେ, ମୋଟରଗାଡ଼ି ଓ ଅନ୍ୟ ଜିନିଷରେ ନିଆଁ ଲଗାଇ ଦେଲେ। ପୁଲିସ ଅଧିକ ପୋଲିସ ଵାହିନୀ ପଠାଇଥିଲା, କିନ୍ତୁ ପ୍ରତିଵାଦୀମାନେ ପଛକୁ ହଟି ନଥିଲେ। ଏହି ଦଙ୍ଗା ରାତିସାରା ଚାଲିଥିଲା ଓ ପରଦିନ ସକାଳେ ମଧ୍ୟ ଜାରି ରହିଥିଲା।
ପ୍ରଥମ ରାତିର ଦଙ୍ଗା କେଵଳ ଆରମ୍ଭ ଥିଲା। ପରଵର୍ତ୍ତୀ କିଛି ଦିନ ଧରି ଗ୍ରୀନୱିଚ୍ ଵିଲେଜରେ ପ୍ରତିଵାଦ ଓ ଦଙ୍ଗା ଜାରି ରହିଥିଲା। LGBTQ ସମ୍ପ୍ରଦାୟର ଲୋକେ ଏକାଠି ହୋଇ ରାସ୍ତାରେ ଵିକ୍ଷୋଭ କରୁଥିଲେ। ସେମାନେ Gay Power ଏଵଂ "ଆମେ ଏକା ନୁହୁଁ" ଭଳି ନାରା ଦେଉଥିଲେ। ଏହି ପ୍ରତିଵାଦରେ ଅନେକ ଟ୍ରାନ୍ସଜେଣ୍ଡର ମହିଳା ଓ କଳା ଲୋକେ ନେତୃତ୍ୱ ନେଇଥିଲେ, ଯେଉଁମାନଙ୍କ ମଧ୍ୟରେ ମାର୍ଶା ପି. ଜନସନ ଓ ସିଲଵିଆ ରିଭେରା ଭଳି ଵ୍ୟକ୍ତିତ୍ୱ ଅଗ୍ରଣୀ ଥିଲେ।
ଏହି ଦଙ୍ଗା କେଵଳ ଏକ ରାତିର ଘଟଣା ନଥିଲା। ଏହା ଏକ ଆନ୍ଦୋଳନର ଆରମ୍ଭ ଥିଲା। ଷ୍ଟୋନୱାଲ ଦଙ୍ଗା ପରେ LGBTQ ସମ୍ପ୍ରଦାୟରେ ଏକ ନୂଆ ସାହସ ଓ ଏକତାର ଭାଵନା ଜାଗି ଉଠିଥିଲା। ସେମାନେ ନିଜର ଅଧିକାର ପାଇଁ ଲଢ଼ିଵାକୁ ସ୍ଥିର କରିଥିଲେ।
ଷ୍ଟୋନୱାଲ ଦଙ୍ଗା ପରେ ଅନେକ LGBTQ ସଂଗଠନ ଗଠନ ହେଲା। ଗେ ଲିବରେସନ ଫ୍ରଣ୍ଟ (Gay Liberation Front) ଓ ଗେ ଆକ୍ଟିଭିଷ୍ଟ ଆଲାୟାନ୍ସ (Gay Activists Alliance) ଭଳି ସଂଗଠନଗୁଡ଼ିକ LGBTQ ଅଧିକାର ପାଇଁ ଲଢ଼େଇ ଆରମ୍ଭ କଲେ। ୧୯୭୦ ମସିହାରେ, ଷ୍ଟୋନୱାଲ ଦଙ୍ଗାର ପ୍ରଥମ ଵାର୍ଷିକୀ ଉପଲକ୍ଷେ, ନିଉୟର୍କରେ ପ୍ରଥମ ଗେ ପ୍ରାଇଡ ପରେଡ ଆୟୋଜିତ ହେଲା। ଏହା ପରେ ଵିଶ୍ୱର ଅନେକ ସହରରେ ପ୍ରାଇଡ ପରେଡ ଆରମ୍ଭ ହେଲା, ଯାହା LGBTQ ସମ୍ପ୍ରଦାୟର ଗୌରଵ ଓ ଏକତାର ପ୍ରତୀକ ହେଲା।
ଷ୍ଟୋନୱାଲ ଦଙ୍ଗା ଆମେରିକାରେ LGBTQ ଅଧିକାର ଆନ୍ଦୋଳନକୁ ଏକ ନୂଆ ଦିଗ ଦେଇଥିଲା। ଏହା ପରେ ଅନେକ ଆଇନଗତ ଓ ସାମାଜିକ ପରିଵର୍ତ୍ତନ ହେଲା। ସମଲିଙ୍ଗୀ ସମ୍ପର୍କକୁ ଅପରାଧ ମାନିଵା ଆଇନ ଧୀରେ ଧୀରେ ବଦଳିଗଲା, ଏଵଂ LGBTQ ଵ୍ୟକ୍ତିଙ୍କ ପାଇଁ ସମାଜରେ ଗ୍ରହଣୀୟତା ଵଢ଼ିଲା।
ଷ୍ଟୋନୱାଲ ଦଙ୍ଗାରେ ଅନେକ ଵ୍ୟକ୍ତି ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ। ମାର୍ଶା ପି. ଜନସନ, ଜଣେ ଟ୍ରାନ୍ସଜେଣ୍ଡର ମହିଳା, ଓ ସିଲଵିଆ ରିଭେରା, ଜଣେ ଟ୍ରାନ୍ସଜେଣ୍ଡର ଆକ୍ଟିଭିଷ୍ଟ, ଏହି ଆନ୍ଦୋଳନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ। ସେମାନେ କେଵଳ ଷ୍ଟୋନୱାଲରେ ପ୍ରତିଵାଦ କରିନଥିଲେ ଵରଂ ପରେ ଟ୍ରାନ୍ସଜେଣ୍ଡର ଅଧିକାର ପାଇଁ ଲଢ଼େଇ ଜାରି ରଖିଥିଲେ। ଅନେକ ଅଜଣା ନାୟକ ମଧ୍ୟ ଏହି ଦଙ୍ଗାରେ ଅଂଶଗ୍ରହଣ କରିଥିଲେ। ସେମାନେ ଥିଲେ ସାଧାରଣ ଲୋକ, ଯେଉଁମାନେ ନିଜର ଅଧିକାର ପାଇଁ ସାହସର ସହିତ ଲଢ଼ିଥିଲେ।
ଷ୍ଟୋନୱାଲ ଦଙ୍ଗା ଏକ ସାମାଜିକ ଆନ୍ଦୋଳନର ଆରମ୍ଭ ମାତ୍ର ନୁହେଁ, ଏହା ଏକ ଉତ୍ସଵ ମଧ୍ୟ। ଏହା LGBTQ ସମ୍ପ୍ରଦାୟର ସାହସ, ଏକତା ଓ ଗୌରଵର ପ୍ରତୀକ। ପ୍ରତିଵର୍ଷ ଜୁନ ମାସରେ, ଵିଶ୍ୱଵ୍ୟାପୀ ପ୍ରାଇଡ ମାସ ଭାଵେ ପାଳନ କରାଯାଏ, ଯାହା ଷ୍ଟୋନୱାଲ ଦଙ୍ଗାର ସ୍ମୃତିକୁ ଜୀଵନ୍ତ ରଖିଥାଏ।
ଷ୍ଟୋନୱାଲ ଦଙ୍ଗା ଥିଲା ଏକ ସାଧାରଣ Barରେ ଆରମ୍ଭ ହୋଇଥିଵା ଏକ ଵିଦ୍ରୋହ, ଯାହା ଏକ ଵିଶ୍ୱଵ୍ୟାପୀ ଆନ୍ଦୋଳନରେ ପରିଣତ ହେଲା। ଏହା LGBTQ ସମ୍ପ୍ରଦାୟକୁ ନିଜର ଅଧିକାର ପାଇଁ ଲଢ଼ିଵାକୁ ପ୍ରେରଣା ଦେଇଥିଲା ଓ ସମାଜରେ ସମାନତା ଓ ଗ୍ରହଣୀୟତାର ଏକ ନୂଆ ଅଧ୍ୟାୟ ଆରମ୍ଭ କରିଥିଲା। ଆଜି ମଧ୍ୟ ଷ୍ଟୋନୱାଲର ସ୍ମୃତି ଲୋକଙ୍କୁ ଅନ୍ୟାୟ ଵିରୁଦ୍ଧରେ ଲଢ଼ିଵାକୁ ପ୍ରେରଣା ଦେଉଛି।
No comments:
Post a Comment