Sunday, September 24, 2017

ରସନୀ ଓ ଦଶନୀ ଧର୍ମ

ଜିଭ ଓ ଦାନ୍ତ କୁ ନେଇ ଆମ୍ଭେ ଏକ ସାମାଜିକ ଶିକ୍ଷା ପାଇପାରିବା..

ଜିହ୍ବାର ଧର୍ମ ରାସନୀ ଧର୍ମ
କିନ୍ତୁ ଦାନ୍ତର ଦାଶନୀ ଧର୍ମ....

ଦାନ୍ତର ମୂଳରେ କିଛି ଲାଗିଥିଲେ ତାକୁ ବାରମ୍ବାର ଉଖାରି ଦାନ୍ତର ମଙ୍ଗଳ କରିବା କର୍ମରେ ଜିଭକୁ ରସନା ଲାଗିଥାଏ..

ଏଥିପାଇଁ ପରର ସର୍ବଦା ଉପକାର କରିବାକୁ
ରାସନୀ ନୀତି କୁହାଯାଏ....

କିନ୍ତୁ ଦାନ୍ତ କଣ୍ କରେ.....
ଦାନ୍ତ ସୁବିଧା ପାଇଲେ
ଜିଭକୁ ଦାବିଦିଏ ବା କାମୁଡ଼ି ଦିଏ....

ତେଣୁ ଉପକାରୀର ଅପକାର କରିବାକୁ ଦାଶନୀ  ଧର୍ମ ବୋଲାଯାଏ.....

ତେବେ
ଆମ୍ଭେ ମାନେ ଆବହମାନ କାଳରୁ ଦେଖି
ଆସିଛେ
ଦାନ୍ତ ଯେତେ ଅପକାର କଲେ ହେଁ ଜିଭ ତା
ରାସନୀ ଧର୍ମ ତ୍ୟାଗ କରିନାହିଁ...

ତେଣୁ
ଯଦି ଅପକାରୀ ନିଜ ଅପକାରବୁଦ୍ଧି ତ୍ୟାଗ କରୁନାହିଁ ତେବେ ଉପକାରୀ ନିଜ ସ୍ବଭାବ
କାହିଁକି ଛାଡି଼ବ ?

No comments:

Post a Comment

ଓଡ଼ିଆ ଭାଷାରେ ଜିନିସ ଶବ୍ଦ ଜିନିଷ କେମିତି କାହିଁକି ହେଲା ?

ଓଡ଼ିଆ ଭାଷାର ଶବ୍ଦଭଣ୍ଡାରରେ ଅନେକ ଵିଦେଶୀ ଶବ୍ଦ ସ୍ଥାନ ଲଭିଛି । କେତେକ ଶବ୍ଦ କ୍ଷେତ୍ରରେ ଵିଦେଶୀ ଶବ୍ଦର ଧ୍ୱନି ଓଡ଼ିଆର ନିଜସ୍ୱ ଧ୍ୱନିତତ୍ତ୍ୱ (phonology) ଓ ଲେଖନ...