Wednesday, September 6, 2017

......ଗୁ+ରୁ=> ଗୁରୁ ;ଏକ ଅସଂସ୍କୃତ,ଅବୈଜ୍ଞାନିକ,ଅଣଓଡ଼ିଆ ମିଥ୍ୟା ପ୍ରଚାର.......

ଫେସବୁକରେ ହିନ୍ଦୀଭାଷୀ ମହାଜ୍ଞାନୀମାନେ ଗୁରୁଦିବସ ଦିନ ପ୍ରଚାର କରୁଥିଲେ ...
ଗୁ=> ମାନେ ଅନ୍ଧକାର
ଏବଂ
ରୁ=> ମାନେ ଅଜ୍ଞାନ .....

ପ୍ରଥମ କଥା
ଗୁରୁ ଶବ୍ଦ ଗୁ+ରୁ=ଗୁରୁ ହୋଇନାହିଁ

ବରଂ ଗୁରୁ ଶବ୍ଦଟି ଗୃ ଧାତୁ+ଉ.କ => ଗୁରୁ ହୋଇଅଛି ।
ଗୃ ଧାତୁ ର ଅନେକ ଅର୍ଥ ମଧ୍ୟରୁ ଏଠାରେ ଶବ୍ଦକରିବା କିମ୍ବା କହିବା ଅର୍ଥରେ ଏହି ଧାତୁ ଶବ୍ଦ ର ବ୍ୟବହାର କରାଯାଇଥିବା ସହଜେ ଅନୁମେୟ ହୁଏ ।

ଏବେ ଚାଲନ୍ତୁ ଦେଖିବା
ଗୁ ଏବଂ ରୁ ଶବ୍ଦ ଦ୍ବୟର ଶାବ୍ଦିକ ଅର୍ଥ....

#ଗୁ

ସଂସ୍କୃତ ଭାଷାରେ
ଏକ #ଗୁ_ଧାତୁ ଅଛି ଏହାର ଅର୍ଥ
ମଳତ୍ୟାଗ କରିବା ......

ଏବଂ ଗୁ- ଦେଶଜ ବିଶେଷ୍ୟ ଶବ୍ଦର ଅର୍ଥ
ବିଷ୍ଠା,ମଳ ,ପୁରୀଷ ଏବଂ ଗୁହ
ଏମିତି କି ଗୂ ଧାତୁ ର ଅର୍ଥ ମଧ୍ୟ  ମଳତ୍ୟାଗ କରିବା....

#ରୁ

ସଂସ୍କୃତରେ ରୁ ଧାତୁ ଅଛି
ଏହା ଶବ୍ଦ କରିବା,କାନ୍ଦିବା,ରୋପଣ କରିବା ଅର୍ଥରେ ବ୍ୟବହୃତ ହୁଏ ।

ସେଇଭଳି ରୁ ଶବ୍ଦର ଓଡ଼ିଆରେ ବହୁଳ ବ୍ୟବହାର ହୋଇଥାଏ ଏବଂ ଏହାର ଦଶରୁ ଅଧିକ ଅର୍ଥ ଥିବା ଭାଷାକୋଷ ତଥା ଅନ୍ୟ ପୁରୁଣା ଓଡ଼ିଆ ଅଭିଧାନରେ ଲେଖାଅଛି ।
ସେଗୁଡିକ ଯଥା:-
୧.ଅପାଦାନ ବା ପଞ୍ଚମୀ ବିଭକ୍ତୀର ପ୍ରତ୍ୟୟ
୨.ବ୍ୟତିରେକେ
୩.(ରୁ) ଆରମ୍ଭ କରି
୪.(କୌଣସି ବ୍ୟକ୍ତିର) ନିକଟରୁ
୫.ଅପେକ୍ଷା
୬.ଅନୁସାରେ
୭.ଯୋଗୁଁ, କାରଣରୁ, ହେତୁରୁ
୮.ଫଳରେ
୯.କୌଣସି ବସ୍ତୁ ର ଆଭ୍ୟନ୍ତରରୁ
୧୦.ଦ୍ବାରା ....

ତେଣୁ ସମସ୍ତଙ୍କୁ ଅନୁରୋଧ ହିନ୍ଦୀଭାଷୀଙ୍କ ଦ୍ବାରା ପ୍ରଚାର କରାଯାଉଥିବା ଗୁ+ରୁ => ଗୁରୁ
ଭଳି ଅସଂସ୍କୃତ ଅଣ ଓଡ଼ିଆ ଅବୈଜ୍ଞାନିକ ତଥ୍ୟର ପ୍ରଚାର ପ୍ରସାର ରୁ ବିରତ ରୁହନ୍ତୁ ଏବଂ
ଏହାର ଓଡ଼ିଆ ଅନୁବାଦିତ ଲେଖାକୁ କାହାକୁ ବାଣ୍ଟନ୍ତୁ ନାହିଁ ।

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...