ଏ ସେ ଯୁଗର କଥା ଯେବେ ମଣିଷ ମାନେ ସଭ୍ୟ ହୋଇନଥିଲେ ।
ଗାଈଗୋରୁ ଜଙ୍ଗଲରେ ସ୍ବଚ୍ଛନ୍ଦ ଭ୍ରମଣ ରମଣ ଶୟନ ତଥା ଜଙ୍ଗଲୀ ଜୀବନଯାପନ କରୁଥିଲେ ।
ସେଦିନିଆ ଏକ ଷଣ୍ଢ କୁ ଏକ ଗାଈକୁ ଦେଖି ପ୍ରଥମ ଦେଖାରେ ପ୍ରେମ ହୋଇଗଲା
କିନ୍ତୁ ସେ
ଗାଈଟି ଆଧୁନିକା ଏଣୁ ସବୁକଥାରେ ଯୁକ୍ତିଯୁକ୍ତ ତଥ୍ୟ ଦେଖେ ।
ଷଣ୍ଢର ପୃଥୁଳାଙ୍ଗ ଦେଖି ସେହି ଆଧୁନିକା ଗାଈଟି ନାକଟେକେ ।
ଭାବବିହ୍ବଳ ହୋଇ କାହା କଥାରେ ଭୂଲିଯିବା ଗାଈର ସ୍ବଭାବ ନୁହେଁ ଜାଣି
ଷଣ୍ଢ ଟି ଶେଷରେ କଜଳପାତିଠାରୁ ସାହାଯ୍ୟ ଭିକ୍ଷା ଆଶେ ଗଲା ।
ବୃଷଭ ନିଜ ଦୁଃଖ କଥା କହି ଶୁଣେଇଲାରୁ
କଜଳପାତି ଏକ ସର୍ତ୍ତ ମାନିଲେ ତା' ଅସାଧ୍ୟ କାର୍ଯ୍ୟ ସିଦ୍ଧି କରିଦେବ ବୋଲି କହିଲା ।
କଜଳପାତି ଚାହୁଁଥିଲା
ବୃଷଭର କାର୍ଯ୍ୟ ସିଦ୍ଧି ପ୍ରାପ୍ୟ ହିସାବରେ
ସେ ତାକୁ ନିଜ ପିଠିରେ ବସିବାକୁ ଦେବ ।
ଷଣ୍ଢ ଏକଥାରେ ରାଜି ହେଲାରୁ
କଜଳପାତି ତାଙ୍କ ଦୁହିଁଙ୍କ ମଧ୍ୟରେ ମଧ୍ଯସ୍ଥ ହେବାକୁ ରାଜି ହେଲା ।
କଜଳପାତି ତହୁଁ ଗାଈ ପାଖକୁ ଯାଇ ଭଲ ଭଲ କଥା କହି ତା ମନରେ ଷଣ୍ଢ ପ୍ରତି ପ୍ରଣୟ ଉତ୍ପନ କରାଇଲାରୁ ସେ ଗାଈ ଯାଇ ରାଜି ହୋଇଲା ।
ଗାଈଟି ସେଇଠୁ କଜଳପାତିକୁ ନିଜ ପିଠିରେ ବସାଇ ଷଣ୍ଢ ପାଖକୁ ଚାଲିଲା ।
ଏଣେ ଷଣ୍ଢ ଟା କାମିନୀ କାମନା ଆଶେ କାମଜ୍ବାଳାରେ ପୀଡ଼ିତ ହୋଇ ଦେହ ଗେହ ସବୁ ଭୂଲି ଆଖି ଥାଉଁ ଥାଉଁ ଅନ୍ଧ ହୋଇସାରିଥାଏ ।
ଷଣ୍ଢ
ଯେମିତି ନିଜ ପ୍ରାଣପ୍ରିୟାକୁ ତା ସନ୍ନିକଟରେ ପାଇଲା ଆଉ କି ସେ ନିଜକୁ ସଂଯତ ରଖିପାରୁଛି....!!!!!
ଗାଈ ସହ ସଂଗମ କରିବା ହେତୁ ଦୌଡି ଯାଇ ତା ଉପରେ ଚଢିଗଲା......
ସେ ଦୁହିଁଙ୍କ
ସଙ୍ଗମକାଳରେ କଜଳପାତି ଗାଈପିଠିରେ ବସିରହିଲା ଫଳରେ ବୃଷଭ ଦେହ ଭାରରେ ପିଷ୍ଟ ହୋଇ ତା'ର ପ୍ରାଣହାନୀ ଘଟିଲା ।
ସେଇଦିନ ଠାରୁ ଯେଉଁ ଲୋକ ଅନ୍ୟର ମଧ୍ୟସ୍ଥତା କରିବାକୁ ଯାଇ ନିଜେ ନଷ୍ଟ କି କ୍ଷତିଗ୍ରସ୍ତ ହୁଏ ତାକୁ ଲୋକମାନେ କଜଳପାତିଆ ଭଲଲୋକ କଥା ଶୁଣେଇବା ଆରମ୍ଭ କରିଦେଲେ ।
No comments:
Post a Comment