Friday, September 15, 2017

କଇଁଆ,ତେନ୍ତୁଳି ଓ ସିମକଇଁଆ; ତେନ୍ତୁଳିକୁ ନେଇ ଏକ ଲୋକକଥା

Pithecellobium dulce
ଏ ଗଛ ବୈଦେଶିକ...
ଏହାକୁ ଦକ୍ଷିଣ ଓଡ଼ିଶାରେ
ଶିମକୟାଁ
କୁହାଯାଏ
ଆମେରିକା ମହାଦେଶରୁ ଅଣାଯାଇ
ଭାରତରେ ଲଗାଯାଇଛି....
କିନ୍ତୁ କଇଁଆ ମୂଳଭାରତୀୟ ବୃକ୍ଷ
ଏହାର ବୈଜ୍ଞାନିକ ନାମ
Tamarindus indica
ଏହି Tamarindus ବଂଶଟି
monotypic taxon ଶ୍ରେଣୀୟ....
monotypic taxon ସେଇ ବଂଶ /Genus କୁ କୁହାଯାଏ ଯେଉଁଥିରେ ମାତ୍ର
ଗୋଟିଏ ଜାତି/species ଥାଏ ।
ଆମ ଓଡ଼ିଶାର ପଶ୍ଚିମାଞ୍ଚଳରେ ତେନ୍ତୁଳି କୁ
ତେନ୍ତେଲ୍ କୁହାଯାଏ ....
ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ର
ଲେଖକଙ୍କ ଅନୁସାରେ
ପୁଲିକାଇ ବୋଲି ଏକ ଦ୍ରାବିଡ଼ ଶବ୍ଦରୁ
ପୁଲି ଶବ୍ଦ ଲୋପ ହୋଇ କଇଁଆ ଶବ୍ଦ ସୃଷ୍ଟି ହୋଇଛି ...
ତାମିଲ୍ ଭାଷାରେ
ତେନ୍ତୁଳି କୁ ଆଜି ବି ପୁଲି -புளி କୁହାଯାଏ
ବୋଧହୁଏ ପୁଲିକାଇ ମୂଳ ଦ୍ରାବିଡ଼ ଶବ୍ଦରୁ
ଦକ୍ଷିଣରେ କାଇ କଟିଯାଇ କେବଳ ପୁଲି ଶବ୍ଦ ରହିଯାଇଛି....

ଓଡ଼ିଆରେ ଅପକ୍ବ ତେନ୍ତୁଳି କୁ କୟାଁ କୁହାଯାଏ ବୋଲି ଭାଷାକୋଷ ଲେଖକ ଲେଖିଛନ୍ତି ତେବେ ଢେ଼ଙ୍କାନାଳ ତଥା କେନ୍ଦୁଝର ଆଦି ଜିଲ୍ଲାରେ କଇଁଆଶବ୍ଦ
ଉଭୟ କଞ୍ଚା ଓ ପାଚିଲା ତେନ୍ତୁଳି ପାଇଁ ବ୍ୟବହୃତ ହୁଏ ।
ତେନ୍ତୁଳି କୁ ଭାରତର ବିଭିନ୍ନ ଭାଷାରେ ଭିନ୍ନ ଭିନ୍ନ ନାମରେ ଜଣାଯାଏ ।
ସଂସ୍କୃତର ଅମ୍ଳା ଶବ୍ଦରୁ ହିନ୍ଦୀରେ ଇମଲୀ ଏବଂ ଗୁଜରାଟୀରେ ଅମଲୀ ଶବ୍ଦ ଆସି ପ୍ରଚଳିତ...
ସଂସ୍କୃତର ଅନ୍ୟ ଏକ ଶବ୍ଦ ଚିଞ୍ଚ ଓ ଚିଞ୍ଚିକାରୁ
ତେଲୁଗୁରେ ଚିଣ୍ଟ,ମରାଠୀ ରେ ଚିଞ୍ଚ ନାମ ପ୍ରଚଳିତ ହୋଇଛି ।
ଓଡ଼ିଆରେ ତେନ୍ତୁଳି ଭଳି
ବଙ୍ଗଳାରେ ତେନ୍ତଳ ଏବଂ ଆସାମୀରେ ଚେଁତେଲୀ ଶବ୍ଦ ପ୍ରଚଳିତ
ସଂସ୍କୃତର ତିନ୍ତିଡୀ଼ ସହ ତେନ୍ତୁଳି ଶବ୍ଦର ସାମଜସ୍ୟ ଅଛି ।
ଏହା ବ୍ୟତୀତ ତେନ୍ତୁଳି କୂ ସଂସ୍କୃତରେ ଦନ୍ତଶଠା ମଧ୍ୟ କୁହାଯାଏ ।

ଭାରତରେ ପ୍ରାୟ ଖଟାଳିଆ ଗଛ ଦୃଷ୍ଟିଗୋଚର ହୁଏ ତନ୍ମଧ୍ୟରୁ ତେନ୍ତୁଳି ପ୍ରଧାନ...
ତେନ୍ତୁଳି କୁ ନେଇ
ପୂର୍ବଭାରତୀୟ ଦ୍ବୀପପୁଞ୍ଜରେ
ଏକ ଲୋକପ୍ରିୟ କିମ୍ବଦନ୍ତୀ ପ୍ରଚଳିତ ଅଛି...

ଥରେ ସେ ପୂର୍ବଭାରତୀୟ ଦ୍ବୀପପୁଞ୍ଜର ଜଣେ
ରାଜା ଭାରତର ତେନ୍ତୁଳି ଫଳ ଖାଇ
ଅତି ଆମୋଦିତ ହେଲେ
ସେ ଏହି ତେନ୍ତୁଳି ଗଛରୁ ଏତେ ପ୍ରଭାବିତ ହେଲେ ଯେ ନିଜ ଦେଶରେ ଘୋଷଣା କରିଦେଲେ
ସମସ୍ତ ପ୍ରଜା ଆଜିଠୁଁ ତେନ୍ତୁଳି ଗଛ ଲଗେଇବେ,
ଏହାର ପତ୍ର ଶାଗ କରିବେ...
ଏହାର ମଞ୍ଜିକୁ ତରକାରୀ କରି ଖାଇବେ ....
ଏହାର କାଠରେ ଘର ତୋଳିବେ....
ଏ ଗଛର ମୂଳରେ ଦ୍ବୀପହର କାଳରେ
ଶୟନ କିମ୍ବା ଉପବେଶନ କରିବେ....
ଏହାର ବାହି କୁ ଦାନ୍ତକାଠି କରିବେ ଆଦି ଆଦି..
ରାଜ ଆଜ୍ଞା ପାଳନ ହେଲା...

ହେଲେ ଦେଖାଗଲା ଦେଶରେ
ଲୋକଙ୍କର ଦିନକୁ ଦିନ ସ୍ବାସ୍ଥ୍ୟହାନୀ ହେବାକୁ ଲାଗିଲା....
ରାଜା ଚିନ୍ତାରେ ପଡି଼ଗଲେ....
ଦିନେ ସେ ରାଜାଙ୍କର
କଳିଙ୍ଗ ଦେଶର ଜଣେ ସାଧବଙ୍କ ସହ ଭେଟ ହେଲା....
ରାଜା ଅନ୍ୟ କଥା ସବୁ ହେଲାପରେ
ତାଙ୍କୁ ତେନ୍ତୁଳି ଗଛର ଅପକାରିତା ଯୋଗୁଁ ସୃଷ୍ଟି ହୋଇଥିବା ଅପକାରିତା ସବୁ କହି ଶୁଣେଇଲେ...
ସାଧବପୁଅ
ସେଇଠୁ ରାଜାଙ୍କୁ
କିଛି ଦିନ ସମୟ ଦିଅନ୍ତୁ
ସେ ଏ ସମସ୍ୟାର ସମାଧାନ କରିଦେବେ ବୋଲି ପ୍ରତିଶ୍ରୁତି ଦେଇ ବୋଇତରେ ବସି କଳିଙ୍ଗ ଫେରିଲେ....

କିଛିଦିନ ପରେ
ରାଜଦରବାର ବସିଥାଏ ...
କଳିଙ୍ଗର ସାଧବପୁଅ କେତୁଟା ଗଛ
ଆଉ କେତେ 'କୋରଟିଆ ବୋଝ'
ମଞ୍ଜି ଆଣି ସେଠାରେ ଉପସ୍ଥିତ ହୋଇଲେ....

ରାଜା ବୋଲନ୍ତି ଏ କିସ ?

ସାଧବପୁଅ କହିଲେ
ଏ ହେଉଛି ଲିମ୍ବଗଛ.....
ଏହାର ପତ୍ର ପିତା,ଫଳ ପାଚିଲେ ମିଠା...
ଆପଣ ଏ ଗଛର ଫୁଲକୁ ଏମନ୍ତ ଉପାୟରେ ତରକାରୀ କରି ଖାଇପାରିବେ....
ଏହାର ଫଳ ଖାଇପାରିବେ....
   ଏ ଗଛ ମଧ୍ଯ ଛାୟାପ୍ରଦାନକାରି
ଏ ଗଛ ମୂଳରେ ବସିପାରିବେ....
ଏହାର ବକ୍କଳ ଚର୍ମରୋଗ ଆରୋଗ୍ୟକାରୀ...
ଏ ଗଛର ପତ୍ର,ମୂଳ ପ୍ରତ୍ୟେକ ଅଙ୍ଗ ଔଷଧୀୟ ଗୁଣରେ ପରିପୂର୍ଣ୍ଣ....

ରାଜା ସେ ଗଛର ଗୁଣ ଜାଣି ତାହାକୁ
ତାଙ୍କ ରାଜ୍ୟରେ ଲଗାଇବାକୁ ଆଦେଶ ଦେଲେ
ଏବଂ ସାଧବପୁଅକୁ ଶତସହସ୍ର ସ୍ବର୍ଣ୍ଣମୂଦ୍ରା ଦେଇ ସମ୍ମାନ ସହକାରେ ବିଦାକଲେ....

No comments:

Post a Comment

ଓଡ଼ିଆମାନେ Cockroachକୁ ଅସରପା କାହିଁକି କୁହନ୍ତି ?

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ  ଅସରପା ଶବ୍ଦର ଵିଶେଷ୍ୟ ଅର୍ଥ Cockroach ତଥା ଵିଶେଷଣ ଅର୍ଥ ମନ୍ଦବୁଦ୍ଧି,ଅପ୍ରତିଭ,ମୂର୍ଖ ତଥା ଅଥରପା ଲେଖା ହୋଇଛି । ଅଥରପ...