Sunday, September 10, 2017

କାହାକୁ ସୁନ୍ଦର କଣ୍

ପ୍ରାଚୀନ କାଳରୁ ଓଡ଼ିଆରେ
ଢଗ ଅଛି;

“ଟୋକାଙ୍କୁ ସୁନ୍ଦର ବସନ୍ତ ପଞ୍ଚମୀ
ଟୋକୀଙ୍କି ସୁନ୍ଦର ନେତ,
ବୁଢୀଙ୍କି ସୁନ୍ଦର ରାଇ ଦାମୋଦର
ବୁଢାଙ୍କୁ ସୁନ୍ଦର ଶୀତ ,
ଦ୍ବାରୀକି ସୁନ୍ଦର ଜାଉଁଳି ବେତ,
ଦାରୀଙ୍କି ସୁନ୍ଦର ନାଟ,
କେଳାଙ୍କୁ ସୁନ୍ଦର ହଟଚମଟ
ରାଜାଙ୍କୁ ସୁନ୍ଦର ଭାଟ !!!!!!"

ହେଲେ ଏ ଥିଲା ପୁରୁଣା କାଳର କଥା ହେଲେ
ଆଜି  ସବୁ ବଦଳି ଗଲାଣି.....

ଆଉ ଆଜିରେ ..........

●ଟୋକାଙ୍କୁ ସୁନ୍ଦର
ଆଜ:- ମୋବାଇଲ, ମଦ,ଡିଜେ ଗୀତ,ମାଦକ ନୃତ୍ୟ ଆଉ ସୋନିଲିଓନୀ

●ଟୋକୀଙ୍କୁ:-ଧନୀଟୋକା,ସୋପିଙ୍ଗ,ଟୋକାଙ୍କ ଅସଂଯତ ନୃତ୍ୟ

●ବୁଢୀଙ୍କୁ ସୁନ୍ଦର ଟିଭିର ଧାରାବାହିକ,ପର ଘର ନିନ୍ଦା, ଆ ଘର ମାଉସୀ ତା ଘର ପିଉସୀ ହେବା,ଅକାରଣେ କଳି ଝଗଡା଼ ଆଉ ସଦା
ନାକାରାତ୍ମକ କଥା କହିବା

●ବୁଢାଙ୍କୁ ସୁନ୍ଦର
ପର କନ୍ୟା ଅବଲୋକନ, ଭଣ୍ଡ ବାବା ପଶ୍ଚତ ଗମନ,ପ୍ରବଚକ,ପ୍ରବଚନ,ପଢୁଥିବେ ଶୁଣୁଥିବେ
ଶାସ୍ତ୍ର ଓ ପୁରାଣ ଏଣେ ମନ ଖୋଜୁଥିବ ନବ କନ୍ୟା ସଙ୍ଗମ ଆଉ ଧନରେ ଗୃହ ମୋର ପୁର୍ଣ୍ଣ
🏃🏃🏃🏃🏃🏃

●ଦ୍ବାରୀକି ସୁନ୍ଦର ଆଜ ଉପୁରୀ ନୋଟ୍
ନଦେଇ ପାରିଲେ ଇହାଁ ସେ ଫୁଟ୍ 😝

●ଆଉ ଦାରୀଏ ଆଜିରେ
ଅଭିନେତ୍ରୀ ସାଜି ସର୍ବସାଧାରଣରେ
କରନ୍ତି ନାଟ,ତାଙ୍କୁ ଲୋଡ଼ା
ଏବେ ଖାଲି ପ୍ରସିଦ୍ଧି ଯଗତେ ସେଥିପାଇଁ
ଯେତେ କରନ୍ତି ଖଞ୍ଜ.....

●କେଳାଏ ନାହାନ୍ତି ଜଗତ ହାଟରେ
ହଜିଛି ତାଙ୍କର ଜଗତେ ସ୍ଥିତି

● ହେଲେ ରାଜା ନାହିଁ ସିନା ନାହିଁ ତାଙ୍କର ଶାସନ
ଚାରଣଭାଟ ଯେ ବଞ୍ଚି ଅଛନ୍ତି କିଛି,
ରାଜା ଗଲେ ଆଜ ଦେଶେ ମନ୍ତ୍ରୀ ଙ୍କ ଶାସନ
ଧନ ମିଳୁ ଅବା ନମିଳୁ ଖାଲି ଖୋଜିଣ ସମ୍ମାନ
ଭାଟ କବିଏ କରନ୍ତି ପଦ୍ୟେ ପ୍ରଭୁ ଚରଣ ବନ୍ଦନ
😝😝😝😝😝😝😝😝😝😝

No comments:

Post a Comment

Dancing Mania: ମଧ୍ୟଯୁଗୀୟ ୟୁରୋପର ରହସ୍ୟମୟ ମୃତ୍ୟୁ ନୃତ୍ୟ

ମଧ୍ୟଯୁଗୀୟ ଇଉରୋପରେ ପ୍ଲେଗ୍‌ ଵ୍ୟାପିଵା ସହିତ ଧର୍ମୀୟ ଉତ୍ତେଜନା ମନୁଷ୍ୟ ମନକୁ ଆତଙ୍କିତ କରୁଥିଲା ବେଳେ, ଏକ ଅଜଣା ଓ ରହସ୍ୟମୟ ଘଟଣା ସମାଜକୁ ଆହୁରି ଭୟଭୀତ କରିଥିଲା ...