Wednesday, September 13, 2017

●ସପନରେ ପାଇଲେ ସଫଳତାର ରାସ୍ତା●

ସିଲେଇ ମେସିନ୍ କୁ ନେଇ ଏକ କୌତୁହଳପ୍ରଦ କାହାଣୀ ଅଛି ।

ପ୍ରବାଦ ଅଛି,
ଯେବେ ସିଲେଇ ମେସିନ୍ ର ଆବିଷ୍କାରକ Elias Howe ମେସିନ୍ ଟି ତିଆରି ତ କରିଦେଲେ କିନ୍ତୁ ତାହାକୁ ସେ ଯେବେବି କାର୍ଯ୍ୟକାରୀ କରାଉଥିଲେ ଯଦିଚ ତହିଁରେ ସୂତା ଫସିଯାଉଥିଲା ନହେଲେ ଛିଡି଼ଯାଉଥିଲା ।

Elias ମେସିନ୍ ର ପରୀକ୍ଷଣ କରି ଜାଣିଲେ ଯେ,
ବାକି ସବୁ ତ ଠିକ୍ ଅଛି କିନ୍ତୁ ମୂଳ ଅସୁବିଧା ମେସିନ୍ ର ନିଡିଲ୍ ଯୋଗୁଁ ହିଁ ହେଉଅଛି ।

Elias ଏକଥାକୁ ନେଇ ଦ୍ବନ୍ଦରେ ଥିଲେ ।
ସେ ଏକଥା ସ୍ବୀକାର କରିପାରୁନଥିଲେ ଯେ Niddle ବା
ଛୁଞ୍ଚି ଯୋଗୁଁ ବି ତାଙ୍କୁ ଏତାଦୃଶ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁ଼ଛି !!!!

ନିଦରେ ମଧ୍ଯ ତାଙ୍କ ମନରେ ସଦା ବେଳେ
ଛୁଞ୍ଚି ବିଷୟକ ସ୍ବପ୍ନ ଆସୁଥିଲା ।

ଦିନେ ସେ ସ୍ବପ୍ନରେ ଦେଖିଲେ
ଜନୈକ ଆଦିବାସୀ ନିଜ ବର୍ଚ୍ଛା ନେଇ ତାଙ୍କୁ ମାରିବା ହେତୁ ତାଙ୍କ ପଛରେ ଗୋଡା଼ଉଛି ।

ବର୍ଚ୍ଛାର ଅଗ୍ରଭାଗ ସୂର୍ଯ୍ୟ କିରଣରେ ଚକଚକ ଦିଶୁଥିଲା ।
ହଟାତ୍ Elias ଙ୍କର ଧ୍ୟାନ ସେ ବର୍ଚ୍ଛାର nozzle ବା ଶୀର୍ଷଦେଶରେ ପଡି଼ଲା....
ସେ ଦେଖାଲେ ସେଥିରେ ଏକ କଣା ଥିଲା  ।
କଣାଟି ଖରାଯୋଗୁଁ ଶୁଭ୍ର ଏବଂ ସ୍ପଷ୍ଟ ଦିଶୁଥାଏ ।

ଠିକ୍ ସେତିକି ବେଳେ ତାଙ୍କ ନିଦ ଭାଙ୍ଗିଗଲା ।

ସେ ଖୁସିରେ ଭାବବିହ୍ବଳ ହୋଇଗଲେ ।
ତାପରେ ସେ ଏଥର ଏମିତି Niddle ତିଆରି କଲେ ଯେଉଁଥିରେ ତାହାର ଶୀର୍ଷଭାଗରେ
ଏକ ଛିଦ୍ର କରାଯାଇଥିଲା ।
ତହୁଁ ସେ ସେହି ଛୁଞ୍ଚିକୁ ମେସିନ୍ ରେ ଫିଟ୍ କଲେ ।
ଏଥର ମେସିନ୍ ଟି ଅହରହ ଚାଲିଲା ଆଉ ସୂତା କଟିଲାନି କି ଫସିଲା ନାହିଁ ।

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...