Saturday, September 2, 2017

●●●●ବାରମଜା●●●●

ଆଜିକାଲି
ସେଓ,ଚଣା,ବୁଟ,ବାଦାମ ଆଦି ମିଶାଇ ତିଆରି କରାଯାଉଥିବା ଫାଷ୍ଟଫୁଡ୍ ବା ଶୁଖିଲା ଖାଦ୍ୟ ସାମଗ୍ରୀକୁ  ଓଡ଼ିଶାରେ ମିକ୍ସଚର କହୁଛନ୍ତି ।

ଏହି ଫାଷ୍ଟଫୁଡ୍ ଟି ଭାରତୀୟ ଉପମହାଦ୍ବୀପରୁ ଯାଇ ଅଧୁନା ସାରା ବିଶ୍ବରେ ଲୋକପ୍ରିୟ ହୋଇଅଛି ।
ଇଂଲଣ୍ଡ ଏବଂ ଆୟାରଲ୍ୟାଣ୍ଡରେ ଏହି ଭାରତୀୟ ଫାଷ୍ଟଫୁଡ୍ କୁ "Bombay Mix"
କୁହାଯାଉଥିଲା ବେଳେ ଯୁକ୍ତରାଷ୍ଟ୍ର ଆମେରିକା ରେ "Punjabi Mix" ନାମ ପ୍ରଚଳିତ ।
ନେପାଳୀ ଏହାକୁ  "Dalmoth".କୁହନ୍ତି ।
ଦକ୍ଷିଣ ଆଫ୍ରିକାର କେପ୍ ମାଳୟ କମ୍ୟୁନିଟି ରେ "slangetjies," କୁହାଯାଏ ।
ମିଆଁମାର୍ ରେ ଏହା  "sarkalay chee" ନାମରେ ଜଣାଶୁଣା ।
ଆଫଗାନିସ୍ତାନ ରେ ଏହି ଫାଷ୍ଟଫୁଡ୍ ପାଇଁ simyan ଏବଂ ପାକିସ୍ତାନ ରେ chevdo ତଥା Nimko ନାମ ଚଳୁଅଛି ।
ଫିଜି ନାମକ ଦେଶରେ ଏହାକୁ "Bhuja" କୁହାଯାଏ ।

ଭାରତରେ ଏହାର ସବୁଠାରୁ ଲୋକପ୍ରିୟ ନାମ "Mixture" ଏବଂ ଏହା ବିଶେଷତଃ ଦକ୍ଷିଣ ଭାରତ ଏବଂ ଶ୍ରୀଲଙ୍କାରେ ବହୁତ ବେଶି ଚଳେ ।
ହିନ୍ଦୀବେଲ୍ଟର ଲୋକମାନେ କିନ୍ତୁ ମିକ୍ସଚର୍ ବଦଳରେ "नमकीन" ଶବ୍ଦ ର ବହୁଳ ବ୍ୟବହାର କରିଥାନ୍ତି ।
ବଙ୍ଗାଳି ମାନେ ଏହାର ଅନ୍ୟତମ ଲୋକପ୍ରିୟ ନାମ "ଚାନାଚୁର୍"  ବ୍ୟବହାର କରୁଥିବା ବେଳେ ପଶ୍ଚିମ ଭାରତରେ
चिवडा,ચેવડો ଏବଂ "चुडा" ଭଳି ଶବ୍ଦ ପ୍ରଚଳିତ
କିନ୍ତୁ ଏ ସବୁ ଶବ୍ଦ ଠୁଁ ଭିନ୍ନ ନିଆରା ଓଡ଼ିଆ ଶବ୍ଦଟିଏ  ଏହି ମିକ୍ସଚର୍ ବା ବମ୍ବେ ମିକ୍ସ ପାଇଁ ଓଡ଼ିଶାରେ ଅଦ୍ୟପି ମଧ୍ଯ ପ୍ରଚଳିତ
ତାହା ହେଉଛି
“ବାରମଜା”.....
ଗୋଟିଏ ପଦାର୍ଥ ରେ 10 ରୁ 15 ପ୍ରକାରର ଦ୍ରବ୍ୟ ମିଶାଇ ପ୍ରସ୍ତୁତ କରାଯାଉଥିବାରୁ
  ଏଭଳି ଏକ ଶବ୍ଦ ସୃଷ୍ଟି ହୋଇଥିବା ସହଜେ ଅନୁମେୟ ହୁଏ ।
ବାରପ୍ରକାରର ମଜା ଯେଉଁଥିରୁ ମିଳେ ତାହା ବାରମଜା .....

ସେହି ପରି ଉତ୍ତର ଓଡ଼ିଶା ରେ ଏହାର ଅନ୍ୟ ଏକ ନାମ ପ୍ରଚଳିତ “ବାରଭାଜା”

ଦୁଃଖର ବିଷୟ ଆଜି ଆମେ ଆମର ଏହିଭଳି ମୌଳିକ ଓଡ଼ିଆ ଶବ୍ଦ ଗୁଡି଼କ          ବଦଳରେ 

ପରଭାଷାର ଶବ୍ଦକୁ ସିଧାସଳଖ ଏକ ଭାରତୀୟ ଖାଦ୍ୟ ଦ୍ରବ୍ୟ ପାଇଁ ବ୍ୟବହାର କରୁଛନ୍ତି ।

Bombay Mix ପାଇଁ
ଓଡ଼ିଆ ଭାଷାର ଏହି ମୌଳିକ ପ୍ରତିଶବ #ବାରମଜା କୁ ଛାଡି଼  #Muxture ଭଳି ଏକ
ବୈଦେଶିକ ଶବ୍ଦର ବ୍ୟବହାର ଯୁକ୍ତିଯୁକ୍ତ ହେବ କି ?

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...