ଗଧଟାଏ ଥାଏ ଯେ ସେ ଠିକ୍ ଗଧ ଭଳି
ମାନେ ଗଧ ତ ଗଧ ସେ କାହୁଁ ବଦଳିବ ଯେ !
ଗଧର ଯେତେକ ସୁଗଣମାନ ଥାଏ
ସେ ସବୁ ଆମ ଗଧର ବି ଅଛି....
ଏ ଗଧଟି ମଧ୍ଯ ଅନ୍ୟ ଗଧଙ୍କ ଭଳି ଖୁବ୍ ପରିଶ୍ରମ କରେ...
ଗଧର ମାଲିକ ଜଣେ କାଠବେପାରୀ
କାଠ ବିକି ନିଜ ଗୁଜୁରାଣ ଚଳାଏ ।
ମାଲିକ ଜଣକ ସବୁଦିନ ନିଜ ଗଧ ସହ ଜଙ୍ଗଲକୁ ଯାଏ
ଆଉ ସୁଖିଲା କାଠ ନିଜ ଗଧ ପିଠିରେ ବୋହି ଆଣି ବିକ୍ରି କରେ ।
ଏଥିପାଇଁ ଗଧକୁ ତା ମାଲିକ ଭଲ ଶିକ୍ଷା ଦେଇଥିଲା,ସେ ଗଧ ପିଠିରେ କାଠ ଲଦି ଦେଉଥିଲା ଏବଂ ଗଧ ତାକୁ ବୋହିଆଣି
ମାଲିକ ଘର ବାଡ଼ି ପଟେ କାଠ ରଖାଯାଉଥିବା ଯାଗାରେ ଢାଳିଦେଉଥିଲା ।
କିଛି କାଠ, ଗଧ ମାଲିକ ନିଜେ ଘରକୁ ବୋହି ଆଣୁଥିଲା....
ଦିନେ ସେ ଜଙ୍ଗଲରେ ଗୋଟିଏ ଚନ୍ଦନ ଗଛ ଦେଖିଲା । ଚନ୍ଦନ କାଠର ମୂଲ୍ୟ ଯେ କେତେ ତାହା ତାକୁ ଭଲ ଭାବେ ଜଣାଥିଲା ।
ସେ ସେହି ଚନ୍ଦନ ଗଛରେ ଚଢିଯାଇ କିଛି ଶାଖା କାଟିପକାଇଲା । ତାକୁ ଦେଢହାତ ଲମ୍ବ ବିଶିଷ୍ଟ କରିଦେଇ ଗଧ ପିଠିରେ ଲଦିଦେଲା ।
ଗଧଟି ପ୍ରତିଦିନ ଭଳି ଯେଉଁଠି କାଠ ଆଣି ଢାଳେ ସେଇଠି ଢାଳିଦେଇଗଲା....
ଏଣେ କଣ୍ ହୋଇଛି ନା
ଗଧ ମାଲିକର ସ୍ତ୍ରୀ କୁ ରୋଷେଇ କରିବା ପାଇଁ କାଠ କମ୍ ପଡିଲା
ତେଣୁ ସେ କାଠ ରଖାଯାଉଥିବା ସ୍ଥାନରୁ ଅଜାଣତରେ ଗଧ ବୋହିଆଣିଥିବା ଚନ୍ଦନ କାଠ ଯାକ ଜାଳିଦେଲା....
ମାଲିକ ଆସି ଘରେ ଦେଖିଲା
ଗଧ ଯେଉଁ କାଠ ବୋହିଆଣିଥିଲା ତାହା ନାହିଁ ?
ତା ମନରେ ସନ୍ଦେହ ଜାତ ହେଲା....
ସେ ତା ସ୍ତ୍ରୀକୁ ଏ ସଂକ୍ରାନ୍ତରେ ପଚାରି ବୁଝିବାକୁ ଘର ଭିତରକୁ ଯାଇ ଦେଖିଲା ମୂଲ୍ୟବାନ ଚନ୍ଦନ କାଠ ଚୂଲିରେ ସାଧାରଣ କାଠ ଭଳି ଜଳା ହେଉଛି....
କାଠୁରିଆ ଜଙ୍ଗଲରୁ କାଠ କାଟି ଗଧ ପିଠିରେ ଲଦିଦେଇ ଘରକୁ ପଠାଇଦେଲା । କିନ୍ତୁ ଗଧ କି ଜାଣିବ ଚନ୍ଦନ କାଠ ଓ ସାଧାରଣ କାଠ ମଧ୍ୟରେ ପାର୍ଥକ୍ୟ....
ସେ ସବୁଦିନ ଭଳି ଯେଉଁଠି କାଠ ଆଣି ଢାଳେ
ସେଇଠି ଢାଳି ଦେଲା....
ଗଧକୁ ଉକ୍ତ କାଠର ବୋଝ ବା ଗୁରୁତା କଥା
ଅବଶ୍ୟ ଅନୁଭବ ହୁଏ , କିନ୍ତୁ ତାହା ବହୁମୂଲ୍ୟ ଚନ୍ଦନ କାଠ ନା ସାଧାରଣ ଜାଳ କାଠ ସେ କଥା ଜଣା ନଥାଏ ।
ଏଭଳି ଘଟଣା ଘଟିଲେ ଏ କଥାର ଉଲ୍ଲେଖ କରାଯାଏ ।
No comments:
Post a Comment