Thursday, September 7, 2017

●ପାହାଡ଼ରେ ତାପମାତ୍ରା କମ୍ କାହିଁକି ହୋଇଯାଏ ●

ଶୀତ ଋତୁ ହେଉ କି ଗ୍ରୀଷ୍ମ ଋତୁ ଆପଣ
ପାହାଡ଼ ଉପରକୁ ଯେତିକି ଚଢ଼ି ଚଢ଼ି ଯିବେ  ସେତିକି ଶୀତ ଅନୁଭୂତ ହୁଏ
Logicaly ଆପଣ ସୂର୍ଯ୍ୟର ନିକଟତର ହେଉଛନ୍ତି ତେବେ Technicaly ତାପମାତ୍ରା ବଢ଼ିବା କଥା
Right?.... Well.... Wrong !!!

ପ୍ରଥମ କଥା ଆମ ବାୟୁମଣ୍ଡଳକୁ ତାପମାତ୍ରା ର ତାରତମ୍ୟ ଦୃଷ୍ଟିରୁ ମୁଖ୍ୟତଃ ଚାରି ଭାଗ ବା ମଣ୍ଡଳରେ ବିଭକ୍ତ କରାଯାଇଛି । ସବା ତଳ ମଣ୍ଡଳକୁ ଟ୍ରପୋସ୍ପିୟର(Troposphere) କୁହାଯାଏ ।
ଏ ମଣ୍ଡଳର ନିୟମ ଅନୁଯାୟୀ ସମୁଦ୍ର ପତ୍ତନ ଠାରୁ ପ୍ରତି କିଲୋମିଟର ପିଛା 6.4 ℃ ତାପମାତ୍ରା ହ୍ରାସ ହୋଇ ଥାଏ ।
ଏହି ହାରରେ ତାପମାତ୍ରା କମିଯିବା କୁ ସାଧାରଣ ତାପ ବିଲୋପନ (Normal Lapse Rate) କୁହାଯାଏ ।

ଅଙ୍ଗାରକାମ୍ଳ ଏକ ଓଜନିଆ ଗରମ ଗ୍ୟାସ
ଯେହେତୁ ଏହା ଓଜନିଆ ତେଣୁ ବାୟୁମଣ୍ଡଳ ର ସବା ତଳେ ଟ୍ରପୋସ୍ପିୟର ର ତଳଭାଗରେ ଥାଏ ଏବଂ ପଣି ଯେଣୁ ତାପ ସଂଶ୍ଳେଷଣ କରିନେବା ଅଙ୍ଗାରକାମ୍ଳ ଗ୍ୟାସ ର ମୌଳିକ ନିୟମ ତେଣୁ ପୃଥିବୀ ପୃଷ୍ଠର ତାପମାତ୍ରା
ପାହାଡ଼ ଅପେକ୍ଷା ଅଧିକ ହୋଇଥାଏ ।

କାରଣ ଟ୍ରପୋସ୍ପିୟର ରେ ଯେତିକି ଉପରକୁ ଉପରକୁ ଯିବେ ସେତିକି ଅଙ୍ଗାରକାମ୍ଳର ମାତ୍ରା ହ୍ରାସ ହୋଇ ହୋଇ ଯିବ ।

ତେବେ ଏହାର ସବୁଠାରୁ ବଡ଼ କାରଣଟା ହେଉଛି
ଭୂପୃଷ୍ଠରେ ବାୟୁମଣ୍ଡଳର ଘନତ୍ବ ଅଧିକ
ବା ଭୂପୃଷ୍ଠକୁ ଲାଗିରହିଥିବା ଟ୍ରପୋସ୍ପିୟର ରେ
ବାୟୁର ଅଣୁ ସଂଖ୍ୟା ଅଧିକ ।
ଅଣୁ ଆଧିକ୍ୟତା ଯୋଗୁଁ ସେମାନେ ପରସ୍ପର କୁ
ଧକ୍କା ଦେଇ ନିଜ ନିଜର ଗତିଜ ଊର୍ଜଃ .... heat ବା ରେଡିଏସନ୍ ରୂପରେ ଛାଡ଼ନ୍ତି ।

ଫଳରେ ଭୂପୃଷ୍ଠ କୁ ଲାଗିରହିଥିବା ବାୟୁମଣ୍ଡଳର ହାରାହାରି ତାପମାତ୍ରା ବୃଦ୍ଧି ହୋଇଯାଏ ।
କିନ୍ତୁ
ଆପଣ ପୃଥିବୀ ପୃଷ୍ଠରୁ ଯେତିକି ଯେତିକି ଉପରକୁ ଯିବେ ସେତିକି ସେତିକି ବାୟୁମଣ୍ଡଳ
ପତଳା ହୋଇଯାଏ ।
ସରଳ ଶବ୍ଦରେ
ବାୟୁମଣ୍ଡଳୀୟ ଅଣୁ କମ୍ ହୋଇ ହୋଇଯାଏ
ଫଳରେ ଅଣୁ ଅଣୁ ମଧ୍ୟରେ ଘାତ ପ୍ରତିଘାତ୍
ଯୋଗୁଁ systemରେ ତାପମାତ୍ରା କମି କମି ଯାଏ ।

No comments:

Post a Comment

•ଲୁପ୍ତ ପ୍ରାଚୀନ ଓଡ଼ିଆ ଶବ୍ଦ ‘କଣୟ’: ସୁନାର ପ୍ରାକୃତ ନାମ ଏଵଂ ତହିଁର ସାହିତ୍ୟିକ ଯାତ୍ରା•

ଓଡ଼ିଆ ଭାଷାରେ ହଜାର ହଜାର ପ୍ରାଚୀନ ଓଡ଼ିଆ ଶବ୍ଦ କଥିତ, ଲିଖିତ ଓ ସାହିତ୍ୟିକ ଭାଷାରେ ପ୍ରୟୋଗ ନହୋଇ ଲୋପ ପାଇଯାଇଛି ।‌ ଆଜିର ଓଡ଼ିଆ ଲୋକେ ଏଭଳି ଲୁପ୍ତ ଶବ୍ଦ ଯେବେ ପ୍...